X
X

Fact Check: ତୋବା ତୋବା ଗୀତରେ ନାଚୁଥିବା ଏହି ବ୍ୟକ୍ତି ମୁଥିଆ ମୁରଲୀଧରନ ନୁହଁନ୍ତି

ବିଶ୍ୱାସ ନ୍ୟୁଜ ଅନୁସନ୍ଧାନରୁ ଜଣାପଡିଛି ଯେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଦାବି ମିଥ୍ୟା ଅଟେ। ଭିଡିଓରେ ନାଚୁଥିବା ବ୍ୟକ୍ତି ହେଉଛନ୍ତି କୋରିଓଗ୍ରାଫର କିରଣ ଜେ, ମୁଥିଆ ମୁରଲୀଧରନ ନୁହଁନ୍ତି |

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ) ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ଭିକି କୌଶାଲଙ୍କ ଫିଲ୍ମ ‘ ବ୍ୟାଡ଼ ନ୍ୟୁଜ ‘ର ” ତୋବା ତୋବା ” ଗୀତରେ ନାଚୁଛନ୍ତି। ଏହି ପୋଷ୍ଟରେ ଦାବି କରାଯାଇଛି ଯେ ଏହି ବ୍ୟକ୍ତି ଶ୍ରୀଲଙ୍କା କ୍ରିକେଟ୍ ଦଳର ପୂର୍ବତନ ଅଫ୍ ସ୍ପିନର ମୁଥିଆ ମୁରଲୀଧରନ । 

ବିଶ୍ୱାସ ନ୍ୟୁଜ ଅନୁସନ୍ଧାନରୁ ଜଣାପଡିଛି ଯେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଦାବି ମିଥ୍ୟା ଅଟେ। ଭିଡିଓରେ ନାଚୁଥିବା ବ୍ୟକ୍ତି ହେଉଛନ୍ତି କୋରିଓଗ୍ରାଫର କିରଣ ଜେ, ମୁଥିଆ ମୁରଲୀଧରନ ନୁହଁନ୍ତି |

ଭାଇରାଲ୍ ପୋଷ୍ଟରେ ଅଛି?

ଫେସବୁକ ବ୍ୟବହାରକାରୀ ‘ଦେବ କୁମାର ଝା’ (ଆର୍କାଇଭ ଲିଙ୍କ) ଜୁଲାଇ 31 ରେ ଏହି ଭିଡିଓ ପୋଷ୍ଟ କରି ଲେଖିଛନ୍ତି, “ବିଶ୍ୱାସ କରିବା କଷ୍ଟକର ଯେ ଏ ହେଉଛନ୍ତି ଶ୍ରୀଲଙ୍କାର ମୁଥିଆ ମୁରଲୀଧରନ, ଯିଏ ବ୍ୟାଟ୍ସମ୍ୟାନ ମାନଙ୍କୁ ତାଙ୍କ ସ୍ପିନ୍ ଦ୍ୱାରା ନଚାଉ ଥିଲେ, ସେ ବର୍ତ୍ତମାନ ନାଚୁଛନ୍ତି। ନିଜେ ଏବଂ ନାଚ ମଧ୍ୟ ଆଶ୍ଚର୍ଯ୍ୟଜନକ ଅଟେ। ”

ଅନୁସନ୍ଧାନ

ଭାଇରାଲ୍ ଦାବି ଅନୁସନ୍ଧାନ କରିବାକୁ ଯାଇ, ଆମେ ପ୍ରଥମେ ଗୁଗୁଲର ରିଭର୍ସ ଇମେଜରେ ଭିଡିଓର ସ୍କ୍ରିନସଟ ଖୋଜିଲୁ | ଜୁଲାଇ 22, 2022 ରେ କିରଣ ଜେ ନାମକ ଜଣେ କୋରିଓଗ୍ରାଫର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ଅପଲୋଡ୍ ହୋଇଥିବା ଆମେ ପାଇଲୁ | ଏହା ସହିତ ଲେଖାଯାଇଥିଲା (ଏହି ଅନୁଭୂତିକୁ ଭୁଲି ହେଉନାହିଁ ଏହି ସ୍ମରଣୀୟ ଦିନ ପାଇଁ ବାଙ୍ଗାଲୋର @ dance.inn.bangalore କୁ ବହୁତ ବହୁତ ଧନ୍ୟବାଦ। ଅନେକ ଅନେକ ଭଲପାଇବା @ team.kiranj @ manasa.jk__ @ laharsharma_29)’’

ଜୁଲାଇ 25 ରେ କିରଣ ଜେ ଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଏହି ଭିଡିଓକୁ ମଧ୍ୟ ପାଇଲୁ |

ସେହି ସମାନ ବାଙ୍ଗାଲୋର କର୍ମଶାଳାରୁ କିରଣଙ୍କ ଆଉ ଏକ ଭିଡିଓ ଆମେ ତାଙ୍କ ଫେସବୁକ୍ ଆକାଉଣ୍ଟରେ ଅପଲୋଡ୍ ହୋଇଥିବା ପାଇଲୁ | 

କୀ ୱାର୍ଡ ସହିତ ସନ୍ଧାନ କରିବା ପରେ, ଆମେ ଜାଣିବାକୁ ପାଇଲୁ ଯେ କିରଣ ଜୋପଲ ଜଣେ ଜଣାଶୁଣା କୋରିଓଗ୍ରାଫର ଏବଂ ତାଙ୍କର 4 ବର୍ଷର ଟେଡ଼ଏକ୍ସ ଟାକ୍ସର ଭିଡିଓ ମଧ୍ୟ ପାଇଲୁ, ଯେଉଁଥିରେ ସେ ତାଙ୍କ ଜୀବନ ଯାତ୍ରା ବିଷୟରେ ଆଲୋଚନା କରିଛନ୍ତି |

ଅଧିକ ନିଶ୍ଚିତକରଣ ପାଇଁ ଆମେ କିରଣ ଜୋପଲଙ୍କ ସହ ଯୋଗାଯୋଗ କଲୁ | କିରଣ ନିଶ୍ଚିତ କରିଛନ୍ତି ଯେ ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ହେଉଛନ୍ତି ସେ ନିଜେ ଏବଂ ଭିଡିଓଟି ତାଙ୍କ ବାଙ୍ଗାଲୋର କର୍ମଶାଳାରୁ ଆସିଛି।

ଶେଷରେ, ଆମେ ଫେସବୁକ୍ ବ୍ୟବହାରକାରୀଙ୍କ ପ୍ରୋଫାଇଲ୍ ସ୍କାନ୍ କରିଥିଲୁ ଯିଏ ଭାଇରାଲ୍ ଭିଡିଓ କ୍ଲିପ୍ ସେୟାର କରିଥିଲେ | ପ୍ରାୟ 7 ହଜାର ଲୋକ ୟୁଜରଙ୍କୁ ଅନୁସରଣ କରନ୍ତି | ପ୍ରୋଫାଇଲରେ ଉପଲବ୍ଧ ସୂଚନା ଅନୁଯାୟୀ, ୟୁଜର ପାଟଣାର ବାସିନ୍ଦା |

ସିଦ୍ଧାନ୍ତ: ବିଶ୍ୱାସ ନ୍ୟୁଜର ଅନୁସନ୍ଧାନରୁ ଜଣାପଡିଛି ଯେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଦାବି ମିଥ୍ୟା ଅଟେ । ଭିଡିଓରେ ନାଚୁଥିବା ବ୍ୟକ୍ତି ହେଉଛନ୍ତି କୋରିଓଗ୍ରାଫର କିରଣ ଜେ, ମୁଥିଆ ମୁରଲୀଧରନ ନୁହଁନ୍ତି |  

  • Claim Review : 'ତୋବା ତୋବା ' ଗୀତରେ ନାଚୁଥିବା ଏହି ବ୍ୟକ୍ତି ହେଉଛନ୍ତି ମୁଥିଆ ମୁରଲୀଧରନ
  • Claimed By : Facebook User
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later