X
X

ସତ୍ୟତା ଯାଞ୍ଚ: ତାମିଲନାଡୁରୁ ହିନ୍ଦୀ ଭାଷାଭାଷୀ ପ୍ରବାସୀ ଶ୍ରମିକଙ୍କ ପଳାୟନ ଦାବି କରୁଥିବା ଭାଇରାଲ ଭିଡ଼ିଓଟି ହେଉଛି ପାଲାମୁ ଏକ୍ସପ୍ରେସର

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)  ସୋସିଆଲ ମିଡିଆରେ ଗୁଜବ ପ୍ରଚାରିତ ହେବା ହେତୁ ତାମିଲନାଡୁରୁ ହିନ୍ଦୀ ଭାଷାଭାଷୀ ପ୍ରବାସୀ ଶ୍ରମିକଙ୍କ ରାଜ୍ୟ ଛାଡିବାର ଏକ ଭାଇରାଲ୍ ଭିଡିଓ ସେୟାର କରାଯାଉଛି ।ଏହି ଭିଡ଼ିଓରେ ଲୋକମାନେ ଟ୍ରେନର ସାଧାରଣ ବଗିରେ ଝୁଲି ରହି ଯାତ୍ରା କରୁଥିବାର ଦେଖିବାକୁ ମିଳିଛି |  ଏହା ତାମିଲନାଡୁରୁ ବିହାରକୁ ଆସୁଥିବା ଏକ ଟ୍ରେନର ଦୃଶ୍ୟ ବୋଲି ଦାବି କରାଯାଉଛି।

ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ,ଏହି ଭିଡିଓଟି ଅନ୍ୟ ଭିଡିଓ ପରି ନକଲି ସାବ୍ୟସ୍ତ ହୋଇଛି ଯାହା ତାମିଲନାଡୁରୁ ପ୍ରବାସୀ ଶ୍ରମିକଙ୍କ ପଳାୟନ ସହିତ କୌଣସି ସମ୍ପର୍କ ନାହିଁ ଏବଂ ଏହି ଭିଡ଼ିଓ କାରଣରୁ ଗୁଜବ ବ୍ୟାପିଥିଲା ଏବଂ ପ୍ରବାସୀ ଶ୍ରମିକଙ୍କ ରାଜ୍ୟ ଛାଡିବା ଆରମ୍ଭ ହୋଇଥିଲା।

ଭାଇରାଲ୍  ହେଉଛି?

ସୋସିଆଲ ମିଡିଆ ୟୁଜର ‘Dynamo Zams Gaming’ଏହି ଭିଡିଓ (ଆର୍କାଇଭ୍ ଲିଙ୍କ)କୁ ସେୟାର କରିଛି ଏବଂ ଏଥିରେ ଦାବି କରିଛି ଯେ ଏହା ତାମିଲନାଡୁରୁ ବିହାରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କର ଅଟେ।

ସମାନ ଏବଂ ମେଳ ଖଉଥିବା ଦାବି ସହିତ ଅନେକ ୟୁଜର ଏହି ଭିଡିଓଟିକୁ ସେୟାର କରିଛନ୍ତି |

ଅନୁସନ୍ଧାନ

ଭାଇରାଲ ଭିଡିଓରେ ଟ୍ରେନର ସାଧାରଣ ବଗିରେ ଏକ ବିରାଟ ଭିଡ଼ ଦେଖିବାକୁ ମିଳି ପାରିବ, ଯେଉଁମାନେ ନିଜ ଜୀବନକୁ ବିପଦରେ ପକାଇ ଯାତ୍ରା କରୁଛନ୍ତି। ଇନଭିଡ୍ ଟୁଲ୍ ସାହାଯ୍ୟରେ ମିଳିଥିବା ଗୋଟିଏ ଫ୍ରେମ୍ ମଧ୍ୟରୁ ଟ୍ରେନର ବଗି ଦେଖା ଯାଇଥିଲା, ଯେଉଁଥିରେ ଟ୍ରେନର ନାମ ‘ପାଲାମୁ ଏକ୍ସପ୍ରେସ’ ଲେଖାଯାଇଥିଲା |

ଭାରତୀୟ ରେଳବାଇର ଅଫିସିଆଲ୍ ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ ଏହି ଟ୍ରେନ୍ ଝାଡଖଣ୍ଡର ବରକାକନା ଜଙ୍କସନ ଏବଂ ବିହାରର ରାଜଧାନୀ ପାଟନା ମଧ୍ୟରେ ଚାଲିଥାଏ।

ଆମର ସହକର୍ମୀ ଦୈନିକ ଜାଗରଣର ପାଲାମୁ ବ୍ୟୁରୋ ମୁଖ୍ୟ ମୃତ୍ୟୁଞ୍ଜୟ ପାଠକ ନିଶ୍ଚିତ କରିଛନ୍ତି ଯେ ପାଲାମୁ ଏକ୍ସପ୍ରେସ ବିହାରରୁ ତାମିଲନାଡୁ ପର୍ଯ୍ୟନ୍ତ ଚାଲି ନଥାଏ, ବରଂ ଝାଡଖଣ୍ଡ ଏବଂ ପାଟନା ମଧ୍ୟରେ ଚାଲିଥାଏ।

ଆମର ଅନୁସନ୍ଧାନରୁ ଏହା ସ୍ପଷ୍ଟ ହୋଇଛି ଯେ ଭାଇରାଲ ଭିଡିଓରେ ଦେଖାଯାଇଥିବା ଟ୍ରେନ ତାମିଲନାଡୁରୁ ବିହାରକୁ ଫେରୁଥିବା ଶ୍ରମିକଙ୍କ ନୁହେଁ, ବରଂ ଝାଡଖଣ୍ଡରୁ ପାଟନା ମଧ୍ୟରେ ଚାଲୁଥିବା ଟ୍ରେନର ଅଟେ,ଯାହାକୁ ତାମିଲନାଡୁର ପ୍ରବାସୀ ଶ୍ରମିକଙ୍କ ପଳାୟନ ସହ ଯୋଡ଼ି ମିଥ୍ୟା ଦାବି ସହ ଭାଇରାଲ କରାଯାଉଛି। 

ଉଲ୍ଲେଖନୀୟ ବିଷୟ ହେଉଛି, ତାମିଲନାଡୁରେ ଉତ୍ତର ଭାରତୀୟ ପ୍ରବାସୀ ଶ୍ରମିକଙ୍କ ଉପରେ ଆକ୍ରମଣ ଦାବିରେ ନକଲି ତଥା ବିଭ୍ରାନ୍ତିକର ଦାବି ସହ ଅସମ୍ବନ୍ଧିତ ଭିଡିଓ ଏବଂ ଫଟୋଗ୍ରାଫ୍ ସୋସିଆଲ ମିଡିଆରେ ସେୟାର କରାଯାଉଛି, ଯାହା ଫଳରେ ତାମିଲନାଡୁରୁ ପ୍ରବାସୀ ଶ୍ରମିକଙ୍କ ରାଜ୍ୟ ଛାଡିବା ଆରମ୍ଭ ହୋଇଛି। ଏହିପରି ଭିଡିଓ ଏବଂ ଫଟୋଗ୍ରାଫ ବିସ୍ତାର କରୁଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି।

ଏହି ମାମଲାରେ ବିହାର ପୋଲିସ ମିଥ୍ୟା ଏବଂ ବିଭ୍ରାନ୍ତିକର ଦାବି ସହିତ ଗୁଜବ ଏବଂ ହିଂସା ବିସ୍ତାର କରୁଥିବା ଭିଡିଓର ଯାଞ୍ଚ କରି ଆଇପିସିର ବିଭିନ୍ନ ବିଭାଗ ଅଧୀନରେ ଚାରି ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ଏବଂ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।

ଏଥି ମଧ୍ୟରେ ତାମିଲନାଡୁକୁ ଅନୁସନ୍ଧାନ କରିବାକୁ ଯାଇଥିବା ଦଳ ବିହାରକୁ ଫେରି ସରକାରଙ୍କୁ ରିପୋର୍ଟ ଦାଖଲ କରିଛି।  ନ୍ୟୁଜ୍

ରିପୋର୍ଟ ଅନୁଯାୟୀ, ଦଳ ଏହାର ରିପୋର୍ଟରେ ଦର୍ଶାଇଛି ଯେ ସୋସିଆଲ ମିଡିଆରେ ପ୍ରସାରିତ ସାତୋଟି ଭିଡିଓ ସହିତ ସମ୍ବାଦ ଏବଂ ବାର୍ତ୍ତା ବିହାରରୁ ଆସିଥିବା ପ୍ରବାସୀ ଶ୍ରମିକଙ୍କ ମୋବାଇଲରେ ମିଳିଥିଲା, ସେଗୁଡିକ ଭ୍ରମାତ୍ମକ ବୋଲି ଜଣାପଡିଛି।

ତାମିଲନାଡୁ ପୋଲିସ ମଧ୍ୟ ଏହି ଘଟଣାରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ଯେଉଁମାନେ ନକଲି ଭିଡିଓ ,ଫଟୋ ଏବଂ ଭ୍ରମାତ୍ମକ ଦାବି ସେୟାର କରୁଛନ୍ତି ସେହିଭଳି ଲୋକଙ୍କୁ ଚିହ୍ନଟ କରି ଗିରଫ କରୁଛି।

ନିକଟରେ ଦକ୍ଷିଣ ଭାରତରେ ହିନ୍ଦୀ ଭାଷାଭାଷୀ ପ୍ରବାସୀ ଶ୍ରମିକଙ୍କ ସହ ଟ୍ରେନରେ ଆକ୍ରମଣର ଏକ ଭିଡିଓ ସାମ୍ନାକୁ ଆସିଥିଲା ​​ଏବଂ ପୋଲିସ ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ, ତାମିଲନାଡୁରେ ହିନ୍ଦୀ ଭାଷାଭାଷୀ ଶ୍ରମିକଙ୍କ ପ୍ରତି ହେଉଥିବା ହିଂସାକୁ ନେଇ ଭ୍ରମାତ୍ମକ ତଥା ମିଥ୍ୟା ଦାବି ସହ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଫଟୋଗ୍ରାଫ୍ ସେୟାର କରାଯାଇଥିଲା, ଯାହାଦ୍ଵାରା ଅନେକ ପ୍ରବାସୀ ଶ୍ରମିକ ରାଜ୍ୟ ଛାଡିବା ଆରମ୍ଭ କରିଦେଇଥିଲେ। ଏହା ସହିତ ଜଡିତ ଫ୍ୟାକ୍ଟ ଚେକ୍ ରିପୋର୍ଟଗୁଡିକ ବିଶ୍ୱାସ ନ୍ୟୁଜ୍ ୱେବସାଇଟ୍ ଏବଂ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଦେଖି ହେବ ଏବଂ ପଢ଼ି ହେବ |

ଭ୍ରମାତ୍ମକ ଦାବି ସହିତ ଭାଇରାଲ୍ ଭିଡିଓ ସେୟାର କରିଥିବା ୟୁଜରଙ୍କୁ ଫେସବୁକରେ 150 ରୁ ଅଧିକ ଲୋକ ଅନୁସରଣ କରନ୍ତି।

ସିଦ୍ଧାନ୍ତ: ତାମିଲନାଡୁରୁ ହିନ୍ଦୀ ଭାଷାଭାଷୀ ପ୍ରବାସୀ ଶ୍ରମିକଙ୍କ ରାଜ୍ୟ ଛାଡ଼ିବା ଦାବି କରୁଥିବା ଭାଇରାଲ ଭିଡିଓଟି ହେଉଛି ପାଲାମୁ ଏକ୍ସପ୍ରେସ ର ,ଏହି ଟ୍ରେନ୍ ଝାଡଖଣ୍ଡର ବରକାକନା ଜଙ୍କସନ ଏବଂ ବିହାରର ରାଜଧାନୀ ପାଟନା ମଧ୍ୟରେ ଚାଲିଥାଏ। ଏହି ଭିଡିଓକୁ ତାମିଲନାଡୁ ସହିତ ଯୋଡି ମିଥ୍ୟା ଦାବି ସହିତ ସେୟାର କରାଯାଉଛି |

  • Claim Review : ତାମିଲନାଡୁରୁ ପ୍ରବାସୀ ଶ୍ରମିକଙ୍କ ବିହାରକୁ ଫେରିବାର ଭିଡିଓ।
  • Claimed By : FB user - Dynamo Zams Gaming
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later