X
X

Fact Check: ତେଜସ୍ୱୀ ସୂର୍ଯ୍ୟ ଭାଷଣ ଦେଉଥିବା ସମୟରେ ‘ଭୁପେଶ ବାଗେଲ ଜିନ୍ଦାବାଦ’ ସ୍ଲୋଗାନ ଦିଆଯାଇ ନଥିଲା, ଏଡିଟେଡ଼ ଭିଡିଓ ଭାଇରାଲ ହେଉଛି

ବିଶ୍ଵାସ ନ୍ୟୁଜ୍ ଏହାର ଅନୁସନ୍ଧାନରୁ ଜାଣିବାକୁ ପାଇଛି ଯେ ଭିଡିଓଟିକୁ ଏଡିଟ୍ କରାଯାଇ ଭୁଲ ଦାବି ସହିତ ଭାଇରାଲ କରାଯାଉଛି ।

ନୂଆଦିଲ୍ଲୀ (ବିଶ୍ଵାସ ନ୍ୟୁଜ୍) ସୋସିଆଲ ମିଡିଆରେ ଏକ 13 ସେକେଣ୍ଡର ଭିଡିଓ ଭାଇରାଲ ହେଉଛି | ଏଥିରେ ବିଜେପି ସାଂସଦ ତଥା ଭାରତୀୟ ଜନତା ଯୁବ ମୋର୍ଚ୍ଚାର ଅଧକ୍ଷ ତେଜସ୍ୱୀ ସୂର୍ଯ୍ୟ ଏକ ରାଲିରେ ସମ୍ବୋଧିତ କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ଦାବି କରାଯାଇଛି ଯେ ରାଲିରେ ତେଜସ୍ୱୀ ସୂର୍ଯ୍ୟ ଭୁପେଶ ବାଗେଲଙ୍କ ନାମ ନେବା ମାତ୍ରେ ସେଠାରେ ଉପସ୍ଥିତ ଲୋକମାନେ ଜିନ୍ଦାବାଦର ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ବିଶ୍ଵାସ ନ୍ୟୁଜ୍ ଅନୁସନ୍ଧାନରୁ ଜଣାପଡିଛି ଯେ ଭାଇରାଲ୍ ଭିଡିଓକୁ ଏଡିଟ୍ କରାଯାଇ ଭୁଲ ଦାବି ସହ ଭାଇରାଲ କରାଯାଉଛି।

ଭାଇରାଲ୍ ପୋଷ୍ଟରେ କ’ଣ ଅଛି

ଏହି ଭିଡିଓ ପୋଷ୍ଟ କରି ଫେସବୁକ ବ୍ୟବହାରକାରୀ Lalitapintu Binkarଲେଖିଛନ୍ତି ଯେ,’’ ଆଜ୍ଞା ଭାଇ ,ଏହା ହେଉଛି ଛତିଶଗଡ,ଏଠି ଭୁପେଶ ବାଗେଲ ସାର୍ ଉଭୟ ଦଳ ଏବଂ ଲୋକମାନଙ୍କ ହୃଦୟରେ ରାଜ୍ କରନ୍ତି ।‘’

ଅନୁସନ୍ଧାନ

ଆସନ୍ତା ବର୍ଷ ଛତିଶଗଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମ୍ପର୍କରେ ଭାରତୀୟ ଜନତା ଦଳର ସାଂସଦ ତଥା ଭାରତୀୟ ଜନତା ଯୁବ ମୋର୍ଚ୍ଚାର ଅଧକ୍ଷ୍ୟ ତେଜସ୍ୱୀ ସୂର୍ଯ୍ୟ ଅଗଷ୍ଟ 24 ରେ ରାୟପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଭାଇରାଲ୍ କ୍ଲିପ୍ ର କିଫ୍ରେମ୍ ଗୁଡିକ ଏହି ଜନସଭା ସହ ବିଲକୁଲ ମେଳ ଖାଉଛି | ତେଜସ୍ୱୀ ସୂର୍ଯ୍ୟଙ୍କ ଭେରିଫାୟଡ ଆକାଉଣ୍ଟରୁ ଆମେ ଏହି ରାଲିର ସମ୍ପୂର୍ଣ୍ଣ ଭିଡିଓ ପାଇଲୁ | ଏହି ଭିଡିଓରେ ଭାଇରାଲ୍ କ୍ଲିପ୍ 2 ମିନିଟ୍ 15 ସେକେଣ୍ଡରେ ଦେଖିବାକୁ ମିଳିଯିବ | କିନ୍ତୁ ଯେତେବେଳେ ତେଜସ୍ୱୀ ସୂର୍ଯ୍ୟ ଭୁପେଶ ବାଗେଲଙ୍କ କଥା କୁହନ୍ତି ସେତେବେଳେ ଜିନ୍ଦାବାଦର ସ୍ଲୋଗାନ ଉଠାଯାଇ ନାହିଁ। ଭିଡିଓ ଦେଖିବା ପରେ ଜଣା ପଡିଛି ଯେ ସେ କହିଛନ୍ତି ,’’ଭୁପେଶ ବାଗେଲ ମୁଖ୍ୟମନ୍ତ୍ରୀ ନୁହଁନ୍ତି, ସେ ସୋନିଆ ଗାନ୍ଧୀଙ୍କ କଲେକ୍ସନ ମାଷ୍ଟର।‘’ ଏହାର 2 ମିନିଟ୍ 28 ସେକେଣ୍ଡ ପରେ ଜିନ୍ଦାବାଦର ସ୍ଲୋଗାନ ଦିଆଯାଇଥିଲା | ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ , 2 ମିନିଟ୍ 15 ସେକେଣ୍ଡ ପରେ ଆଉ ଏକ 2 ମିନିଟ୍ 28 ସେକେଣ୍ଡ୍ କ୍ଲିପ୍ ଏହି ଭିଡିଓରେ ଯୋଡା ଯାଇଛି, ଯେଉଁଥିରେ ଭୁପେଶ ବାଗେଲଙ୍କ ପାଇଁ ସ୍ଲୋଗାନ ଦିଆଯାଇଥିବାର ଭ୍ରମ ସୃଷ୍ଟି କରୁଛି ,କିନ୍ତୁ ପ୍ରକୃତରେ ଏହି ସ୍ଲୋଗାନ ତେଜସ୍ୱୀ ସୂର୍ଯ୍ୟଙ୍କ ପାଇଁ ଥିଲା।

ଏହି ବିଷୟରେ ଛତିଶଗଡର ନୟୀ ଦୁନିଆର ସାମ୍ବାଦିକ ସନ୍ଦୀପ କୁମାର ତିୱାରୀଙ୍କ ସହ କଥା ହୋଇଥିଲୁ। ସେ ଆହୁରି ମଧ୍ୟ ନିଶ୍ଚିତ କରିଛନ୍ତି ଯେ ଭିଡିଓଟି ଏଡିଟ୍ ହୋଇଛି ଏବଂ ତେଜସ୍ୱୀ ସୂର୍ଯ୍ୟଙ୍କ ଭାଷଣ ସମୟରେ ଭୁପେଶ ବାଗେଲ ଜିନ୍ଦାବାଦର ସ୍ଲୋଗାନ ଉଠାଯାଇ ନାହିଁ।

ଏ ବାବଦରେ ଭାଜୟୁମୋ ପ୍ରଦେଶର ଅଧକ୍ଷ୍ୟ ଅମିତ ସାହୁଙ୍କ ସହ ମଧ୍ୟ କଥା ହୋଇଛୁ। ସେ କହିଛନ୍ତି ଯେ ‘’ଏହା ଏକ ଏଡିଟେଡ ଭିଡିଓ, ଏହି କାର୍ଯ୍ୟକ୍ରମରେ ଭୁପେଶ ବାଗେଲ ଜିନ୍ଦାବାଦର କୌଣସି ସ୍ଲୋଗାନ ଦିଆଯାଇ ନାହିଁ।

ଆମେ ଫେସବୁକ୍ ବ୍ୟବହାରକାରୀ Lalitapintu Binkar ଙ୍କ ପ୍ରୋଫାଇଲ୍ ସ୍କାନ୍ କରିଛୁ, ଯିଏ ଏଡିଟ୍ ହୋଇଥିବା ଭିଡିଓ ପୋଷ୍ଟ କରିଛନ୍ତି | ସେ ଛତିଶଗଡର ବାସିନ୍ଦା।

निष्कर्ष: ବିଶ୍ଵାସ ନ୍ୟୁଜ୍ ଏହାର ଅନୁସନ୍ଧାନରୁ ଜାଣିବାକୁ ପାଇଛି ଯେ ଭିଡିଓଟିକୁ ଏଡିଟ୍ କରାଯାଇ ଭୁଲ ଦାବି ସହିତ ଭାଇରାଲ କରାଯାଉଛି ।

  • Claim Review : ତେଜସ୍ୱୀ ସୂର୍ଯ୍ୟଙ୍କ ଭାଷଣ ସମୟରେ ଭୁପେଶ ବାଗେଲ ଜିନ୍ଦାବାଦ ସ୍ଲୋଗାନ ଦିଆଯାଇଛି
  • Claimed By : ଫେସବୁକ୍ ବ୍ୟବହାରକାରୀ Lalitapintu Binkar
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later