X
X

ତଥ୍ୟ ଯାଞ୍ଚ: ଫିଫା ପେଲେଙ୍କ ପାଦକୁ ମ୍ୟୁଜିଅମରେ ରଖିବ ନାହିଁ, ବ୍ୟଙ୍ଗାତ୍ମକ ପୋଷ୍ଟକୁ ସତ ଭାବୁଛନ୍ତି ୟୁଜର୍ସ

ନୂଆଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) ବ୍ରାଜିଲର ଦିବଙ୍ଗତ ଫୁଟବଲ ଖେଳାଳୀ ପେଲେଙ୍କୁ ନେଇ ସୋସିଆଲ୍ ମିଡିଆରେ ଗୋଟିଏ ସ୍କ୍ଲିନସର୍ଟ ଭାଇରାଲ୍ ହେଉଛି । ଏଥିରେ ପେଲେଙ୍କ ପାଦର ଏକ ଫୋଟୋର କୋଲାଜ ତିଆରି ହୋଇଛି । ଏଥିରେ ଲେଖା ରହିଛି, ଫିଫା ପେଲେଙ୍କ ପାଦକୁ ମ୍ୟୁଜିଅମରେ ରଖିବ । ଏଥିପାଇଁ ପେଲେଙ୍କ ପରିବାର ଲୋକେ ଅନୁମତି ଦେଇଛନ୍ତି ।

ବିଶ୍ବାସ ନ୍ୟୁଜ୍ ଏହାର ଅନୁସୱ୍ଧାନରେ ପାଇଥିଲା ଯେ, ଏହି ପୋଷ୍ଟକୁ ଗୋଟିଏ ଫେସବୁକ୍ ପେଜର୍ ବ୍ୟଙ୍ଗାତ୍ମକ ଶୈଳୀରେ ପୋଷ୍ଟ କରାଯାଇଥିଲା । ଯାହାକୁ ପରେ ଡିଲିଟ୍ ମଧ୍ୟ କରି ଦିଆଯାଇଛି । କିନ୍ତୁ ୟୁଜର୍ସ ଏହାକୁ ସତ ଭାବି ସେୟାର୍ କରିବାରେ ଲାଗିଥିଲେ । ଫିଫା ତରଫରୁ ଏଭଳି କୌଣସି ଘୋଷଣା ହୋଇ ନାହିଁ ।

ଭାଇରାଲ୍ ପୋଷ୍ଟରେ ଅଛି କଣ

ଫେସବୁକ୍ ୟୁଜର୍ସ ମହମ୍ମଦ ଇମ୍ରାନ ହୁସେନ (ଆର୍କାଇଭ୍ ଲିଙ୍କ୍ ) 31 ଡିସେମ୍ବର 2022ରେ ଏହି ସ୍କ୍ରିନସଟ୍ ସେୟାର କରିଥିଲେ । ଏଥିରେ ଲେଖାଥିଲା
( ଫିଫା ପେଲେଙ୍କ ପାଦକୁ ମ୍ୟୁଜିଅମରେ ରଖିବ । ପେଲେଙ୍କ ପରିବାର ଲୋକେ ଏଥିପାଇଁ ଅନୁମତି ଦେଇଛନ୍ତି । )

ଅନୁସନ୍ଧାନ

ଭାଇରାଲ୍ ଦାବିର ଅନୁସନ୍ଧାନ ପାଇଁ ଆମେ ପ୍ରଥମେ କିୱାର୍ଡ ଦେଇ ଗୁଗଲରେ ଖୋଜିବା ଆରମ୍ଭ କରିଥିଲୁ । କିନ୍ତୁ ଏଭଳି କୌଣସି ରିପୋର୍ଟ ମିଳି ନଥିଲା ଯେଉଁଥିରେ ଏହା ପ୍ରମାଣିତ ହେବ ଯେ, ଫିଫା ପେଲେଙ୍କ ପାଦକୁ ମ୍ୟୁଜିଅମରେ ରଖିବ । ଏହା ପରେ, ଆମେ ଫିଫା ଓ ଫିଫା ମ୍ୟୁଜିଅମର ୱେବସାଇଟରେ ମଧ୍ୟ ଏହି ବିଷୟରେ ଦେଖିଥିଲୁ, କିନ୍ତୁ ଏଭଳି କୌଣସି ପ୍ରେସ୍ ରିଲିଜର ଆଲୋଚନା ହୋଇ ନଥିଲା । ହଁ, ଫିଫା ମ୍ୟୁଜିଅମର ୱେବସାଇଟରେ ଆମକୁ ପେଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ରିପୋର୍ଟ ମିଳିଥିଲା । ଫିଫା ୱେବସାଇଟରେ ମଧ୍ୟ ଆମକୁ ତାଙ୍କ ଶ୍ରଦ୍ଧାଞ୍ଜଳି ଦେବାର ପୋଷ୍ଟ ମିଳିଥିଲା, କିନ୍ତୁ ଭାଇରାଲ୍ ପୋଷ୍ଟ ଭଳି କୌଣସି ସୂଚନା ନଥିଲା ।

ଫିଫାର ଟ୍ବିଟର ଏକଉଣ୍ଟରେ ମଧ୍ୟ ଏହି ଦାବିକୁ ପ୍ରମାଣିତ କରୁଥିବା କୌଣସ ପୋଷ୍ଟ ମିଳି ନଥିଲା ।

ସ୍କ୍ରିନ୍ ସଟ୍ ରେ ଟି ଏନ୍ ଟି ସ୍ପୋର୍ଟସ ତରଫରୁ ସୂଚନା ଦିଆଯାଇଛି । ଆମେ ଏହାର ୱେବସାଇଟରେ ମଧ୍ୟ ଏ ସମ୍ବନ୍ଧରେ ଖବର ଖୋଜିଥିଲୁ । କିନ୍ତୁ ଏଭଳି କୌଣସି ଖବର ମିଳି ନଥିଲା ।

ସ୍କ୍ରିନ୍ ସଟ୍ ରେ ହିଁ ଦୁଇଟି ଜାଗାରେ ସାର୍କାଜମ ଫୁଟବଲ୍ ନେପାଳର ଲୋଗୋ ମଧ୍ୟ ଲଗାଯାଇଛି । ଖୋଜିବାରୁ ଆମକୁ ଫେସବୁକରେ ଟେମିଟୋପେ ଓଲ୍ୟୁୟୋମୀ (ଆର୍କାଇଭ୍ ଲିଙ୍କ୍ ) ୟୁଜରଙ୍କ ଦ୍ବାରା ସେୟାର କରାଯାଇଥିବା ପୋଷ୍ଟ ମିଳିଥିଲା । ଏହି ୟୁଜର୍ 31 ଡିସେମ୍ବର 2022ରେ ସରକାଜମ୍ ଫୁଟବଲ୍ ନେପାଳ ପୋଷ୍ଟର ସ୍କ୍ରିନ୍ ସଟ୍ ସେୟାର୍ କରିଛନ୍ତି । ଏଥିରେ ଭାଇରାଲ୍ ପୋଷ୍ଟ ଦେଖାଯାଇ ପାରିବ ।

ଏହା ପରେ ଆମେ ଫେସବୁକ୍ ପେଜ୍ ସରକାଜମ୍ ଫୁଟବଲ୍ ନେପାଳ‘ ଦେଖିଥିଲୁ । ଏହା ପ୍ରୋଫାଇଲରେ ଲେଖାଯାଇଛି ଯ, ଏହି ପେଜ୍ ଫୁଟବଲରେ ବ୍ୟଙ୍ଗ ଖୋଜିବା କାମ କରଥାଏ ଏବଂ 2015ରୁ ପୋଷ୍ଟ କରି ଆସୁଛି ।

ଭାଇରାଲ୍ ପୋଷ୍ଟକୁ ପେଜ୍ ରୁ ଡିଲିଟ୍ କରିଦିଆଯାଇଛି । ଆମେ ଏହାର ଆର୍କାଇଭ୍ ଲିଙ୍କ୍ ମଧ୍ୟ ଯାଞ୍ଚ କରିଥିଲୁ । ଏହାକୁ 9.55 ରେ ପୋଷ୍ଟ କରାଯାଇଥିଲା ।

30 ଡିସେମ୍ବରରେ ଦୈନିର ଜାଗରଣ ରେ ପ୍ରକାଶିତ ଖବର ଅନୁଯାୟୀ ବ୍ରାଜିଲର ମହାନ ଫୁଟବଲ୍ ଖେଳାଳୀ ପେଲେଙ୍କ 82 ବର୍ଷ ବୟସରେ ଦେହାନ୍ତ ହୋଇଥିଲା । 2021ରୁ ସେ ପେଟରେ କ୍ୟାନସର ରୋଗରେ ପୀଡିତ ଥିଲେ । ପ୍ରାୟ ଏକ ମାସ ଧରି ସେ ଡାକ୍ତରଖାନାରେ ଭର୍ତ୍ତି ଥିଲେ ।

ଏହାର ଅଧିକ ପୁଷ୍ଟି ପାଇଁ ଆମେ ଫିଫା ସହ ମେଲ୍ ଜରିଆରେ ପୋଷ୍ଟକୁ ସେୟାର କରିଥିଲୁ । ଏହାର ଉତ୍ତରରେ ସେ କହିଥିଲେ, “ଏହି ପୋଷ୍ଟ 100 ପ୍ରତିଶତ ଭୁଲ୍ । “ 

ନକଲି ପୋଷ୍ଟ ସେୟାର କରିଥିବା ଫେସବୁକ୍ ପ୍ରୋଫାଇଲ୍ Md Imran Hossain ଆମେ ସ୍କାନ୍ କରିଥିଲୁ । ମିଳିଥିବା ତଥ୍ୟ ଅନୁଯାୟୀ ସେ ବାଙ୍ଗଲାଦେଶର ଚଟଗାଓଁରେ ରୁହନ୍ତି ।

ନିଷ୍କର୍ଷ : ପେଲେଙ୍କ ପାଦକୁ ମ୍ୟୁଜିଅମରେ ରଖିବା ପୋଷ୍ଟ ଥଟ୍ଟାରେ କରାଯାଇଥିଲା । ଏହାକୁ ସତ ଭାବି କିଛି ୟୁଜର୍ସ ସେୟାର କରି ଦେଇଥିଲେ । ସୋସିଆଲ୍ ମିଡିଆରେ ଥିବା ଏହି ଭାଇରାଲ୍ ପୋଷଟ ନକଲି ଅଟେ ।

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later