X
X

ତଥ୍ୟ ୟାଞ୍ଚ: କଂଗ୍ରେସର ‘ଭାରତ ଯୋଡ଼’ ଯାତ୍ରା ପାଇଁ ସଲମାନ ଖାନ୍ ନିଜ ଗୀତ ସମର୍ପିତ କରି ନାହାଁନ୍ତି

ନୂଆଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) କଂଗ୍ରେସର “ଭାରତ ଯୋଡ଼” ଯାତ୍ରା ମଧ୍ୟରେ ସଲମାନ ଖାନଙ୍କୁ ନେଇ ଏକ ପୋଷ୍ଟ ଭାଇରାଲ୍ ହେବାରେ ଲାଗିଛି । ଏଥିରେ ଏକ ଭିଡିଓ ବ୍ୟବହାର କରାଯାଇ ଦାବି କରାଯାଉଛି ଯେ, ସେ କଂଗ୍ରେସର “ଭାରତ ଯୋଡ଼” ଯାତ୍ରାକୁ ସମର୍ଥନ କରି ନିଜର “ ଭାଇ -ଭାଇ” ଗୀତ ସମର୍ପିତ କରିଛନ୍ତି । ବିଶ୍ବାସ ନ୍ୟୁଜର ଅନୁସନ୍ଧାନରେ ଏହି ଭାଇରାଲ୍ ଦାବି ଭୁଲ୍ ପ୍ରମାଣିତ ହୋଇଥିଲା । ଅଭିନେତା ସଲମାନ୍ ଖାନଙ୍କର ଏହି ଗୀତ ଯାତ୍ରାର ଦୁଇ ବର୍ଷ ପୂର୍ବେ 2020ରେ ରିଲିଜ ହୋଇଥିଲା । ଏହାର “ଭାରତ ଯୋଡ଼” ଯାତ୍ରା ସହ କୌଣସି ସମ୍ପର୍କ ନାହିଁ । ସଲମାନ ଖାନ ନିଜର ଏହି ଗୀତକୁ କଂଗ୍ରେସର “ଭାରତ ଯୋଡ଼” ଯାତ୍ରା ପାଇଁ ସମର୍ପିତ କରି ନାହାଁନ୍ତି ।

ଭାଇରାଲ୍ ପୋଷ୍ଟରେ ଅଛି କଣ ?

ଫେସବୁକ୍ ୟୁଜର୍ ‘पुष्कर सिंह’ ଭାଇରାଲ୍ ପୋଷ୍ଟ ସେୟାର୍ କରି ଶୀର୍ଷକ ଦେଇଛନ୍ତି, , ‘Salman Khan ଭାଇ ଏହି ଗୀତ Bharat Jodo Yatra କୁ ସମର୍ପିତ କରିଛନ୍ତି । ହିନ୍ଦୁ ମିସଲିମ୍ ଶିଖ୍ ଇସାଇ ସବ୍ ଆପନେ ଭାଇ ଭାଇ । ’

ଭାଇରାଲ୍ ପୋଷ୍ଟ ର ଦାବିକୁ ଏଠାରେ ଯେମିତି ସେମିତି ଲେଖାଯାଇଛି । ଏହାକୁ ସତ ମନେକରି ଅନ୍ୟ ୟୁଜର୍ ମଧ୍ୟ ଭାଇରାଲ୍ କରିବାରେ ଲାଗିଛନ୍ତି । ପୋଷ୍ଟର ଆର୍କାଇଭ୍ ଭର୍ସନ୍ ଏଠାରେ ଦେଖନ୍ତୁ ।

ଅନୁସନ୍ଧାନ

ଭାଇରାଲ୍ ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ଗୁଗଲରେ ସମ୍ବନ୍ଧୀୟ କିୱାର୍ଡ ଦେଇ ଖୋଜିବା ଆରମ୍ଭ କରିଥିଲୁ । ଏହି ସମୟରେ ଆମକୁ ଏହି ଭିଡିଓ ସଲମାନ କାନଙ୍କ ଔପଚାରିକ ୟୁଟ୍ୟୁବ୍ ଚ୍ୟାନେଲରେ 25 ମେ 2020ରେ ଅପଲୋଡ୍ ହୋଇଥିବା ମିଳିଥିଲା । ଭିଡିଓ ସହ ଲେଖା ଥିଲା, ‘ଇଦ ଅବସରରେ ଆପଣମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଉପହାର । ଭାଇ ଭାଇ ଶୁଣ ଏବଂ ଭାଇଚାରା ପ୍ରସାର କର । ସମସ୍ତଙ୍କୁ ଇଦ ମୁବାରକ୍ । ’ ଭିଡିଓ ଏଠାରେ ଦେଖନ୍ତୁ ।

ଅନୁସନ୍ଧାନ ସମୟରେ ଆମକୁ ଭାଇରାଲ୍ ଭିଡିଓ ସମ୍ବନ୍ଧୀୟ ଅନେକ ଖବର ମିଳିଥିଲା । ଦୈନିକଜାଗରଣ ଡଟ୍ କମ୍ ରେ 26 ମେ 2020ରେ ଭାଇରାଲ୍ ଭିଡିଓ ସମ୍ବନ୍ଧୀୟ ଖବରରେ କୁହାଯାଇଥିଲା ଯେ, ‘ ସଲମାନ ଖାନ୍ ନିଜ ଫ୍ୟାନ୍ ମାନଙ୍କ ପାଇଁ ଇଦ ଅବସରରେ “ଭାଇ ଭାଇ” ଗୀତ ରିଲିଜ କରିଛନ୍ତି । ’ ସଲମାନଙ୍କ ଏହି ନୂଆ ଗୀତକୁ ସମସ୍ତେ ପସନ୍ଦ କରିଛନ୍ତି । ସଲମାନ ଏହି ଗୀତକୁ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ ରେ 25 ମେରେ ରିଲିଜ କରିଥିଲେ । ସମ୍ପୂର୍ଣ୍ଣ ଖବର ଏଠାରେ ପଢ଼ନ୍ତୁ ।

ଆମେ ସଲମାନ ଖାନଙ୍କର ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ ମଧ୍ୟ ଅୁସନ୍ଧାନ କରିଥିଲୁ । “ଭାରତ ଯୋଡ଼” ଯାତ୍ରା ନେଇ ସଲମାନଙ୍କ ତରଫରୁ କୌଣସି ପୋଷ୍ଟ ସେୟାର୍ କରାଯାଇଛି କି ନାହିଁ ତାହା ଆମେ ଜାଣିବାକୁ ଚେଷ୍ଟା କରିଥିଲୁ । ଆମକୁ ଏପରି କୌଣସି ପୋଷ୍ଟ ମିଳି ନଥିଲା । ଆମେ ଭାଇରାଲ୍ ଦାବି ନେଇ ଗୁଗଲରେ ମଧ୍ୟ ଖୋଜିଥିଲୁ । ଏହି ଦାବି ସମ୍ବନ୍ଧୀୟ କୌଣସି ଖବର ପ୍ରକାଶିତ ହୋଇଥିଲା ମିଳି ନଥିଲା ।

ଅଧିକ ତଥ୍ୟ ଜାଣିବା ପାଇଁ ଆମେ ମୁମ୍ବାଇ ଦୈନିକ ଜାଗରଣର ମନୋରଞ୍ଜନ ପୃଷ୍ଠା ଦେଖୁଥିବା ବରିଷ୍ଠ ପତ୍ରକାର ସ୍ମିତା ଶ୍ରୀବାସ୍ତବଙ୍କ ସହ ଯୋଗାଯୋଗ କରିଥିଲୁ । ତାଙ୍କ ସହ ଭାଇରାଲ୍ ପୋଷ୍ଟର ଲିଙ୍କ ମଧ୍ୟ ସେୟାର୍ କରିଥିଲୁ । ସେ ଆମକୁ କହିଥିଲେ ଯେ ଏହି ଭାଇରାଲ୍ ଦାବି ଭୁଲ୍ ଅଟେ । ଏହି ଭିଡିଓକୁ ସଲମାନ୍ ପନଭେଲରେ ଥିବା ଫାର୍ମ ହାଉସରେ ସୁଟିଂ କରିଥିଲେ । ଏହି ଭିଡିଓ ପୁରୁଣା ଅଟେ ।

ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, 7 ସେପ୍ଟେମ୍ବରୁ ଆରମ୍ଭ ହୋଇଥିବା କଂଗ୍ରେସର ‘ଭାରତ ଯୋଡ଼‘ ଯାତ୍ରା ରେ କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଲମ୍ବା ରାସ୍ତା 150 ଦିନରେ ଅତିକ୍ରମ କରାଯିବ । ଏହି ଯାତ୍ରା ସମୟରେ ମାର୍ଚ୍ଚ, ରାଲି ଏବଂ ଜନସଭା ମଧ୍ୟ ହେବ, ଯେଉଁଥିରେ କଂଗ୍ରେସର ବରିଷ୍ଠ ନେତାମାନେ ସମ୍ପୃକ୍ତ ଅଛନ୍ତି ।

ଅନୁସନ୍ଧାନର ଶେଷ ପର୍ଯ୍ୟାୟରେ ଆମେ ଏହି ଭିଡିଓକୁ ଭୁଲ୍ ଦାବି ସହ ସେୟାର୍ କରିଥିବା ଯୁଜରଙ୍କ ଯାଞ୍ଚ କରିଥିଲୁ । ଜଣା ପ଼ଡିଥିଲା ଯେ, ୟୁଜର୍ ଙ୍କୁ ଫେସବୁକରେ ତିନି ହଜାରରୁ ଅଧିକ ବ୍ୟକ୍ତି ଫଲୋ କରୁଛନ୍ତି । ୟୁଜର ଜଣଙ୍କ ଏକ ରାଜନୈତିକ ଦଳ ସହ ସମ୍ପୃକ୍ତ ।

ନିଷ୍କର୍ଷ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ପୁରୁଣା ଗୀତକୁ ‘ଭାରତ ଯୋଡ଼’ ଯାତ୍ରାର ବୋଲି ହେଉଥିବା ଦାବି ବିଶ୍ବାସ ନ୍ୟୁଜ୍ ଅନୁସନ୍ଧାନରେ ଭୁଲ୍ ବାହାରିଲା । ଅଭିନେତା ସଲମାନ ଖାନଙ୍କ ଏହି ଗୀତ ଯାତ୍ରାର ଦୁଇ ବର୍ଷ ପୂର୍ବେ 25 ମେ 2020ରେ ରିଲିଜ ହୋଇଥିଲା । ଏହାର ଭାରତ ଯୋଡ଼ ଯାତ୍ରା ସହ କୌଣସି ସମ୍ପର୍କ ନାହିଁ ।

  • Claim Review : ସଲମାନ ଖାନ୍ ଏହି ଗୀତ ‘ଭାରତ ଯୋଡ଼’ ଯାତ୍ରାକୁ ସମର୍ପିତ କରିଛନ୍ତି
  • Claimed By : ଫେସବୁକ୍ ୟୁଜର୍ – ପୁଷ୍କର୍ ସିଂ
  • Fact Check : Misleading
Misleading
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later