X
X

ତଥ୍ୟ ଯାଞ୍ଚ: ନ୍ୟୁୟର୍କ ଟାଇମ୍ସର ରିପୋର୍ଟରେ ବ୍ୟବହାର ଫଟୋ କୌଣସି ଘରୋଇ ବିଦ୍ୟାଳୟର ନୁହେଁ, ଦିଲ୍ଲୀର ସରକାରୀ ସର୍ବୋଦୟ ବିଦ୍ୟାଳୟର ଅଟେ ।

ନ୍ୟୁୟର୍କ ଟାଇମ୍ସରେ ଦିଲ୍ଲୀ ସରକାରଙ୍କ ଶିକ୍ଷା କ୍ଷେତ୍ରରେ କରିଥିବା କାମର ପ୍ରଶଂସାରେ ପ୍ରକାଶିତ ରିପୋର୍ଟରେ ବ୍ୟବହାର ହୋଇଥିବା ଫଟୋ ମୟୁର ବିହାର ମଦର ମେରୀ ବିଦ୍ୟାଳୟର ନୁହେଁ, ଏହା ଦିଲ୍ଲୀର ସରକାରୀ ବିଦ୍ୟାଳୟ ଅଟେ ।

  • By: Abhishek Parashar
  • Published: Aug 31, 2022 at 01:17 PM
  • Updated: Jul 10, 2023 at 11:34 AM

ନୂଆ ଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) ନ୍ୟୁୟର୍କ ଟାଇମ୍ସରେ ଦିଲ୍ଲୀ ସରକାରଙ୍କ ଶିକ୍ଷା କ୍ଷେତ୍ରରେ କରାଯାଇଥିବା କାମକୁ ପ୍ରଶଂସା କରି ଛପାଯାଇଥିବା ଲେଖା ପରେ ସୋସିଆଲ୍ ମିଡିଆରେ ଭାଇରାଲ୍ ଗୋଟିଏ ପୋଷ୍ଟରେ ଦାବି କରାଯାଉଛି ଯେ, ଯେଉଁ ଫଟୋକୁ ନ୍ୟୁୟର୍କ ଟାଇମ୍ସ ଏବଂ ଖଲୀଜ ଟାଇମ୍ସର ରିପୋର୍ଟରେ ଦିଲ୍ଲୀର ସରକାରୀ ବିଦ୍ୟାଳୟ ବୋଲି ଉଲ୍ଲେଖ ହୋଇଛି, ଏହା ପ୍ରକୃତରେ ମୟୁର ବିହାରରେ ଥିବା ମଦର ମେରୀ ବିଦ୍ୟାଳୟର ଅଟେ ।

ବିଶ୍ବାସ ନ୍ୟୁଜ୍ ନିଜର ଅନୁସନ୍ଧାନରେ ଏହି ଦାବିକୁ ଭୁଲ୍ ବୋଲି ଜାଣି ପାରିଲା । ଟାଇମ୍ସରେ ଦିଲ୍ଲୀ ସରକାରଙ୍କ ଶିକ୍ଷା କ୍ଷେତ୍ରରେ କରାଯାଇଥିବା କାମକୁ ପ୍ରଶଂସା କରି ଛପାଯାଇଥିବା ଲେଖାରେ ବ୍ୟବହୃତ ଫଟୋ କକରୋଲାର ସରକାରୀ ବିଦ୍ୟାଳୟ, ସର୍ବୋଦୟ ବିଦ୍ୟାଳୟର ଅଟେ । ଏହା ମୟୁର ବିହାରରେ ଥିବା ମଦର ମେରୀ ବିଦ୍ୟାଳୟ ନୁହେଁ । ଭାଇରାଲ୍ ଫଟୋରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ବସିଥିବା ଦେଖାଯାଉଛି । ଏଥିରୁ ଜଣା ପଡୁଛି ଯେ, ସମ୍ପୃକ୍ତ ବିଦ୍ୟାଳୟରେ ଉଭୟ ବାଳକ-ବାଳିକା ବଢ଼ିବାର ବ୍ୟବସ୍ଥା ରହିଛି । କିନ୍ତୁ ମୟୁର ବିହାରରେ ଥିବା ମଦର ମେରୀ ବିଦ୍ୟାଳୟରେ କେବଳ ବାଳିକାମାନେ ହିଁ ପଢ଼ିଥାନ୍ତି ।

କଣ କେଉଛି ଭାଇରାଲ୍ ?

ସୋସିଆଲ୍ ମଡିଆ ୟୁଜର୍ ‘Binod Kumar BJP’ ଭାଇରାଲ୍ ପୋଷ୍ଟ (ଆର୍କାଇଭ୍ ଲିଙ୍କ୍) ସେୟାର୍ କରି ଲେଖିଛନ୍ତି ଯେ, ”ନ୍ୟୁୟର୍କ ଟାଇମ୍ସ ଏବଂ ଖଲୀଜ ଟାଇମ୍ସରେ ପଇସା ଦେଇ ଖବର ଛପାଇଦେଲେ, କିନ୍ତୁ ମିଛ ଓ ଚୋରୀର ଅଭ୍ୟାସ ଗଲା ନାହିଁ, ଏହି ଫଟୋ ଦିଲ୍ଲୀର ସରକାରୀ ବିଦ୍ୟାଳୟର ନୁହେଁ । ଏହା ମୟୁର ବିହାରରେ ଥିବା ମଦର ମେରୀ ବିଦ୍ୟାଳୟର ପିଲାମାନଙ୍କର ଫଟୋ ଅଟେ ।
କେଜରୀୱାଲ୍ ଏବଂ ସିସୋଦିଆ ଦେଶରେ ମଧ୍ୟ ମିଛ ବିକ୍ରି କୁଛନ୍ତି ଏବଂ ବିଦେଶରେ ମଧ୍ୟ ବିକ୍ରି କରୁଥନ୍ତି !!!”

ଅନ୍ୟ କେତେକ ୟୁଜର୍ସ ଏହି ଫଟୋକୁ ଏଭଳି ଦାବି ସହ ସେୟାର୍ କରିଛନ୍ତି । ଦିଲ୍ଲୀ ବିଜେପି ନେତା କପିଲ ମିଶ୍ରାଙ୍କ ସମେତ ଅନ୍ୟ କେତେକ ପୁଷ୍ଟି କରାଯାଇଥିବା ଟ୍ବିଟର୍ ହ୍ୟାଣ୍ଡେଲରେ ନ୍ୟୁୟର୍କ ଟାଇମ୍ସର ଛପା ଯାଇଥିବା ଖବରର ସ୍କ୍ରିନ୍ ସଟ୍ ସେୟାର୍ କରାଯାଇଛି । ଏହାପରେ ଏହା ସୋସିଆଲ୍ ମିଡିଆରେ ଶୀଘ୍ର ଭାଇରାଲ୍ ହୋଇଛି ।

କପିଲ୍ ମିଶ୍ରାଙ୍କ ଟ୍ବିଟର୍ ହ୍ୟାଣ୍ଡେଲ ରେ ଏହି ପୋଷ୍ଟ ( ଆର୍କାଇଭ୍ ଲିଙ୍କ୍) ଏବେ ମଧ୍ୟ ଉପସ୍ଥିତ ରହିଛି ।

ଅନୁସନ୍ଧାନ

ଭାଇରାଲ୍ ପୋଷ୍ଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବରର ସ୍କ୍ରିନ୍ ସଟ୍ ଦେଖା ଯାଉଛି । ଏହା ଦିଲ୍ଲୀ ସରକାର ଶିକ୍ଷା କ୍ଷେତ୍ରରେ କରିଥିବା କାମକୁ ପ୍ରଂଶସା କରି ଲେଖା ଯାଇଛି । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ନିଜର ଟ୍ବିଟର୍ ହ୍ୟାଣ୍ଡେରୁ ଏହି ଖବର ସେୟାର କରିଛନ୍ତି ।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମଧ୍ୟ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବରକୁ ନିଜ ଟ୍ବିଟର ହ୍ୟାଣ୍ଡେଲରୁ 19 ଅଗଷ୍ଟରେ ସେୟାର୍ କରିଛନ୍ତି ।

ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବର ସହ ଯେଉଁ ଫଟୋ ଦେଖାଯାଉଛି, ସେଥିରେ ଶ୍ରେଣୀରେ ଉଭୟ ଛାତ୍ର ଏବଂ ଛାତ୍ରୀ ବସିଛନ୍ତି । ଅର୍ଥାତ୍ ଏହି ଫଟୋ ଯେଉଁ ବିଦ୍ୟାଳୟର ସେଠାରେ କୋ- ଏଜୁକେଶନ୍ ବା ଏକାସାଥିରେ ଉଭୟ ବାଳକ ଏବଂ ବାଳିକା ପଢ଼ିବା ସୁବିଧା ରହିଛି । କିନ୍ତୁ ମୟୁର ବିହାର ଫେଜ୍ – 1ରେ ଥିବା ମଦର ମେରୀ ବିଦ୍ୟାଳୟର ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ଏହା କେବଳ ବାଳିକାମାନଙ୍କର ବିଦ୍ୟାଳୟ ଅଟେ , ଏହାର 2006 ରେ ପ୍ରତିଷ୍ଠା ହୋଇଥିଲା ।

ଏଥିରୁ ସ୍ପଷ୍ଟ ଯ, ଭାଇରାଲ୍ ପୋଷ୍ଟରେ ଯେପରି ଦାବି ହୋଇଛି ନ୍ୟୁୟର୍କ ଟାଇମ୍ସରେ ଦିଲ୍ଲୀ ସରକାରଙ୍କ ଶିକ୍ଷା କ୍ଷେତ୍ରରେ କରାଯାଇଥିବା କାମକୁ ପ୍ରଂଶସା କରି ପ୍ରକାଶିତ ରିପୋର୍ଟରେ ବ୍ୟବହୃତ ଫଟୋ ମୟୁର ବିହାର ମଦର ମେରୀ ବିଦ୍ୟାଳୟର ନୁହେଁ ।

ସୋସିଆଲ୍ ମିଡିଆ ସର୍ଚ୍ଚରେ ଆମ ଆଦମୀ ପାର୍ଟିର ବିଧାୟକ ଆତିଶୀ ମାର୍ଲେନାଙ୍କ ଟ୍ବିଟ୍ ମିଳିଥିଲା । ସେ କପିଲ୍ ମିଶ୍ରାଙ୍କ ଟ୍ବିଟ୍ କୁ ରିଟ୍ବିଟ୍ କରି ରିପୋର୍ଟରେ ପ୍ରକଶିତ ଫଟୋକୁ ସର୍ବୋଦୟ ବିଦ୍ୟାଳୟ କକରୋଲା ଉଲ୍ଲେଖ କରିଥିଲେ ।

ଏଥିସହ ମଦର ମେରୀ ବିଦ୍ୟାଳୟର ୟୁନିଫର୍ମ ଭାଇରାଲ୍ ଫଟୋରେ ଥିବା ୟୁନିଫର୍ମରୁ ଅଲଗା ଅଟେ ।

ନ୍ୟୁୟର୍କ ଟାଇମ୍ସର ୱେବସାଇଟରେ 16 ଅଗଷ୍ଟ 2022ରେ ଅସଲି ରିପୋର୍ଟ ପ୍ରକାଶିତ ହୋଇଥିଲା । ଏଥିରେ ଦିଲ୍ଲୀ ସରକାରଙ୍କ ସରକାରୀ ବିଦ୍ୟାଳୟର ପ୍ରସଂଶା କରାଯାଇଥିଲା ।

ଏହି ରିପୋର୍ଟରେ ବ୍ୟବହାର କରାଯାଇଥିବା ଫଟୋକୁ ଜୁମ୍ କରି ଦେଖିଲେ ଛାତ୍ରମାନଙ୍କ ୟୁନିଫର୍ମରେ ସର୍ବୋଦୟ ଲେଖାଥିବା ନଜରକୁ ଆସୁଛି । କିନ୍ତୁ ଭାଇରାଲ୍ ପୋଷ୍ଟରେ ଏମାନଙ୍କୁ ମଦର ମେରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଉଲ୍ଲେଖ କୁହାଯାଉଛି ।

ଭାଇରାଲ୍ ପୋଷ୍ଟ ବିଷୟରେ ଆମର ସହଯୋଗୀ ଦୈନିକ ଜାଗରଣର ସାମ୍ବାଦିକ ଭଗବାନ ଝା, କେଦ୍ରୀୟ ଶିକ୍ଷା ସମିତିର ହବ୍ ମ୍ୟାନେଜର ମାଧୁରୀ ୱାର୍ଷ୍ଣୌୟଙ୍କ ସହ ଯୋଗାଯୋଗ କରିଥିଲେ । ତାଙ୍କ ଅଧୀନରେ ସର୍ବୋଦୟ କକରୋଲା ବିଦ୍ୟାଳୟ ରହିଛି । ସେ ପୁଷ୍ଟି କରି କହିଥିଲେ ଯେ, ‘ ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ଯେଉଁ ଫଟୋ ରହିଛି ତାହା ସର୍ବୋଦୟ ବିଦ୍ୟାଳୟ କକରୋଲାର ଅଟେ ।’

ସର୍ବୋଦୟ ବିଦ୍ୟାଳୟ ସରକାରୀ ବିଦ୍ୟାଳୟର ଶୃଙ୍ଖଳା ଅଟେ, ଯାହାକୁ ଦିଲ୍ଲୀ ସରକାର ସଞ୍ଚାଳନ କରେ । ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ସରକାରଙ୍କ ଶିକ୍ଷା ବିଭାଗ ତରଫରୁ 2020ରେ ଜାରି କରାଯାଇଥିବା ଭିଜନ୍ 2030 ଅନୁଯାୟୀ, ଛଅ ବର୍ଷରୁ କମ ବୟସର ଶିଶୁଙ୍କୁ ଗୁଣାତ୍ମକ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା ଏବଂ ସମସ୍ତ ସର୍ବୋଦୟ ବିଦ୍ୟାଳୟରେ ନର୍ସରୀ ପାଇଁ ନାମଲେଖା ଆରମ୍ଭ କରିବା ।

21 ମାର୍ଚ୍ଚ 2022 ରେ ପ୍ରକାଶିତ ରିପୋର୍ଟ ସହ ଦିଆଯାଇଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ସରକାର 1067 ବିଦ୍ୟାଳୟର ସଂଚାଳନ କରୁଛି, ଯେଉଁଥିରୁ 442 ବିଦ୍ୟାଳୟକୁ ସର୍ବୋଦୟ ବିଦ୍ୟାଳୟ ଭାବେ ବର୍ଗୀକୃତ କରାଯାଇଛି ।

ଭାଇରାଲ୍ ପୋଷ୍ଟକୁ ଭୁଲ୍ ଦାବି ସହ ସେୟାର୍ କରିଥିବା ୟୁଜର୍ ଙ୍କ ପ୍ରୋଫାଇଲ୍ କୁ ପ୍ରାୟ ପାଞ୍ଚ ହଜାରରୁ ଅଧିକ ଲୋକ ଫଲୋ କରୁଛନ୍ତି ।

निष्कर्ष: ନ୍ୟୁୟର୍କ ଟାଇମ୍ସରେ ଦିଲ୍ଲୀ ସରକାରଙ୍କ ଶିକ୍ଷା କ୍ଷେତ୍ରରେ କରିଥିବା କାମର ପ୍ରଶଂସାରେ ପ୍ରକାଶିତ ରିପୋର୍ଟରେ ବ୍ୟବହାର ହୋଇଥିବା ଫଟୋ ମୟୁର ବିହାର ମଦର ମେରୀ ବିଦ୍ୟାଳୟର ନୁହେଁ, ଏହା ଦିଲ୍ଲୀର ସରକାରୀ ବିଦ୍ୟାଳୟ ଅଟେ ।

  • Claim Review : ନ୍ୟୁୟର୍କ ଟାଇମ୍ସରେ ଦିଲ୍ଲୀ ସରକାରଙ୍କ ଶିକ୍ଷା କ୍ଷେତ୍ରରେ କରିଥିବା କାମର ପ୍ରଶଂସାରେ ପ୍ରକାଶିତ ରିପୋର୍ଟରେ ବ୍ୟବହାର ହୋଇଥିବା ଫଟୋ ସରକାରୀ ବିଦ୍ୟାଳୟର ନୁହେଁ
  • Claimed By : ଏଫ୍ ବି ୟୁଜର୍ -Binod Kumar BJP
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext page

Post saved! You can read it later