Fact Check: ଗୀତ ଗାଉଥିବା ଦୁଇ ଜଣ ଗାୟକଙ୍କ ଭିଡିଓକୁ ଭୁଲ୍ ଦାବି ସହିତ ମଣିପୁର ସହିତ ଯୋଡ଼ି ସେୟାର୍ କାରଯାଉଛି

ବିଶ୍ୱାସ ନ୍ୟୁଜ୍(ନୂଆଦିଲ୍ଲୀ)। ମଣିପୁରରେ ସୃଷ୍ଟି ହୋଇଥିବା ଜାତିଗତ ହିଂସା ମଧ୍ୟରେ ପୁଅ ଓ ଝିଅର ଏକ ଗୀତ ଗାଇବାର ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଦୁହେଁ ମଣିପୁରର ଗାୟକ ବୋଲି ଦାବି କରି ଭିଡିଓ ସେୟାର କରାଯାଉଛି। ସେମାନଙ୍କ ମଧ୍ୟରୁ ଜଣେ ହେଉଛି କୁକି ଏବଂ ଅନ୍ୟ ଜଣେ ମେଟେଇ ସମ୍ପ୍ରଦାୟର।

ଅନୁସନ୍ଧାନରେ ବିଶ୍ୱାସ ନ୍ୟୁଜ୍ ଜାଣିବାକୁ ପାଇଲା ଯେ ଭାଇରାଲ୍ ଦାବି ମିଥ୍ୟା ଅଟେ। ମଣିପୁର ସହିତ ଉଭୟ ଗାୟକଙ୍କର କୌଣସି ସମ୍ପର୍କ ନାହିଁ। ଭିଡିଓରେ ଦେଖାଯାଇଥିବା ଗାୟକମାନେ ହେଉଛନ୍ତି ଉତ୍ତରାଖଣ୍ଡର ବାସିନ୍ଦା। ଗାୟିକାଙ୍କ ନାମ ସକିନା ମୁଖିୟା ଏବଂ ସେ ତାଙ୍କ ପିତା ବିକାଶ ମୁଖିୟାଙ୍କ ସହ ଏହି ଗୀତ ଗାଉଛନ୍ତି।

କ’ଣ ଭାଇରାଲ୍ ହେଉଛି?

ଅଗଷ୍ଟ 7, 2023 ରେ ଭାଇରାଲ ଭିଡିଓ ସେୟାର କରି ଫେସବୁକ ବ୍ୟବହାରକାରୀ ଆନନ୍ଦ କୁମାର କ୍ୟାପସନ୍‌ରେ ଲେଖିଛନ୍ତି, “କେତେ ସୁନ୍ଦର ଏବଂ ସୁମଧୁର, ଆମେ ପ୍ରଥମେ ମଣିଷ। ବାକି ସବୁ କାଳ୍ପନିକ।  ଏମାନଙ୍କ ମଧ୍ୟରୁ ଜଣେ ମଣିପୁରର କୁକି ଏବଂ ଅନ୍ୟ ଜଣେ ମେଟେଇ। ତାହା ହିଁ ହେଉଛି ବିବିଧତା ଏବଂ ପ୍ରେମର ସୌନ୍ଦର୍ଯ୍ୟ। “

ପୋଷ୍ଟର ଆର୍କାଇଭ୍ ଲିଙ୍କ୍ ଏଠାରେ ଦେଖନ୍ତୁ।

ଅନୁସନ୍ଧାନ

ପୋଷ୍ଟର ସତ୍ୟତା ଜାଣିବା ପାଇଁ, ଆମେ ଗୁଗୁଲ୍‌ରେ ସମ୍ୱନ୍ଧିତ କୀ ଶବ୍ଦ ସାହାଯ୍ୟରେ ଖୋଜିବା ଆରମ୍ଭ କଲୁ। ମାର୍ଚ୍ଚ 25, 2023ରେ ସକିନା ମୁଖିଆ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଏହି ଭିଡିଓକୁ ଆମେ ପାଇଲୁ। ଉପଲବ୍ଧ ସୂଚନା ଅନୁଯାୟୀ, ଗାୟିକା ତାଙ୍କ ପିତାଙ୍କ ସହ ଗୀତ ଗାଉଛନ୍ତି।

ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଖୋଜିବା ପରେ ଆମେ ଗାୟକ ସକିନା ମୁଖିୟାଙ୍କ ଅଫିସିଆଲ୍ ଫେସବୁକ୍ ଆକାଉଣ୍ଟ୍ ପାଇଲୁ। ଅଗଷ୍ଟ 7, 2023 ରେ, ଗାୟକ ତାଙ୍କ ଆକାଉଣ୍ଟରେ ଭାଇରାଲ୍ ଭିଡିଓର ସ୍କ୍ରିନ୍‌ସଟ୍ ସେୟାର କରି ଲେଖିଥିଲେ, “ଏହି ଭିଡିଓ ମୋର ଏବଂ ମୋ ପିତା ବିକାଶ ମୁଖିୟାଙ୍କର। ଆମେ ମଣିପୁରର ବାସିନ୍ଦା ନୁହଁ, ବରଂ ଉତ୍ତରାଖଣ୍ଡର। ମଣିପୁର ସହିତ ଆମର କୌଣସି ସମ୍ପର୍କ ନାହିଁ। “

ଅଧିକ ସୂଚନା ପାଇଁ ଆମେ ବିକାଶ ମୁଖିଆଙ୍କ ସହିତ ଯୋଗାଯୋଗ କଲୁ। ସେ ଆମକୁ କହିଲେ, “ଭାଇରାଲ୍ ଦାବି ମିଥ୍ୟା ଅଟେ। ମୁଁ ଉତ୍ତରପ୍ରଦେଶର, ମୋର ନାଁ ବିକାଶ ମୁଖିୟା ଏବଂ ମୋ ସହିତ ଦେଖାଯାଉଥିବା ଝିଅ ହେଉଛି ମୋର ଝିଅ ସକିନା ମୁଖିୟା। ଆମେ ଏମିତି ଗୀତ ଗାଇବାର ଭିଡିଓ ପ୍ରସ୍ତୁତ କରି ଆମର ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ କରୁଛୁ। ଭୁଲ୍ ଦାବି କରି ଲୋକମାନେ ଆମର ଭିଡିଓ ସେୟାର କରୁଛନ୍ତି। “

ଶେଷରେ ଆମେ ଭିଡିଓକୁ ଭୁଲ୍ ଦାବି ସହିତ ସେୟାର୍ କରିଥିବା ୟୁଜର୍‌ଙ୍କର ଆକାଉଣ୍ଟ ସ୍କାନ୍ କଲୁ। ଆମେ ଦେଖିଲୁ ଯେ ତାଙ୍କର ଫେସବୁକ୍‌ରେ 4,554 ଜଣ ବନ୍ଧୁ ଅଛନ୍ତି।

ନିଷ୍କର୍ଷ: ବିଶ୍ୱାସ ନ୍ୟୁଜ୍ ନିଜ ଅନୁସନ୍ଧାନରୁ ଜାଣିପାରିଲା ଯେ ଉଭୟ ଗାୟକଙ୍କର ମଣିପୁର ସହିତ କୌଣସି ସମ୍ପର୍କ ନାହିଁ। ଭିଡିଓରେ ନଜର ଆସୁଥିବା ଗାୟକ  ଉତ୍ତରାଖଣ୍ଡର ବାସିନ୍ଦା ଅଟନ୍ତି। ଗାୟିକାଙ୍କ ନାମ ସକିନା ମୁଖିୟା ଏବଂ ସେ ନିଜ ପିତା ବିକାଶ ମୁଖିୟାଙ୍କ ସହିତ ଗୀତ ଗାଉଛନ୍ତି। 

False
Symbols that define nature of fake news
Know The Truth...

Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923

Related Posts
ନୂଆ ପୋଷ୍ଟଗୁଡ଼ିକ