Fact Check: ରାଜସ୍ଥାନରେ ଆଷ୍ଟ୍ରୋଏଡ ପଡ଼ିବାର ଦାବି ମିଥ୍ୟା ଅଟେ, VFX ମାଧ୍ୟମରେ ପ୍ରସ୍ତୁତ ଭିଡିଓ ଭାଇରାଲ ହୋଇଛି

ବିଶ୍ୱାସ ନ୍ୟୁଜ ଏହାର ଅନୁସନ୍ଧାନରୁ ଜାଣିପାରିଛି ଯେ ଭାଇରାଲ କରାଯାଉଥିବା ଦାବି ନକଲି ଅଟେ । ରାଜସ୍ଥାନରେ ଆଷ୍ଟ୍ରୋଏଡ ଖସିବାର କୌଣସି ଖବର ସାମ୍ନାକୁ ଆସିନାହିଁ । ଭାଇରାଲ୍ ହୋଇଥିବା ଭିଡିଓ ପ୍ରକୃତ ଦୃଶ୍ୟ ନୁହେଁ, ଏହା ଭିଏଫଏକ୍ସ ମାଧ୍ୟମରେ ସୃଷ୍ଟି ହୋଇଥିବା ଏକ ଭିଡିଓ | 

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ) ନିକଟରେ ଆଷ୍ଟ୍ରୋଏଡ ପୃଥିବୀକୁ ଧକ୍କା ଦେବା ଖବର ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଭାଇରାଲ୍ ଭିଡିଓରେ, ଆକାଶରୁ ପୃଥିବୀ ପୃଷ୍ଟକୁ ଦ୍ରୁତ ଗତିରେ କିଛି ଖସୁଥିବାର ଏବଂ ପରେ ଏକ ବିସ୍ଫୋରଣ ଘଟିଥିବାର ଦେଖାଯାଇଛି | ଭିଡିଓ ସେୟାର କରିବାବେଳେ ୟୁଜରମାନେ ଦାବି କରୁଛନ୍ତି ଯେ ରାଜସ୍ଥାନରେ ଆଷ୍ଟ୍ରୋଏଡ ଖସିବାର ଏକ ମାମଲା ସାମ୍ନାକୁ ଆସିଛି ଏବଂ ଏହା ହେଉଛି ସେହି ବିସ୍ଫୋରଣର ଭିଡିଓ।

ବିଶ୍ୱାସ ନ୍ୟୁଜ ଏହାର ଅନୁସନ୍ଧାନରୁ ଜାଣିପାରିଛି ଯେ ଭାଇରାଲ କରାଯାଉଥିବା ଦାବି ନକଲି ଅଟେ । ରାଜସ୍ଥାନରେ ଆଷ୍ଟ୍ରୋଏଡ ଖସିବାର କୌଣସି ଖବର ସାମ୍ନାକୁ ଆସିନାହିଁ । ଭାଇରାଲ୍ ହୋଇଥିବା ଭିଡିଓ ପ୍ରକୃତ ଦୃଶ୍ୟ ନୁହେଁ, ଏହା ଭିଏଫଏକ୍ସ ମାଧ୍ୟମରେ ସୃଷ୍ଟି ହୋଇଥିବା ଏକ ଭିଡିଓ | 

ଭାଇରାଲ୍ ପୋଷ୍ଟରେ ଅଛି?

ଭାଇରାଲ ପୋଷ୍ଟ ସେୟାର କରିବାବେଳେ ଫେସବୁକ ୟୁଜର ଲେଖିଛନ୍ତି, “ରାଜସ୍ଥାନରେ ଏକ ଉଲ୍କା ଖଣ୍ଡ ପଡିଛି। # ଭୂମି କମ୍ପି ଉଠିଛି । ”

ପୋଷ୍ଟର ଆର୍କାଇଭ୍ ସଂସ୍କରଣ ଏଠାରେ ଦେଖନ୍ତୁ |

ଅନୁସନ୍ଧାନ

ଆମର ଅନୁସନ୍ଧାନ ଆରମ୍ଭ କରିବାକୁ ଯାଇ, ଆମେ ପ୍ରଥମ କରି ସମ୍ବାଦ ଖୋଜିବା ଆରମ୍ଭ କଲୁ | ସନ୍ଧାନ କରିବା ପରେ, ଆମେ ରାଜସ୍ଥାନରେ ଆଷ୍ଟ୍ରୋଏଡ କିମ୍ବା ମେଟେରଏଟର କୌଣସି ଖବର ପାଇଲୁ ନାହିଁ | ଯଦି ଏପରି କୌଣସି ଖବର ସତ ହୋଇଥାନ୍ତା ତେବେ ଏହା ହେଡଲାଇନରେ ହୋଇଥାନ୍ତା | ତେବେ ରିପୋର୍ଟ ଅନୁଯାୟୀ, ନିକଟରେ ନାସା ଚେତାବନୀ ଦେଇଛି ଯେ 110 ଫୁଟର ଆଷ୍ଟ୍ରୋଏଡ 2024 RN16 ସେପ୍ଟେମ୍ବର 15 ରେ ପୃଥିବୀ ସହ ଧକ୍କା ଦେଇପାରେ । ଏହା ଘଟି ନ ଥିବାରୁ ଏହା ଏକ ଆରାମଦାୟକ ବିଷୟ | ଆଷ୍ଟ୍ରୋଏଡ RN16 ପୃଥିବୀଠାରୁ 16 ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କଲା | 

ଆମର ଅନୁସନ୍ଧାନକୁ ଆଗକୁ ନେଇ, ଆମେ ଭାଇରାଲ୍ ଭିଡିଓର କି ଫ୍ରେମ ବାହାର କରି ଗୁଗୁଲ୍ ଲେନ୍ସ ମାଧ୍ୟମରେ ଖୋଜିଲୁ | ସନ୍ଧାନରେ, ଆମେ ଏହି ଭିଡିଓକୁ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବାର ଦେଖିଲୁ |

3 ନଭେମ୍ବର 2023 ରେ ଅନ୍ ରିଅଲ୍ ଭିଏଫଏକ୍ସ ନାମକ ଏହି ୟୁଟ୍ୟୁବ୍ ଚ୍ୟାନେଲରେ ଭାଇରାଲ୍ ଭିଡିଓ ଅପଲୋଡ୍ ହୋଇଥିଲା | ଏଠାରେ ଭିଏଫଏକ୍ସର ହ୍ୟାସଟ୍ୟାଗ ମଧ୍ୟ ଭିଡିଓ ସହିତ ଲେଖାଯାଇଥିବା ଦେଖିବାକୁ ମିଳିଥିଲା ​​| ଭିଡିଓ ସହିତ ଦିଆଯାଇଥିବା ସୂଚନା ଅନୁଯାୟୀ, ‘ଏହି ଭିଡିଓରେ ମୁଁ ଆଡୋବ ଆଫଟର ଇଫେକ୍ଟସ ସହିତ କିଛି କ୍ରାସ୍ ଦୃଶ୍ୟ ସୃଷ୍ଟି କରିଛି ଏବଂ ପୃଥିବୀ ଉପରେ ଯଦି ମେଟେରଏଟ ପଡେ ତେବେ କଣ ହେବ ଆପଣ ଦେଖିପାରିବେ। ଏହି ଭିଡିଓରେ VFX ଏବଂ SFX ବ୍ୟବହୃତ ହୋଇଛି |

ଅନ୍ ରିଅଲ୍ ଭିଏଫଏକ୍ସର ଏହି ୟୁଟ୍ୟୁବ୍ ଚ୍ୟାନେଲରେ, ଆମେ ଭାଇରାଲ୍ ଭିଡିଓ ପରି ଅନେକ ଭିଡିଓ ପାଇଲୁ, ଯାହା ଏଠାରେ ଦେଖାଯାଇ ପାରିବ | 

ଭାଇରାଲ ଭିଡିଓ ସହ ଜଡିତ ନିଶ୍ଚିତକରଣ ପାଇଁ ଆମେ ଜୟପୁରର ବରିଷ୍ଠ ସାମ୍ବାଦିକ ବିଶ୍ୱ ସୁର୍ଯ୍ୟନାତଙ୍କ ସହ ଯୋଗାଯୋଗ କରି ତାଙ୍କ ସହ ଭାଇରାଲ ପୋଷ୍ଟ ସେୟାର କରିଥିଲୁ। ସେ ଆମକୁ କହିଛନ୍ତି ଯେ ରାଜସ୍ଥାନର କୌଣସି କୋଣରେ ଏଭଳି ମାମଲା ରିପୋର୍ଟ ହୋଇନାହିଁ, ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା ଅଟେ। 

ବର୍ତ୍ତମାନ ନକଲି ପୋଷ୍ଟ ସେୟାର କରିଥିବା ଫେସବୁକ ୟୁଜରଙ୍କ ସାମାଜିକ ସ୍କାନିଂ କରିବାର ପର୍ଯ୍ୟାୟ ଥିଲା। ଆମେ ଜାଣିବାକୁ ପାଇଲୁ ଯେ ୟୁଜରଙ୍କୁ ତିନି ହଜାରରୁ ଅଧିକ ଲୋକ ଅନୁସରଣ କରନ୍ତି |

ସିଦ୍ଧାନ୍ତ: ବିଶ୍ୱାସ ନ୍ୟୁଜ ଏହାର ଅନୁସନ୍ଧାନରୁ ଜାଣିପାରିଛି ଯେ ଭାଇରାଲ କରାଯାଉଥିବା ଦାବି ମିଥ୍ୟା ଅଟେ । ରାଜସ୍ଥାନରେ ଆଷ୍ଟ୍ରୋଏଡ ପଡ଼ିବାର ଏପରି କୌଣସି ଖବର ସାମ୍ନାକୁ ଆସିନାହିଁ | ଭାଇରାଲ ହୋଇଥିବା ଭିଡିଓ ପ୍ରକୃତ ଦୃଶ୍ୟ ନୁହେଁ, ଏହା ଭିଏଫଏକ୍ସ ମାଧ୍ୟମରେ ତିଆରି କରାଯାଇଛି |  

False
Symbols that define nature of fake news
Know The Truth...

Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923

Related Posts
ନୂଆ ପୋଷ୍ଟଗୁଡ଼ିକ