ସତ୍ୟତା ଯାଞ୍ଚ:ୟୁପିର ଏକ କଲେଜରେ ଏକ ନାଟକର ଭିଡିଓକୁ ସାମ୍ପ୍ରଦାୟିକତାର ରଙ୍ଗ ଦେଇ ଭୁଲ ତଥ୍ୟ ବିସ୍ତାର କରାଯାଉଛି

ନୂଆଦିଲ୍ଲୀ (ବିଶ୍ଵାସ ନ୍ଯୁଜ) ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ କିଛି ଛାତ୍ରୀ ମାନଙ୍କୁ ଶିକ୍ଷକଙ୍କ ସାମ୍ନାରେ ନମାଜ ପଢୁଥିବାର ଦେଖିବାକୁ ମିଳିଛି। ଭିଡିଓ ସେୟାର କରି ୟୁଜର୍ସ ମାନେ ଦାବି କରୁଛନ୍ତି ଯେ ଏହି ଭିଡିଓ ଉତ୍ତରପ୍ରଦେଶର ବାଗପତର ଏକ ସ୍କୁଲରୁ ଆସିଛି, ଯେଉଁଠାରେ ଝିଅ ମାନଙ୍କୁ ନମାଜ ପଢିବାର ତାଲିମ ଦିଆଯାଉଛି। ଅନେକ ୟୁଜର୍ସ ଏହି ଭିଡିଓକୁ ‘କେରଳ କାହାଣୀ’ ସହିତ ଲିଙ୍କ୍ କରୁଛନ୍ତି ଏବଂ ଏହାକୁ ଉତ୍ତରପ୍ରଦେଶର ‘କେରଳ କାହାଣୀ’ ବୋଲି କହୁଛନ୍ତି।

ବିଶ୍ଵାସ ନ୍ୟୁଜ୍ଜ ଏହାର ଅନୁସନ୍ଧାନରୁ ଜାଣି ପାରିଛି ଯେ ଏହି ଭିଡିଓ ବାଗପତର ହୋଶିଆରୀ ଦେବୀ ଗର୍ଲ୍ସ ଇଣ୍ଟର କଲେଜର ଅଟେ, ଯାହା ପ୍ରଦାହଜନକ ସାମ୍ପ୍ରଦାୟିକ ଦାବି ସହ ସେୟାର କରାଯାଉଛି। ଝିଅମାନେ ଏକ ନାଟକ ପାଇଁ ରିହର୍ସାଲ କରୁଥିଲେ, ଯାହାକୁ ବର୍ତ୍ତମାନ ସୋସିଆଲ ମିଡିଆରେ ଭୁଲ ପ୍ରସଙ୍ଗରେ ସେୟାର କରାଯାଉଛି | ଏହାର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବିକୁ ଉତ୍ତରପ୍ରଦେଶ ପୋଲିସ ମଧ୍ୟ ଖଣ୍ଡନ କରିଛି।

ଭାଇରାଲ୍ କଣ ହେଉଛି?

ଜଣେ ୟୁଜର ଏହି ଭାଇରାଲ ଭିଡିଓକୁ ବିଶ୍ଵାସ ନ୍ଯୁଜର ହ୍ଵାଟସ୍ ଆପ୍ ଟିପ୍ ଲାଇନ୍ ନମ୍ବର +91 9599299372 ରେ ପଠାଇ ଏହାକୁ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି।

ମଇ 29, 2023 ରେ ଭାଇରାଲ ଭିଡିଓ ସେୟାର କରି ଫେସବୁକ ୟୁଜର ‘ଆଶିଷ ଚନ୍ଦ୍ରଗୁପ୍ତ’ କ୍ୟାପସନରେ ଲେଖିଛନ୍ତି, “ବିଦ୍ୟାଳୟକୁ ମଦ୍ରାସା କରାଯାଉଛି ଏବଂ ମଦ୍ରାସାକୁ ସିରିଆର ତାଲିମ କେନ୍ଦ୍ର କରାଯାଉଛି। ଭିଡିଓଟିକୁ ଉତ୍ତରପ୍ରଦେଶର ବାଗପତର ଏକ ବିଦ୍ୟାଳୟର ବୋଲି କୁହାଯାଉଛି । ମହିଳା ଶିକ୍ଷୟିତ୍ରୀ ନାମାଜ ପାଇଁ ବିଦ୍ୟାଳୟରେ ହିନ୍ଦୁ ଝିଅମାନଙ୍କୁ ତାଲିମ ଦେଉଛନ୍ତି | ବାଗପତର ହିନ୍ଦୁ ପରିବାର ଏହି କଥାକୁ ହାଲୁକା ଭାବେ ଗ୍ରହଣ କରିବା ଉଚିତ୍ ନୁହେଁ। ତୁମର ହିନ୍ଦୁ ଝିଅ ମାନଙ୍କୁ ଭବିଷ୍ୟତର ଆୟେଶା, ସାନିଆ ତିଆରି କରିବାକୁ ପ୍ରସ୍ତୁତ ଚାଲିଛି | ଏହି ପ୍ରସଙ୍ଗକୁ ହାଲୁକା ଭାବେ ଗ୍ରହଣ ନକରି ହିନ୍ଦୁମାନେ ଏହି ଏହାକୁ ବ୍ୟାପକ ରୂପରେ ସେୟାର କରିବାକୁ ଅନୁରୋଧ | ବାଗପତ ପୋଲିସ ଦୟାକରି ଏହି ମାମଲା ବିଷୟରେ କୁହନ୍ତୁ।“

ପୋଷ୍ଟର ଆର୍କାଇଭ୍ ଲିଙ୍କ୍ ଏଠାରେ ଦେଖନ୍ତୁ |

ଟ୍ୱିଟରରେ ମଧ୍ୟ ୟୁଜର୍ସ ମାନେ ସମାନ ସୂଚନା ସହିତ ଏହି ଭିଡିଓକୁ ତୀବ୍ର ରୂପରେ ଅଂଶୀଦାର କରୁଛନ୍ତି |

ଅନୁସନ୍ଧାନ

ପୋଷ୍ଟ ବିଷୟରେ ସୂଚନା ପାଇବାକୁ ଯାଇ , ଆମେ ଗୁଗୁଲରେ ଏହା ସମ୍ବନ୍ଧୀୟ କୀ ୱାର୍ଡ ସହିତ ସନ୍ଧାନ କରିବା ଆରମ୍ଭ କଲୁ | 29 ମଇ 2023 ରେ ଅମର ଉଜାଲା ୱେବସାଇଟରେ ପ୍ରକାଶିତ ଭିଡିଓ ସହ ଜଡିତ ଏକ ରିପୋର୍ଟ ପାଇଲୁ। ରିପୋର୍ଟ ଅନୁଯାୟୀ, “ଭିଡିଓଟି ବାଗପତ ଜିଲ୍ଲାର ଛପ ପାରୋଲି ଅଞ୍ଚଳରେ ଥିବା ହୋଶିଆରୀ ଦେବୀ ଗର୍ଲ୍ସ ଇଣ୍ଟର କଲେଜର। ଭାଇରାଲ ଦାବିକୁ ସ୍କୁଲ ପ୍ରଶାସନ ପ୍ରତ୍ୟାଖ୍ୟାନ କରିଛି।“

ଦୈନିକ ଜାଗରଣ ମଧ୍ୟ ଏହି ଖବର ପ୍ରକାଶ କରିଥିଲା।

ପ୍ରାପ୍ତ ସୂଚନା ଉପରେ ଆଧାର କରି, ଆମେ ଗୁଗୁଲରେ ଏହା ସମ୍ବନ୍ଧୀୟ କୀ ୱାର୍ଡ ସହିତ ସନ୍ଧାନ କରିବା ଆରମ୍ଭ କଲୁ | ଏହି ସମୟରେ, 28 ମେ 2023 ରେ ଏବିପି ଗଙ୍ଗାର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଦାବି ସହ ଜଡିତ ଏକ ଭିଡିଓ ରିପୋର୍ଟ ପାଇଲୁ। ଉପଲବ୍ଧ ସୂଚନା ଅନୁଯାୟୀ, ଏହି ଭିଡିଓ ଅକ୍ଟୋବର ମାସରୁ ଆସିଛି ଏବଂ ଏକ ନାଟକର ରିହର୍ସାଲ୍ ଅଟେ | ସୂଚନା ପାଇବା ପରେ ଏହି ଦୃଶ୍ୟକୁ ନାଟକରୁ ହଟାଇ ଦିଆଯାଇଥିଲା | ଲୋକମାନେ ବର୍ତ୍ତମାନ ବିଦ୍ୟାଳୟକୁ ବଦନାମ କରିବା ପାଇଁ ଏକ ସାମ୍ପ୍ରଦାୟିକ ରଙ୍ଗ ସହିତ ଭିଡିଓ ସେୟାର କରୁଛନ୍ତି | ଭିଡିଓରେ କଲେଜର ପ୍ରିନ୍ସିପାଲଙ୍କ ବିବୃତ୍ତି ମଧ୍ୟ ଉପସ୍ଥିତ ଅଛି, ଯାହାକୁ 1.21 ମିନିଟରେ ଦେଖିହେବ |

ଭାଇରାଲ ଦାବିକୁ ଖଣ୍ଡନ କରି ବାଗପତ ପୋଲିସ 28 ମଇ 2023 ରେ ଏକ ପ୍ରେସ ନୋଟ ଜାରି କରିଛି। ପ୍ରେସ ନୋଟରେ ଲେଖା ଅଛି, “ଆମେ ଭାଇରାଲ ଭିଡିଓ ଅନୁସନ୍ଧାନ କରିଛୁ। ଆମେ ଜାଣିବାକୁ ପାଇଲୁ ଯେ ଭିଡିଓଟି ଛପରୋଲି ଅଞ୍ଚଳ ଅନ୍ତର୍ଗତ ରାଥୋଡା ଗ୍ରାମରେ ଅବସ୍ଥିତ ହୋଶିଆରୀ ଦେବୀ ଗର୍ଲ୍ସ ଇଣ୍ଟର କଲେଜର ଅଟେ। ଛାତ୍ରୀମାନେ ବିଦ୍ୟାଳୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଥିଲେ, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭୁଲ ଭାବରେ ଭାଇରାଲ ହୋଇଥିଲା | ଏହି ଭିଡିଓ ସଂପର୍କରେ ବିଦ୍ୟାଳୟର ସଭାପତି ଶ୍ରୀ ରାମପାଲ ଶାସ୍ତ୍ରୀ, ମ୍ୟାନେଜର ଧରମଭୀର ସିଂ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ମୁନେଶ ଚୌଧୁରୀଙ୍କ ସହ ଆଲୋଚନା ହୋଇଛି। ସେ କହିଛନ୍ତି ଯେ ଭାଇରାଲ ଭିଡିଓକୁ କେହି ଏଡିଟ୍ କରିଛନ୍ତି। ଛାତ୍ରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଥିଲେ। ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ନମାଜ ପଠନ କଥା ସମ୍ପୂର୍ଣ୍ଣ ଭୁଲ୍ | ଏହିପରି ବିଭ୍ରାନ୍ତିକର ଖବର ଯାହା ପାରସ୍ପରିକ ଭାବନାକୁ ଆଘାତ କରେ ତାହା ବିସ୍ତାର କରନ୍ତୁ ନାହିଁ |”

ଅଧିକ ସୂଚନା ପାଇଁ, ଆମେ ହୋଶିଆରୀ ଦେବୀ ବାଳିକା ଇଣ୍ଟର କଲେଜର ପ୍ରିନ୍ସିପାଲ୍ ମୁନେଶ ଚୌଧୁରୀଙ୍କ ସହ ଯୋଗାଯୋଗ କଲୁ। ଭାଇରାଲ ଦାବିକୁ ଖଣ୍ଡନ କରି ସେ ଆମକୁ କହିଥିଲେ, ଝିଅମାନେ ଏକ ନାଟକ ପାଇଁ ରିହର୍ସାଲ କରୁଥିଲେ। ତାଙ୍କର ଭିଡିଓ କ୍ଲିପକୁ ଏଡିଟ କରାଯାଇ ମିଥ୍ୟା ତଥ୍ୟ ସହିତ ସେୟାର କରାଯାଉଛି | ସୂଚନା ପାଇବା ମାତ୍ରେ ଏହି ଦୃଶ୍ୟକୁ ନାଟକରୁ ହଟାଇ ଦିଆଯାଇଥିଲା | କାର୍ଯ୍ୟକ୍ରମରେ ଉପସ୍ଥାପିତ ନାଟକରେ ଏହି ଦୃଶ୍ୟ ନଥିଲା | ଦୟାକରି ଗୁଜବ ପ୍ରଚାର କରନ୍ତୁ ନାହିଁ | ଏହି ନାଟକର ନାମ ବିବିଧତା ମଧ୍ୟରେ ଏକତା ଥିଲା, ସମସ୍ତ ଧର୍ମର ପିଲାମାନେ ଏହି କାର୍ଯ୍ୟକ୍ରମର ଏକ ଅଂଶ ଥିଲେ |

ଅନୁସନ୍ଧାନ ଶେଷରେ, ଆମେ ମିଥ୍ୟା ଦାବି ସହିତ ଭାଇରାଲ ଭିଡିଓ ସେୟାର କରିଥିବା ୟୁଜରଙ୍କ ଆକାଉଣ୍ଟ ସ୍କାନ କରିଛୁ। ଆମେ ଜାଣିବାକୁ ପାଇଲୁ ଯେ ୟୁଜରଙ୍କୁ 252 ଜଣ ଅନୁସରଣ କରୁଛନ୍ତି | ପ୍ରୋଫାଇଲରେ ଥିବା ସୂଚନା ଅନୁଯାୟୀ, ୟୁଜର ଜଣଙ୍କ କୋଲକାତାରେ ରୁହନ୍ତି ।

ସିଦ୍ଧାନ୍ତ: ବିଶ୍ଵାସ ନ୍ଯୁଜର ଅନୁସନ୍ଧାନରୁ ଜଣାପଡିଛି ଯେ ବାଗପତ ହୋଶିଆରୀ ଦେବୀ ଗର୍ଲ୍ସ ଇଣ୍ଟର କଲେଜର ଏକ ନାଟକର ଭିଡିଓକୁ ସାମ୍ପ୍ରଦାୟିକ ଦାବି ସହ ସେୟାର କରାଯାଉଛି। ଝିଅମାନେ ଏକ ନାଟକ ପାଇଁ ରିହର୍ସାଲ କରୁଥିଲେ, ଯାହାକୁ ବର୍ତ୍ତମାନ ଏକ ଭୁଲ ସନ୍ଦର୍ଭରେ ସୋସିଆଲ ମିଡିଆରେ ସେୟାର କରାଯାଉଛି | ୟୁପି ପୋଲିସ ମଧ୍ୟ ଏହାକୁ ଅସ୍ୱୀକାର କରିଛି।

False
Symbols that define nature of fake news
Know The Truth...

Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923

Related Posts
ନୂଆ ପୋଷ୍ଟଗୁଡ଼ିକ