ନିଷ୍କର୍ଷ: ବିଶ୍ୱାସ ନ୍ୟୁଜ୍ର ଅନୁସନ୍ଧାନରେ ମିଲ୍ଖା ସିଂଙ୍କ ମୃତ୍ୟୁ ସହ ଜଡିତ ଖବର ମିଥ୍ୟା ଜଣା ପଡ଼ିଛି। ବର୍ତ୍ତମାନ ଖବର ଲେଖିବା ବେଳକୁ (ଜୁନ୍ 6) ତାଙ୍କୁ ଚଣ୍ଡିଗଡ଼ର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବିଶ୍ୱାସ ନ୍ୟୁଜ୍ (ନୂଆଦିଲ୍ଲୀ)। ମିଲ୍ଖା ସିଂଙ୍କ ମୃତ୍ୟୁ ଖବର ଗୁଜବ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ କୋଭିଡ୍ ଯୋଗୁଁ ମିଲ୍ଖା ସିଂଙ୍କର ମୃତ୍ୟୁ ହୋଇଛି। ଆମର ଅନୁସନ୍ଧାନରୁ ଭାଇରାଲ ପୋଷ୍ଟ ନକଲି ବୋଲି ଜଣାପଡିଛି। ବିଶ୍ୱାସ ନ୍ୟୁଜ୍ ଖବର ପାଇଛି ଯେ କୋଭିଡ୍ କାରଣରୁ ମିଲ୍ଖା ସିଂ ବର୍ତ୍ତମାନ ଚଣ୍ଡିଗଡ଼ର ପିଜିଆଇରେ ଭର୍ତ୍ତି ହୋଇଛନ୍ତି। ଏହି ରିପୋର୍ଟ ଲେଖାଯିବା ବେଳକୁ (ଜୁନ୍ 6) ତାଙ୍କ ଅବସ୍ଥାରେ ଉନ୍ନତି ଦେଖାଯାଇଛି।
କଣ ଭାଇରାଲ୍ ହେଉଛି
ଫେସବୁକ୍ ପେଜ୍ ‘ଅପ୍ନା ପାଗଲଖାନା’ ଜୁନ୍ 6 ରେ ଏକ ପୋଷ୍ଟ କରି ଦାବି କରିଛନ୍ତି: ‘ଉଡନ୍ ଖଟୋଲା ନାମରେ ଜଣାଶୁଣା ପ୍ରସିଦ୍ଧ ଶିଖ୍ ମିଲ୍ଖା ସିଂ କୋଭିଡ୍ ସହ ଯୁଦ୍ଧରେ ହାରିଗଲେ। ବିନମ୍ର ଶ୍ରଦ୍ଧାଞ୍ଜଳି।’
ଫେସବୁକ୍ ପୋଷ୍ଟର ଆର୍କାଇଭ୍ଡ ଭର୍ସନ୍ ଏଠାରେ ଦେଖନ୍ତୁ।
ଅନୁସନ୍ଧାନ
ମିଲ୍ଖା ସିଂଙ୍କ ମୃତ୍ୟୁ ଗୁଜବର ସତ୍ୟ ଜାଣିବା ପାଇଁ ବିଶ୍ୱାସ ନ୍ୟୁଜ୍ ପ୍ରଥମେ ଗୁଗୁଲ୍ ସର୍ଚ୍ଚର ସାହାଯ୍ୟ ନେଇଥିଲା। ସନ୍ଧାନ ସମୟରେ, ଆମକୁ ଅନେକ ୱେବସାଇଟରେ ଚଣ୍ଡିଗଡ଼ର ପିଜିଆଇରେ ସେ ଆଡମିଟ୍ ହୋଇଥିବା ଖବର ମିଳିଥିଲା। ଜୁନ୍ 05 ତାରିଖରେ, ଜାଗରଣ.କମ୍ ରେ ପ୍ରକାଶିତ ଏକ ଖବର ଅନୁଯାୟୀ ପିଜିଆଇ ନିର୍ଦ୍ଦେଶକ ପ୍ରଫେସର ଜଗତରାମ ଏକ ଭିଡିଓ ଜାରି କରି କହିଛନ୍ତି ଯେ ମିଲ୍ଖା ସିଂଙ୍କ ସ୍ୱାସ୍ଥ୍ୟରେ ବହୁତ ଉନ୍ନତି ହୋଇଛି। ସେ କହିଛନ୍ତି ଯେ ତିନିଜଣ ଡାକ୍ତରଙ୍କ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ଉପରେ ଲଗାତାର ନଜର ରଖିଛନ୍ତି ଏବଂ ମିଲ୍ଖା ସିଂଙ୍କ ଅବସ୍ଥା ମଧ୍ୟ ସ୍ଥିର ରହିଛି। ମିଲ୍ଖା ସିଂଙ୍କ ଅକ୍ସିଜେନ୍ ଲେବେଲ୍ ମଧ୍ୟ ବର୍ତ୍ତମାନ ସ୍ଥିର ରହିଛି। ତେବେ ମିଲ୍ଖା ସିଂଙ୍କୁ ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଛି। ଏଠାରେ ସମ୍ପୂର୍ଣ୍ଣ ଖବର ପଢ଼ନ୍ତୁ।
ଆମେ ମିଲ୍ଖା ସିଂଙ୍କ ପୁଅ ଜୀବ୍ ମିଲ୍ଖା ସିଂ ଜୁନ୍ 4 ରେ କରିଥିବା ଏକ ଟୁଇଟ୍ ପାଇଲୁ। ଏଥିରେ ସେ କହିଛନ୍ତି ଯେ ମିଲ୍ଖା ସିଂଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସ୍ଥିର ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ମିଲ୍ଖା ସିଂଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଜାଣିବା ପାଇଁ କଲ୍ କରିଥିଲେ।
ସେହିଭଳି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁଙ୍କର 5 ଜୁନ୍ ରେ କରାଯାଇଥିବା ଗୋଟିଏ ଟୁଇଟ୍ ଆମକୁ ମିଳିଲା। ଏଥିରେ ସେ ମିଲ୍ଖା ସିଂଙ୍କ ମୃତ୍ୟୁକୁ ଅସ୍ୱୀକାର କରାଯାଇଥିଲା।
ଅଧିକ ସୂଚନା ପାଇଁ ବିଶ୍ୱାସ ନ୍ୟୁଜ୍ ଦୈନିକ ଜାଗରଣର କ୍ରୀଡା ସମ୍ପାଦକ ଅଭିଷେକ ତ୍ରିପାଠୀଙ୍କ ସହ ଯୋଗାଯୋଗ କରିଥିଲା। ସେ ଆମ ସହ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମିଲ୍ଖା ସିଂଙ୍କ ଫଟୋ ଏବଂ ଡାକ୍ତରଖାନାର ବିବୃତ୍ତି ସେୟାର କରିଛନ୍ତି। ତ୍ରିପାଠୀଙ୍କ କହିବା ଅନୁଯାୟୀ ମିଲଖା ସିଂ କୋଭିଡ୍ କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଶେଷରେ ଆମେ ମିଥ୍ୟା ଖବର ପ୍ରଚାର କରିଥିବା ପେଜ୍ ଯାଞ୍ଚ କଲୁ। ଆମେ ଜାଣିବାକୁ ପାଇଲୁ ଯେ ଫେସବୁକ୍ ପେଜ୍ ଆପ୍ନା ପାଗଲଖାନାକୁ ଏକ ଲକ୍ଷରୁ ଅଧିକ ଲୋକ ଫଲୋ କରୁଛନ୍ତି। ଏହି ପେଜ୍ 23 ମାର୍ଚ୍ଚ 2014 ରେ କ୍ରିଏଟ୍ କରାଯାଇଥିଲା।
निष्कर्ष: ନିଷ୍କର୍ଷ: ବିଶ୍ୱାସ ନ୍ୟୁଜ୍ର ଅନୁସନ୍ଧାନରେ ମିଲ୍ଖା ସିଂଙ୍କ ମୃତ୍ୟୁ ସହ ଜଡିତ ଖବର ମିଥ୍ୟା ଜଣା ପଡ଼ିଛି। ବର୍ତ୍ତମାନ ଖବର ଲେଖିବା ବେଳକୁ (ଜୁନ୍ 6) ତାଙ୍କୁ ଚଣ୍ଡିଗଡ଼ର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923