ତଥ୍ୟ ଯାଂଚ: ଡିସେମ୍ବର 1 ରୁ ଦେଶରେ ଲକ୍‌ଡାଉନ୍‌ କରିବାର ଦାବି ମାତ୍ର ଏକ ଗୁଜବ ଅଟେ , ଏବିପି ନ୍ୟୁଜ୍ ନାମରେ ଭାଇରାଲ ହୋଇଥିବା ଟ୍ୱିଟ୍ ମିଥ୍ୟା

ଦେଶରେ ପୁଣି ଥରେ ଲକ୍‌ଡାଉନ୍ କରିବା ଦାବିରେ ଭାଇରାଲ ହେଉଥିବା ଟ୍ୱିଟ୍ ମିଥ୍ୟା ଅଟେ। ଏହି ଦାବି ସହିତ ନ୍ୟୁଜ୍ ଚ୍ୟାନେଲ୍ ଏବିପି ନାମରେ ଭାଇରାଲ ହେଉଥିବା ଟ୍ୱିଟ୍, ଏଡିଟିଂ କରାଯାଇ ପ୍ରସ୍ତୁତ ହୋଇଛି, ଯାହାର କୌଣସି ସତ୍ୟତା ନାହିଁ।


ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍ଦିଲ୍ଲୀର କିଛି ଅଂଚଳରେ ସୀମିତ ସ୍ତରରେ ପ୍ରତିବନ୍ଧ ଲଗାଯିବାର ଖବର ମଧ୍ୟରେ ସୋସିଆଲ୍ ମିଡିଆରେ ଏବିପି ନ୍ୟୁଜ୍ ଚ୍ୟାନେଲ୍‌ର ଏକ ଟ୍ୱିଟ୍ ଭାଇରାଲ୍ ହେଉଛି, ଯେଉଁଥିରେ ଦେଶରେ ପୁଣି ଥରେ ଲକ୍‌ଡାଉନ୍ ଲାଗୁ କରିବାର ଦାବି କରାଯାଇଛି। 

ବିଶ୍ୱାସ ନ୍ୟୁଜ୍‌ର ଅନୁସନ୍ଧାନରେ ଏହି ଦାବି ମିଥ୍ୟା ବୋଲି ଜଣାପଡିଛି। ଦେଶରେ ପୁଣି ଥରେ ଲକ୍‌ଡାଉନ୍‌ ହେବାର ଖବର ସହ ନ୍ୟୁଜ୍ ଚ୍ୟାନେଲ୍ ଏବିପି ଏହି ଟ୍ୱିଟ୍ କରିଛି ବୋଲି ଯେଉଁ ଦାବି ହେଉଛି ତାହା ଭୁଲ୍। ନ୍ୟୁଜ୍ ଚ୍ୟାନେଲ ଦ୍ୱାରା ସେପରି କୌଣସି ଟ୍ୱିଟ୍ କରାଯାଇ ନାହିଁ କିମ୍ବା ଦେଶରେ ପୁଣିଥରେ ଲକ୍‌ଡାଉନ୍ ହେବାର କୌଣସି ଘୋଷଣା କରାଯାଇ ନାହିଁ।

ଭାଇରାଲ୍ ପୋଷ୍ଟରେ କଣ ଅଛି?

ଅନେକ ଉପଭୋକ୍ତା  ବିଶ୍ୱାସ ନ୍ୟୁଜ୍‌ର ଫ୍ୟାକ୍ଟ ଚେକିଂ ହ୍ୱାଟ୍‌ସଆପ୍ ଚାଟବଟ୍‌ (+ 91 95992 99372) ରେ ଏହି ଭାଇରାଲ୍ ଟ୍ୱିଟ୍ ପଠାଇ ଏହାର ସତ୍ୟତା ଜଣାଇବାକୁ ଅନୁରୋଧ କରିଛନ୍ତି।

ତଦନ୍ତ

ଭାଇରାଲ ହେଉଥିବା ଏହି ଟ୍ୱିଟ୍‌ରେ ଦର୍ଶାଯାଇଛି ଯେ ଡିସେମ୍ବର 1 ରୁ ଦେଶରେ ପୁଣିଥରେ  ଲକଡାଉନ୍ ଲାଗୁ ହେବାକୁ ଯାଉଛି ଏବଂ କରୋନା ଜୀବାଣୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଏହାର କାରଣ ଅଟେ। ଧ୍ୟାନର ସହ ଦେଖିବା ପରେ ଭାଇରାଲ ହେଉଥିବା ଏହି ଟ୍ୱିଟରେ ଅନେକ ବନାନଗତ ତ୍ରୁଟି ଦେଖାଯାଇଛି , ଯାହା ଏହାର ବିଶ୍ୱସନୀୟତା ଉପରେ ସନ୍ଦେହ ସୃଷ୍ଟି କରୁଛି।

ଏବିପି ନ୍ୟୁଜ୍ର ଭେରିଫାଏଡ୍ ଟ୍ୱିଟର ହ୍ୟାଣ୍ଡେଲରେ ଆମେ ସାରା ଦେଶରେ ଲକ୍‌ଡାଉନ୍ ଲାଗୁ ହେବା ସମ୍ବନ୍ଧୀୟ କୌଣସି ଟ୍ୱିଟ୍ ପାଇଲୁ ନାହିଁ। ଏବିପି ନ୍ୟୁଜ୍‌ର ଟ୍ୱିଟର୍ ହ୍ୟାଣ୍ଡେଲ୍‌ରେ ସେହି ଖବର ମିଳିଲା ଯେଉଁଥିରେ କୁହାଯାଇଛି ଯେ ଦିଲ୍ଲୀରେ ବିବାହ ଉତ୍ସବରେ 200 ବଦଳରେ 50 ଜଣ ସାମିଲ୍ ହେବାର କେଜରିୱାଲ୍‌ଙ୍କ ପ୍ରସ୍ତାବକୁ ଉପ-ରାଜ୍ୟପାଳଙ୍କ ମଞ୍ଜୁରୀ ମିଳିଲା।  

ଭାଇରାଲ ହେଉଥିବା ଟ୍ୱିଟ୍ ବିଷୟରେ ଆମେ ଏବିପି ନ୍ୟୁଜ୍ ସହିତ ଯୋଗାଯୋଗ କରିଥିଲୁ ଏବିପି ନ୍ୟୁଜ୍‌ର ଜଣେ ମୁଖପାତ୍ର ଆମକୁ ଇମେଲ ମାଧ୍ୟମରେ କହିଛନ୍ତି, ‘ ଦେଶରେ ଲକ୍‌ଡାଉନ୍ ଲାଗୁ ହେବାର ଦାବି କରି କରାଯାଇଥିବା ଟ୍ୱିଟ୍‌ର ସ୍କ୍ରିନସଟ୍ ଉଦ୍ଦେଶ୍ୟମୂଳକଭାବରେ ପ୍ରସ୍ତୁତ କରାଯାଇଛି ଏବଂ ଏହା ନକଲି ଅଟେ।  ସୋସିଆଲ ମିଡିଆରେ ଆମର ବ୍ରାଣ୍ଡ ନାମରେ ନକଲି ଦାବି କରି ମିଥ୍ୟା ପ୍ରଚାର କରିବା ପାଇଁ ବ୍ୟବହୃତ ହେଉଛିଆମର ଟ୍ୱିଟର ହ୍ୟାଣ୍ଡେଲରୁ ସେପରି କୌଣସି ସୂଚନା ଦିଆଯାଇ ନାହିଁ

ଦେଶରେ ପୁଣି ଥରେ ଲକ୍‌ଡାଉନ୍ ହେବା ବିଷୟରେ ସୂଚନା ଏକ ବଡ଼ ଖବର, କିନ୍ତୁ ନ୍ୟୁଜ୍ ସର୍ଚ୍ଚରେ ସେପରି କୌଣସି ଖବର ମିଳିଲା ନାହିଁ। ତେବେ, ଆମେ ଏପରି ଅନେକ ରିପୋର୍ଟ ପାଇଲୁ ଯେ, ଦିଲ୍ଲୀରେ, ହଟସ୍ପଟ୍‌ ଗୁଡ଼ିକରେ ଲକ୍‌ଡାଉନ୍ ପରିବର୍ତ୍ତେ, ସ୍ଥାନୀୟ ସ୍ତରରେ କଟକଣା ଲାଗୁ କରିବାର ସୂଚନା ଥିଲା। ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନା ସ୍ପଷ୍ଟ କରିଛନ୍ତି ଯେ ଦିଲ୍ଲୀରେ ପୁଣି ଥରେ ଲକ୍‌ଡାଉନ୍ ହେବ ନାହିଁ। ଏଠାରେ ଏହାର କୌଣସି ଆବଶ୍ୟକତା ନାହିଁ।

ସର୍ଚ୍ଚରେ ଆମେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିବୃତ୍ତି ମଧ୍ୟ ପାଇଲୁ। ଏଥିରେ ସେ କହିଛନ୍ତି, ‘ ଦିଲ୍ଲୀ ସରକାରଙ୍କର ଲକ୍‌ଡାଉନ୍ ଲାଗୁ କରିବାର କୌଣସି ଉଦ୍ଦେଶ୍ୟ ନାହିଁ। ଲକଡାଉନ୍ କରୋନା ସହିତ ଲଢ଼ିବାର ଉପାୟ ନୁହେଁ। ଏହାର ମୁକାବିଲା ପାଇଁ ଚିକିତ୍ସା ପରିଚାଳନା ହେଉଛି ଏକମାତ୍ର ଉପାୟ। ବର୍ତ୍ତମାନ, ଦିଲ୍ଲୀରେ 26000 ଜଣ ହୋମ୍ ଆଇସୋଲେସନ୍‌ରେ ଅଛନ୍ତି। ଆମ ପାଖରେ 16000 ବେଡ୍ ଅଛି, ଯାହାର 50% ଖାଲି ପଡ଼ିଛି। ‘

ନ୍ୟୁଜ୍ ରିପୋର୍ଟ ଅନୁସାରେ, ” ଦିଲ୍ଲୀରେ କରୋନା ଭାଇରସ୍‌ ସଂକ୍ରମଣ ମାମଲା ବଢ଼ିବାର ଖବର ଭିତରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ ମଙ୍ଗଳବାର କେନ୍ଦ୍ର ସରକାରଙ୍କଠାରୁ ସେହି ବଜାର ଅଂଚଳରେ ଲକ୍‌ଡାଉନ୍ ଲାଗୁ କରିବାର ଅଧିକାର ମାଗିଛନ୍ତି ଯାହା କୋଭିଡ୍-19 ହଟସ୍ପଟ୍‌ରେ ପରିଣତ ହେବାର ଆଶଙ୍କା ରହିଛି। ସେ କହିଛନ୍ତି ଯେ ଦୀପାବଳି ପର୍ବ ସମୟରେ ଦେଖାଯାଇଛି ଯେ ଲୋକମାନେ ମାସ୍କ ପିନ୍ଧି ନ ଥିଲେ। ସଠିକ୍ ସାମାଜିକ ଦୂରତା ରକ୍ଷା କରିବାର ନିୟମ ପାଳନ କରୁ ନ ଥିଲେ। ଏବଂ ସେହି କାରଣରୁ କରୋନା ଭାଇରସ୍ ସଂକ୍ରମଣ ଅଧିକ ବ୍ୟାପିଗଲା। ଏହା ପୂର୍ବରୁ ଦିଲ୍ଲୀ ସରକାର  ‘ ସ୍ଥାନୀୟ ଲକ୍‌ଡାଉନ୍’ ଶବ୍ଦ ବ୍ୟବହାର କରିଥିଲେ, କିନ୍ତୁ  ପରେ ତାକୁ ସଂଶୋଧନ କରି ‘ବନ୍ଦ’ କରିଦେଲେ।

ଏଠାରେ ଆମେ କହି ରଖୁଛୁ ଯେ ଅନଲକ୍-6 ଅନୁଯାୟୀ କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳଗୁଡ଼ିକୁ କହିଛନ୍ତି ଯେ, ତାଙ୍କର ମଞ୍ଜୁରୀ ବିନା କଣ୍ଟେନମେଣ୍ଟ ଜୋନ୍ ବାହାରେ ଲକ୍‌ଡାଉନ୍ ଲାଗୁ ହେବ ନାହିଁ। ଏଭଳି ସ୍ଥିତିରେ ଦେଶବ୍ୟାପୀ ଲକ୍‌ଡାଉନ୍ ଲାଗୁ କରାଯିବାର ଖବର ସ୍ୱାଭାବିକଭାବରେ ଏକ ବଡ଼ ଖବର ହୋଇଥାନ୍ତା।  କିନ୍ତୁ ନ୍ୟୁଜ୍ ସର୍ଚ୍ଚରେ ଆମେ ସେପରି କୌଣସି ଖବର ପାଇଲୁ ନାହିଁ , ଯେଉଁଥିରେ ପୁଣି ଥରେ ଦେଶବ୍ୟାପୀ ଲକ୍‌ଡାଉନ୍ ହେବାର ସୂଚନା ଥିବ।

निष्कर्ष: ଦେଶରେ ପୁଣି ଥରେ ଲକ୍‌ଡାଉନ୍ କରିବା ଦାବିରେ ଭାଇରାଲ ହେଉଥିବା ଟ୍ୱିଟ୍ ମିଥ୍ୟା ଅଟେ। ଏହି ଦାବି ସହିତ ନ୍ୟୁଜ୍ ଚ୍ୟାନେଲ୍ ଏବିପି ନାମରେ ଭାଇରାଲ ହେଉଥିବା ଟ୍ୱିଟ୍, ଏଡିଟିଂ କରାଯାଇ ପ୍ରସ୍ତୁତ ହୋଇଛି, ଯାହାର କୌଣସି ସତ୍ୟତା ନାହିଁ।

Know The Truth...

Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923

Related Posts
ନୂଆ ପୋଷ୍ଟଗୁଡ଼ିକ