ଫ୍ୟାକ୍ଟ ଚେକ୍: ପଶ୍ଚିମବଙ୍ଗର ନିର୍ବାଚନୀ ହିଂସାରେ ନୁହେଁ ଧନବାଦରେ ମାଙ୍କଡ଼ ଆକ୍ରମଣରେ ଏହି ଯବାନ ଆହତ ହୋଇଛନ୍ତି

ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ ଏହି ଫୋଟୋ ବିଷୟରେ କରାଯାଉଥିବା ଦାବି ମିଥ୍ୟା ବୋଲି ଜଣାପଡିଛି। ଏହା ପଶ୍ଚିମବଙ୍ଗର ନିର୍ବାଚନୀ ହିଂସାରେ ନୁହେଁ, ବରଂ ଧନବାଦରେ ମାଙ୍କଡ଼ ଆକ୍ରମଣରେ ଆହତ ହୋଇଥିବା ସିଆଇଏସ୍ଏଫ୍ ଯବାନଙ୍କ ଫୋଟୋ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିକୁ ଟାର୍ଗେଟ କରିବାକୁ ମିଥ୍ୟା ଦାବି ସହିତ ଏହି ଫୋଟୋ ସେୟାର କରାଯାଇଛି।

ଫ୍ୟାକ୍ଟ ଚେକ୍: ପଶ୍ଚିମବଙ୍ଗର ନିର୍ବାଚନୀ ହିଂସାରେ ନୁହେଁ ଧନବାଦରେ ମାଙ୍କଡ଼ ଆକ୍ରମଣରେ ଏହି ଯବାନ ଆହତ ହୋଇଛନ୍ତି

ବିଶ୍ୱାସ ନ୍ୟୁଜ୍ (ନୂଆଦିଲ୍ଲୀ) । ସୋସିଆଲ ମିଡିଆରେ ଜଣେ ଆହତ ବ୍ୟକ୍ତିଙ୍କ ଫୋଟୋ ସେୟାର କରାଯାଉଛି। ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ ସେ ପଶ୍ଚିମବଙ୍ଗରେ ହୋଇଥିବା ନିର୍ବାଚନୀ ହିଂସାରେ ଆହତ ହୋଇଥିବା ସିଆଇଏସ୍ଏଫ୍ ଯବାନ ଅଟନ୍ତି। ଏହି ଛବି ସେୟାର କରି, ହିଂସାର ଆରୋପ ଟିଏମସି କର୍ମୀଙ୍କ  ଉପରେ ଲଗା ଯାଉଛି। ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ, ଏହି ଫୋଟୋ ସହିତ କରା ଯାଇଥିବା ଦାବି ମିଥ୍ୟା ବୋଲି ଜଣାପଡ଼ିଛି । ଏହା ପଶ୍ଚିମବଙ୍ଗର ନିର୍ବାଚନୀ ହିଂସାରେ ନୁହେଁ ବରଂ ଧନବାଦରେ ମାଙ୍କଡ଼ମାନଙ୍କ ଆକ୍ରମଣରେ ଆହତ ହୋଇଥିବା ସିଆଇଏସ୍ଏଫ୍ ଯବାନଙ୍କ ଫୋଟୋ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶାସକ ଟିଏମସିକୁ ଟାର୍ଗେଟ କରିବାକୁ ମିଥ୍ୟା ଦାବି ସହ ଏହି ଫୋଟୋ ସେୟାର କରାଯାଉଛି।

କଣ ଭାଇରାଲ୍ ହେଉଛି

ଟ୍ୱିଟର ବ୍ୟବହାରକାରୀ ଅନିକେତ ଜୈସୱାଲ ବିଜେପି (ଅନିକେତ ଜୈସୱାଲ ବିଜେପି) 12 ଏପ୍ରିଲ 2021 ରେ ଭାଇରାଲ ଫୋଟୋ ଟ୍ୱିଟ କରି ଲେଖିଛନ୍ତି, ‘ଗୋଟିଏ ଫୋଟୋ ହଜାର ହଜାର ଶବ୍ଦଠାରୁ ଭାରୀ ହୋଇଥାଏ । ମମତା ବାନାର୍ଜୀ ଦାବି କରିଛନ୍ତି ଯେ ଶିତଳକୁଚିରେ ସିଆଇଏସ୍ଏଫ୍ ଯବାନମାନଙ୍କ ଉପରେ ଆକ୍ରମଣ କରାଯାଇ ନାହିଁ। ଆହତ ଯବାନଙ୍କ ଫୋଟୋ ଆକ୍ରମଣର ଭୟାବହତାକୁ ପ୍ରକାଶ କରିଛି। ମମତା ଉସୁକାଇବା ପରେ କେନ୍ଦ୍ରୀୟ ଫୋର୍ସ ଉପରେ ଟିଏମସି ଗୁଣ୍ଡାମାନେ ଆକ୍ରମଣ କରିଥିଲେ। ସବୁକିଛି ସଫା ହୋଇଗଲା। ‘

ଏହି ଟୁଇଟର ଆର୍କାଇଭ୍ଡ ସଂସ୍କରଣ ଏଠାରେ କ୍ଲିକ୍ କରି ଦେଖାଯାଇପାରିବ ।

ଏହି କ୍ୟାପସନ୍ ସହିତ ଏହି ଫୋଟୋ ଫେସବୁକରେ ସେୟାର କରାଯାଉଛି । ସେହିଭଳି ଫେସବୁକ ବ୍ୟବହାରକାରୀ ଅବନୀଶ ପ୍ରଣୀତୀ ସିଂ ଏବଂ ଫେସବୁକ ପେଜ୍ BJMTU TRADE UNION ମଧ୍ୟ ଏହି ସମାନ କ୍ୟାପସନ ସହିତ ଭାଇରାଲ ଫୋଟୋ ପୋଷ୍ଟ କରିଛନ୍ତି ।

ତଦନ୍ତ

ବିଶ୍ୱାସ ନ୍ୟୁଜ୍ ପ୍ରଥମେ ଭାଇରାଲ୍ ଫୋଟୋ ଉପରେ ଗୁଗୁଲ୍ ରିଭର୍ସ ଇମେଜ୍ ସର୍ଚ୍ଚ ଟୁଲ୍ ବ୍ୟବହାର କରିଥିଲା । ଆମ ସହଯୋଗୀ ଦୈନିକ ଜାଗରଣର ୱେବସାଇଟରେ 10 ଏପ୍ରିଲ 2021 ରେ ପ୍ରକାଶିତ ଏକ ନ୍ୟୁଜ୍ ରିପୋର୍ଟରେ ଆମେ ଏହି ଫୋଟୋ ପାଇଲୁ । ଏହି ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଏହି ମାମଲା ଧନବାଦର ଭୀମକନାଲିଠାରେ ଥିବା ସିଆଇଏସ୍ଏଫ୍ କ୍ୟାମ୍ପ ସହିତ ଜଡିତ, ଯେଉଁଠାରେ ଡ୍ୟୁଟିରେ ଥିବା ଏଏସ୍ଆଇ ଏସପି ଶର୍ମାଙ୍କ ଉପରେ ମାଙ୍କଡ଼ମାନେ ଉପରେ ଆକ୍ରମଣ କରି ଦେଇଥିଲେ। ଚିତ୍ରରେ ଦେଖାଯାଇଥିବା ଆଘାତ ମାଙ୍କଡ଼ ଆକ୍ରମଣର ବୋଲି କୁହାଯାଉଛି । ଏହି ରିପୋର୍ଟ ଏଠାରେ କ୍ଲିକ୍ କରି ବିସ୍ତୃତ ଭାବରେ ଦେଖାଯାଇପାରିବ ।

ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରୁ ଏହା ସ୍ପଷ୍ଟ ହୋଇଛି ଯେ ଭାଇରାଲ୍ ଚିତ୍ର ପଶ୍ଚିମବଙ୍ଗ କିମ୍ବା ନିର୍ବାଚନୀ ହିଂସା ସହିତ ଜଡ଼ିତ ନୁହେଁ। ଅନୁସନ୍ଧାନକୁ ଆହୁରି ଆଗକୁ ବଢ଼ାଇ ବିଶ୍ୱାସ ନ୍ୟୁଜ୍ ଏହି ଭାଇରାଲ୍ ଚିତ୍ର ଆମ ସହଯୋଗୀ ଦୈନିକ ଜାଗରଣର ଧନବାଦ ସଂସ୍କରଣ ସମ୍ପାଦକ ଚନ୍ଦନ ଶର୍ମାଙ୍କୁ ପଠାଇଲା। ସେ ମଧ୍ୟ ସୁନିଶ୍ଚିତ କରିଛନ୍ତି ଯେ ଏହି ଫୋଟୋ ଧନବାଦର ଅଟେ। ସେ କହିଛନ୍ତି ଯେ ନିକଟରେ ମାଙ୍କଡ଼ ଆକ୍ରମଣରେ ସିଆଇଏସ୍ଏଫ୍ ଜବାନ ଆହତ ହୋଇଥିଲେ।

ବିଶ୍ୱାସ ନ୍ୟୁଜ୍ ଟ୍ୱିଟର ବ୍ୟବହାରକାରୀ ଅନିକେତ ଜୈସୱାଲ ବିଜେପି (ଅନିକେତ ଜୈସୱାଲ ବିଜେପି) ର ପ୍ରୋଫାଇଲ ସ୍କାନ କଲା ଯିଏ ଭାଇରାଲ ଚିତ୍ରକୁ ଭୁଲ୍ ଦାବି ସହ ସେୟାର କରିଛନ୍ତି। ଏହି ପ୍ରୋଫାଇଲ୍ ମାର୍ଚ୍ଚ 2018 ରେ କ୍ରିଏଟ୍ ହୋଇଥିଲା ଏବଂ ଫ୍ୟାକ୍ଟ ଚେକ୍ କରାଯିବା ପର୍ଯ୍ୟନ୍ତ ଏହାର 49 ଜଣ ଫଲୋଅର୍ସ ଥିଲେ।  ବ୍ୟବହାରକାରୀ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସହିତ ମଧ୍ୟ ଜଡ଼ିତ ।

निष्कर्ष: ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ ଏହି ଫୋଟୋ ବିଷୟରେ କରାଯାଉଥିବା ଦାବି ମିଥ୍ୟା ବୋଲି ଜଣାପଡିଛି। ଏହା ପଶ୍ଚିମବଙ୍ଗର ନିର୍ବାଚନୀ ହିଂସାରେ ନୁହେଁ, ବରଂ ଧନବାଦରେ ମାଙ୍କଡ଼ ଆକ୍ରମଣରେ ଆହତ ହୋଇଥିବା ସିଆଇଏସ୍ଏଫ୍ ଯବାନଙ୍କ ଫୋଟୋ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିକୁ ଟାର୍ଗେଟ କରିବାକୁ ମିଥ୍ୟା ଦାବି ସହିତ ଏହି ଫୋଟୋ ସେୟାର କରାଯାଇଛି।

False
Symbols that define nature of fake news
Know The Truth...

Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923

Related Posts
ନୂଆ ପୋଷ୍ଟଗୁଡ଼ିକ