Fact Check: ତଲୱାରବାଜି କରୁଥିବା ମହିଳା ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଦୀୟା କୁମାରୀ ନୁହଁନ୍ତି, ହେଉଥିବା ଦାବି ଭ୍ରମାତ୍ମକ

Fact Check: ତଲୱାରବାଜି କରୁଥିବା ମହିଳା ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଦୀୟା କୁମାରୀ ନୁହଁନ୍ତି, ହେଉଥିବା ଦାବି ଭ୍ରମାତ୍ମକ

ନୂଆ ଦିଲ୍ଲୀ (ବିଶ୍ବାସ ନ୍ୟୁଜ୍)। ସୋସିଆଲ୍ ମିଡିଆରେ ଜଣେ ମହିଳା କୌଣସି ଏକ ସମାରୋହରେ ତଲୱାରବାଜି କରୁଥିବା ଭିଢିଓ ଭାଇରାଲ୍ ହେଉଛି । ଭିଡିଓକୁ ସେୟାର କରି ୟୁଜରଜଣକ ଦାବି କରିଛନ୍ତି ଯେ, ଏହି ମହିଳା ହେଉଛନ୍ତି ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଦୀୟା କୁମାରୀ । 

ବିଶ୍ବାସ ନ୍ୟୁଜ୍ ତାହାର ଅନୁସନ୍ଧାନରୁ ଜାଣିବାକୁ ପାଇଲା ଯେ, ଭାଇରାଲ୍ ହେଉଥିବା ଭିଡିଓ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ଦୀୟା କୁମାରୀଙ୍କର ନୁହେଁ । ଭିଡିଓରେ ତଲୱାରବାଜି ସହ ନୃତ୍ୟ କରୁଥିବା ଏହି ମହିଳା ହେଉଛନ୍ତି ଗୁଜରାଟର ତଲୱାରବାଜି ପ୍ରଶିକ୍ଷକ ତଥା ସମାଜସେବୀ ନିକିତାନା ରାଠୋଡ୍ ।

ଭାଇରାଲ୍ ପୋଷ୍ଟରେ ଅଛି କଣ ?

ଫେସବୁକ ୟୁଜର୍ ଭାଇରାଲ୍ ପୋଷ୍ଟକୁ ସେୟାର କରି ଲେଖିଛନ୍ତି, ”ଆୁଣ ହେଉଛିନ୍ତି..ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ– ଦୀୟା କୁମାରୀ ..ଏହି ଉତ୍ସାହ ଏବଂ ସାହସ ଦେଶର ସବୁ ଝିଅଙ୍କ ପାଖରେ ରହୁ ।”

ଫୋଷ୍ଟ ର ଆର୍କାଇଭ୍ ଭର୍ସନ ଏଠାରେ ଦେଖନ୍ତୁ ।

ଅନୁସନ୍ଧାନ

ଆମର ଅନୁସନ୍ଧାନ ଆରମ୍ଭ କରି ପ୍ରଥମେ  ଆମେ ଗୁଗଲ୍ ଲେନସ୍ ମାଧ୍ୟମରେ ଭାଇରାଲ୍ ଭିଡିଓ ଖୋଜିଥିଲୁ । ଏଥିରୁ ଆମକୁ ଏହି ଭିଡିଓ ନିକିତାୱା ରାଠୋଡ୍ ନାମକ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ 22 ଜାନୁୟାରୀ 2024ରେ ଅପଲୋଡ୍ ହୋଇଥିବା ମିଳିଥିଲା । ଏଠାରେ ହ୍ୟାସ୍ ଟ୍ୟାଗ୍ ରେ”ନିକିତାବା ରାଠୋଡ୍, ଅଯୋଧ୍ୟା ରାମ ମନ୍ଦିର ଏବଂ ଗୁଜରାଟ ଲେଖା ଯାଇଛି । 

ଅନୁସନ୍ଧାନକୁ ଆଗକୁ ବଢ଼ାଇ ଆମେ ନିକିତାବା ରାଠୋଡଙ୍କ ଇନଷ୍ଟ୍ରାଗ୍ରାମ ହ୍ୟାଣ୍ଡେଲକୁ ସ୍କାନ କରିଥିଲୁ । ଏହି ଏକାଉଣ୍ଟକୁ 54 ହଜାରରୁ ଅଧିକ ବ୍ୟକ୍ତି ଫଲୋ କରୁଛନ୍ତି । ଏହି ଏକାଉଣ୍ଟରେ ଆମକୁ ଭାଇରାଲ ଭିଡିଓରେ ଥିବା ମହିଳା ଅର୍ଥାତ୍ ନିକିତାବା ରାଠୋଡଙ୍କ ଆହୁରି ଅନେକ ପୋଷ୍ଟ ମିଳିଥିଲା । 

ନିକିତାବା ରାଠୋଡ୍ ନିଜ ଫେସବୁକ୍ ଏକାଉଣ୍ଟରେ ମଧ୍ୟ ଭାଇରାଲ୍ ଭିଡିଓ ସେୟାର୍ କରିଥିଲେ । ଏଠାରେ ପ୍ରୋଫାଇଲରେ ଦିଆଯାଇଥିବା ସୂଚନା ଅନୁଯାୟୀ, ସେ ଜଣେ ଜିଜିଟାଲ୍ କ୍ରିଏଟର । 

ଭାଇରାଲ୍ ଭିଡିଓର ପୁଷ୍ଟିକରଣ ପାଇଁ ଆମେ ନିକିତାବା ରାଠୋଡଙ୍କ ସହ ଯୋଗାଯୋଗ କରିଥିଲୁ । ସେ ଆମକୁ କହିଥିଲେ ଯେ ଭାଇରାଲ୍ ଭିଡିଓ ତାଙ୍କର ଅଟେ । ଅଯୋଧ୍ୟା ରାମ ମନ୍ଦିରରେ ହୋଇଥିବା ପ୍ରାଣ ପ୍ରତିଷ୍ଠା ଅବସରରେ ଗୁଜରାଟରେ ହୋଇଥିବା ଏକ ସମାରୋହରେ ସେ ତଲୱାରବାଜି ସହ ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହାକୁ ଏବେ ନକଲି ଦାବି ସହ ଭାଇରାଲ୍ କରାଯାଉଛି । ରାଠୋଡ୍ ନିଜ ବିଷୟରେ ସୂଚନା ଦେଇ କହିଥିଲେ ଯେ, ସେ ଜଣେ ତଲୱାରବାଜିର ପ୍ରଶିକ୍ଷକ ଏବଂ ସମାଜସେବୀ ଅଟନ୍ତି । 

ଭ୍ରମାତ୍ମକ ପୋଷ୍ଟକୁ ସେୟାର କରିଥିବା ଫେସବୁକ୍ ୟୁଜରଙ୍କର ସୋସିଆଲ୍ ସ୍କାନିଂରୁ ଜଣା ପଡ଼ିଥିଲା ଯେ, ଉଲ୍ଲେଖ ହୋଇଥିବା ବାୟୋ ଅନୁଯାୟୀ, ସେ ହେଉଛନ୍ତି ନୋଖା ସହରର ବିଜେପି ଯୁବ ମୋର୍ଚ୍ଚା ମଣ୍ଡଳ ଅଧ୍ୟକ୍ଷ ।

ନିଷ୍କର୍ଷ: ବିଶ୍ବାସ ନ୍ୟୁଜ୍ ର ଅନୁସନ୍ଧାନରେ ଜଣା ପଡ଼ିଲା ଯେ ଭାଇରାଲ୍ ଭିଡିଓ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଦୀୟା କୁମାରୀଙ୍କର ନୁହେଁ । ଭିଡିଓରେ ତଲୱାରବାଜି ସହ ନୃତ୍ୟ କରୁଥିବା ମହିଳା ହେଉଛନ୍ତି ଗୁଜରାଟର ତଲୱାରବାଜି ପ୍ରଶିକ୍ଷକ ତଥା ସମାଜସେବୀ ନିକିତାନା ରାଠୋଡ୍ ।

Misleading
Symbols that define nature of fake news
Know The Truth...

Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923

Related Posts
ନୂଆ ପୋଷ୍ଟଗୁଡ଼ିକ