X
X

Fact Check: ଦାବି କରାଯାଉଥିବା ପାକିସ୍ତାନୀ କ୍ରିକେଟ୍ ପ୍ରଶଂସକଙ୍କ ଟିଭି ଭାଙ୍ଗିବାର ଭାଇରାଲ ଚିତ୍ର ଅହମ୍ମଦାବାଦରୁ ଆସିଛି

2017 ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ହାତରୁ ଭାରତ ହାରିବା ପରେ ଅହମ୍ମଦାବାଦରେ କ୍ରିକେଟ୍ ପ୍ରଶଂସକମାନେ କ୍ରୋଧିତ ହୋଇ ଟିଭି ଭଙ୍ଗାରୁଜା କରିବାର ଦୃଶ୍ୟକୁ ଏସିଆ କପରେ ପାକିସ୍ତାନ ଭାରତ ଠାରୁ ପରାସ୍ତ ହେବାପରେ ପାକିସ୍ତାନ କ୍ରିକେଟ୍ ପ୍ରଶଂସକଙ୍କ ନାମରେ ଭୁଲ ଭାବରେ ଭାଇରାଲ କରାଯାଉଛି ।

ନୂଆଦିଲ୍ଲୀ (ବିଶ୍ଵାସ ନ୍ଯୁଜ ) ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ପରେ ସୋସିଆଲ ମିଡିଆରେ ଏକ ଚିତ୍ର ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକମାନେ ଟିଭି ସେଟ୍ ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଦାବି କରାଯାଇଛି ଯେ ଏସିଆ କପରେ ଭାରତ ହାତରେ ପାକିସ୍ତାନ ପରାସ୍ତ ହେବା ପରେ ଏହି ଫଟୋଟି ହେଉଛି କ୍ରୋଧିତ ପାକିସ୍ତାନୀ କ୍ରିକେଟ୍ ପ୍ରଶଂସକଙ୍କର ।

ବିଶ୍ଵାସ ନ୍ୟୁଜ୍ ଅନୁସନ୍ଧାନରେ ଏହି ଦାବିଟି ଭୂଲ ପ୍ରମାଣିତ ହୋଇଛି । ଭାଇରାଲ ହେଉଥିବା ଫଟୋ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ଅଟେ ଏବଂ ଟିଭି ଭଙ୍ଗାରୁଜା ହେବାର ଏହି ଘଟଣା 2017ର ଅଟେ, ଏହା ସେତେବେଳର ଯେତେବେଳେ ଭାରତ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ହାତରୁ ହାରିବା କାରଣରୁ ଅହମ୍ମଦାବାଦରେ କ୍ରିକେଟ୍ ପ୍ରଶଂସକଙ୍କ ଦ୍ଵାରା ଟିଭି ଭଙ୍ଗାଯିବାର ଘଟଣା ସାମ୍ନାକୁ ଆସିଥିଲା।

ଭାଇରାଲ୍ କ’ଣ ହେଉଛି ?

ସୋସିଆଲ ମିଡିଆ ୟୁଜର ‘ Keshav Kumar ‘ ଭାଇରାଲ ଫଟୋ (ଆର୍କାଇଭ ଲିଙ୍କ) କୁ ସେୟାର କରି ଲେଖିଛନ୍ତି, “ଭାରତ ଠାରୁ ହାରିବା ପରେ ପାକିସ୍ତାନରେ ଟିଭି ଭଙ୍ଗାରୁଜା କରିବାର ଖବର ଆସିଛି ।

ସମାନ ଦାବି ସହ ଅନେକ ଅନ୍ୟ ୟୁଜର୍ସ ମଧ୍ୟ ଏହି ଫଟୋକୁ ସେୟାର କରିଛନ୍ତି |

ଅନୁସନ୍ଧାନ

ଭାଇରାଲ୍ ପ୍ରତିଛବିଗୁଡିକର ରିଭର୍ସ ଇମେଜ୍ ସର୍ଚ କରିବା ପରେ ବମ୍ବେ ଟାଇମ୍ସର ଅଫିସିଆଲ୍ ଟ୍ୱିଟର ପ୍ରୋଫାଇଲରୁ ଜୁନ୍ 18, 2017 ରେ ସେୟାର ହୋଇଥିବା ଏକ ଟୁଇଟ୍ ମିଳିଥିଲା | ଏହି ଟ୍ୱିଟରେ ବ୍ୟବହୃତ ଚାରୋଟି ଫଟୋ ମଧ୍ୟରୁ ଗୋଟିଏ ଫଟୋ ପାକିସ୍ତାନୀ କ୍ରିକେଟ୍ ପ୍ରଶଂସକଙ୍କ ନାମରେ ଭାଇରାଲ ହେବାରେ ଲାଗିଛି। ଅନ୍ୟ ତିନୋଟି ଫଟୋ ସମାନ ଘଟଣାର ବିଭିନ୍ନ ଫ୍ରେମରୁ ଆସିଛି |

ଭାଇରାଲ୍ ଫଟୋର ପୃଷ୍ଠଭୂମିରେ ‘ Dharnidhar Parlour, Fresh and Fresh ‘ ଲେଖାଯାଇଥିବା ଦେଖିବାକୁ ମିଳୁଛି। ବମ୍ବେ ଟାଇମ୍ସର ଟ୍ୱିଟ୍ ଦ୍ଵାରା ଦିଆଯାଇଥିବା ସୂଚନାରେ ଏହାକୁ ଅହମ୍ମଦାବାଦରୁ ଆସିଥିବାର ବର୍ଣ୍ଣନା କରାଯାଇଛି। ଉଭୟ କୀ-ୱାର୍ଡ୍ସ ସହିତ ଗୁଗୁଲ୍ ମ୍ୟାଚ୍ ସନ୍ଧାନରେ ଏହି ସ୍ଥାନର ଦୃଶ୍ୟ ମିଳିଥିଲା , ଯାହା ଅହମ୍ମଦାବାଦର ପ୍ରମୂଖ ସ୍ୱାମୀ ମହାରାଜ ମାର୍ଗରେ ଅବସ୍ଥିତ |


ନିମ୍ନରେ ଦିଆଯାଇଥିବା ଭାଇରାଲ୍ ଫଟୋ ଏବଂ ଏଥିରେ ଥିବା ସ୍ଥାନ ବା ରାସ୍ତାର ଦୃଶ୍ୟ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି , ଯାହା ଗୁଜୁରାଟର ଅହମ୍ମଦାବାଦରେ ଅବସ୍ଥିତ |

ପାକିସ୍ତାନୀ ଖବରକାଗଜ ଡନ୍ ୱେବସାଇଟରେ ଜୁନ୍ 20, 2017 ରେ ପ୍ରକାଶିତ ରିପୋର୍ଟ ବ୍ୟତୀତ ଅନେକ ପୁରୁଣା ନ୍ୟୁଜ୍ ରିପୋର୍ଟ୍ସ ମଧ୍ୟ ଏହି ଫଟୋକୁ ଅହମ୍ମଦାବାଦର ବୋଲି ଦର୍ଶାଇଛି ।

ଭାଇରାଲ ଫଟୋ ସମ୍ପର୍କରେ ଗୁଜରାଟର ସ୍ଥାନୀୟ ସାମ୍ବାଦିକ ମେହୁଲ ଝାଲାଙ୍କ ସହ ଯୋଗାଯୋଗ କରିଥିଲୁ। ସେ ନିଶ୍ଚିତ କରିଛନ୍ତି ଯେ ଫଟୋ ଅହମ୍ମଦାବାଦରୁ ଆସିଛି, ଏହା ସେତେବେଳର ଯେତେବେଳେ ଚମ୍ପିଆନ୍ସ ଟ୍ରଫିର ଫାଇନାଲରେ ପାକିସ୍ତାନ ଭାରତକୁ ପରାସ୍ତ କରିଥିଲା।
ଅଗଷ୍ଟ 28 ରେ ଏସିଆ କପ୍ ସମୟରେ ଖେଳାଯାଇଥିବା ମ୍ୟାଚରେ ଭାରତ ପାକିସ୍ତାନକୁ ପାଞ୍ଚ ୱିକେଟ୍ ରେ ପରାସ୍ତ କରିଥିଲା।

ଏକ ଭ୍ରମାତ୍ମକ ଦାବି ସହିତ ଭାଇରାଲ୍ ଫଟୋ ସେୟାର କରିଥିବା ୟୁଜର ଙ୍କୁ ଫେସବୁକରେ ପାଞ୍ଚ ହଜାରରୁ ଅଧିକ ଲୋକ ଅନୁସରଣ କରନ୍ତି |

निष्कर्ष: 2017 ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ହାତରୁ ଭାରତ ହାରିବା ପରେ ଅହମ୍ମଦାବାଦରେ କ୍ରିକେଟ୍ ପ୍ରଶଂସକମାନେ କ୍ରୋଧିତ ହୋଇ ଟିଭି ଭଙ୍ଗାରୁଜା କରିବାର ଦୃଶ୍ୟକୁ ଏସିଆ କପରେ ପାକିସ୍ତାନ ଭାରତ ଠାରୁ ପରାସ୍ତ ହେବାପରେ ପାକିସ୍ତାନ କ୍ରିକେଟ୍ ପ୍ରଶଂସକଙ୍କ ନାମରେ ଭୁଲ ଭାବରେ ଭାଇରାଲ କରାଯାଉଛି ।

  • Claim Review : ଏସିଆ କପରେ ପାକିସ୍ତାନର ପରାଜୟ ପରେ ପାକିସ୍ତାନୀ କ୍ରିକେଟ୍ ପ୍ରଶଂସକ ମାନଙ୍କର ଟିଭି ଭଙ୍ଗାରୁଜାର ଘଟଣା
  • Claimed By : Facebook ବ୍ୟବହାରକାରୀ- Keshav Kumar
  • Fact Check : Misleading
Misleading
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later