X
X

ଫ୍ୟାକ୍ଟ ଚେକ୍: ଫେସବୁକ୍ ଆପଣଙ୍କର ନ୍ୟୁଜ୍ ଫିଡ୍ କୁ 25 ଜଣ ବନ୍ଧୁଙ୍କ ମଧ୍ୟରେ ସୀମିତ କରୁନାହିଁ, ଭାଇରାଲ୍ ମେସେଜ୍ ପୁରୁଣା ଏବଂ ମିଥ୍ୟା

ନିଷ୍କର୍ଷ: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମେସେଜ୍ ସଂପୂର୍ଣ୍ଣ କାଳ୍ପନିକ ଏବଂ ମିଥ୍ୟା ଯେ ଫେସବୁକର ଆଲଗୋରିଦମ ଆପଣଙ୍କ ନ୍ୟୁଜ୍ ଫିଡକୁ 26 ଜଣ ବନ୍ଧୁଙ୍କ ପୋଷ୍ଟରେ ସୀମିତ କରୁଛି।

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍) ଫେସବୁକରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଥିବା ଏକ ପୋଷ୍ଟରେ ଦାବି କରାଯାଉଛି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ବ୍ୟବହାରକାରୀଙ୍କ ନ୍ୟୁଜ ଫିଡକୁ ସୀମିତ କରୁଛି। ଦାବି କରାଯାଇଛି ଯେ ଯଦି ଜଣେ ବ୍ୟବହାରକାରୀ ଭାଇରାଲ ପୋଷ୍ଟରେ ଲିଖିତ ବିଷୟବସ୍ତୁକୁ କପି କରି ନିଜ ଟାଇମଲାଇନରେ ପୋଷ୍ଟ କରନ୍ତି, ତେବେ ସେ ଫେସବୁକର ଆଲଗୋରିଦମ ବଦଳାଇ ପାରିବେ ଏବଂ ତା’ପରେ ସେ ପୁରୁଣା 26 ବନ୍ଧୁଙ୍କ ବଦଳରେ ନୂଆ ଲୋକଙ୍କ ପୋଷ୍ଟ ଦେଖି ପାରିବେ। ଏହି ପ୍ରକ୍ରିୟା ପରେ, ଜଣେ ବ୍ୟବହାରକାରୀ ’26 ବନ୍ଧୁ’ଙ୍କ ପୋଷ୍ଟ ଦେଖିପାରିବେ ନାହିଁ, ଯାହାକୁ ସେ ଆଗରୁ ଦେଖିପାରୁଥିଲେ।

ଏହି ମେସେଜକୁ ଫେସବୁକରେ ଅନେକ ବ୍ୟବହାରକାରୀ ସମାନ ଏବଂ ଏକା ଭଳି ଦାବି ସହିତ ସେୟାର୍ କରିଛନ୍ତି। ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜଣାପଡ଼ିଛି। ତେବେ ସୋସିଆଲ ମିଡିଆରେ ଏହି ମେସେଜ୍ ଭାଇରାଲ ହେବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏହି ମେସେଜ୍ ସୋସିଆଲ ମିଡିଆରେ ସମାନ ଦାବି ସହିତ ଭାଇରାଲ ହୋଇ ସାରିଛି।

ଭାଇରାଲ୍ ପୋଷ୍ଟରେ କଣ ଅଛି?

ଫେସବୁକ୍ ବ୍ୟବହାରକାରୀ ‘ଅମିତାଭ ଶ୍ରୀବାସ୍ତବ’ ଭାଇରାଲ୍ ପୋଷ୍ଟ (ଆର୍କାଇଭ୍ଡ ଲିଙ୍କ୍) ସେୟାର କରି ଲେଖିଛନ୍ତି, I was wondering where everyone went! Thanks for the tip to circumvent Facebook… Works!! I have a whole new profile. I see posts from people I didn’t see anymore. Facebook’s new algorithm picks the same people – around 25-who will see your posts. Hold your finger anywhere in this post and click ” copy “. Go to your page where it says ” what’s on your mind”. Tap your finger anywhere in the empty field. Click paste. This is going to circumvent the system. Hello new and old friends! Drop a single hello, thanks! PLEASE SAY HELLO IF YOU SEE THIS..Hello”

ସୋସିଆଲ୍ ମିଡିଆରେ ଭୁଲ୍ ଦାବି ସହ ଭାଇରାଲ୍ ହେଉଥିବା ପୋଷ୍ଟ

ଓଡ଼ିଆରେ ଏହାକୁ ଏଭଳି ଭାବରେ ପଢ଼ାଯାଇପାରିବ, “ମୁଁ ଭାବୁଥିଲି ସମସ୍ତେ କେଉଁଆଡେ ଗଲେ! ଫେସବୁକକୁ ସାର୍କୁମଭେଣ୍ଟ କରିବାକୁ ଏହି ଟିପ୍ସ ପାଇଁ ଧନ୍ୟବାଦ… କାମ କରୁଛି !! ମୋର ପ୍ରୋଫାଇଲ୍ ପୂରା ନୂଆ ହୋଇ ଯାଇଛି। ମୁଁ ଆଗରୁ ଦେଖୁନଥିବା ଲୋକଙ୍କ ପୋଷ୍ଟ ଏବେ ଦେଖିପାରୁଛି। ଫେସବୁକର ନୂତନ ଆଲଗୋରିଦମ ସମାନ ଲୋକଙ୍କୁ ଚୟନ କରୁଛି – ପ୍ରାୟ 25 ଜଣ-ଯିଏ ଆପଣଙ୍କର ପୋଷ୍ଟ ଦେଖିବେ। ଏହି ପୋଷ୍ଟର ଯେକୌଣସି ସ୍ଥାନରେ ଆଙ୍ଗୁଠି ଧରି “କପି” କ୍ଲିକ୍ କରନ୍ତୁ। ଆପଣଙ୍କର ପୃଷ୍ଠାକୁ ଯାଆନ୍ତୁ ଯେଉଁଠାରେ “ଆପଣଙ୍କ ମନରେ କ’ଣ ଅଛି” ଲେଖିବାକୁ କୁହାଯାଇଛି। ଖାଲି ସ୍ଥାନର ଯେକୌଣସି ସ୍ଥାନରେ ଆଙ୍ଗୁଠି ଟ୍ୟାପ୍ କରନ୍ତୁ। ପେଷ୍ଟ କ୍ଲିକ୍ କରନ୍ତୁ। ଏହା ସିଷ୍ଟମକୁ ସାର୍କୁମଭେଣ୍ଟ କରିବ। ନମସ୍କାର ନୂତନ ଏବଂ ପୁରୁଣା ବନ୍ଧୁଗଣ! ଗୋଟିଏ ଥର ହେଲୋ ଲେଖି ଦିଅନ୍ତୁ। ଧନ୍ୟବାଦ! ଦୟାକରି ହେଲୋ କୁହନ୍ତୁ ଯଦି ଆପଣ ଏହା ଦେଖୁଛନ୍ତି .. ହେଲୋ ”

ଅନୁସନ୍ଧାନ

ଭାଇରାଲ ହେଉଥିବା ବିଷୟବସ୍ତୁକୁ ଖୋଜିବା ଉପରେ, ଆମେ ଜାଣିବାକୁ ପାଇଲୁ ଯେ ଫେସବୁକରେ ଅନେକ ବ୍ୟବହାରକାରୀ ଏହାକୁ ସତ୍ୟ ବୋଲି ବିଶ୍ୱାସ କରି ନିଜ ପ୍ରୋଫାଇଲରୁ ସେୟାର କରିଛନ୍ତି। ସନ୍ଧାନରେ, ଆମେ ଏହା ମଧ୍ୟ ଜାଣିଲୁ ଯେ ଏହି ପୋଷ୍ଟ ପ୍ରଥମ ଥର ନୁହେଁ କିନ୍ତୁ ସମାନ ଦାବି ସହିତ ଫେସବୁକରେ ଆଗରୁ ମଧ୍ୟ ଭାଇରାଲ ହୋଇଛି ଏବଂ ସେତେବେଳେ ଫେସବୁକ ତରଫରୁ ଏହାକୁ ଅସ୍ୱୀକାର କରି ଏକ ସ୍ପଷ୍ଟୀକରଣ ଜାରି କରାଯାଇଥିଲା।

6 ଫେବୃଆରୀ 2019 ରେ ଫେସବୁକ୍ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ‘କପି ଏବଂ ପେଷ୍ଟ ଦାବି ସହିତ ଭାଇରାଲ ହେଉଥିବା ଏହି ମେସେଜ୍ ଇଣ୍ଟରନେଟ୍ ଯେତିକି ପୁରୁଣା ସେତିକି ପୁରୁଣା ଅଟେ। ଏହା 2017 ରେ ମଧ୍ୟ ଭାଇରାଲ ହୋଇଥିଲା ଏବଂ ସମୟ ସମୟରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୁଏ।

ବିବୃତ୍ତି ଅନୁଯାୟୀ, ‘ମିମ୍’ରେ ଫେସବୁକର ‘ନୂତନ ଆଲଗୋରିଦମ’ର ଦାବି କରାଯାଇଛି, ଯାହା ଆପଣଙ୍କର ନ୍ୟୁଜ୍ ଫିଡ୍‌କୁ 25 କିମ୍ବା 26 ଜଣ ଦେଖିବା ମଧ୍ୟରେ ସୀମିତ କରେ। ଉପଭୋକ୍ତାମାନଙ୍କୁ ଏହି ପୋଷ୍ଟରେ ବ୍ୟବହାରକାରୀଙ୍କୁ କମେଣ୍ଟ କରିବାକୁ କୁହାଯାଉଛି, ଯାହାଫଳରେ ସେମାନେ ଫେସବୁକର ଆଲଗୋରିଦମକୁ ଭାଙ୍ଗି ବାହାରି ପାରିବେ।

ବିବୃତ୍ତି ଅନୁଯାୟୀ, ‘ଫେସବୁକ୍ ଆପଣଙ୍କ ନ୍ୟୁଜ୍ ଫିଡ୍ରେ ଲୋକମାନେ ଦେଖିପାରୁଥିବା ପୋଷ୍ଟ ସଂଖ୍ୟାକୁ ସୀମିତ କରେ ନାହିଁ।’ ପ୍ରଡକ୍ଟ ମ୍ୟାନେଜର ରମ୍ୟା ସେତୁରମଣଙ୍କ କହିବାନୁସାରେ, “ଫେସବୁକରେ ଆପଣଙ୍କର ପୋଷ୍ଟ କେବଳ ସୀମିତ ସଂଖ୍ୟକ ବନ୍ଧୁମାନଙ୍କ ପାଇଁ ଦୃଶ୍ୟମାନ ହେଉଛି କହିବା ସଂପୂର୍ଣ୍ଣ କାଳ୍ପନିକ ଅଟେ। ନ୍ୟୁଜ୍ ଫିଡର ଲକ୍ଷ୍ୟ ହେଉଛି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟଗୁଡିକ ଦେଖାଇବା ଯାହା ଦ୍ୱାରା ଆପଣଙ୍କର ଅଭିଜ୍ଞତା ଆରାମଦାୟକ ହେବ।’

ଆପଣଙ୍କର ନ୍ୟୁଜ୍ ଫିଡରେ ଦେଖାଯାଉଥିବା ବିଷୟବସ୍ତୁ ଏବଂ ଏହାର ରାଙ୍କିଙ୍ଗ୍ ବିଷୟରେ ଅଧିକ ସ୍ପଷ୍ଟତା ପାଇଁ, ଆପଣ ଏହି ଫେସବୁକ୍ ଭିଡିଓ ଦେଖିବା ଉଚିତ।

ଅର୍ଥାତ୍, ଫେସବୁକର ଆଲଗୋରିଦମ କେବଳ ସୀମିତ ସଂଖ୍ୟକ ଲୋକଙ୍କୁ ଏକ ୟୁଜର୍ ନ୍ୟୁଜ୍ ଫିଡ୍ ଦେଖିବା ପାଇଁ ଅନୁମତି ଦେଇଥାଏ ଏବଂ ଏହି ଆଲଗୋରିଦମ୍‌ କୌଣସି ମେସେଜ୍‌କୁ କପି ପେଷ୍ଟ କରି ବଦଳା ଯାଇପାରିବ କହିବା ସଂପୂର୍ଣ୍ଣ କାଳ୍ପନିକ ଅଟେ ।

निष्कर्ष: ନିଷ୍କର୍ଷ: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମେସେଜ୍ ସଂପୂର୍ଣ୍ଣ କାଳ୍ପନିକ ଏବଂ ମିଥ୍ୟା ଯେ ଫେସବୁକର ଆଲଗୋରିଦମ ଆପଣଙ୍କ ନ୍ୟୁଜ୍ ଫିଡକୁ 26 ଜଣ ବନ୍ଧୁଙ୍କ ପୋଷ୍ଟରେ ସୀମିତ କରୁଛି।

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later