Fact Check: 2019 ରେ ଓଡ଼ିଶାରେ ହୋଇଥିବା ଘଟଣାର ଭିଡ଼ିଓକୁ ‘ହିଟ୍ ଆଣ୍ଡ୍ ରନ୍’ ର ନୂଆ ଆଇନ ସହ ଯୋଡ଼ି କରାଯାଉଛି ଭାଇରାଲ୍

Fact Check: 2019 ରେ ଓଡ଼ିଶାରେ ହୋଇଥିବା ଘଟଣାର ଭିଡ଼ିଓକୁ ‘ହିଟ୍ ଆଣ୍ଡ୍ ରନ୍’ ର ନୂଆ ଆଇନ ସହ ଯୋଡ଼ି କରାଯାଉଛି ଭାଇରାଲ୍

ନୂଆ ଦିଲ୍ଲୀ (ବିଶ୍ବାସ ନ୍ୟୁଜ୍)। ସୋସିଆଲ୍ ମିଡିଆରେ ଗୋଟିଏ ନୂଆ ଭିଡ଼ିଓ ଭାଇରାଲ୍ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଟ୍ରକ୍ ତଳେ ଆସି ଆତ୍ମହତ୍ୟା କରୁଥିବା ଦେଖାଯାଉଛି । ୟୁଜରମାନେ ଏହି ଭିଡ଼ିଓକୁ ସେୟାର୍ କରି ଦାବି କରୁଛନ୍ତି ଯେ, ହିଟ୍ ଆଣ୍ଡ୍ ରନ୍ ର ନୂଆ ଆଇନ୍ ଲାଗୁ ହେବା କାରଣରୁ ଏହି ଯୁବକ ଜଣକ ଆତ୍ମହତ୍ୟା କରିନେଇଛନ୍ତି । 

ବିଶ୍ବାସ ନ୍ୟୁଜ୍ ନିଜର ଅନୁସନ୍ଧାନରୁ ଜାଣିବାକୁ ପାଇଲା ଯେ, ଭାଇରାଲ୍ ହେଉଥିବା ଭିଡ଼ିଓ ଓଡ଼ିଶାର ନୂଆପଡ଼ାରେ 2019ରେ ଘଟିଥିବା ଘଟଣାର ଅଟେ । ଏହି ପୁରୁଣା ମାମଲାକୁ ଭ୍ରମାତ୍ମକ ଦାବି ସହ ହିଟ୍ ଆଣ୍ଡ୍ ରନ୍ ର ନୂଆ ଆଇନ ସହ ଯୋଡ଼ି ଭାଇରାଲ୍ କରାଯାଉଛି । 

ଭାଇରାଲ୍ ପୋଷ୍ଟରେ ଅଛି କଣ ?

ଭାଇରାଲ୍ କରାଯାଉଥିବା ପୋଷ୍ଟରେ ଲେଖା ଅଛି, ” କଳା ଆଇନ ଯୋଗୁଁ ଡ୍ରାଇଭର ନିଜ ମୃତ୍ୟୁକୁ ଚୟନ କରୁଛନ୍ତି ।  02, 01 , 2024.”

ଅନୁସନ୍ଧାନ

ଆମର ଅନୁସନ୍ଧାନକୁ ଆରମ୍ଭ କରି ପ୍ରଥମେ ଆମେ ଗୁଗଲ୍ ଲେନସ୍ ମାଧ୍ୟମରେ ଭାଇରାଲ୍ ଭିଡ଼ିଓର କିଫ୍ରେମ୍ ଖୋଜିଥିଲୁ । ଆମକୁ ଏହି ଘଟଣାର ଫଟୋ aknandy ୱାର୍ଡପ୍ରେସରେ ଗୋଟିଏ ବ୍ଲଗ୍ ରେ ମିଳିଥିଲା । ଏଠାରେ ଦିଆଯାଇଥିବା ସୂଚନା ଅନୁଯାୟୀ, 28 ଜୁଲାଇ 2019ରେ ଓଡ଼ିଶାର ନୂଆପଡ଼ାରେ ଜଣେ ଯୁବକ ଚଳନ୍ତା ଟ୍ରକ୍ ତଳେ ଆସି ନିଜ ଜୀବନ ଦେଇ ଦେଇଥିଲେ । ମୃତକ ଜଣଙ୍କ ନୂଆପଡ଼ା ଏନ୍.ଏ.ସି ୱାର୍ଡ ନମ୍ବର 13 ଅନ୍ତର୍ଗତ ମହୁଆଭାଟା ଗ୍ରାମର ରାଜୁ ସବର (40) ବୋଲି ଜଣା ପଡ଼ିଥିଲା ।

ଏହି ମୂଳ ଖବର ଉପରେ ଆଧାର କରି ଆମେ ଆମର ଅନୁସନ୍ଧାନକୁ ଆଗକୁ ବଢ଼ାଇଥିଲୁ ଏବଂ ଆମକୁ ଫ୍ୟାକ୍ଟ ନାଓର ୱେବସାଇଟ୍ ରେ ଏହି ମାମଲା ସହ ସମ୍ବନ୍ଧୀୟ ଖବର ମିଳିଥିଲା । 28 ଜୁଲାଇ 2019ରେ ପ୍ରକାଶିତ ଏହି ଖବରରେ ଦିଆଯାଇଥିବା ସୂଚନା ଅନୁଯାୟୀ, ” ନୂଆପଡ଼ ସହରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ନଜରକୁ ଆସିଛି । ଜଣେ ଯୁବକ ଚଳନ୍ତା ଟ୍ରକ୍ ର ପଛ ଚକା ଆଗକୁ ଆସି ଆତ୍ମହତ୍ୟା କରି ଦେଇଛନ୍ତି । ମୃତକଙ୍କ ପରିଚୟ, ମହୁଆଭାଟା ଗ୍ରାମରେ ରହୁଥିବା ରାଜୁ ସବର ବୋଲି ଜଣା ପଡ଼ିଛି । ନୂଆପଡ଼ା ପୋଲିସ ଷ୍ଟେସନର ସାମ୍ନାରେ ଲାଗିଥିବା ସିସିଟିଭି କ୍ୟାମେରାରେ ସମ୍ପୂର୍ଣ୍ଣ ଘଟଣା ରେକର୍ଡ ରହିଛି । ଏଥିରେ ରାଜୁ ସବର ରାସ୍ତା ପାର ହୋଇ ଟ୍ରକକୁ ଅପେକ୍ଷା କରୁଥିବା ଦେଖିବାକୁ ମିଳିଛି । ଯେତେବେଳେ ଟ୍ରକ୍ ତାଙ୍କ ପାଖ ଦେଇ ଯାଉଛି ସେ ତା ଆଗକୁ ଡେଇଁ ପଡ଼ିଥିଲେ ଏବଂ ପଛ ଚୟ ତଳେ ଦଳି ହୋଇଯାଇଥିଲା । 

ସେହିପରି, ଏଏନ୍ଆଇର 28 ଜୁଲାଇ 2019 ର ଖବର ଅନୁଯାୟୀ, ”ଓଡ଼ିଶାର ନୂଆପଡ଼ା ସହରର 353 ଜାତୀୟ ରାଜପଥରେ ଶନିବାର ଦ୍ବିପହରରେ ଜଣେ ବ୍ୟକ୍ତି ଚଳନ୍ତା ଟ୍ରକ୍ ଚ ପଛ ଚକା ତଳେ ଚାପି ହୋଇ ଆତ୍ମହତ୍ୟା କରିଛନ୍ତି । ନୂଆପଡ଼ା ଏସ୍.ଡି.ପି.ଓ ପ୍ରଶାନ୍ଚ ପଟ୍ଟନାୟକ କହିଛନ୍ତି, ନୂଆପଡ଼ା ପୋଲିସ ଷ୍ଟେସନ ସାମ୍ନାରେ ଲାଗିଥିବା ସିସିଟିଭି କ୍ୟାମେରାରେ ସମ୍ପୂର୍ଣ୍ଣ ଘଟଣା ରେକର୍ଡ ରହିଛି । ତେବେ, ପୋଲିସର ପ୍ରାରମ୍ଭିକ ଯାଞ୍ଚ ଜାରି ରହିଛି ଏବଂ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ଚିକିତ୍ସାଳୟ ପଠାଇ ଦିଆଯାଇଛି ।”

ଭାଇରାଲ୍ ପୋଷ୍ଟର ପୁଷ୍ଟିକରଣ ପାଇଁ ଆମେ ଓଡ଼ିଶାର ଫ୍ୟାକ୍ଟ ଚେକର୍ ଏବଂ କନକ ନ୍ୟୁଜ୍ ର ସାମ୍ବାଦିକ ଅନୁଜ ଦାସଙ୍କ ଯୋଗାଯୋଗ କରିଥିଲୁ । ସେ ଆମକୁ କହିଥିଲେ ଯେ ଏହି ଭାଇରାଲ୍ ଭିଡ଼ିଓ ପୁରୁଣା ଅଟେ । 

କହି ରଖୁଛୁ ଯେ, ଟ୍ରକ୍ ଚାଳକଙ୍କ ବିରୋଧ- ପ୍ରଦର୍ଶନ ପରେ ସରକାର ଏହି ଆଇନକୁ ଏଡ଼ାଇ ଦେଇଛନ୍ତି । ସରକାରଙ୍କ କହିବା କଥା, ଆଗାମୀ ଦିନରେ ସବୁ ପକ୍ଷଙ୍କ ସହ ଆଲୋଚନା କରି ସମସ୍ତ ଆଇନ ଲାଗୁ କରାଯିବ । 

ଭ୍ରମାତ୍ମକ ପୋଷ୍ଟକୁ ସେୟାର୍ କରିଥିବା ଏକ୍ସ (ଟ୍ବିଟର) ୟୁଜରଙ୍କର ସୋସିଆଲ୍ ସ୍କାନିଂରୁ ଆମେ ଜାଣିବାକୁ ପାଇଥିଲୁ ଯେ, ଏହି ୟୁଜରଙ୍କୁ 63 ହଜାରରୁ ଅଧିକ ଲୋକ ଫଲୋ କରୁଛନ୍ତି । 

ନିଷ୍କର୍ଷ: ବିଶ୍ବାସ ନ୍ୟୁଜ୍ ନିଜ ଅନୁସନ୍ଧାନରୁ ଜାଣିବାକୁ ପାଇଲା ଯେ, ଭାଇରାଲ୍ ହେଉଥିବା ଭିଡ଼ିଓ ଓଡ଼ିଶାର ନୂଆପଡ଼ାର 2019ର ଏକ ଘଟଣାର ଅଟେ । ଏହି ପୁରୁଣା ମାମଲାକୁ ଏବେ ଭ୍ରମାତ୍ମକ ଦାବି ସହ ହିଟ୍ ଆଣ୍ଡ୍ ରନ୍ ଆଇନ୍ ସହ ଯୋଡ଼ି ଭାଇରାଲ୍ କରାଯାଉଛି । 

Misleading
Symbols that define nature of fake news
Know The Truth...

Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923

Related Posts
ନୂଆ ପୋଷ୍ଟଗୁଡ଼ିକ