ଫ୍ୟାକ୍ଟ ଚେକ୍: ୟୁନେସ୍କୋ କୌଣସି ଦେଶର ଜାତୀୟ ସଂଗୀତର ରାଙ୍କିଂ କରେ ନାହିଁ, ଭାଇରାଲ୍ ଦାବି ଭୁଲ୍

ବିଶ୍ୱାସ ନ୍ୟୁଜ୍ ଏହାର ଅନୁସନ୍ଧାନରେ ଜାଣିବାକୁ ପାଇଛି ଯେ ଭାରତୀୟ ଜାତୀୟ ସଂଗୀତ ବିଷୟରେ ଭାଇରାଲ ଦାବି ଭୁଲ୍। କୌ ଣସି ଦେଶର ଜାତୀୟ ସଂଗୀତ ୟୁନେସ୍କୋ ଦ୍ୱାରା ରାଙ୍କିଂ କରାଯାଏ ନାହିଁ।

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଦାବି ହେଉଛି ଯେ ୟୁନେସ୍କୋ ଭାରତର ଜାତୀୟ ସଂଗୀତକୁ ବିଶ୍ୱର ସର୍ବୋତ୍ତମ ଜାତୀୟ ସଂଗୀତ ଭାବରେ ଘୋଷଣା କରିଛି। ଅନୁସନ୍ଧାନରେ ବିଶ୍ୱାସ ନ୍ୟୁଜ୍ ଜାଣିବାକୁ ପାଇଲା ଯେ ଭାଇରାଲ୍ ଦାବି ଭୁଲ୍ ଅଟେ। ୟୁନେସ୍କୋ ଏପରି ଘୋଷଣା କରିନାହିଁ। କୌଣସି ଦେଶର ଜାତୀୟ ସଂଗୀତ ୟୁନେସ୍କୋ ଦ୍ୱାରା ରାଙ୍କିଂ କରେ ନାହିଁ ।

ଭାଇରାଲ୍ ପୋଷ୍ଟରେ କଣ ଅଛି?

ଫେସବୁକ୍ ବ୍ୟବହାରକାରୀ ପି.କେ ଜାଙ୍ଗିଡ ଜୁଲାଇ 15 ରେ ଏହି ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ଲେଖା ଅଛି, “ଆମର ଜାତୀୟ ସଂଗୀତ -“ ଜନ ଗଣ ମନ ଅଧିନାୟକ ଜୟ ହେ ଭାରତ ଭାଗ୍ୟ ବିଧାତା”କୁ ବିଶ୍ୱର ସର୍ବଶ୍ରେଷ୍ଠ ଜାତୀୟ ସଂଗୀତ ଘୋଷିତ କରାଯାଇଛି .. ୟୁନେସ୍କୋ ଏହି ଘୋଷଣା କରିଛି, ମୁଁ ଜଣେ ଭାରତୀୟ ହୋଇଥିବାରୁ ଗର୍ବିତ .. ଜୟହିନ୍ଦ, ଭାରତ ମାତାଙ୍କ ଜୟ। “

ଅନ୍ୟ କେତେକ ବ୍ୟବହାରକାରୀ ଏହାକୁ ସମାନ ଏବଂ ଏକାଭଳି ଦାବି କରି ସେୟାର କରିଛନ୍ତି। ପୋଷ୍ଟର ଆର୍କାଇଭ୍ଡ ସଂସ୍କରଣ ଏଠାରେ କ୍ଲିକ୍ କରି ଦେଖାଯାଇପାରିବ ।

ଅନୁସନ୍ଧାନ

ଭାଇରାଲ୍ ଦାବିର ସତ୍ୟତା ଜାଣିବା ପାଇଁ ଆମେ ଗୁଗୁଲ୍ ଓପନ୍ ସର୍ଚ୍ଚର ସାହାଯ୍ୟ ନେଇଥିଲୁ। ଆମେ ଗୁଗୁଲରେ ଇଣ୍ଟରନେଟରେ ସର୍ଚ୍ଚ କରିବା ଆରମ୍ଭ କଲୁ, କିନ୍ତୁ ଆମେ ଦାବି ସମ୍ବନ୍ଧୀୟ କୌଣସି ବିଶ୍ୱସନୀୟ ମିଡିଆ ରିପୋର୍ଟ ପାଇଲୁ ନାହିଁ ।

ଅଧିକ ଅନୁସନ୍ଧାନ କରି ଆମେ ୟୁନେସ୍କୋର ଅଫିସିଆଲ୍ ୱେବସାଇଟ୍ ଏବଂ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ଘାଣ୍ଟିବା ଆରମ୍ଭ କଲୁ। ଆମେ ଏଠାରେ ମଧ୍ୟ ଭାଇରାଲ୍ ଦାବି ସହ ଜଡ଼ିତ କୌଣସି ସୂଚନା ପାଇଲୁ ନାହିଁ।

ଶେଷରେ ଆମେ ସଂପୂର୍ଣ୍ଣ ଭାବରେ ନିଶ୍ଚିତ କରିବା ପାଇଁ ଦିଲ୍ଲୀର ୟୁନେସ୍କୋ କାର୍ଯ୍ୟାଳୟ ସହିତ ଯୋଗାଯୋଗ କଲୁ। ଭାଇରାଲ୍ ଦାବି ମିଥ୍ୟା ବୋଲି ସେମାନେ ଆମକୁ କହିଥିଲେ। ୟୁନେସ୍କୋ ଜାତୀୟ ସଂଗୀତଗୁଡ଼ିକର ରାଙ୍କିଂ କରେ ନାହିଁ। ସେପରି କୌଣସି ସର୍ଭେ କିମ୍ବା ରାଙ୍କିଂ ଆମ ଦ୍ୱାରା କରାଯାଇ ନାହିଁ। ସମସ୍ତ ଦେଶ ନିଜର ଦେଶପ୍ରୀତି ଦର୍ଶାଇବା ପାଇଁ ଜାତୀୟ ସଂଗୀତ ହେଉଛି ଏକ ମାଧ୍ୟମ।

ଅତୀତରେ ସୋସିଆଲ ମିଡିଆରେ ମଧ୍ୟ ଏହି ଦାବି ଭାଇରାଲ ହୋଇଛି। ବିଶ୍ୱାସ ନ୍ୟୁଜ୍ ଦ୍ୱାରା କରାଯାଇଥିବା ଅନୁସନ୍ଧାନ ଏଠାରେ ପଢ଼ାଯାଇପାରିବ।

ଅନୁସନ୍ଧାନର ଶେଷ ସୋପାନରେ, ପୋଷ୍ଟ ସେୟାର କରିଥିବା ପିକେ ଜାଙ୍ଗିଡ୍‌ଙ୍କର ପୃଷ୍ଠଭୂମି ଆମେ ଯାଞ୍ଚ କରିଥିଲୁ। ଆମେ ଜାଣିଲୁ ଯେ ଫେସବୁକରେ ତାଙ୍କର 759 ବନ୍ଧୁ ଅଛନ୍ତି। ପ୍ରୋଫାଇଲରେ ଦିଆଯାଇଥିବା ସୂଚନା ଅନୁଯାୟୀ, ବ୍ୟବହାରକାରୀ ଯୋଧପୁର ସହରର ବାସିନ୍ଦା ଅଟନ୍ତି।

निष्कर्ष: ବିଶ୍ୱାସ ନ୍ୟୁଜ୍ ଏହାର ଅନୁସନ୍ଧାନରେ ଜାଣିବାକୁ ପାଇଛି ଯେ ଭାରତୀୟ ଜାତୀୟ ସଂଗୀତ ବିଷୟରେ ଭାଇରାଲ ଦାବି ଭୁଲ୍। କୌ ଣସି ଦେଶର ଜାତୀୟ ସଂଗୀତ ୟୁନେସ୍କୋ ଦ୍ୱାରା ରାଙ୍କିଂ କରାଯାଏ ନାହିଁ।

False
Symbols that define nature of fake news
Know The Truth...

Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923

Related Posts
ନୂଆ ପୋଷ୍ଟଗୁଡ଼ିକ