X
X

ଫ୍ୟାକ୍ଟ ଚେକ୍: ଅଶରଫ୍ ଗନିଙ୍କ ବଗରାମ ଗସ୍ତର ଚିତ୍ରକୁ ତାଙ୍କର ଆଫଗାନିସ୍ତାନ ଛାଡିବା ସମୟର ଦର୍ଶାଇ ଭାଇରାଲ କରାଯାଉଛି

ନିଷ୍କର୍ଷ: ତାଲିବାନର ଦଖଲ ପରେ ରାଷ୍ଟ୍ରପତି ଅଶରଫ୍ ଗନି ଆଫଗାନିସ୍ତାନ ଛାଡ଼ିବା ଦାବି ସହିତ ଭାଇରାଲ ହେଉଥିବା ଫଟୋ ଜୁଲାଇ 2021ର ଅଟେ।

  • By: Pallavi Mishra
  • Published: Sep 8, 2021 at 05:01 PM
  • Updated: Feb 20, 2022 at 10:26 PM

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ଆଫଗାନିସ୍ତାନ ଉପରେ ତାଲିବାନ କବ୍ଜା କରିବା ପରେ ରାଷ୍ଟ୍ରପତି ଅଶରଫ୍ ଗନି ଦେଶ ଛାଡ଼ିବା ପରଠାରୁ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ସେ ବିମାନର ଝରକା ଦେଇ ଦେଖୁଥିବାର ଦେଖାଯାଉଛି। ଏହା ତାଙ୍କର ଦେଶ ଛାଡ଼ି ପଳାୟନ କରୁଥିବା ସମୟର ଫଟୋ ବୋଲି ପୋଷ୍ଟ ସହିତ ଦାବି କରାଯାଉଛି। ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ ଏହି ଦାବି ମିଥ୍ୟା ବୋଲି ଜଣାପଡ଼ିଛି। ତାଲିବାନର କବ୍ଜା ପରେ ଅଶରଫ୍ ଗନି ଆଫଗାନିସ୍ତାନ ଛାଡି ସାରିଛନ୍ତି, କିନ୍ତୁ ଭାଇରାଲ ହେଉଥିବା ଫଟୋ ଏହି ଘଟଣାର ନୁହେଁ। ଭାଇରାଲ୍ ଚିତ୍ର ଜୁଲାଇ ମାସର, ଯେତେବେଳେ ଅନ୍ତର୍ଜାତୀୟ ସେନା ଚାଲିଯିବା ପରେ ସେ ବଗରାମ ଏୟାରଫିଲ୍ଡ ପରିଦର୍ଶନ କରିଥିଲେ।

ଭାଇରାଲ୍ ପୋଷ୍ଟରେ କଣ ଅଛି?

ଭାଇରାଲ ଚିତ୍ର ସେୟାର କରି ଟ୍ୱିଟର ବ୍ୟବହାରକାରୀ ‘ଆୟିନ୍ଦେ_ଓମୋ_ ୟୋବେ’ ଲେଖିଛନ୍ତି ଯେ ଇଏ ହେଉଛନ୍ତି ଆଫଗାନିସ୍ତାନର ରାଷ୍ଟ୍ରପତି। ଆପଣ ଜାଣିଛନ୍ତି କି ତାଙ୍କ ସହିତ ବିମାନରେ ଆଫଗାନିସ୍ତାନର କୌଣସି ଲୋକ ନାହାଁନ୍ତି? ସେମାନଙ୍କୁ ନିଜ ନିଜର ଭାଗ୍ୟ ଭରସାରେ ଛାଡ଼ି ଗନି ଚାଲି ଯାଉଛନ୍ତି। ଆମେରିକା କେବଳ ସେମାନଙ୍କ ଦୂତାବାସର କର୍ମଚାରୀଙ୍କୁ ସ୍ଥାନାନ୍ତର କରିଛି। କୌଣସି ଆଫଗାନିସ୍ତାନ ନାଗରିକଙ୍କୁ ନୁହେଁ। ଏହା ଶିକ୍ଷଣୀୟ, ବିଶେଷ ଭାବରେ …… ”

ପୋଷ୍ଟର ଆର୍କାଇଭ୍ଡ ଲିଙ୍କ୍ ଏଠାରେ ଦେଖାଯାଇ ପାରିବ।

ଅନୁସନ୍ଧାନ

ଏହି ଫଟୋକୁ ରିଭର୍ସ ଇମେଜରେ ସର୍ଚ୍ଚକରିବା ପରେ, ଆମେ ଏହି ଫଟୋକୁ ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଅଫିସିଆଲ୍ ଫେସବୁକ୍ ପେଜ୍ରେ ଜୁଲାଇ 9, 2021 ରେ ପାଇଲୁ। ଫଟୋ ସହିତ ଲେଖାଥିଲା: “ଆଜି ସକାଳେ ରାଷ୍ଟ୍ରପତି ମହମ୍ମଦ ଅଶରଫ୍ ଗନି ବଗରାମ୍ ବିମାନବନ୍ଦରର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି, ଯାହାର ଦାୟିତ୍ୱ ଅନ୍ତର୍ଜାତୀୟ ସେନା ପ୍ରତ୍ୟାହାର ପରେ ଆଫଗାନିସ୍ତାନ ସୁରକ୍ଷା ଏବଂ ପ୍ରତିରକ୍ଷା ବାହିନୀକୁ ହସ୍ତାନ୍ତର କରାଯାଇଛି। ପ୍ରଥମେ ବ୍ରିଗେଡିୟର୍ ଜେନେରାଲ୍ ଅସଦୁଲ୍ଲା କୌହେସ୍ତାନୀ ବଗରାମ୍ ବିମାନ ବନ୍ଦରରେ ପରିସ୍ଥିତି ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଥିଲେ ଏବଂ ଯୋଗାଣ, କର୍ମଚାରୀ ନିଯୁକ୍ତି, ସୁରକ୍ଷା ବେଲ୍ଟ ସ୍ଥାପନ ଏବଂ ସମସ୍ତ ସୁବିଧାଗୁଡ଼ିକର ରକ୍ଷଣାବେକ୍ଷଣ ସହିତ ରାଷ୍ଟ୍ରପତିଙ୍କୁ ତାଙ୍କର ଯୋଜନା ଏବଂ ଭବିଷ୍ୟତ ଯୋଜନା ବିଷୟରେ ଜଣାଇଥିଲେ।

ଏହି ଫଟୋ ଆମକୁ www.abc.es ରେ ମଧ୍ୟ ମିଳିଲା। ଏଠାରେ ଏହି ଫଟୋଟି ସହିତଲେଖା ଯାଇଥିଲା: “ଅଶରଫ୍ ଗନି, ଗତ ଜୁଲାଇରେ ଆମେରିକାର ସୈନ୍ୟମାନେ ଯିବା ପରେ ବଗରାମ ବେସ୍ ଗସ୍ତ କରିବା ସମୟରେ – ରଏଟର୍ସ | ଭିଡିଓ: ଆଟଲାସ୍ “

Jagran.com/ ର ଖବର ଅନୁଯାୟୀ “ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ୍ ଗନି ୟୁଏଇରେ ଅଛନ୍ତି। 15 ଅଗଷ୍ଟରେ ତାଲିବାନ କାବୁଲ ଦଖଲ କରିବା ପରେ ରାଷ୍ଟ୍ରପତି ଅଶରଫ୍ ଗନି ଦେଶ ଛାଡିଥିଲେ। ୟୁଏଇ ସରକାର ତରଫରୁ ଏହା କୁହାଯାଇଛି। ୟୁଏଇ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଅଶରଫ୍ ଗନି ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ମାନବିକତା କାରଣରୁ ଆଶ୍ରୟ ଦିଆଯାଇଛି।

ମିଥ୍ୟା ଦାବି ସହିତ ଭାଇରାଲ୍ ଭିଡିଓ ସେୟାର କରିଥିବା ୟୁଜର୍ Ayinde_OmO_Yobe ଙ୍କୁ 170 ରୁ ଅଧିକ ଲୋକ ଫଲୋ କରୁଛନ୍ତି।

निष्कर्ष: ନିଷ୍କର୍ଷ: ତାଲିବାନର ଦଖଲ ପରେ ରାଷ୍ଟ୍ରପତି ଅଶରଫ୍ ଗନି ଆଫଗାନିସ୍ତାନ ଛାଡ଼ିବା ଦାବି ସହିତ ଭାଇରାଲ ହେଉଥିବା ଫଟୋ ଜୁଲାଇ 2021ର ଅଟେ।

  • Claim Review : ଆୟିନ୍ଦେ_ଓମୋ_ ୟୋବେ' ଲେଖିଛନ୍ତି ଯେ ଇଏ ହେଉଛନ୍ତି ଆଫଗାନିସ୍ତାନର ରାଷ୍ଟ୍ରପତି। ଆପଣ ଜାଣିଛନ୍ତି କି ତାଙ୍କ ସହିତ ବିମାନରେ ଆଫଗାନିସ୍ତାନର କୌଣସି ଲୋକ ନାହାଁନ୍ତି? ସେମାନଙ୍କୁ ନିଜ ନିଜର ଭାଗ୍ୟ ଭରସାରେ ଛାଡ଼ି ଗନି ଚାଲି ଯାଉଛନ୍ତି। ଆମେରିକା କେବଳ ସେମାନଙ୍କ ଦୂତାବାସର କର୍ମଚାରୀଙ୍କୁ ସ୍ଥାନାନ୍ତର କରିଛି। କୌଣସି ଆଫଗାନିସ୍ତାନ ନାଗରିକଙ୍କୁ ନୁହେଁ। ଏହା ଶିକ୍ଷଣୀୟ, ବିଶେଷ ଭାବରେ …… ”
  • Claimed By : Hemant
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later