X
X

ଫ୍ୟାକ୍ଟ ଚେକ୍: ରିଲାଏନ୍ସ ଜିଓ ଫେଡେରାଲ୍ ବ୍ୟାଙ୍କ ଅଧିଗ୍ରହଣ କରୁନାହିଁ; ଭାଇରାଲ୍ ପୋଷ୍ଟ ମିଥ୍ୟା

ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ ଏହି ଦାବି ନକଲି ବୋଲି ଜଣାପଡିଛି। ବିଶ୍ୱାସ ନ୍ୟୁଜ୍ ସହ କଥାବାର୍ତ୍ତା ବେଳେ ରିଲାଏନ୍ସ ମୁଖପାତ୍ର କହିଛନ୍ତି ଯେ ଏହା କେବଳ ଗୁଜବ। କଙ୍ଗ୍ଲୋମରେଟ୍‌ଗୁଡ଼ିକ ବ୍ୟାଙ୍କର ମାଲିକାନା ପାଇଁ ଅନୁମତିପ୍ରାପ୍ତ ନୁହଁନ୍ତି।

  • By: Pallavi Mishra
  • Published: Sep 27, 2021 at 01:12 PM
  • Updated: Jul 10, 2023 at 11:30 AM

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍): ସୋସିଆଲ ମିଡିଆରେ ଏକ ଚିଠି ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରାଯାଉଛି ଯେ ରିଲାଏନ୍ସ ଜିଓ ଫେଡେରାଲ ବ୍ୟାଙ୍କ ଅଧିଗ୍ରହଣ କରିବାକୁ ଯାଉଛି ଏବଂ 73616 କୋଟି ଟଙ୍କାରେ ଏହି ଡିଲ୍ କରାଯାଇଛି। ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ ଏହି ଦାବି ମିଥ୍ୟା ବୋଲି ଜଣାପଡିଛି। ବିଶ୍ୱାସ ନ୍ୟୁଜ୍ ସହ କଥାବାର୍ତ୍ତା ବେଳେ ରିଲାଏନ୍ସ ମୁଖପାତ୍ର କହିଛନ୍ତି ଯେ “ଏହା କେବଳ ଏକ ଗୁଜବ। କର୍ପୋରେଟ୍ ହାଉସ୍ ବ୍ୟାଙ୍କଗୁଡ଼ିକର ମାଲିକାନା ପାଇଁ ଅନୁମତିପ୍ରାପ୍ତ ନୁହଁନ୍ତି। ”

କ’ଣ ଭାଇରାଲ୍ ହେଉଛି?

ହ୍ୱାଟସ୍‌ଆପ୍‌ରେ ଭାଇରାଲ୍ ହେଉଥିବା ଏହି ଚିଠିରେ ଲେଖାଯାଇଛି, “ମିଡିଆ ରିଲିଜ୍: ଫେଡେରାଲ୍ ବ୍ୟାଙ୍କକୁ 10 ବିଲିୟନ ଆମେରିକୀୟ ଡଲାରରେ କିଣିବ ରିଲାୟାନ୍ସ ଜିଓ

ମୂଲ୍ୟାଙ୍କନ; ଅଧିଗ୍ରହଣ ସହିତ ବ୍ୟାଙ୍କିଂ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବ ଜିଓ; ମୁମ୍ବାଇ, ସେପ୍ଟେମ୍ବର 13, 2021: ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍ (“ଆରଜେଆଇଏଲ୍”) ଆଜି ଘୋଷଣା କରିଛି ଯେ ବ୍ୟାଙ୍କ ଅଧିଗ୍ରହଣ ପାଇଁ ଫେଡେରାଲ୍ ବ୍ୟାଙ୍କ ଲିମିଟେଡ୍ ସହିତ ହୋଇଥିବା ଚୁକ୍ତିନାମା ଶେଷ ହୋଇଛି। ଆରଜେଆଇଏଲ୍ ଫେଡେରାଲ ବ୍ୟାଙ୍କକୁ 73,616 କୋଟି ଟଙ୍କା (ଟିକସକୁ ଅନ୍ତର୍ଭୂକ୍ତ କରି) ଦେଇ ମାଲିକାନା ଗ୍ରହଣ କରିଛି। ସୂଚନା ଅନୁଯାୟୀ ଫେଡେରାଲ୍ ବ୍ୟାଙ୍କ ରିଲିୟାନ୍ ଜିଓ ଇନଫୋକମ୍ ଲିମିଟେଡ୍ (“ଆରଜେଆଇଏଲ୍”) ର ସମ୍ପୂର୍ଣ୍ଣ ମାଲିକାନା ଥିବା ସବ୍‌ସିଡିଆରି ହେବ।

ଅନୁସନ୍ଧାନ

ଏହି ପୋଷ୍ଟକୁ ଯାଞ୍ଚ କରିବାକୁ, ଆମେ ପ୍ରଥମେ ଫେଡେରାଲ୍ ବ୍ୟାଙ୍କର ୱେବସାଇଟ୍ ଏବଂ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲଗୁଡ଼ିକ ଖୋଜିଲୁ। ଆମେ ଏପରି ଖବର କୌଣସି ସ୍ଥାନରେ ପାଇଲୁ ନାହିଁ।

ରିଲାଏନ୍ସ ଜିଓର ୱେବସାଇଟ୍ ଏବଂ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ସେପରି କୌଣସି ଖବର ମିଳିଲା ନାହିଁ।

ଏହି ପତ୍ରର ଉପରେ ‘ମିଡିଆ ରିଲିଜ୍’ ଲେଖାଯାଇଛି। ଗଣମାଧ୍ୟମର ଏକ ଅଂଶ ହୋଇଥିବାରୁ ବିଶ୍ୱାସ ନ୍ୟୁଜ୍ର ବିଜିନେସ୍ ଟିମ୍‌ ପାଖକୁ ରିଲାଏନ୍ସ ଜିଓର ସମସ୍ତ ପ୍ରେସ ବିଜ୍ଞପ୍ତି ଆସେ। ଆମେ ଆମର ମେଲ୍ ଚେକ୍ କଲୁ କିନ୍ତୁ ଏହି ପ୍ରେସ୍ ରିଲିଜ୍ କୌ ଣସି ସ୍ଥାନରେ ପାଇଲୁ ନାହିଁ। ରିଲାଏନ୍ସଠାରୁ ଶେଷ ପ୍ରେସ ବିଜ୍ଞପ୍ତି ସରକାରୀ ସଂସ୍କାରଗୁଡ଼ିକ ବିଷୟରେ ଥିଲା।

ଏହାର ସ୍କ୍ରିନସଟ୍ ନିମ୍ନରେ ଦେଖାଯାଇପାରେ।

ଏହି ବିଷୟରେ ଜାଣିବା ପାଇଁ ବିଶ୍ୱାସ ନ୍ୟୁଜ୍ ରିଲାଏନ୍ସ ଜିଓର ମୁଖପାତ୍ରଙ୍କ ସହ ଯୋଗାଯୋଗ କରିଥିଲା। ଆମ ସହ କଥାବାର୍ତ୍ତା କରି ସେ କହିଛନ୍ତି “ଏହି ଚିଠିଟି ସମ୍ପୂର୍ଣ୍ଣ ନକଲି। ଆରବିଆଇ ଗାଇଡଲାଇନ ଅନୁଯାୟୀ ଜିଓ କିମ୍ବା ଅନ୍ୟ କୌଣସି କଙ୍ଗ୍ଲୋମରେଟ୍ କୌଣସି ବ୍ୟାଙ୍କ ଅଧିଗ୍ରହଣ କରିପାରିବେ ନାହିଁ।”

ଏହି ଦାବି ସୋସିଆଲ ମିଡିଆରେ କନିକା ଦେବାନୀ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀଙ୍କ ଦ୍ୱାରା ସେୟାର କରାଯାଇଥିଲା। ଉପଭୋକ୍ତାଙ୍କର 18 ଜଣ ଫଲୋଅର୍ସ ଅଛନ୍ତି।

निष्कर्ष: ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ ଏହି ଦାବି ନକଲି ବୋଲି ଜଣାପଡିଛି। ବିଶ୍ୱାସ ନ୍ୟୁଜ୍ ସହ କଥାବାର୍ତ୍ତା ବେଳେ ରିଲାଏନ୍ସ ମୁଖପାତ୍ର କହିଛନ୍ତି ଯେ ଏହା କେବଳ ଗୁଜବ। କଙ୍ଗ୍ଲୋମରେଟ୍‌ଗୁଡ଼ିକ ବ୍ୟାଙ୍କର ମାଲିକାନା ପାଇଁ ଅନୁମତିପ୍ରାପ୍ତ ନୁହଁନ୍ତି।

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next page

Post saved! You can read it later