ତଥ୍ୟ ଯାଞ୍ଚ: କବୀରଙ୍କ ମଜାର ଉପରେ ଚାଦର ଚଢ଼ାଉଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓକୁ ନିର୍ବାଚନ ସହ ଯୋଡ଼ି କରାଯାଉଛି ଭାଇରାଲ୍

ନୂଆଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) ସୋସିଆଲ୍ ମିଡିଆରେ ଆଜିକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ଦରଘାରେ ଚାଦର ଚଢ଼ାଉଥିବା ଦେଖାଯାଉଛି । ଭିଡିଓକୁ ସେୟାର କରି ଦାବି କରାଯାଉଛି ଯେ, ନିର୍ବାଚନ ଜିତିବା ପାଇଁ ପିଏମ୍ ମୋଦି ଦରଘା ପହଞ୍ଚି ଯାଇଛନ୍ତି । କେତେକ ୟୁଜର୍ସ ଦାବି କରୁଛନ୍ତି ଯେ, ପିଏମ୍ ମୋଦି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା ନେଇ ଡରି ଯାଇଛନ୍ତି । ସେଥିପାଇଁ ସେ ଲୋକଙ୍କୁ ପ୍ରଲଭିତ କରିବା ପାଇଁ ଦରଘା ଯିବା ଆରମ୍ଭ କରି ଦେଇଛନ୍ତି ।

ବିଶ୍ବାସ ନ୍ୟୁଜ୍ ନିଜର ଅନୁସନ୍ଧାନରେ ଏହି ଭାଇରାଲ୍ ଦାବିକୁ ଭୁଲ୍ ବୋଲି ଜାଣି ପାରିଲା । ଭାଇରାଲ୍ ଭିଡିଓର ଗୁଜୁରାଟ ନିର୍ବାଚନ କିମ୍ବା ରାହୁଲ ଗାନ୍ଧୀଙ୍କ “ଭାରତ ଯୋଡ଼” ଯାତ୍ରା ସହ କିଛି ସମ୍ବନ୍ଧ ନାହିଁ । ଭାଇରାଲ୍ ଭିଡିଓ ଏବେକାର ନୁହେଁ, ଏହାର 2018 ମସିହାର ଅଟେ ।

ସେତେବେଳେ ପିଏମ୍ ମୋଦି ଏବଂ ସିଏମ୍ ଯୋଗୀ ମଗହରରେ କବୀର ଦାସଙ୍କ ମଜାରେ ପହଞ୍ଚିଥିଲେ ।

ଭାଇରାଲ୍ ପୋଷ୍ଟରେ କଣ ଅଛି ?

ଫେସବୁକ୍ ରେ ୟୁଜର୍ पी अनुप्रिया एम. ଭାଇରାଲ୍ ପୋଷ୍ଟକୁ ସେୟାର କରି କ୍ୟାପ୍ସନ ଲେଖିଛନ୍ତି’ “ଭୋଟ, ଆସନ ଏବଂ କ୍ଷମତା ପାଇଁ ମୁସଲମାନଙ୍କୁ ଯୋଇଁ ପୁଅ କରିବାରେ ମଧ୍ୟ ପଞ୍ଚଘୁଞ୍ଚା ନାହିଁ । ” ଫଟୋରେ ଲେଖା ହୋଇଛି,” ହେରାନ୍ ହୁଁ ଗାଲିବ ତୁମହେ ମସଜିଦ ମେ ଦେଖକର..ଐସା ଭି କ୍ୟା ହୁଆ କି ଖୁଦା ୟାଦ୍ ଆ ଗୟା । ଏହି କାମ ଅନ୍ୟ କୌଣସି ନେତା କରିଥିଲେ ସେ ହୋଇଥାନ୍ତେ ପାକିସ୍ତାନୀ ।”

ପୋଷ୍ଟର ଆର୍କାଇଭ୍ ଭର୍ସନ୍ ଏଠାରେ ଦେଖନ୍ତୁ ।

ଅନ୍ୟ ଜଣେ ଫେସବୁକ୍ ୟୁଜର୍ घनश्याम बिष्टी ପୋଷ୍ଟକୁ ସେୟାର କରି ଲେଖିଛନ୍ତି, “ଏ ମଜାରରେ ଚାଦର ଚଢ଼ାଉଛନ୍ତି ଦେଖ, ରାହୁଲ ଗାନ୍ଧୀଙ୍କ ଯାତ୍ରାର ଅସର ପଡୁଛି, ଅନ୍ଧଭକ୍ତ ଦେଖ ଏବଂ ବୁଝିଯାଅ ହିନ୍ଦୁ ମୁସଲିମ ନାମରେ ଝଗଡ଼ା କରାଉଥିବା ଲୋକଙ୍କ ଚକ୍କରରେ ଭାଇଚାରା ଖରାପ କର ନାହିଁ । ” 

ପୋଷ୍ଟର ଆର୍କାଇଭ୍ ଭର୍ସନ ଏଠାରେ ଦେଖନ୍ତୁ ।

ଟ୍ବିଟରରେ ମଧ୍ୟ ଏହି ପୋଷ୍ଟ ଭାଇରାଲ୍ ହୋଇଛି । ୟୁସୁଫ୍ ଜମିଲ୍ ନାମକ ଜଣେ ଟ୍ବିଟର୍ ୟୁଜର୍ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି, “ ହେଡମାଷ୍ଟର ମଜାରରେ ଚାଦର ଚଢ଼ାଉଛନ୍ତି, ଚେଲା ଚାମୁଣ୍ଡା ବିଷ ଓଗାଳୁଛନ୍ତି । ” ରିପୋର୍ଟ ଲେଖାଯିବା ଯାଏଁ ଏହି ୟୁଜରଙ୍କ ପୋଷ୍ଟ ଉପରେ 757 ଟ୍ବିଟ୍ ଏବଂ 1800 ଲାଇକ ଥିଲା ।  

ପୋଷ୍ଟର ଆର୍କାଇଭ୍ ଭର୍ସନ ଏଠାରେ ଦେଖନ୍ତୁ ।

ଅନୁସନ୍ଧାନ

ଭାଇରାଲ୍ ଭିଡିଓକୁ ନେଇ କରାଯାଉଥିବା ଦାବିର ସତ୍ୟତା ଯାଞ୍ଚ ପାଇଁ ଆମ ଗୁଗଲରେ ସମ୍ବନ୍ଧୀୟ କି ୱାର୍ଡ ଦେଇ ଖୋଜିବା ଆରମ୍ଭ କରିଥିଲୁ । ଆମକୁ ଏହି ଦାବି ସମ୍ବନ୍ଧୀୟ ଏକ ରିପୋର୍ଟ ଟାଇମ୍ସ ନାଓ ର ୱେବସାଇଟରେ ମିଳିଥିଲା । ଖବରକୁ 28 ଜୁନ୍ 2018ରେ ପ୍ରକାଶ କରାଯାଇଥିଲା ।. ରିପୋର୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ୟୁପିର ସନ୍ଥ କବୀର ନଗରର ମଗହରରେ ଥିବା କବୀର ସମାଧିରେ ପିଏମ୍ ମୋଜି ଏବଂ ସିଏମ୍ ଯୋଗୀ ଚାଦର ଚଢାଇ ଥିଲେ ।

ଟାଇମ୍ସ ଅଫ୍ ଇଣ୍ଡିଆ ସମେତ ଅନ୍ୟ କେତେକ ସ୍ଥାନରେ ପ୍ରକାଶିତ ଖବର ଅନୁଯାୟୀ, ସନ୍ଥ କବୀରଙ୍କ 50ତମ ପୁଣ୍ୟତିଥିରେ ପିଏମ୍ ମୋଦି ଏବଂ ୟୁପିର ସିଏମ୍ ଯୋଗୀ ସନ୍ଥ କବୀରଙ୍କ ମଜାରରେ ପହଞ୍ଚିଥିଲେ । ଏନଡି ଟିଭିର ଖବର ଅନୁଯାୟୀ, ଦୁଇ ନେତା ଚାଦର ଏବଂ ଫୁଲ ଚଢ଼ାଇବା ପାଇଁ ପହଞ୍ଚିଥିଲେ । ଏହି ଅବସରରେ ପିଏମ୍ ମୋଦି ସନ୍ଥ କବୀର ଏକାଡେମୀର ଶିଳାନ୍ୟାଶ କରିଥିଲେ ଏବଂ ଏକ ରାଲିକୁ ମଧ୍ୟ ସମ୍ବୋଧିତ କରିଥିଲେ । 

ଅନୁସନ୍ଧାନକୁ ଆଗକୁ ବଢ଼ାଇ ଆମେ ଗୁଗଲରେ ଆଉ କିଛି କି ୱାର୍ଡ ଦେଇ ଖୋଳତାଡ଼ ଆରମ୍ଭ କରିଥିଲୁ । ଏହି ସମୟରେ ଆମକୁ ସମ୍ପୂର୍ଣ୍ଣ ଭିଡିଓ ପିଏମ୍ ମୋଦିଙ୍କ ଔପଚାରିକ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ ହୋଇଥିବା ମିଳିଥିଲା । ଏହି ଭିଡିଓକୁ 28 ଜୁନ୍ 2018ରେ ଅପଲୋଡ୍ କରାଯାଇଥିଲା । ଭିଡିଓରେ ଦେଖାଯାଇ ପାରିବ ଯେ, ସିଏମ୍ ଯୋଗୀ ପ୍ରଥମେ ଦରଘା ଭିତରକୁ ଆସୁଛନ୍ତି, ଏହାର କିଛି ସମୟ ପରେ ପିଏମ୍ ମୋଦି ଆସୁଛନ୍ତି । ଏହାପରେ ପିଏମ୍ ମୋଦି ଏବଂ ସିଏମ୍ ଯୋଗୀ ସନ୍ଥ କବୀର ଦାସଙ୍କ ସମାଧିରେ ଫୁଲ ଏବଂ ଚାଦର ଚଢ଼ାଉଛନ୍ତି ।

ଭିଡିଓ ସମ୍ବନ୍ଧରେ ଅଧିକ ସୂଚନା ପାଇଁ ବିଶ୍ବାସ ନ୍ୟୁଜ୍ ୟୁପି ବିଜେପି ନେତା ବିଭ୍ରାଟ ଚନ୍ଦ କୌଶିକଙ୍କ ସହ ଯୋଗାଯୋଗ କରିଥିଲା । ଆମେ ତାଙ୍କ ସହ ଭାଇରାଲ୍ ଦାବି ବିଷୟରେ କଥାବାର୍ତ୍ତା ହୋଇଥିଲୁ । ସେ ଆମକୁ କହିଥିଲେ ଯେ ଏହି ଭାଇରାଲ୍ ଦାବି ଭୁଲ ଅଟେ । ଭିଡିଓର ନିର୍ବାଚନ ସହ କିଛି ସମ୍ପର୍କ ନାହିଁ । ଭିଡିଓ ଏବେର ହିଁ ନୁହେଁ । ଏହା ବହୁତ ପୁରୁଣା । ଲୋକମାନେ ଆଗରୁ ମଧ୍ୟ ଏହି ଭିଡିଓକୁ ଭ୍ରମାତ୍ମକ ଦାବି ସହ ସେୟାର୍ କରିଛନ୍ତି ।

ଉତ୍ତର ପ୍ରଦେଶ ନିର୍ବାଚନ ସମୟରେ ମଧ୍ୟ ଏହି ଭିଡିଓ ଭ୍ରାମାତ୍ମକ ଦାବି ସହ ଭାଇରାଲ୍ ହୋଇଥିଲା । ସେ ସମୟରେ ମଧ୍ୟ ବିଶ୍ବାସ ନ୍ୟୁଜ୍ ଭାଇରାଲ୍ ଦାବିର ସତ୍ୟତା କହିଥିଲା । ଏହାକୁ ଏଠାରେ ପଢ଼ାଯାଇ ପାରିବ ।

ଅନୁସନ୍ଧାନର ଶେଷରେ ଆମେ ଏହି ପୋଷ୍ଟକୁ ଫେସବୁକରେ ସେୟାର କରିଥିବା ୟୁଜର୍ ପି ଅନୁପ୍ରିୟା ଏମ୍.ଙ୍କ ସୋସିଆଲ୍ ସ୍କାନିଂ କରିଥିଲୁ । ସ୍କାନିଂରୁ ଆମକୁ ଜଣା ପଡ଼ିଥିଲା ଯେ, ୟୁଜର ଜଣଙ୍କ ଉତ୍ତର ପ୍ରଦେଶ ଲକ୍ଷ୍ନୌର ଅଟନ୍ତି । ୟୁଜରଙ୍କ ଦ୍ବାରା ସେୟାର୍ କରାଯାଇଥିବା ପୋଷ୍ଟକୁ ଦେଖିବା ପରେ ଆମେ ଜାଣିବାକୁ ପାଇଥିଲୁ ଯେ ପି ଅନୁପ୍ରିୟା ଏମ୍. ଏକ ନିର୍ଦ୍ଧିଷ୍ଟ ବିଚାରଧାରା ଦ୍ବାରା ପ୍ରଭାବିତ ।

ନିଷ୍କର୍ଷ : ବିଶ୍ବାସ ନ୍ୟୁଜ୍ ନିଜର ଅନୁସନ୍ଧାନରେ ପିଏମ୍ ମୋଦି ମଜାରରେ ଚାଦର ଚଢ଼ାଉଥିବା ଭିଡିଓ ନେଇ କରାଯାଉଥିବା ଦାବି ଭୁଲ୍ ବୋଲି ଜାଣି ପାରିଲା । ଭାଇରାଲ୍ ଭିଡଓର ଗୁଜୁରାଟ ନିର୍ବାଚନ କିମ୍ବା ରାହୁଲ ଗାନ୍ଧୀଙ୍କ “ଭାରତ ଯୋଡ଼” ଯାତ୍ରା ସହ କିଛି ସମ୍ବନ୍ଧ ନାହିଁ । ଭାଇରାଲ୍ ଭିଡିଓ ଏବେକାର ନୁହେଁ, ଏହା 2018ର ଅଟେ ।

False
Symbols that define nature of fake news
Know The Truth...

Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923

Related Posts
ନୂଆ ପୋଷ୍ଟଗୁଡ଼ିକ