X
X

ତଥ୍ୟ ଯାଞ୍ଚ: ପିଏଫ୍ଆଇ ବ୍ୟାନ୍ କରାଯିବାରୁ ବହୁ ବର୍ଷ ତଳର ମହାଭାରତ ପାଠ କରୁଥିବା ବୟସ୍କ ମୁସଲିମଙ୍କ ଭିଡିଓ

ନୂଆଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍): ପପୁଲାର୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ ( ପିଏଫ୍ଆଇ) ଏବଂ ସେହି ସମ୍ବନ୍ଧୀୟ ସଂସ୍ଥାଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓରେ ଜଣେ ବୟସ୍କ ମୁସଲିମ ମହାଭାରତ ପାଠ କରୁଥିବା ଦେଖାଯାଉଛି । ଦାବି କରାଯାଉଛି ଯେ, ପିଏଫ୍ଆଇ ଉପରେ ବ୍ୟାନ୍ ଲଗାଯିବା ପରେ ମୁସଲିମ ବ୍ୟକ୍ତିଜଣକ ଏହି କ୍ରମେ ପ୍ରତିକ୍ରିୟା ଦେଇଛନ୍ତି ।

ବିଶ୍ବାସ ନ୍ୟୁଜ ର ଅନୁସନ୍ଧାନରେ ଏହି ଦାବି ଭ୍ରମାତ୍ମକ ଜଣା ପଡ଼ିଲା । ଭାଇରାଲ୍ ହେଉଥିବା ଭିଡିଓ ଏକ ବର୍ଷରୁ ବି ଅଧିକ ପୁରୁଣା ଏବଂ ଏହାର ପିଏଫ୍ଆଇ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଏବଂ ଏହା ପରବର୍ତ୍ତୀ କୌଣସି ଘଟଣା ସହ କୌଣସି ସଂପର୍କ ନାହିଁ ।

କଣ ହେଉଛି ଭାଇରାଲ୍?

ଫେସବୁକ୍ ୟୁଜର ‘एक स्वयंसेवक’ ଭାଇରାଲ୍ ଭିଡିଓ ( ଆର୍କାଇଭ୍ ଲିଙ୍କ୍) ସେୟାର୍ କରି ଲେଖିଛନ୍ତି , “ ପିଏପ୍ଆଇ ଉପରେ ବ୍ୟା୍ ଲଗାଯିବା ପରେ ୱାକଫ୍ ବୋର୍ଡ ସଦସ୍ୟଙ୍କ ସକାଳ …।”

ଅନ୍ୟ କେତକ ୟୁଜର ମଧ୍ୟ ଏହି ଭିଡିଓକୁ ସମାନ ଏବଂ ସେହିଭଳି ଦାବି ସହ ସେୟାର୍ କରିଛନ୍ତି । ଟ୍ବିଟରରେ ମଧ୍ୟ କେତକ ୟୁଜର ମଧ୍ୟ ଏହି ଭିଡିଓକୁ ସମାନ ଏବଂ ସେହିଭଳି ଦାବି ସହ ସେୟାର୍ କରିଛନ୍ତି ।

https://twitter.com/REALAJAY4065/status/1575670732943564800

ଅନୁସନ୍ଧାନ

ଭାଇରାଲ୍ ଭିଡିଓରେ ଜଣେ ବୟସ୍କ ମୁସଲିମ ବ୍ୟକ୍ତିଙ୍କୁ ମହଭାରତ ପାଠ କରୁଥିବା ଶୁଣାଯାଉଛି । ଭିଡିଓର କି- ଫ୍ରେମକୁ ରିଭର୍ସ ଇମେଜ ସର୍ଚ୍ଚ କରିବାରୁ ଜି ନ୍ୟୁଜ୍ ୱେବସାଇଟରେ 23 ସେପ୍ଟେମ୍ବରରେ ପ୍ରକାଶିତ ଏକ ରିପୋର୍ଟ ମିଳିଥିଲା, ଯେଉଁଥିରେ ଭାଇରାଲ୍ ଭିଡିଓର ସ୍କ୍ରିନସଟ୍ ବ୍ୟବହାର କରାଯାଇଥିଲା ।

ଦିଆଯାଇଥିବା ସୂଚନା ଅନୁଯାୟୀ, ‘ଇଣ୍ଟରନେଟ୍ ରେ ଅନେକ ସମୟରେ ଏଭଲି ଭିଡିଓ ନଜରକୁ ଆସିଥାଏ, ଯାହାକୁ ଦେଖି ମନ ଖୁସି ହୋଇଯାଏ । ବୟସ୍କ ମୁସଲିମ ବ୍ୟକ୍ତିଙ୍କ ଏଭଳି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏହି ବ୍ୟକ୍ତିଜଣକ ମହଭାରତ ସିରଏଲର ଟାଇଟଲ୍ ସଙ୍ଗ୍ ଗାଉଥିବା ଦେଖାଯାଉଛି । ଏହି ଭିଡିଓକୁ ସୋସିଆଲ୍ ମିଡିଆରେ ବହୁତ ପସନ୍ଦ କରାଯାଉଛି । ’

ପୂର୍ବତନ ନିର୍ବାଚନ କମିଶନର୍ ଏସ୍ ୱାଇ କ୍ୟୁରେସୀ ଏହି ଭାଇରାଲ୍ ଭିଡିଓକୁ ନିଜ ପ୍ରୋଫାଇଲରୁ 20 ସେପ୍ଟେମ୍ବରରେ ସେୟାର କରିଥିଲେ, ଯାହା ପରେ କେତେକ ନ୍ୟୁଜ୍ ପୋର୍ଟାଲ୍ ଏହାର ଖବର ପ୍ରକାଶିତ କରିଥିଲେ ।

ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧ୍ୟ ଏହି ଭିଡିଓକପ 20 ସେପ୍ଟେମ୍ବର 2021ରେ ନିଜ ଭେରିଫାଏଡ୍ ଟ୍ବିଟର୍ ହ୍ୟାଣ୍ଡେଲରୁ ସେୟାର୍ କରିଥିଲେ ।

ଧ୍ୟାନ ଦେବାର କଥା ହେଉଛି, କେନ୍ଦ୍ର ସରକାର 28 ସେପ୍ଟେମ୍ବର 2022ରେ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ( ପିଏଫ୍ ଆଇ)ରେ ପାଞ୍ଚ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଯିବା ନେଇ ଘୋଷଣା କରିଥିଲେ ।

ବେଆଇନ୍ କାର୍ଯ୍ୟକଳାପ ( ପ୍ରିଭେନ୍ସନ୍ ଆକ୍ଟ), 1967 ଅନୁୟାୟୀ ପିଏଫ୍ଆଇ ସମେତ ଏହା ସମ୍ବନ୍ଧୀୟ ଅନ୍ୟ ସଂଗଠନ ‘ରିହେବ ଇଣ୍ଡିଆ ଫାଉଣ୍ଡେସନ ( ଆର୍ ଆଇଏଫ୍), ‘ କ୍ୟାମ୍ପସ ଫ୍ରଣ୍ଟ ଅଫ୍ ଇଣ୍ଡିଆ’ (ସିଏଏଫ୍), ‘ଅଲ୍ ଇଣ୍ଡିଆ ଇମାମ କାଉନସିଲ୍’ (ଏଆଇଆଇସି), ‘ ନ୍ୟାସନାଲ୍ କନଫେଡେରେସନ୍ ଅଫ୍ ହ୍ୟୁମାନ ରାଇଟସ୍ ଅର୍ଗାନାଇଜେସନ୍’ (ଏନ୍ ସିଏଚ୍ଆର୍ ଓ), ‘ ନ୍ୟାସନାଲ୍ ୱିମେନ୍ସ ଫ୍ରଣ୍ଟ’, ‘ଜୁନିଅର୍ ଫ୍ରଣ୍ଟ’, ‘ ଏମ୍ପାୟର୍ ଇଣ୍ଡିଆ ଫାଉଣ୍ଡେସନ୍’ ଏବଂ ‘ ରିହେବ୍ ଫାଉଣ୍ଡେସନ୍ (କେରଳ)’ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଭାଇରାଲ୍ ଭିଡିଓ ନେଇ ଆମେ ଜି ନ୍ୟୁଜ୍ ଡିଜିଟାଲ୍ ନ୍ୟୁଜରୁମ୍ ରେ କାମ କରୁଥିବା ସାମ୍ବାଦିକଙ୍କ ସହ ଯୋଗାଯୋଗ କରିଥିଲୁ । ସେ ଆମକୁ କହିଥିଲେ ଯେ ଏହି ଭାଇରାଲ୍ ଭିଡିଓ ଗତ ବର୍ଷ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ଏବଂ ଅନ୍ୟ କେତେକ ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟ ଏହି ଭିଡିଓକୁ ସେୟାର୍ କରିଥିଲେ ।

ଭାଇରାଲ୍ ଭିଡିଓକୁ ଭ୍ରମାତ୍ମକ ଦାବି ସହ ସେୟାର କରିଥିବା ଯୁଜର୍ ଙ୍କୁ ଫେସବୁକରେ ପ୍ରୟା 72 ହଜାରରୁ ଅଧିକ ବ୍ୟକ୍ତି ଫଲୋ କରୁଛନ୍ତି ।

ନିଷ୍କର୍ଷ: ପିଏଫ୍ଆଇ ଉପରେ ପ୍ରତିବନ୍ଧକ ଘୋଷଣା ପରେ ବୟସ୍କ ମୁସଲିମ୍ ବ୍ୟକ୍ତି ମହାଭାରତ ପାଠକରିବା ଦାବି ଭ୍ରମାତ୍ମକ ଅଟେ ଏବଂ ସେୟାର କରାଯାଉଥିବା ଏହି ଭିଡିଓ 2021ର ଅଟେ । ପିଏଫ୍ଆଇ ଉପରେ କେନ୍ଦ୍ର ସରକାର 28 ସେପ୍ଟେମ୍ବର 2022ରେ ପ୍ରତିବନ୍ଧକ ଲଗାଇଛନ୍ତି ।

  • Claim Review : ପିଏଫ୍ଆଇ ଉପରେ ବ୍ୟାନ ଲଗାଯିବା ପରେ ଖୁସିରେ ମହଭାରତ ପାଠ କରୁଥିବା ବୟସ୍କ ମୁସଲିମ ବ୍ୟକ୍ତି
  • Claimed By : ଏଫ୍ ବି ୟୁଜର୍ - एक स्वयंसेवक
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later