ଫ୍ୟାକ୍ଟ ଚେକ୍: ଏହି ଭିଡିଓ ଶହୀଦଙ୍କ ଶେଷ ଯାତ୍ରାର ଅଟେ, ସିଦ୍ଧୁ ମୁସେୱାଲାଙ୍କର ନୁହେଁ

ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରୁ ଭାଇରାଲ୍ ଦାବି ବିଭ୍ରାନ୍ତିକର ବୋଲି ଜଣାପଡ଼ିଛି। ଏହି ଭିଡିଓଟି ରତଲାମ ମାୱତା ଗାଁର ବାସିନ୍ଦା ଶହୀଦ ଜୱାନ ଲୋକେଶ କୁମାୱତଙ୍କର ଅଟେ। ମିଥ୍ୟା ଦାବି ସହିତ ଭିଡିଓ ସେୟାର କରାଯାଉଛି। ଭିଡିଓଟି ପୂର୍ବରୁ ଇଣ୍ଟରନେଟରେ ଉପଲବ୍ଧ ଅଛି ।

ବିଶ୍ୱାସ ନ୍ୟୁଜ୍ (ନୂଆଦିଲ୍ଲୀ)। ଦିବଙ୍ଗତ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କୁ 29 ମଇ 2022 ଦିନ ଦ୍ୱିପ୍ରହରରେ ଅଜ୍ଞାତ ବ୍ୟକ୍ତିମାନେ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ପରଠାରୁ ସୋସିଆଲ ମିଡିଆରେ ଅନେକ ପୁରୁଣା ଭିଡିଓ ଏବଂ ପୋଷ୍ଟକୁ ନିକଟରେ ଘଟିଥିବା ଦର୍ଶାଇ ସେୟାର କରାଯାଉଛି। ଏବେ ଏହା ସହ ସମ୍ବନ୍ଧୀୟ ଏକ 30 ସେକେଣ୍ଡର ଭିଡିଓକୁ ସିଦ୍ଧୁ ମୁସେୱାଲାଙ୍କ ଶେଷ ଯାତ୍ରାର ଦାବି କରି ସେୟାର କରାଯାଉଛି। ଭିଡିଓରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ବିଶ୍ୱାସ ନ୍ୟୁଜ୍ ଭାଇରାଲ୍ ଦାବିକୁ ଯାଞ୍ଚ କରିବା ପରେ ଏହା ଭ୍ରମାତ୍ମକ ବୋଲି ଜଣାପଡିଛି। ଏହି ଭିଡିଓଟି ରତଲାମର ମାୱଟା ଗାଁର ବାସିନ୍ଦା ଶହୀଦ ଜୱାନ ଲୋକେଶ କୁମାୱତଙ୍କର ଅଟେ। ମିଥ୍ୟା ଦାବି ସହିତ ଏହି ଭିଡିଓ ସେୟାର କରାଯାଉଛି। ଭିଡିଓଟି ପୂର୍ବରୁ ଇଣ୍ଟରନେଟରେ ଉପଲବ୍ଧ ଅଛି ।

ଭାଇରାଲ୍ ପୋଷ୍ଟରେ କଣ ଅଛି

ଫେସବୁକ ବ୍ୟବହାରକାରୀ “ମଞ୍ଜିତ ସିଂ” ଏହି ଭିଡିଓକୁ ମେ 31 ରେ ସେୟାର କରି ଲେଖିଛନ୍ତି, “ସିଦ୍ଧୁ ମୁସେୱାଲା ଶେଷ ଯାତ୍ରା” ସୋସିଆଲ ମିଡିଆରେ ଅନ୍ୟ କେତେକ ଉପଭୋକ୍ତା ଏହି ଭିଡିଓକୁ ସମାନ ଏବଂ ଏକାଭଳି ଦାବି ସହ ସେୟାର କରୁଛନ୍ତି। ପୋଷ୍ଟର ଆର୍କାଇଭ୍ଡ ଲିଙ୍କ୍ ଏଠାରେ ଦେଖା ଯାଇପାରିବ ।

ଅନୁସନ୍ଧାନ

ବିଶ୍ୱାସ ନ୍ୟୁଜ୍ ପ୍ରଥମେ ଭିଡିଓକୁ ଇନଭିଡ୍ ଟୁଲରେ ଅପଲୋଡ୍ କରି ଭିଡିଓର ବିଭିନ୍ନ ସ୍କ୍ରିନ ଗ୍ରାବ୍ସ ସଂଗ୍ରହ କଲା। ତା’ପରେ ଆମେ ବିଭିନ୍ନ ସ୍କ୍ରିନ ଗ୍ରାବ୍ ରେ ଏକ ଓଲଟା ଇମେଜ୍ ସର୍ଚ୍ଚ କରିଥିଲୁ।4 ଡିସେମ୍ବର 2021 ରେ “ଦୀପୁ ବାୟୋଗ୍ରାଫି” ନାମକ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ଭିଡିଓ ଅପଲୋଡ୍ ହୋଇଥିବା ଆମେ ଦେଖିବାକୁ ପାଇଲୁ।ଏହି ଏକ ମିନିଟ୍ 35 ସେକେଣ୍ଡ୍ ଭିଡିଓରେ, ଭାଇରାଲ୍ ଭିଡିଓର ଅଂଶ 29 ସେକେଣ୍ଡରୁ 47 ସେକେଣ୍ଡ ମଧ୍ୟରେ ଦେଖା ଯାଇପାରିବ। ଏହି ଭିଡିଓରେ କ୍ୟାପସନରେ ଅପଲୋଡ୍ କରାଯାଇଥିଲା, “ଶହୀଦ ଲୋକେଶ କୁମାୱତଙ୍କର ଅନ୍ତିମ ସଂସ୍କାର ସେନାର ନିୟମ ଅନୁଯାୟୀ ବହୁ ସଂଖ୍ୟାରେ ଲୋକଙ୍କ ଉପସ୍ଥିତିରେ କରାଯାଇଥିଲା। ସେନା ଲୋକେଶ ।

4 ଡିସେମ୍ବର 2021 ରେ “ଦ ଡିଫ୍ ନ୍ୟୁଜ୍” ନାମକ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏ ସମ୍ବନ୍ଧୀୟ ଏକ ଭିଡିଓ ଆମେ ପାଇଲୁ।ଫେସବୁକ୍ ସର୍ଚ୍ଚରେ ମଧ୍ୟ ଆମେ ଏହି ଭିଡିଓକୁ ଅନେକ ଫେସବୁକ୍ ବ୍ୟବହାରକାରୀ ସେୟାର୍ କରିଥିବା ଦେଖିବାକୁ ପାଇଲୁ।3 ଡିସେମ୍ବର 2021 ରେ “ଜୟେଶ ଚୋଟଲିୟା” ନାମକ ଜଣେ ଫେସବୁକ ବ୍ୟବହାରକାରୀଙ୍କ ଫେସବୁକ ଆକାଉଣ୍ଟରେ ଭିଡିଓ ସେୟାର କରାଯାଇଥିବାର ଦେଖିବାକୁ ମିଳିଥିଲା।

ଭିଡିଓ ସହିତ ଥିବା କ୍ୟାପସନରେ ଲେଖାଥିଲା, “ମଧ୍ୟପ୍ରଦେଶର ରତଲାମ, ଗାଁର ମାୱତା ଗାଁର ଲାଲ ବୀର ବଳିଦାନୀ ଲୋକେଶ କୁମାୱତ ମଣିପୁରର ଇମ୍ଫାଲରେ ଆତଙ୍କବାଦୀଙ୍କ ସହ ଲଢ଼ି ଶହୀଦ ହୋଇଗଲେ।ସାହସୀ ବଳିଦାନୀଙ୍କ ପାଦତଳେ କୋଟି କୋଟି ପ୍ରଣାମ ।”

ଭାଇରାଲ୍ ଭିଡିଓ ମଧ୍ୟପ୍ରଦେଶର ହୋଇଥିବାରୁ ଆମେ ନଇଦୁନିଆର ଡେପୁଟି ନ୍ୟୁଜ୍ ଏଡିଟର୍ ଅରବିନ୍ଦ ଦୁବେଙ୍କ ସହ ଯୋଗାଯୋଗ କଲୁ। ତାଙ୍କ ସହ ଭାଇରାଲ୍ ପୋଷ୍ଟର ଲିଙ୍କ୍ ମଧ୍ୟ ସେୟାର କଲୁ। ସେ ଆମକୁ କହିଲେ ଯେ ସିଦ୍ଧୁ ମୁସେୱାଲାଙ୍କ ସହ ଭିଡିଓର କୌଣସି ସମ୍ପର୍କ ନାହିଁ। ଭାଇରାଲ୍ ଭିଡିଓ ଶହୀଦ ଲୋକେଶ କୁମାୱତଙ୍କର ଅଟେ।

ଅଧିକ ଅନୁସନ୍ଧାନ କରି ଆମେ ସିଦ୍ଧୁ ମୁସେୱାଲାଙ୍କ ଅନ୍ତିମ ସଂସ୍କାର ବିଷୟରେ ଖୋଜିଲୁ। ସିଦ୍ଧୁ ମୁସେୱାଲାଙ୍କ ଅନ୍ତିମ ସଂସ୍କାର ସହିତ ଜଡ଼ିତ ଆମେ ଅନେକ ରିପୋର୍ଟ ପାଇଲୁ, ଯେଉଁଥିରେ କୁହାଯାଇଥିଲା ଯେ ସେ ମାନସାର ମୁସାସ୍ଥିତ ତାଙ୍କ ଜମିରେ ତାଙ୍କୁ ମୁଖାଗ୍ନି ଦିଆଯାଇଥିଲା। ଆଜ୍ ତକ୍ ୟୁଟ୍ୟୁବ୍ ଚ୍ୟାନେଲରେ ସିଦ୍ଧୁ ମୁସେୱାଲାଙ୍କର ଅନ୍ତିମ ସଂସ୍କାର ଭିଡିଓ ଏବଂ ଭାଇରାଲ୍ ଭିଡିଓ ମଧ୍ୟରେ ପାର୍ଥକ୍ୟ ସ୍ପଷ୍ଟ ଭାବରେ ଦେଖା ଯାଇପାରିବ।

ଏ ବିଷୟରେ ଅଧିକ ବିବରଣୀ ପାଇଁ, ଆମେ ପଞ୍ଜାବୀ ଜାଗରଣର ମାନସା ସାମ୍ବାଦିକ ହରେକୃଷ୍ଣ ଶର୍ମାଙ୍କ ନିକଟରେ ପହଞ୍ଚିଲୁ, ଯିଏ ସିଦ୍ଧୁ ମୁସେୱାଲାଙ୍କ ଅନ୍ତିମ ଯାତ୍ରା ବିଷୟରେ ଖବର ସଂଗ୍ରହ କରିଥିଲେ।ସେ ବିଶ୍ୱାସ ନ୍ୟୁଜକୁ କହିଲେ ଯେ ଏହି ଭିଡିଓ ସିଦ୍ଧୁ ମୁସେୱାଲାଙ୍କ ଅନ୍ତିମ ଯାତ୍ରାର ନୁହେଁ। ଭାଇରାଲ୍ ଭିଡିଓରେ ଶେଡ୍ ଦୃଶ୍ୟମାନ ହେଉଥିବାବେଳେ ମୁସେୱାଲାଙ୍କର ଅନ୍ତିମ ସଂସ୍କାର କ୍ଷେତରେ କରାଯାଇଥିଲା। ଏହି ଭିଡିଓର ସିଦ୍ଧୁ ମୁସେୱାଲା ସହିତ କୌଣସି ସମ୍ପର୍କ ନାହିଁ।

ଅନୁସନ୍ଧାନ ଶେଷରେ, ଆମେ ଏହି ଭିଡିଓକୁ ମିଥ୍ୟା ଦାବି ସହିତ ସେୟାର କରିଥିବା ୟୁଜରଙ୍କ ଯାଂଚ କଲୁ। ଆମେ ଜାଣିବାକୁ ପାଇଲୁ ଯେ ୟୁଜର ହିମାଚଳ ପ୍ରଦେଶର ବୈଜନାଥର ବାସିନ୍ଦା ଅଟନ୍ତି।ଫେସବୁକରେ ୟୁଜରଙ୍କୁ 258 ଜଣ ଫଲୋ କରୁଛନ୍ତି।

निष्कर्ष: ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରୁ ଭାଇରାଲ୍ ଦାବି ବିଭ୍ରାନ୍ତିକର ବୋଲି ଜଣାପଡ଼ିଛି। ଏହି ଭିଡିଓଟି ରତଲାମ ମାୱତା ଗାଁର ବାସିନ୍ଦା ଶହୀଦ ଜୱାନ ଲୋକେଶ କୁମାୱତଙ୍କର ଅଟେ। ମିଥ୍ୟା ଦାବି ସହିତ ଭିଡିଓ ସେୟାର କରାଯାଉଛି। ଭିଡିଓଟି ପୂର୍ବରୁ ଇଣ୍ଟରନେଟରେ ଉପଲବ୍ଧ ଅଛି ।

Misleading
Symbols that define nature of fake news
Know The Truth...

Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923

Related Posts
ନୂଆ ପୋଷ୍ଟଗୁଡ଼ିକ