X
X

ଫ୍ୟାକ୍ଟ ଚେକ୍: ଗୁରୁମିତ ରାମ ରହୀମଙ୍କ ପଠାନ ଦେଖି ପ୍ରତିକ୍ରିୟା କରିବା ସମ୍ବନ୍ଧୀୟ ବ୍ୟଙ୍ଗାତ୍ମକ ପୋଷ୍ଟକୁ ୟୁଜରମାନେ ସତ ଭାବୁଛନ୍ତି

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ଗୁରୁମିତ ରାମ ରହୀମ ସିଂଙ୍କୁ ଦିଆଯାଇଥିବା ପାରୋଲକୁ ନେଇ ବିବାଦ ଲାଗି ରହିଛି। ଏହି ସମୟରେ ପଠାନ ଫିଲ୍ମ ଏବଂ ରାମ ରହୀମ ସିଂଙ୍କୁ ସଂଯୋଗ କରୁଥିବା ଏକ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଦାବି ହେଉଛି ଯେ ଗୁରୁମିତ ରାମ ରହୀମ ପଠାନ ଚଳଚ୍ଚିତ୍ର ଦେଖିବା ପରେ ପାରୋଲ ବାତିଲ କରିବାକୁ ଚାହୁଁଛନ୍ତି। ଉପଭୋକ୍ତାମାନେ ଏହାକୁ ସେୟାର୍ କରି ଉପହାସ କରୁଛନ୍ତି।

ବିଶ୍ୱାସ ନ୍ୟୁଜ୍ ଏହାର ଅନୁସନ୍ଧାନରୁ ଜାଣିପାରିଲା ଯେ ୟୁଜରମାନେ ବ୍ୟଙ୍ଗାତ୍ମକ ଢଙ୍ଗରେ ଲେଖାଯାଇଥିବା ଆର୍ଟିକକିଲକୁ ସତ ବୋଲି ବିଶ୍ୱାସ କରି ସେୟାର କରୁଛନ୍ତି। ବାସ୍ତବରେ, ବ୍ୟଙ୍ଗ ପ୍ରବନ୍ଧ ପ୍ରକାଶ କରୁଥିବା ଫକ୍ସି ୱେବସାଇଟ୍ ଏହାକୁ ଛାପିଛି। ବର୍ତ୍ତମାନ ରାମ ରହୀମ ପାରୋଲରେ ଜେଲ୍ ବାହାରକୁ ଆସିଛନ୍ତି।

ଭାଇରାଲ୍ ପୋଷ୍ଟରେ କ’ଣ ଅଛି

ଫେସବୁକ ବ୍ୟବହାରକାରୀ ଅମନ୍ ପ୍ରତାପ ରାୱତ (ଆର୍କାଇଭ୍ଡ ଲିଙ୍କ୍) ଜାନୁଆରୀ 25 ରେ ଗୁରୁମିତ ରାମ ରହୀମଙ୍କ ଫଟୋ ଏବଂ ପଠାନ ଚଳଚ୍ଚିତ୍ରର ପୋଷ୍ଟର ପୋଷ୍ଟ କରିଥିଲେ। ଏହା ଉପରେ ଲେଖା ହୋଇଥିଲା,

ଗୁରୁମିତ ରାମ ରହୀମ ପଠାନ୍ ଦେଖିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ, ନିଜେ ବାତିଲ କରିବାକୁ ଚାହିଁଲେ ପାରୋଲ।

ତାଙ୍କୁ ଜେଲକୁ ନେବାକୁ ପ୍ରଶାସନ ନିକଟରେ ନିବେଦନ କଲେ ରହୀମ୍।

ଅନୁସନ୍ଧାନ

ଭାଇରାଲ୍ ଦାବିର ଅନୁସନ୍ଧାନ କରିବା ପାଇଁ, ଆମେ ପ୍ରଥମେ ଗୁଗୁଲରେ କୀୱାର୍ଡ ସାହାଯ୍ୟରେ ଏକ ଓପନ୍ ସର୍ଚ୍ଚ କରିଥିଲୁ । ଏହି ଭାଇରାଲ୍ ଦାବିକୁ ପ୍ରମାଣ କରିବାକୁ ଆମେ କୌଣସି ଖବର ପାଇଲୁ ନାହିଁ। ଜାନୁଆରୀ 21 ରେ ଦୈନିକ ଜାଗରଣରେ ପ୍ରକାଶିତ ଖବର ଅନୁଯାୟୀ ରାମ ରହୀମ ସିଂଙ୍କୁ ପୁଣି ଥରେ ପାରୋଲ ମିଳିଯାଇଛି। ସେ ଜେଲରୁ ବାହାରିଛନ୍ତି। ସେ ବାର୍ନାୱା ଡେରାକୁ ଚାଲିଯାଇଛନ୍ତି। ଏଥର ତାଙ୍କୁ 40 ଦିନ ପାଇଁ ପାରୋଲ ମିଳିଛି।

ଏହା ସହ ଜଡ଼ିତ ଏକ ଖବର ଦ ଫକ୍ସି ୱେବସାଇଟରେ ମିଳିଲା। ଦୁଇ ସପ୍ତାହ ପୂର୍ବରୁ ଅପଲୋଡ୍ ହୋଇଥିବା ଖବରରେ ଲେଖାଯାଇଛି, ‘ଦଣ୍ଡ ଭୋଗୁଥିବା ରାମ ରହୀମ ପାରୋଲରେ ବାହାରକୁ ଆସିଥିଲେ। ସେ ଡେରାର କାର୍ଯ୍ୟକ୍ରମ କରି ସମୟ ବିତାଉଥିଲେ। ସେ ପଠାନ ଚଳଚ୍ଚିତ୍ର ଦେଖି ମଝିରୁ ଉଠି ଚାଲିଗଲେ। ବର୍ତ୍ତମାନ ସେ ପାରୋଲ ବାତିଲ କରି ଜେଲ ଯିବା କଥା କହୁଛନ୍ତି।

ୱେବସାଇଟ୍ ଚେକ୍ କରିବାବେଳେ ଆମେ ଜାଣିଲୁ ଏହା ଏକ ବ୍ୟଙ୍ଗାତ୍ମକ ୱେବ୍ ପୋର୍ଟାଲ୍। ଏହା ଉପରେ ପ୍ରକାଶିତ ବିଷୟବସ୍ତୁ ବାସ୍ତବ ନୁହେଁ, ବରଂ କାଳ୍ପନିକ। ପାଠକମାନଙ୍କୁ ଏଥିରେ ପ୍ରକାଶିତ ପ୍ରବନ୍ଧଗୁଡ଼ିକୁ ସତ୍ୟ ବୋଲି ବିବେଚନା ନ କରିବାକୁ ପରାମର୍ଶ ଦିଆଯାଇଛି। ଅର୍ଥାତ୍ ଏହି ପ୍ରବନ୍ଧଟି ବ୍ୟଙ୍ଗରେ ଲେଖାଯାଇଛି।

ଅଧିକ ସୂଚନା ପାଇଁ ଆମେ ଟ୍ୱିଟର ମାଧ୍ୟମରେ ଫକ୍ସି ସହିତ ଯୋଗାଯୋଗ କଲୁ । ସଂସ୍ଥାର କହିବା ଅନୁଯାୟୀ, ‘ଦ ଫକ୍ସିରେ ଥିବା ସମସ୍ତ ପ୍ରବନ୍ଧ କାଳ୍ପନିକ ଅଟେ। ଏଗୁଡ଼ିକ କେବଳ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ଅଟେ ।’

ଅନ୍ୟପକ୍ଷରେ ବାଗପତର ସ୍ୱାଧୀନ ସାମ୍ବାଦିକ ସଚିନ ତ୍ୟାଗୀ କହିଛନ୍ତି, ‘ରାମ ରହୀମ ବର୍ତ୍ତମାନ ସଚ୍ଚା ସୌଦା ଡେରାରେ ଅଛନ୍ତି। ସେ ଜାନୁଆରୀ 21 ରେ ପାରୋଲରେ 40 ଦିନ ପାଇଁ ବାହାରକୁ ଆସିଥିଲେ। ପାରୋଲକୁ ବାତିଲ କରିବା ଭଳି କୌଣସି ଖବର ନାହିଁ।’

ଭୁଲ୍ ପୋଷ୍ଟ କରିଥିବା ଫେସବୁକ୍ ବ୍ୟବହାରକାରୀ ‘ଅମନ୍ ପ୍ରତାପ ରାୱତ’ଙ୍କର ପ୍ରୋଫାଇଲ୍ ଆମେ ସ୍କାନ୍ କଲୁ । ଏହି ପେଜ୍ 30 ଜାନୁଆରୀରେ କ୍ରିଏଟ୍ କରାଯାଇଥିଲା।

ପଠାନ୍ ଚଳଚ୍ଚିତ୍ର ସହିତ ଜଡ଼ିତ ଅନ୍ୟ ଫ୍ୟାକ୍ଟ ଚେକ୍ ରିପୋର୍ଟ ପଢ଼ିବାକୁ ଏଠାରେ କ୍ଲିକ୍ କରନ୍ତୁ।

ନିଷ୍କର୍ଷ: ଦୁଇ ସପ୍ତାହ ପୂର୍ବେ ବ୍ୟଙ୍ଗାତ୍ମକ ୱେବସାଇଟ୍ ‘ଦ ଫକ୍ସି’ରେ ଏକ ଆର୍ଟିକିଲ ପ୍ରକାଶ ପାଇଥିଲା ଯେ ରାମ ରହୀମ ସିଂ ପଠାନ ଚଳଚ୍ଚିତ୍ର ଦେଖିଥିଲେ ଏବଂ ଏହା ପରେ ସେ ନିଜ ପାରୋଲ ବାତିଲ କରିବାକୁ ଦାବି କରିଥିଲେ। କିଛି ଉପଭୋକ୍ତା ଏହାକୁ ସତ୍ୟ ବୋଲି ବିଶ୍ୱାସ କରି ଏହାକୁ ସେୟାର୍ କରୁଛନ୍ତି।

  • Claim Review : ଗୁରୁମିତ ରାମରହିମ ପଠାନ୍ ଚଳଚ୍ଚିତ୍ର ଦେଖିବା ପରେ ନିଜର ପାରୋଲ୍ ବାତିଲ୍ କରିବା ପାଇଁ ଦାବି କଲେ
  • Claimed By : ଏଫବି ୟୁଜର୍ - ଅମନ୍ ପ୍ରତାପ ରାୱତ୍
  • Fact Check : Misleading
Misleading
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later