ନିଷ୍କର୍ଷ: ବିଶ୍ୱାସ ନ୍ୟୁଜ୍ର ଅନୁସନ୍ଧାନରେ ଘୋଡ଼ାର ଭାଇରାଲ ଫଟୋକୁ ନେଇ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି। ମହାରାଣା ପ୍ରତାପଙ୍କ ଶାସନ ସମୟରେ କ୍ୟାମେରା ଉଦ୍ଭାବନ ହୋଇ ନ ଥିଲା। ସେୟାର କରାଯାଉଥିବା ଫଟୋ ବାସ୍ତବରେ 1923ର ମୂକ ଚଳଚ୍ଚିତ୍ର ଥ୍ରୀ ଜମ୍ପ୍ସ ଆହେଡ୍ର ଅଟେ।
ବିଶ୍ୱାସ ନ୍ୟୁଜ୍ (ନୂଆଦିଲ୍ଲୀ)। ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ଏହି ଫଟୋରେ ଗୋଟିଏ ଘୋଡ଼ାକୁ ଗୋଟିଏ ଶିଖରରୁ ଅନ୍ୟ ଶିଖରକୁ ଡେଉଁଥିବାର ଦେଖାଯାଉଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହାକୁ ମହାରଣା ପ୍ରତାପଙ୍କ ଘୋଡ଼ା ଚେତକର ଫଟୋ ବୋଲି କହୁଛନ୍ତି। ବିଶ୍ୱାସ ନ୍ୟୁଜ୍ର ଅନୁସନ୍ଧାନରେ ଘୋଡ଼ାର ଭାଇରାଲ୍ ଫଟୋକୁ ନେଇ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି। ମହାରାଣା ପ୍ରତାପଙ୍କ ଶାସନ ସମୟରେ କ୍ୟାମେରାର ଉଦ୍ଭାବନ ହୋଇ ନ ଥିଲା। ସେୟାର କରାଯାଉଥିବା ଚିତ୍ର ବାସ୍ତବରେ 1923ରେ ରିଲିଜ୍ ହୋଇଥିବା ମୂକ ଚଳଚ୍ଚିତ୍ର ଥ୍ରୀ ଜମ୍ପ୍ସ ଆହେଡ୍ ସହିତ ଜଡ଼ିତ।
କଣ ଭାଇରାଲ୍ ହେଉଛି
ଫେସବୁକ ବ୍ୟବହାରକାରୀ ମିଷ୍ଟର୍ ବିନ୍ସ ତଡ୍କା ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ସ୍ୱାମୀ ଭକ୍ତ ଚେତକ ଯିଏ ପବନଠାରୁ ଅଧିକ ବେଗରେ ଦୌଡ଼ୁଥିଲା, ଯିଏକି ନିଜର ଗୋଡ କଟିଯିବା ପରେ ମଧ୍ୟ ତାର ଗୁରୁ ମହାରାଣା ପ୍ରତାପଙ୍କୁ ହଲଦୀଘାଟୀଠାରୁ 5 କିଲୋମିଟର ଦୂରକୁ ନେଇ ଯାଇଥିଲା ଏବଂ ଶେଷରେ 26 ଫୁଟ ଲମ୍ବା ନାଳକୁ ଡେଇଁ ମହାରାଣା ପ୍ରତାପଙ୍କୁ ଏକ ସୁରକ୍ଷିତ ସ୍ଥାନରେ ଛାଡ଼ିବା ପରେ ନିଜ ଜୀବନ ତ୍ୟାଗ କରିଥିଲା। ‘ଫ୍ୟାକ୍ଟ ଚେକ୍ ଉଦ୍ଦେଶ୍ୟରେ, ଏହି ପୋଷ୍ଟରେ ଲେଖାଯାଇଥିବା ଜିନିଷଗୁଡ଼ିକ ଅବିକଳ ଉପସ୍ଥାପନ କରାଯାଇଛି। ଏହି ପୋଷ୍ଟର ଆର୍କାଇଭ୍ଡ ସଂସ୍କରଣ ଏଠାରେ କ୍ଲିକ୍ କରି ଦେଖାଯାଇପାରିବ।
ଅନୁସନ୍ଧାନ
ବିଶ୍ୱାସ ନ୍ୟୁଜ୍ ପ୍ରଥମେ ଗୁଗୁଲ୍ ସର୍ଚ୍ଚ ଇମେଜ୍ ଟୁଲ୍ ସାହାଯ୍ୟରେ ଏହି ଚିତ୍ର ଖୋଜିଲା। ଇଣ୍ଟରନେଟରେ ଏହି ଚିତ୍ର ସହିତ ଜଡ଼ିତ ଅନେକ ପରିଣାମ ଆମକୁ ମିଳିଲା। IMDb ର ୱେବସାଇଟ୍ରେ ଥ୍ରୀ ଜମ୍ପ୍ସ ଆହେଡ୍ ଚଳଚ୍ଚିତ୍ର ଶୀର୍ଷକ ସହିତ ଆମେ ଏହି ଫଟୋ ପାଇଲୁ। ଏଠାରେ କ୍ଲିକ୍ କରି ଏହାକୁ ଦେଖିହେବ।
SCVTV ୱେବସାଇଟରେ ଥିବା ଏକ ରିପୋର୍ଟରେ ମଧ୍ୟ ଆମେ ଏହି ସମାନ ଫଟୋ ପାଇଲୁ। ଏହି ରିପୋର୍ଟରେ କୁହାଯାଇଛି ଯେ 1923 ମସିହାରେ ମୂକ ଚଳଚ୍ଚିତ୍ର ଥ୍ରୀ ଜମ୍ପ୍ସ ଆହେଡ୍ରେ ଏହି ଷ୍ଟଣ୍ଟ ଦୃଶ୍ୟ ସୁଟିଂ କରାଯାଇଥିଲା। ଯେଉଁ ସ୍ଥାନରେ ଏହାର ସୁଟିଂ କରାଯାଇଥିଲା, ତାହା ବିଲ୍ସ କଟ୍ ନାମରେ ଜଣାଶୁଣା।
ରିପୋର୍ଟ ଅନୁଯାୟୀ, ଫିଲ୍ମର ଷ୍ଟାର୍ ଟମ୍ ମିକ୍ସ ଦାବି କରିଛନ୍ତି ଯେ ସେ ନିଜ ଘୋଡ଼ା ଟନି ସହ ପରଫେକ୍ଟ ଶଟ୍ ପାଇଁ ଏହି ଦୃଶ୍ୟକୁ 5-6 ଥର ଦୋହରାଇଛନ୍ତି। ତେବେ, ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଫିଲ୍ମର ଏହି ଷ୍ଟଣ୍ଟ ଦୃଶ୍ୟ ଅନ୍ୟ ଜଣେ ଷ୍ଟଣ୍ଟମ୍ୟାନ୍ଙ୍କୁ ନେଇ ସୁଟିଂ କରାଯାଇଥିଲା। ଏଠାରେ କ୍ଲିକ୍ କରି ଏହି ରିପୋର୍ଟ ବିସ୍ତୃତ ଭାବରେ ପଢ଼ା ଯାଇପାରିବ।
ନୋଟ୍ସ ଫ୍ରମ୍ ଦ ଫ୍ରଣ୍ଟିଅର୍ ବ୍ଲଗ୍ରେ ଥିବା ଏକ ଆର୍ଟିକିଲରେ ଆମେ ଏହି ଛବି ଦେଖିବାକୁ ପାଇଲୁ। ହଲିଉଡ୍ସ ଗ୍ରେଟେଷ୍ଟ ଟ୍ରିକ୍ ହର୍ସ ନାମକ ଏହି ଆର୍ଟିକିଲରେ ହଲିଉଡ ତାରକା ଟମ୍ ମିକ୍ସ ଏବଂ ତାଙ୍କ ଘୋଡ଼ା ଟନିର କାହାଣୀ ରହିଛି। ଏହି ଯୋଡ଼ି 1917ରୁ1932 ମଧ୍ୟରେ ପ୍ରାୟ ଶହେଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତାଙ୍କ ଘୋଡ଼ା ସାହାଯ୍ୟରେ ଟମ୍ ମିକ୍ସ 1920 ଦଶକର ସବୁଠାରୁ ଧନୀ ତାରକା ହୋଇ ପାରିଥିଲେ। ଏହି ରିପୋର୍ଟରେ ମଧ୍ୟ ଭାଇରାଲ୍ ଛବି ଟମ୍ ମିକ୍ସଙ୍କର ଚଳଚ୍ଚିତ୍ର ଥ୍ରୀ ଜମ୍ପ୍ସ ଆହେଡ୍ର ଏକ ଦୃଶ୍ୟ ବୋଲି ବର୍ଣ୍ଣନା କରାଯାଇଛି। ଏଥିରେ ମଧ୍ୟ ଏହି ଦୃଶ୍ୟର ସୁଟିଂ ବିଷୟରେ ଭିନ୍ନ ଭିନ୍ନ କାହାଣୀ ଉଲ୍ଲେଖ କରାଯାଇଛି, ଯାହା ଏଠାରେ କ୍ଲିକ୍ କରି ବିସ୍ତୃତ ଭାବରେ ପଢ଼ା ଯାଇପାରିବ।
ଏ ବିଷୟରେ ସଂପୂର୍ଣ୍ଣ ସଠିକ୍ ସୂଚନା ପାଇଁ ଆମେ ଫଟୋଗ୍ରାଫିର ବିଶେଷଜ୍ଞ ଏବଂ ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ସେଣ୍ଟର ଅଫ୍ ମିଡିଆ ଷ୍ଟଡିଜ୍ର ବରିଷ୍ଠ ଅଧ୍ୟାପକ ଏସ୍.କେ ଯାଦବଙ୍କ ସହ କଥା ହୋଇଥିଲୁ। ସେ କହିଥିଲେ ଯେ ଏହି ଛବି ମହାରଣା ପ୍ରତାପ ଏବଂ ତାଙ୍କ ଘୋଡ଼ା ଚେତାକର ଆଦୌ ହୋଇପାରିବ ନାହିଁ, କାରଣ ମହାରଣା ପ୍ରତାପ 1597 ମସିହାରେ ମୃତ୍ୟୁ ବରଣ କରିଥିବାବେଳେ ବିଶ୍ୱରେ ଫଟୋଗ୍ରାଫି 1839 ମସିହାରେ ଆରମ୍ଭ ହୋଇଥିଲା।
ଏହି ପରିପ୍ରେକ୍ଷୀରେ ଆମେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇତିହାସ ପ୍ରଫେସର ଫରହତ୍ ହୁସେନ୍ଙ୍କ ସହ ମଧ୍ୟ ଯୋଗାଯୋଗ କରି ତାଙ୍କ ସହ ଭାଇରାଲ ଚିତ୍ର ସେୟାର କରିଥିଲୁ। ଐତିହାସିକ ଦଲିଲ ଆଧାରରେ ସେ ଏହି ଛବିକୁ ସତ୍ୟର ପରିସର ବାହାରେ ବୋଲି କହିଥିଲେ।
ବିଶ୍ୱାସ ନ୍ୟୁଜ୍ ଫେସବୁକ୍ରେ ଭାଇରାଲ୍ ଛବି ସେୟାର କରିଥିବା ମିଷ୍ଟର୍ ବିନ୍ସ ତଡ୍କା ପେଜ୍କୁ ସ୍କାନ୍ କରିଥିଲା। ଫ୍ୟାକ୍ଟ ଚେକ୍ କରାଯିବା ବେଳକୁ ଏହି ପେଜ୍ର 1200 ଫଲୋଅର୍ସ ଥିଲେ।
निष्कर्ष: ନିଷ୍କର୍ଷ: ବିଶ୍ୱାସ ନ୍ୟୁଜ୍ର ଅନୁସନ୍ଧାନରେ ଘୋଡ଼ାର ଭାଇରାଲ ଫଟୋକୁ ନେଇ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି। ମହାରାଣା ପ୍ରତାପଙ୍କ ଶାସନ ସମୟରେ କ୍ୟାମେରା ଉଦ୍ଭାବନ ହୋଇ ନ ଥିଲା। ସେୟାର କରାଯାଉଥିବା ଫଟୋ ବାସ୍ତବରେ 1923ର ମୂକ ଚଳଚ୍ଚିତ୍ର ଥ୍ରୀ ଜମ୍ପ୍ସ ଆହେଡ୍ର ଅଟେ।
Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923