X
X

ଫ୍ୟାକ୍ଟ ଚେକ୍: ଦ୍ରୌପଦୀ ମୁର୍ମୁଙ୍କ ନାମରେ କରାଯାଇଥିବା ଏକ ନକଲି ଟ୍ୱିଟର ଆକାଉଣ୍ଟରୁ ଭାଇରାଲ ଟ୍ୱିଟ

ଦ୍ରୌପଦୀ ମୁର୍ମୁଙ୍କ ନାମରେ କରାଯାଇଥିବା ନକଲି ଟ୍ୱିଟର ଆକାଉଣ୍ଟରୁ କରାଯାଇଥିବା ଏକ ଟ୍ୱିଟ୍‌ର ସ୍କ୍ରିନସଟ୍‌ ଭାଇରାଲ ହେବାରେ ଲାଗିଛି। 22 ଜୁଲାଇ 2022, ଅପରାହ୍ନ 12:30ଟା ପର୍ଯ୍ୟନ୍ତ ତାଙ୍କର କୌଣସି ଟ୍ୱିଟର ଆକାଉଣ୍ଟ ନଥିଲା। ଲୋକମାନେ ଫ୍ୟାନ୍ ପେଜ୍ ଦ୍ୱାରା କରାଯାଇଥିବା ଟ୍ୱିଟ୍‌ର ସ୍କ୍ରିନସଟ୍‌କୁ ସତ ଭାବି ସେୟାର କରୁଛନ୍ତି।

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଏକ ଟ୍ୱିଟ୍‌ର ସ୍କ୍ରିନସଟ୍‌ ଭାଇରାଲ ହେବାରେ ଲାଗିଛି। ଯାହାର ପ୍ରୋଫାଇଲ୍ ପିକ୍ଚରେ ଦ୍ରୌପଦୀ ମୁର୍ମୁଙ୍କର ଚିତ୍ର ଅଛି। ସ୍କ୍ରିନସଟ ସେୟାର କରି ଦାବି କରାଯାଉଛି ଯେ ମୁର୍ମୁ ଟ୍ୱିଟ କରି କହିଛନ୍ତି ଯେ ରାଷ୍ଟ୍ରପତି ହେବା ପରେ ସର୍ବପ୍ରଥମେ ମୁଁ ଭାରତକୁ ହିନ୍ଦୁ ରାଷ୍ଟ୍ର ଭାବରେ ଘୋଷଣା କରି ମୋର କର୍ତ୍ତବ୍ୟ ପାଳନ କରିବି। ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ ଏହି ଭାଇରାଲ୍ ଦାବି ମିଥ୍ୟା ବୋଲି ଜଣାପଡ଼ିଛି।

ଦ୍ରୌପଦୀ ମୁର୍ମୁଙ୍କର କୌ ଣସି ଟ୍ୱିଟର ଆକାଉଣ୍ଟ ନାହିଁ। ନକଲି ସୋସିଆଲ ମିଡିଆ ଆକାଉଣ୍ଟରୁ କରାଯାଇଥିବା ଟ୍ୱିଟକୁ ଲୋକମାନେ ସତ ଭାବି ସେୟାର କରୁଛନ୍ତି। 22 ଜୁଲାଇ 2022, ଅପରାହ୍ନ 12:30 ଟା ପର୍ଯ୍ୟନ୍ତ ତାଙ୍କର କୌ ଣସି ଟ୍ୱିଟର ଆକାଉଣ୍ଟ ନଥିଲା।

ଭାଇରାଲ୍ ପୋଷ୍ଟରେ କଣ ଅଛି?

ଫେସବୁକରେ ଭାଇରାଲ ସ୍କ୍ରିନସଟ ସେୟାର କରି ଅରବିନ୍ଦ କୁମାର ଆନନ୍ଦ କ୍ୟାପସନରେ ଲେଖିଛନ୍ତି, ୟୁଜର୍ ସନାତନଧର୍ମୀମାନଙ୍କ ପାଇଁ ଖୁସି ଖବର। ଜୟ ଶ୍ରୀ ରାମ। “

ଅନ୍ୟ କେତେକ ଉପଭୋକ୍ତା ଏହାକୁ ସମାନ ଏବଂ ଏକାଭଳି ଦାବି କରି ସେୟାର କରିଛନ୍ତି। ପୋଷ୍ଟର ଆର୍କାଇଭ୍ଡ ସଂସ୍କରଣ ଏଠାରେ କ୍ଲିକ୍ କରି ଦେଖାଯାଇପାରିବ।

ଅନୁସନ୍ଧାନ

ଭାଇରାଲ୍ ଦାବିର ସତ୍ୟତା ଜାଣିବା ପାଇଁ, ଆମେ କେତେଗୁଡ଼ିଏ କୀୱର୍ଡ ମାଧ୍ୟମରେ ଗୁଗୁଲ୍‌ରେ ସର୍ଚ୍ଚ କରିଥିଲୁ, କିନ୍ତୁ ଏହି ଦାବି ସହ ଜଡ଼ିତ କୌଣସି ବିଶ୍ୱସନୀୟ ମିଡିଆ ରିପୋର୍ଟ ଆମେ ପାଇଲୁ ନାହିଁ।

ଅନୁସନ୍ଧାନକୁ ଆଗକୁ ବଢ଼ାଇ ଆମେ ସ୍କ୍ରିନସଟ୍‌କୁ ନିରେଖି ଦେଖିଲୁ ଏବଂ ତା ଉପରେ ଲେଖା ଯାଇଥିବା ଟ୍ୱିଟର ଆକାଉଣ୍ଟ @draupadi_m_ ବିଷୟରେ ଖୋଜିବା ଆରମ୍ଭ କଲୁ। ଆମେ ଜାଣିଲୁ ଯେ ସେହି ଆକାଉଣ୍ଟ୍ ଡିଲିଟ୍ କରାଯାଇଛି।

ବିଶ୍ୱାସ ନ୍ୟୁଜ୍ ଭାଇରାଲ୍ ସ୍କ୍ରିନସଟ୍ ବିଷୟରେ ଅଧିକ ସୂଚନା ସଂଗ୍ରହ କରିବାକୁ କ୍ୟାଶେ ଭର୍ଜନ୍ ମାଧ୍ୟମରେ ଏହି ଆକାଉଣ୍ଟକୁ ଘାଣ୍ଟିବା ଆରମ୍ଭ କଲା। କ୍ୟାଶେ ଭର୍ଜନ୍‌ରେ ଦେଖାଯାଇପାରେ ଯେ ଏହି ଆକାଉଣ୍ଟ୍ ଜୁନ୍ 2022 ଠାରୁ ଟ୍ୱିଟରରେ ସକ୍ରିୟ ଥିଲା। ବାୟୋରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହା ଦ୍ରୌପଦୀ ମୁର୍ମୁଙ୍କ ନାମରେ କ୍ରିଏଟ୍ କରାଯାଇଥିବା ଏକ ଫ୍ୟାନ୍ ପେଜ୍ ଥିଲା । ଏହି ଆକାଉଣ୍ଟ୍ 16 ଜୁଲାଇ 2022 ରେ ଏହି ଟ୍ୱିଟ୍ କରିଥିଲା, ଯାହାର ସ୍କ୍ରିନସଟ୍‌ଗୁଡ଼ିକୁ ସତ ବୋଲି ଭାବି ଲୋକମାନେ ବର୍ତ୍ତମାନ ସେୟାର କରୁଛନ୍ତି ।

ଯେତେବେଳେ ଆମେ ଦ୍ରୌପଦୀ ମୁର୍ମୁଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ବିଷୟରେ ସନ୍ଧାନ କରିବା ଆରମ୍ଭ କଲୁ, ସେତେବେଳେ ଦେଖିଲୁ ଯେ ଦ୍ରୌପଦୀ ମୁର୍ମୁଙ୍କ ନାମରେ ଟ୍ୱିଟରରେ ଅନେକ ଆକାଉଣ୍ଟ ଖୋଲା ଯାଇଛି। କିନ୍ତୁ କୌଣସି ଆକାଉଣ୍ଟ ଯାଞ୍ଚ କରାଯାଇ ନାହିଁ, ଯେତେବେଳେ କି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱମାନଙ୍କର ଟ୍ୱିଟର ଆକାଉଣ୍ଟ ସାଧାରଣତଃ ଯାଞ୍ଚ କରାଯାଇଥାଏ।

ସମ୍ପୂର୍ଣ୍ଣ ଭାବରେ ନିଶ୍ଚିତ କରିବାକୁ ଆମେ ମୁର୍ମୁଙ୍କ ବ୍ୟକ୍ତିଗତ ସଚିବ ଜେପି ଦାସଙ୍କ ସହିତ ଯୋଗାଯୋଗ କଲୁ। ଭାଇରାଲ୍ ଦାବି ମିଥ୍ୟା ବୋଲି ସେ ଆମକୁ କହିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଦ୍ରୌପଦୀ ମୁର୍ମୁଙ୍କର କୌଣସି ଟ୍ୱିଟର ଆକାଉଣ୍ଟ ନାହିଁ କିମ୍ବା ତାଙ୍କ ଦ୍ୱାରା ସେପରି କୌଣସି ବିବୃତ୍ତି ଦିଆ ଯାଇନାହିଁ।

ଅନୁସନ୍ଧାନର ଶେଷ ପର୍ଯ୍ୟାୟରେ, ଆମେ ଏହି ପୋଷ୍ଟ ସେୟାର କରିଥିବା ୟୁଜର୍ ଅରବିନ୍ଦ କୁମାର ଆନନ୍ଦଙ୍କ ପୃଷ୍ଠଭୂମି ଯାଞ୍ଚ କରିଥିଲୁ। ଆମେ ଜାଣିବାକୁ ପାଇଲୁ ଯେ ଫେସବୁକରେ ଉପଭୋକ୍ତାଙ୍କର 940 ଜଣ ଫଲୋଅର୍ ଅଛନ୍ତି। ପ୍ରୋଫାଇଲରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଉପଭୋକ୍ତା ଝାଡ଼ଖଣ୍ଡର ବାସିନ୍ଦା ଅଟନ୍ତି।

निष्कर्ष: ଦ୍ରୌପଦୀ ମୁର୍ମୁଙ୍କ ନାମରେ କରାଯାଇଥିବା ନକଲି ଟ୍ୱିଟର ଆକାଉଣ୍ଟରୁ କରାଯାଇଥିବା ଏକ ଟ୍ୱିଟ୍‌ର ସ୍କ୍ରିନସଟ୍‌ ଭାଇରାଲ ହେବାରେ ଲାଗିଛି। 22 ଜୁଲାଇ 2022, ଅପରାହ୍ନ 12:30ଟା ପର୍ଯ୍ୟନ୍ତ ତାଙ୍କର କୌଣସି ଟ୍ୱିଟର ଆକାଉଣ୍ଟ ନଥିଲା। ଲୋକମାନେ ଫ୍ୟାନ୍ ପେଜ୍ ଦ୍ୱାରା କରାଯାଇଥିବା ଟ୍ୱିଟ୍‌ର ସ୍କ୍ରିନସଟ୍‌କୁ ସତ ଭାବି ସେୟାର କରୁଛନ୍ତି।

  • Claim Review : ଦ୍ରୌପଦୀ ମୁର୍ମୁ ଟ୍ୱିଟ୍ କରି କହିଛନ୍ତି ଯେ ରାଷ୍ଟ୍ରପତି ହେବା ପରେ ସର୍ବପ୍ରଥମେ ମୁଁ ଭାରତକୁ ହିନ୍ଦୁ ରାଷ୍ଟ୍ର ଭାବରେ ଘୋଷଣା କରି ମୋର କର୍ତ୍ତବ୍ୟ ପାଳନ କରିବି।
  • Claimed By : ଅରବିନ୍ଦ କୁମାର ଆନନ୍ଦ
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later