ଫ୍ୟାକ୍ଟ ଚେକ୍: ଏହି ଚାଇନାର ଯୁବ ହ୍ୟାକର୍‌ଙ୍କ କାରଣରୁ ଫେସବୁକ୍, ହ୍ୱାଟସ୍ ଆପ୍ ଏବଂ ଇନଷ୍ଟାଗ୍ରାମ ବନ୍ଦ ହୋଇନଥିଲା, ଭାଇରାଲ୍ ପୋଷ୍ଟର ଦାବି ମିଥ୍ୟା ଅଟେ

ନିଷ୍କର୍ଷ: ଯେତେବେଳେ ବିଶ୍ୱାସ ନ୍ୟୁଜ୍ ଏହି ପୋଷ୍ଟକୁ ଯାଞ୍ଚ କଲା, ଆମେ ଏହି ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲୁ। ଜଣେ ଯୁବ ଚାଇନିଜ୍ ହ୍ୟାକର୍‌ଙ୍କ ଯୋଗୁଁ ସମସ୍ତ ତିନୋଟି ଆପ୍ ଘଣ୍ଟା ଘଣ୍ଟା ବନ୍ଦ ହୋଇନଥିଲା।

ଫ୍ୟାକ୍ଟ ଚେକ୍: ଏହି ଚାଇନାର ଯୁବ ହ୍ୟାକର୍‌ଙ୍କ କାରଣରୁ ଫେସବୁକ୍, ହ୍ୱାଟସ୍ ଆପ୍ ଏବଂ ଇନଷ୍ଟାଗ୍ରାମ ବନ୍ଦ ହୋଇନଥିଲା, ଭାଇରାଲ୍ ପୋଷ୍ଟର ଦାବି ମିଥ୍ୟା ଅଟେ

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। କିଛି ଦିନ ତଳେ  ଫେସବୁକ୍ ଏବଂ ଏହାର ସହଯୋଗୀ ହ୍ୱାଟସ୍ ଆପ୍ ଏବଂ ଇନଷ୍ଟାଗ୍ରାମର ସେବା ସମଗ୍ର ବିଶ୍ୱରେ ସାମୟିକ ଭାବରେ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ଏହି ବିଷୟରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଠାରେ ୟୁଜର୍ମାନେ ଗୋଟିଏ ଛୋଟପିଲାର ଛବି ସେୟାର କରୁଛନ୍ତି, ଯେଉଁଥିରେ ଦାବି କରାଯାଇଛି ଯେ ଚାଇନାର ଏହି 13 ବର୍ଷୀୟ ପିଲା ଫେସବୁକ୍, ହ୍ୱାଟସ୍ଆପ୍ ଏବଂ ଇନଷ୍ଟାଗ୍ରାମ ହ୍ୟାକ୍ କରିଥିଲା, ଯେଉଁ କାରଣରୁ ଅନେକ ଆପ୍ ବହୁ ସମୟ ଚାଲିପାରିଲା ନାହିଁ। ଯେତେବେଳେ ବିଶ୍ୱାସ ନ୍ୟୁଜ୍ ଏହି ପୋଷ୍ଟକୁ ଯାଞ୍ଚ କଲା, ଆମେ ଏହି ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲୁ। ଏହି ଯୁବ ଚାଇନିଜ୍ ହ୍ୟାକର୍‌ଙ୍କ ଯୋଗୁଁ ସମସ୍ତ ତିନୋଟି ଆପ୍ ଘଣ୍ଟା ଘଣ୍ଟା ଧରି ବନ୍ଦ ହୋଇ ନ ଥିଲା।

ଭାଇରାଲ୍ ପୋଷ୍ଟରେ କଣ ଅଛି?

ଜଣେ ଫେସବୁକ ବ୍ୟବହାରକାରୀ ଏକ ଭାଇରାଲ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ଜଣେ ପିଲାଙ୍କୁ ଦେଖାଯାଉଛି ଏବଂ ଫଟୋରେ ଏହା ଲେଖାଯାଇଛି ଯେ ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍ୱାଟସ୍ଆପ୍ ଚାଲିବା ବନ୍ଦ କରିଥିବା ସେହି 13 ବର୍ଷୀୟ ଚାଇନିଜ୍ ହ୍ୟାକର୍।

ପୋଷ୍ଟର ଆର୍କାଇଭ୍ଡ ସଂସ୍କରଣ ଏଠାରେ ଦେଖନ୍ତୁ।

ଅନୁସନ୍ଧାନ

ଅନୁସନ୍ଧାନ ଆରମ୍ଭ କରି, ଆମେ ପ୍ରଥମେ ଭାଇରାଲ୍ ପୋଷ୍ଟରୁ ପିଲାଟିର ଛବି କାଟି ଗୁଗୁଲ୍ ରିଭର୍ସ ଇମେଜ୍ ମାଧ୍ୟମରେ ତାକୁ ଖୋଜିବା ଆରମ୍ଭ କଲୁ। ସନ୍ଧାନ କରିବା ସମୟରେ, ଆମେ 8 ଅକ୍ଟୋବର 2014 ରେ DailyMail.uk ରେ ପ୍ରକାଶିତ ଏକ ଆର୍ଟିକିଲରେ ଏହି ଫଟୋ ପାଇଲୁ। ଏଠାରେ ପ୍ରକାଶିତ ଖବର ଅନୁଯାୟୀ, ଜଣେ 13 ବର୍ଷ ବୟସ୍କ ଇଣ୍ଟରନେଟ୍ ସିକ୍ୟୁରିଟି ପ୍ରୋଡିଗି, ଯାହାକୁ ଗଣମାଧ୍ୟମରେ “ଚାଇନାର ସର୍ବକନିଷ୍ଠ ହ୍ୟାକର୍” କୁହାଯାଉଛି, ଗତ ସପ୍ତାହରେ ବେଜିଂରେ 2014 ଚାଇନା ଇଣ୍ଟରନେଟ୍ ସୁରକ୍ଷା ସମ୍ମିଳନୀରେ ଦର୍ଶକଙ୍କୁ ଭାଷଣ ଦେଇଥିଲେ। ଖବରରେ ଏହା ମଧ୍ୟ କୁହାଯାଇଥିଲା ଯେ ଏହି ଚାଇନାର ପିଲା ଥରେ ନିଜ ବିଦ୍ୟାଳୟର ଇଣ୍ଟରନେଟ୍ ମଧ୍ୟ ହ୍ୟାକ୍ କରିଥିଲା।

ଆମେ ଏହି ବାଳକ ସମ୍ବନ୍ଧୀୟ ଖବର Shangaist.com ଏବଂ Kotako.com ରେ ମଧ୍ୟ ପାଇଲୁ। ଏଠାରେ ଦିଆଯାଇଥିବା ସୂଚନା ଅନୁଯାୟୀ, ୱେନ ଝେନଜେଙ୍ଗ ନାମକ ଏହି ଯୁବକ ଚୀନ୍ର ସବୁଠାରୁ କନିଷ୍ଠ ହ୍ୟାକର୍। କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପିଲାଟି କେବଳ ତାଙ୍କ ସ୍କୁଲ କମ୍ପ୍ୟୁଟର ନୁହେଁ ଏକ ଅନଲାଇନ୍ ଷ୍ଟୋର୍ ମଧ୍ୟ ହ୍ୟାକ୍ କରିଥିଲା। ଆପଣ ଏଠାରେ ଏବଂ ଏଠାରେ ସମ୍ପୂର୍ଣ୍ଣ କାହାଣୀ ପଢ଼ିପାରିବେ |

ଆମର ଅନୁସନ୍ଧାନ ଜାରି ରଖି ଆମେ ଜାଣିବାକୁ ଚେଷ୍ଟା କଲୁ ଯେ ସେହି ସମାନ ଚାଇନିଜ୍ ହ୍ୟାକର୍ ଫେସବୁକ୍, ହ୍ୱାଟସ୍ଆପ୍ ଏବଂ ଇନଷ୍ଟାଗ୍ରାମକୁ ଘଣ୍ଟା ଘଣ୍ଟା ବନ୍ଦ କରିଦେଇଥିଲା କି? ସନ୍ଧାନରେ ଆମେ ଏପରି କୌଣସି ଖବର ପାଇଲୁ ନାହିଁ, ଯାହା ଏହି ଦାବିକୁ ସୁନିଶ୍ଚିତ କରିପାରିବ।

ଅକ୍ଟୋବର 4 ରେ, ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସ୍ଆପ୍ ବିଶ୍ୱବ୍ୟାପୀ ବନ୍ଦ ବିଷୟରେ engineering.facebook.com ୱେବସାଇଟ୍‌ରେ ଆମକୁ ଗୋଟିଏ ଲେଖା ମିଳିଲା। ଏଠାରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଅଚଳାବସ୍ଥା ପଛରେ କୌଣସି ମନ୍ଦ କାର୍ଯ୍ୟକଳାପ ନାହିଁ। ବରଂ, ମୁଖ୍ୟ କାରଣ ହେଉଛି ଆମ ତରଫରୁ ଫେକଲ୍‌ଟି କନଫିଗ୍ୟୁରେସନ୍‌ରେ ପରିବର୍ତ୍ତନ। ଆପଣ ଏଠାରେ ସମ୍ପୂର୍ଣ୍ଣ ଆର୍ଟିକିଲ୍ ଦେଖିପାରିବେ।

ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନ ଜାରି ରଖିଥିଲା ଏବଂ ଆମେ 6 ଅକ୍ଟୋବରରେ ସେହି ଅଚଳାବସ୍ଥା ଉପରେ ଫେସବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ଏକ ପୋଷ୍ଟ ମଧ୍ୟ ପାଇଥିଲୁ। ତେବେ, ସମଗ୍ର ପୋଷ୍ଟର ହ୍ୟାକିଂ ବିଷୟରେ କୌଣସି ଉଲ୍ଲେଖ ନାହିଁ।

ଭାଇରାଲ୍ ପୋଷ୍ଟର  ସତ୍ୟାସତ୍ୟ ଜାଣିବା ପାଇଁ ବିଶ୍ୱାସ ନ୍ୟୁଜ୍ ଇମେଲ୍ ମାଧ୍ୟମରେ ଫେସବୁକ୍ ସହିତ ଯୋଗାଯୋଗ କରିଥିଲା ଏବଂ ଆମର ମେଲ୍ର ଉତ୍ତରରେ ଏପିକ୍ ମୋନେଟାଇଜେସନ୍, ଫେସବୁକ୍ର ସଂଚାର ପ୍ରବନ୍ଧକ ଶେଫାଲି ଶ୍ରୀନିବାସ ଲେଖିଛନ୍ତି: “ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଏହି ଅଚଳାବସ୍ଥା ପଛରେ କୌଣସି ଅସାମାଜିକ ତତ୍ତ୍ୱ ନ ଥିଲେ। ଏହାର ମୁଖ୍ୟ କାରଣ ଥିଲା ଆମ ତରଫରୁ ଫେକଲ୍‌ଟି କନଫିଗ୍ୟୁରେସନ୍‌ରେ ପରିବର୍ତ୍ତନ।

ବର୍ତ୍ତମାନ ସମୟ ଥିଲା ଏହି ନକଲି ପୋଷ୍ଟକୁ ସେୟାର କରିଥିବା ଫେସବୁକ୍ ୟୁଜର୍ ମହମ୍ମଦ ଜକିଙ୍କ ସୋସିଆଲ୍ ସ୍କାନିଂର ।  ଆମେ ଜାଣିଲୁ ଯେ ଫେସବୁକ୍ରେ ୟୁଜର୍ ବହୁତ ସକ୍ରିୟ ଅଛନ୍ତି। ଏହା ସହିତ, ୟୁଜର୍‌ଙ୍କର କୌଣସି ସୂଚନା ସାର୍ବଜନୀନ ନୁହେଁ।

निष्कर्ष: ନିଷ୍କର୍ଷ: ଯେତେବେଳେ ବିଶ୍ୱାସ ନ୍ୟୁଜ୍ ଏହି ପୋଷ୍ଟକୁ ଯାଞ୍ଚ କଲା, ଆମେ ଏହି ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲୁ। ଜଣେ ଯୁବ ଚାଇନିଜ୍ ହ୍ୟାକର୍‌ଙ୍କ ଯୋଗୁଁ ସମସ୍ତ ତିନୋଟି ଆପ୍ ଘଣ୍ଟା ଘଣ୍ଟା ବନ୍ଦ ହୋଇନଥିଲା।

Know The Truth...

Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923

Related Posts
ନୂଆ ପୋଷ୍ଟଗୁଡ଼ିକ