X
X

ଫ୍ୟାକ୍ଟ ଚେକ୍: ବିଦ୍ୟାଳୟରେ ପ୍ରାର୍ଥନା ସମୟରେ ଅଜାନର ଏହି ଭିଡିଓ ଝାଡ଼ଖଣ୍ଡ ନୁହେଁ ବରଂ ଆସାମର ଅଟେ

ଝାଡ଼ଖଣ୍ଡର ଏକ ବିଦ୍ୟାଳୟରେ ଅଜାନ ଶିକ୍ଷା ଦିଆଯାଉଛି ବୋଲି ଦାବି କରି ଭାଇରାଲ ହେବାରେ ଲାଗିଥିବା ଭିଡିଓ ପ୍ରକୃତରେ ଆସାମର ଜୋରହାଟର ଏକ ସ୍କୁଲର ଅଟେ, ଯାହାକୁ ନିକଟରେ ଝାଡ଼ଖଣ୍ଡରେ ହୋଇଥିବା ସ୍କୁଲ ବିବାଦ ସହ ଯୋଡ଼ି ଭାଇରାଲ୍ କରାଯାଉଛି।

  • By: Abhishek Parashar
  • Published: Jul 15, 2022 at 11:47 AM
  • Updated: Jul 10, 2023 at 11:35 AM

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ଝାଡ଼ଖଣ୍ଡରେ ଏକ ସ୍କୁଲ ପ୍ରାର୍ଥନା ବିବାଦ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ୟୁନିଫର୍ମ ପିନ୍ଧିଥିବା ପିଲାମାନେ ଏକ ବିଦ୍ୟାଳୟ ପ୍ରାଙ୍ଗଣରେ ଅଜାନ (ଇସଲାମିକ ପ୍ରାର୍ଥନା) କରୁଥିବା ଦେଖିବାକୁ ମିଳୁଛି। ଦାବି କରାଯାଉଛି ଯେ ଏହି ଭିଡିଓ ଝାଡ଼ଖଣ୍ଡର ଏକ ବିଦ୍ୟାଳୟର, ଯେଉଁଠାରେ ହିନ୍ଦୁ ପିଲାମାନଙ୍କୁ ମଧ୍ୟ ଜବରଦସ୍ତି ଅଜାନ ଶିକ୍ଷା ଦିଆଯାଉଛି।

ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ ଏହି ଦାବି ବିଭ୍ରାନ୍ତିକର ପ୍ରମାଣିତ ହୋଇଛି। ଭାଇରାଲ ହେଉଥିବା ଭିଡିଓ ଆସାମର ଜୋରହାଟରେ ଅବସ୍ଥିତ ଏକ ସ୍କୁଲର, ଯାହା ଝାଡ଼ଖଣ୍ଡ ନାମରେ ଏକ ଭୁଲ୍ ଦାବି ସହିତ ଭାଇରାଲ ହେଉଛି।

କ’ଣ ଭାଇରାଲ୍ ହେଉଛି?

ଭାଇରାଲ ଭିଡିଓ ସେୟାର କରି ଟ୍ୱିଟର ବ୍ୟବହାରକାରୀ ‘ଓଁକାର ମହାକାଲ’ ଏହାକୁ ଝାଡ଼ଖଣ୍ଡର ଏକ ବିଦ୍ୟାଳୟର ବୋଲି କହିଛନ୍ତି।

ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଥିବା ଅନ୍ୟ କେତେକ ୟୁଜର୍ ଏହି ଭିଡିଓକୁ ସମାନ ଏବଂ ଏକାଭଳି ଦାବି କରି ସେୟାର କରିଛନ୍ତି।

ଅନୁସନ୍ଧାନ

ଭାଇରାଲ୍ ଭିଡିଓର କୀ-ଫ୍ରେମକୁ ଗୁଗୁଲ୍ ରିଭର୍ସ ଇମେଜ୍‌ରେ ସର୍ଚ୍ଚ କରିବା ପରେ 6 ଜୁନ୍ 2022 ରେ assam.news18.com ୱେବସାଇଟରେ ପ୍ରକାଶିତ ଏକ ରିପୋର୍ଟ ମିଳିଲା, ଯେଉଁଥିରେ ବ୍ୟବହୃତ ଫଟୋ ଭାଇରାଲ୍ ଭିଡିଓର ଫ୍ରେମ୍ ସହିତ ମେଳ ଖାଉଛି |

ଦିଆଯାଇଥିବା ସୂଚନା ଅନୁଯାୟୀ, ଆସାମର ପୂର୍ବ ଜୋରହାଟ ଶିକ୍ଷା କ୍ଷେତ୍ର ମାରିଆନି ସ୍ଥିତ ହେମାଲାଇ ଜ୍ଞାନ ବିକାଶ ପ୍ରାଥମିକ ବିଦ୍ୟାଳୟରେ ପ୍ରାର୍ଥନା ସଭାରେ ପଞ୍ଚମ ଶ୍ରେଣୀର ଜଣେ ଛାତ୍ର ଅଜାନ ପାଠ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ‘News & only News’ ନାମକ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ମିଳିଥିଲା, ଯାହା 4 ଜୁନ୍, 2022 ରେ ଅପଲୋଡ୍ ହୋଇଥିଲା।

ଏହି ଭିଡିଓ ଆସାମର ମାରିଆନି ସ୍ଥିତ ଜ୍ଞାନ ବିକାଶ ପ୍ରାଥମିକ ବିଦ୍ୟାଳୟର ଅଟେ, ଯେଉଁଠାରେ ସକାଳେ ଛାତ୍ରମାନଙ୍କୁ ଅଜାନ ଶିକ୍ଷା ଦିଆଯାଇଥିଲା | ଆସାମର ସ୍ଥାନୀୟ ଟିଭି ଚ୍ୟାନେଲ ଟାଇମ୍ 8 ମଧ୍ୟ ଏହି ପ୍ରସଙ୍ଗରେ ଏକ ଭିଡିଓ ଅପଲୋଡ୍ କରିଛି, ଯେଉଁଥିରେ ସ୍କୁଲର ଶିକ୍ଷକ ଏହି ବିଷୟରେ ସ୍ପଷ୍ଟୀକରଣ ଦେଇଛନ୍ତି।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ‘ଏହି ଘଟଣା ସାମ୍ନାକୁ ଆସିବା ପରେ ଜୋରହାଟର ଜିଲ୍ଲା ଶିକ୍ଷା ଅଧିକାରୀ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟଙ୍କ ବିରୋଧରେ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ରିପୋର୍ଟ ମୁତାବିକ, ଜିଲ୍ଲା ଅଧିକାରୀ ଅଶୋକ କୁମାର ବର୍ମନ ଯାଂଚ ପାଇଁ ସଂପୃକ୍ତ ସ୍କୁଲ ପରିଦର୍ଶନ କରିଛନ୍ତି। ସେ କହିଛନ୍ତି, “ଶିକ୍ଷକମାନେ ଆମକୁ କହିଲେ ଯେ ଅଜାନ ଗାଇବା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ନୁହେଁ। ଗଣୋତ୍ସବ ସମୟରେ କ୍ୱିଜ୍, ଗୀତ ଏବଂ ପ୍ରାର୍ଥନା ପରି କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ।”

ଏହି ରିପୋର୍ଟରେ ଜଣେ ସ୍କୁଲ ଶିକ୍ଷକଙ୍କ ପକ୍ଷରୁ କୁହାଯାଇଛି ଯେ ସକାଳ ପ୍ରାର୍ଥନା ସମୟରେ ଛାତ୍ର ଜଣକ ଅଜାନ ଗାଇବ ବୋଲି ସେ ଜାଣି ନ ଥିଲେ। ସେ କହିଛନ୍ତି, ‘ଛାତ୍ରଟି ହଠାତ୍ ପ୍ରାର୍ଥନା ସଭାରେ ସାମ୍ନାକୁ ଆସି ଅଜାନ ଗାଇବା ଆରମ୍ଭ କଲା। ସେ କିଛି କରିବାକୁ ଚାହୁଁଥିଲା କିନ୍ତୁ ସେ ଅଜାନ ଗାଇବ ବୋଲି ଶିକ୍ଷକମାନେ ଆଦୌ ଜାଣି ନଥିଲେ।

ଏହା ସ୍ପଷ୍ଟ ଯେ ଅଜାନ ଦେବା ପ୍ରକ୍ରିୟା ବିଦ୍ୟାଳୟର କୌଣସି କାର୍ଯ୍ୟକ୍ରମର ଅଂଶ ନୁହେଁ। ରିପୋର୍ଟ ଅନୁଯାୟୀ, ବିଦ୍ୟାଳୟରେ ଅଜାନର ଏହି ଘଟଣା ନିୟମିତ କି ନୁହେଁ ତାହା ମଧ୍ୟ ଅନୁସନ୍ଧାନ କରାଯାଉଛି।

ଆମର ସହକର୍ମୀ ଦୈନିକ ଜାଗରଣର ଧନବାଦ ପ୍ରଭାରୀ ଦୀପକ ପାଣ୍ଡେ ନିଶ୍ଚିତ କରିଛନ୍ତି ଯେ ଭାଇରାଲ ହେଉଥିବା ଭିଡିଓ ଝାଡ଼ଖଣ୍ଡର ଜମତାରାର ନୁହେଁ। ଏହା ସହିତ ସେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜମତାରା ବିଦ୍ୟାଳୟର ଭିଡିଓ ମଧ୍ୟ ସେୟାର କରିଛନ୍ତି। ଉଭୟ ଭିଡିଓ ସଂପୂର୍ଣ୍ଣ ଭିନ୍ନ ଅଟେ।

ଏହା ସ୍ପଷ୍ଟ ଯେ ଭାଇରାଲ ହେଉଥିବା ଭିଡିଓ ଝାଡ଼ଖଣ୍ଡର ନୁହେଁ, ଯେଉଁଠାରେ ନିକଟରେ ଏକ ବିଦ୍ୟାଳୟର ପିଲାମାନେ ହାତ ଯୋଡ଼ି ପ୍ରାର୍ଥନା କରିବା ପରିବର୍ତ୍ତେ ହାତ ଜାକି ପ୍ରାର୍ଥନା କରିଥିଲେ। ଇଣ୍ଡିଆ ଟିଭିର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଭିଡିଓ ବୁଲେଟିନ୍ ଅନୁଯାୟୀ, ଝାଡ଼ଖଣ୍ଡର ଗଡ଼ୱାଠାରେ ମୁସଲମାନ ସମ୍ପ୍ରଦାୟର ଚାପରେ ହାତ ଯୋଡ଼ି ପ୍ରାର୍ଥନା କରିବାର ପଦ୍ଧତିକୁ ବଦଳାଇବାର ଅଭିଯୋଗ ହୋଇଛି। ଗତ କିଛି ବର୍ଷ ଧରି ପିଲାମାନେ ହାତ ଜାକି ବିଦ୍ୟାଳୟରେ ପ୍ରାର୍ଥନା କରୁଥିଲେ, ପ୍ରାର୍ଥନା ବ୍ୟବସ୍ଥାରେ ପରିବର୍ତ୍ତନ ଖବର ଗଣମାଧ୍ୟମରେ ଆସିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣାର ମଧ୍ୟ ତଦନ୍ତ କରାଯାଇଛି।

ଭୁଲ୍ ଦାବି ସହିତ ଭାଇରାଲ୍ ଭିଡିଓ ସେୟାର କରିଥିବା ୟୁଜରଙ୍କୁ ଟ୍ୱିଟରରେ 100 ରୁ ଅଧିକ ଲୋକ ଫଲୋ କରୁଛନ୍ତି।

निष्कर्ष: ଝାଡ଼ଖଣ୍ଡର ଏକ ବିଦ୍ୟାଳୟରେ ଅଜାନ ଶିକ୍ଷା ଦିଆଯାଉଛି ବୋଲି ଦାବି କରି ଭାଇରାଲ ହେବାରେ ଲାଗିଥିବା ଭିଡିଓ ପ୍ରକୃତରେ ଆସାମର ଜୋରହାଟର ଏକ ସ୍କୁଲର ଅଟେ, ଯାହାକୁ ନିକଟରେ ଝାଡ଼ଖଣ୍ଡରେ ହୋଇଥିବା ସ୍କୁଲ ବିବାଦ ସହ ଯୋଡ଼ି ଭାଇରାଲ୍ କରାଯାଉଛି।

  • Claim Review : କଂଗ୍ରେସର ଝାଡ଼ଖଣ୍ଡରେ 75% ମୁସଲମାନ ଜନସଂଖ୍ୟା ବିଶିଷ୍ଟ ଏକ ଗ୍ରାମର ବିଦ୍ୟାଳୟରେ ଚାପ ପକାଇ ହିନ୍ଦୁ ଛାତ୍ରମାନଙ୍କୁ ମଧ୍ୟ ଆଲ୍ଲାଙ୍କ ପୂଜା କରିବାକୁ ବାଧ୍ୟ କରାଯାଉଛି।
  • Claimed By : ଏଫବି ୟୁଜର୍ - ଡି କେ ଗୌତମ
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext page

Post saved! You can read it later