X
X

Fact Check: ଓଡିଶା ଟ୍ରେନ୍ ଦୁର୍ଘଟଣା ସମୟରେ ନ୍ୟସ୍ତ ଥିବା ଷ୍ଟେସନ୍ ମାଷ୍ଟରଙ୍କୁ ଜଣେ ମୁସଲମାନ କହିବାର ଦାବି ନକଲି ଏବଂ ମନ ଗଢନ ଅଟେ

ନୂଆଦିଲ୍ଲୀ (ବିଶ୍ଵାସ ନ୍ଯୁଜ ) ଓଡ଼ିଶା ଟ୍ରେନ ଦୁର୍ଘଟଣା ପରେ ସୋସିଆଲ ମିଡିଆରେ ଏକ ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ ଏହି ଦୁର୍ଘଟଣାର କାରଣ ମହମ୍ମଦ ସରିଫ ନାମକ ଜଣେ ଷ୍ଟେସନ ମାଷ୍ଟର, ଯିଏ ଏହି ଘଟଣା ପରଠାରୁ ଫେରାର ଅଛନ୍ତି।

ବିଶ୍ଵାସ ନ୍ଯୁଜ ଅନୁସନ୍ଧାନରୁ ଏହା ମିଥ୍ୟା ଏବଂ ସାମ୍ପ୍ରଦାୟିକ ପ୍ରଚାର ବୋଲି ଜଣାପଡିଛି। ଓଡିଶାର ବାଲେସୋର ଜିଲ୍ଲାର ବାହାନଗାରେ ଦୁର୍ଘଟଣା ସମୟରେ ଷ୍ଟେସନ ମାଷ୍ଟର ଏସ.ବି ମହାନ୍ତି ଉପସ୍ଥିତ ଥିଲେ। ଏହି ମାମଲାରେ ମହାନ୍ତିଙ୍କ ସମେତ ସେହି ସମୟରେ ଡ୍ୟୁଟିରେ ନ୍ୟସ୍ତ ହୋଇଥିବା ସମସ୍ତ ରେଳ କର୍ମଚାରୀଙ୍କୁ ପ୍ରଶ୍ନ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ କେହି ଜଣେ ମୁସଲମାନ ନୁହଁନ୍ତି। ଦୁର୍ଘଟଣା ସମୟରେ ବାହାନାଗା ରେଳ ଷ୍ଟେସନରେ ମହମ୍ମଦ ସରିଫ ନାମକ କେହି ଉପସ୍ଥିତ ନଥିଲେ। ଏହା ଏକ କପଳ କଳ୍ପିତ ଦାବି, ଯାହା ମାଧ୍ୟମରେ ବାଲାସୋର ଟ୍ରେନ୍ ଦୁର୍ଘଟଣାକୁ ସାମ୍ପ୍ରଦାୟିକତାର ରଙ୍ଗ ଦେବା ପାଇଁ ପ୍ରୟାସ କରାଯାଉଛି |

ଭାଇରାଲ୍ କ’ଣ ହେଉଛି ?

ଅନେକ ୟୁଜର୍ସ ବିଶ୍ଵାସ ନ୍ୟୁଜ୍ ହୁଆଟସ୍ ଆପ୍ ଟିପ୍ ଲାଇନ୍ ନମ୍ବର +91 9599299372 କୁ ଭାଇରାଲ ଟ୍ୱିଟର ସ୍କ୍ରିନସଟ ପଠାଇ ଏହାକୁ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି।

ସମାନ ତଥା ମେଳ ଖାଉଥିବା ଦାବି ସହିତ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏକାଧିକ ୟୁଜର୍ସଙ୍କ (ଆର୍କାଇଭ୍ ଲିଙ୍କ୍) ଦ୍ୱାରା ଏହା ଅଂଶୀଦାର ହୋଇଛି |

https://twitter.com/VishnuMTiwari1/status/1665295173499387905

ଅନୁସନ୍ଧାନ

ସମସ୍ତ ଭାଇରାଲ୍ ପୋଷ୍ଟ ଦାବି କରିଛି ଯେ ବାଲେସୋର ଦୁର୍ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯିବା ପରେ ବାଲେସୋର ଷ୍ଟେସନ ମାଷ୍ଟର ଫେରାର ଅଛନ୍ତି ଯାହାଙ୍କ ନାମ ମହମ୍ମଦ ସରିଫ ଅଟେ । ହିନ୍ଦୁସ୍ତାନ ଟାଇମ୍ସରେ ଜୁନ୍ 4 ର ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁ-ହାଓଡା ସୁପରଫାଷ୍ଟ ଏକ୍ସପ୍ରେସ ଏବଂ ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ ଏବଂ ମାଲବାହୀ ଟ୍ରେନ ଶୁକ୍ରବାର ସନ୍ଧ୍ୟା ପ୍ରାୟ 7 ଟା ସମୟରେ ବାଲେସୋରର ବାହାନାଗା ବଜାର ଷ୍ଟେସନ ନିକଟରେ ଏକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଯେଉଁଥିରେ 270 ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।

ଖବର ଅନୁଯାୟୀ, ଦୁର୍ଘଟଣା ସ୍ଥଳ ବାହାନାଗା ବଜାର ଷ୍ଟେସନ ଥିଲା। ସନ୍ଧାନରେ, ଆମେ ଜୁନ୍ 6 ରେ ଓଡିଶାର ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ୍ କଳିଙ୍ଗ ଟିଭିର ୱେବସାଇଟରେ ପ୍ରକାଶିତ ଏକ ରିପୋର୍ଟ ପାଇଲୁ। ରିପୋର୍ଟ ଅନୁଯାୟୀ, ବାହାନଗା ବଜାର ଷ୍ଟେସନ ମାଷ୍ଟରଙ୍କ ନାମ ଏସ.ବି ମହାନ୍ତି, ଯାହାକୁ ରେଳ ସୁରକ୍ଷା କମିଶନରଙ୍କ ଦଳ ପଚରାଉଚରା କରୁଛି।

ଖବର ଅନୁଯାୟୀ, ଦୁର୍ଘଟଣା ଘଟିଥିବା ବେଳେ ଏସବି ମହାନ୍ତି ଷ୍ଟେସନର ଦାୟିତ୍ୱରେ ଥିଲେ। ଏହି ପ୍ରସଙ୍ଗରେ ବାଲେସୋର ଜିଆରପି ପୋଲିସ ଷ୍ଟେସନରେ ଏକ ଏଫଆଇଆର ମଧ୍ୟ ପଞ୍ଜୀକୃତ କରାଯାଇଛି ।

ଅତିରିକ୍ତ ନିଶ୍ଚିତକରଣ ପାଇଁ, ଆମେ ବାଲେସୋର ଷ୍ଟେସନର ଷ୍ଟେସନ ମାଷ୍ଟରଙ୍କ ନାମ ମଧ୍ୟ ଯାଞ୍ଚ କରିଛୁ | ରେଳ ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ ବାଲେସୋରର ଷ୍ଟେସନ ମାଷ୍ଟର ହେଉଛନ୍ତି ନିବାଶ ସିଂ।

ଏହି ଘଟଣାରେ ପଞ୍ଜୀକୃତ ହୋଇଥିବା ଏଫ୍ଆଇଆର୍ ଜିଆରପି ପୋଲିସ୍ ଷ୍ଟେସନରେ ହୋଇଥିବାରୁ ବିଶ୍ୱ ନ୍ୟୁଜ୍ ଦକ୍ଷିଣ ପୂର୍ବ ରେଳ ମୁଖପାତ୍ର ଆଦିତ୍ୟ କୁମାର ଚୌଧୁରୀଙ୍କ ସହ ଯୋଗାଯୋଗ କରିଥିଲା।

ଆମେ ତାଙ୍କୁ ଏହି ଘଟଣା ବାବଦରେ ଅନେକ ପ୍ରଶ୍ନ ପଚାରିଲୁ | ଷ୍ଟେସନ ମାଷ୍ଟରଙ୍କ ନାମ ବିଷୟରେ ପଚରାଯିବାରୁ ସେ କହିଛନ୍ତି “ଯେ ଦୁର୍ଘଟଣା ସମୟରେ ବାହାନଗା ଷ୍ଟେସନରେ ଏସବି ମହାନ୍ତି ଉପସ୍ଥିତ ଥିଲେ ଏବଂ ସେ ଫେରାର ଥିବାର ଦାବି ମିଥ୍ୟା ଅଟେ।“ ସେ କହିଛନ୍ତି ଯେ ମହାନ୍ତି ବ୍ୟତୀତ ଘଟଣା ସମୟରେ ଡ୍ୟୁଟିରେ ଥିବା ସମସ୍ତ ରେଳ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି।

ଚୌଧୁରୀ କହିଛନ୍ତି “ଏହି ମାମଲାରେ କାହାକୁ ଗିରଫ କରାଯାଇ ନାହିଁ ଏବଂ କେହି ଫେରାର ନାହାଁନ୍ତି ।“ ସେ କହିଛନ୍ତି, “ଜିଆରପି ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ଯେଉଁଥିରେ ବହୁତ ଲୋକଙ୍କର ନାମ ନାହିଁ।” ସେ ସ୍ପଷ୍ଟ କରିଛନ୍ତି ଯେ ବାହାନଗା ଷ୍ଟେସନରେ ପଚରାଯାଇଥିବା କର୍ମଚାରୀଙ୍କ ମଧ୍ୟରୁ କେହି ମୁସଲମାନ ନୁହଁନ୍ତି।

ଉଲ୍ଲେଖନୀୟ କଥା ହେଉଛି, ଓଡ଼ିଶାର ବାଲେସୋରରେ ଟ୍ରେନ୍ ଦୁର୍ଘଟଣାର କାରଣ ଅନୁସନ୍ଧାନ କରିବା ପାଇଁ ଏବଂ ରେଳ ବୋର୍ଡ ଏହାର ତଦନ୍ତ ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ସୁପାରିଶ କରିଛି।

ଏହାପୂର୍ବରୁ ମଧ୍ୟ ବାଲେସୋର ଟ୍ରେନ ଦୁର୍ଘଟଣା ସମ୍ପର୍କରେ ଏକ ଚିତ୍ର ଭାଇରାଲ ହୋଇଥିଲା ଯେଉଁଥିରେ ଦୁର୍ଘଟଣାସ୍ଥଳରେ ଏକ ମସଜିଦ ଉପସ୍ଥିତ ଥିବା ଦାବି କରାଯାଇଥିଲା। ଅନୁସନ୍ଧାନରେ ବିଶ୍ଵାସ ନ୍ୟୁଜ୍ ଏହି ଦାବିକୁ ମିଥ୍ୟା ବୋଲି ଦର୍ଶାଇଥିଲା। ଏହି ଦାବି ସହିତ ଭାଇରାଲ୍ ଚିତ୍ରରେ ଦେଖାଯାଇଥିବା କୋଠାଟି ମସଜିଦ ନୁହେଁ, ବରଂ ଏକ ଇସ୍କନ ମନ୍ଦିରର ଥିଲା | ବିଶ୍ବାସ ନ୍ୟୁଜ୍ ଦ୍ୱାରା ଏହି ଫ୍ୟାକ୍ଟ ଚେକକୁ ଏଠାରେ ପଢା ଯାଇ ପାରିବ |

ଏହି ଘଟଣାରେ ସାମ୍ପ୍ରଦାୟିକ ରଙ୍ଗ ଦେଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଓଡିଶା ପୋଲିସ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ମଧ୍ୟ ଚେତାବନୀ ଦେଇଛି।

ସିଦ୍ଧାନ୍ତ: ଓଡ଼ିଶାରେ ଟ୍ରେନ୍ ଦୁର୍ଘଟଣା ପାଇଁ ମହମ୍ମଦ ସରିଫ ନାମକ ଏକ ଷ୍ଟେସନ୍ ମାଷ୍ଟର ଦାୟୀ ବୋଲି ଭାଇରାଲ୍ ପୋଷ୍ଟ ମିଥ୍ୟା ଏବଂ କାଳ୍ପନିକ ଅଟେ। ଏହି ଦୁର୍ଘଟଣା ଓଡିଶାର ବାଲେସୋର ଜିଲ୍ଲାର ବାହାନଗା ଷ୍ଟେସନ ନିକଟରେ ଘଟିଥିଲା ​​ଏବଂ ସେହି ସମୟରେ ଷ୍ଟେସନ୍ ମାଷ୍ଟର ଇନ୍-ଚାର୍ଜ ଏସ୍ ବି ମହାନ୍ତି ଥିଲେ। ଏହି ଷ୍ଟେସନରେ ମହମ୍ମଦ ସରିଫ ନାମକ କୌଣସି ବ୍ୟକ୍ତି କାର୍ଯ୍ୟରତ ନାହାନ୍ତି ।

ଦାବି ସମୀକ୍ଷା: ଓଡିଶାରେ ଟ୍ରେନ୍ ଦୁର୍ଘଟଣା ପାଇଁ ଦାୟୀ ଷ୍ଟେସନ ମାଷ୍ଟରଙ୍କ ନାମ ମହମ୍ମଦ ସରିଫ
ଦାବି କରିଛନ୍ତି: FB-User Amar Verma
ସତ୍ୟତା ଯାଞ୍ଚ: ମିଥ୍ୟା

  • Claim Review : ଓଡିଶାରେ ଟ୍ରେନ୍ ଦୁର୍ଘଟଣା ପାଇଁ ଦାୟୀ ଷ୍ଟେସନ ମାଷ୍ଟରଙ୍କ ନାମ ମହମ୍ମଦ ସରିଫ
  • Claimed By : FB-User Amar Verma
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later