Fact Check: ଶାହରୁଖ ଖାନ ଏବଂ ସାଂସଦ ରବି କିଶନଙ୍କ ନୃତ୍ୟର ଏହି ଭିଡିଓ ପୁରୁଣା ଅଟେ, ଭ୍ରମାତ୍ମକ ଦାବି ସହିତ ଭାଇରାଲ ହୋଇଛି

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ) ଅଭିନେତା ଶାହାରୁଖ ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କୁ ବିଜେପି ସାଂସଦ ରବି କିଶନଙ୍କ ସହ ଭୋଜପୁରୀ ଗୀତରେ ନାଚୁଥିବାର ଦେଖାଯାଇ ପାରିବ । ୟୁଜର ମାନେ ଏହି ଭିଡିଓକୁ ଯେଉଁଭଳି ଭାବେ ସେୟାର କରୁଛନ୍ତି, ଦେଖିଲେ ଲାଗୁଛି ଯେପରି ଭିଡିଓଟି ଏଇ କେତେ ଦିନର ଅଟେ |

ବିଶ୍ୱାସ ନ୍ୟୁଜ ଭାଇରାଲ୍ ଦାବିକୁ ଭ୍ରମାତ୍ମକ ବୋଲି ଜାଣିପାରିଛି । ବାସ୍ତବରେ, ଏହି ଭିଡିଓ 2018 ମସିହାର, ଯେତେବେଳେ ଶାହାରୁଖ ଖାନ ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ପାଟନାରେ ପହଞ୍ଚିଥିଲେ | ଏହି ସମୟ ମଧ୍ୟରେ ସେ ରବି କିଶାନଙ୍କ ସହ ଏକ ଭୋଜପୁରୀ ଗୀତରେ ନାଚୁଥିଲେ, ବର୍ତ୍ତମାନ ସମାନ ଭିଡିଓ ସେୟାର କରାଯାଉଛି। 

କ’ଣ ଭାଇରାଲ୍ ହେଉଛି?

ଫେବୃଆରୀ 11 ରେ ଏହି ଭିଡିଓ ସେୟାର କରିବାବେଳେ ଫେସବୁକ ପେଜ୍ KaimurLive ଲେଖିଛନ୍ତି, “ଶାହାରୁଖ ଖାନ ଭୋଜପୁରୀ ଅଭିନେତା ତଥା ସାଂସଦ ରବି କିଶନଙ୍କ ସହ ଭୋଜପୁରୀ ଗୀତରେ ନାଚିଲେ। ଆପଣ ଏହି ଭିଡିଓ ଦେଖିଛନ୍ତି କି? …#shahrulhkhan #SRK #srkfanclub #ravikishan”

ଭାଇରାଲ୍ ପୋଷ୍ଟର ଆର୍କାଇଭ୍ ଲିଙ୍କ୍ ଏଠାରେ ଦେଖନ୍ତୁ |

ଅନୁସନ୍ଧାନ

ଭାଇରାଲ୍ ଦାବିକୁ ଅନୁସନ୍ଧାନ କରିବାକୁ ଯାଇ, ଆମେ ଗୁଗୁଲ୍ ରେଏହା ସମ୍ବନ୍ଧୀୟ କୀ ଶବ୍ଦ ସହିତ ଖୋଜିଲୁ | ଏହି ସମୟ ମଧ୍ୟରେ ଆମେ ବିବିସି ନ୍ୟୁଜ୍ ହିନ୍ଦୀର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଏହି ଭିଡିଓ ପାଇଲୁ | 28 ଡିସେମ୍ବର 2018 ରେ ଅପଲୋଡ୍ ହୋଇଥିବା ଭିଡିଓ ଅନୁଯାୟୀ, ଭିଡିଓ ପାଟନାରେ ଏକ କାର୍ଯ୍ୟକ୍ରମରୁ ଆସିଛି | ଯେଉଁଠାରେ ବଲିଉଡ ଅଭିନେତା ଶାହାରୁଖ ଖାନ ଭୋଜପୁରୀ ଅଭିନେତା ରବି କିଶନଙ୍କ ସହ ଭୋଜପୁରୀ ଗୀତରେ ନାଚିଥିଲେ।

ଆମେ ଭିଡିଓଟିକୁ ଦୈନିକ ଭାସ୍କର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ପାଇଲୁ। 21 ଜାନୁୟାରୀ 2019 ରେ ଅପଲୋଡ୍ ହୋଇଥିବା ଭିଡିଓ ଅନୁଯାୟୀ, ଭିଡିଓଟି ବିହାର ଉତ୍ସବ 2018 ସେଲିବ୍ରିଟି ଟକ୍ ସୋରୁ ଆସିଛି | ଏହା ସହ ଜଡିତ ଖବର ଦୈନିକ ଭାସ୍କରରେ ପଢାଯାଇ ପାରିବ |

ଭିଡିଓ ସହ ଜଡିତ ଅନ୍ୟ ଖବର ଏଠାରେ ପଢାଯାଇପାରିବ |

ଆମେ ଦୈନିକ ଜାଗରଣ ର ପାଟନା ସମ୍ବାଦଦାତା ଅରବିନ୍ଦ ଶର୍ମାଙ୍କ ସହ ଯୋଗାଯୋଗ କଲୁ। ସେ କହିଛନ୍ତି, “ଭାଇରାଲ ହେଉଥିବା ଭିଡିଓ ପୁରୁଣା ଅଟେ । ନିକଟରେ ଶାହାରୁଖ ଖାନ ଏଠାକୁ ଆସିନାହାଁନ୍ତି। ” 

ଶେଷରେ, ଭିଡିଓଟିକୁ ବର୍ତ୍ତମାନର ଦର୍ଶାଇ ସେୟାର କରୁଥିବା ପେଜ୍ କୁ ଆମେ ସ୍କାନ୍ କରିଛୁ | ଆମେ ପାଇଲୁ ଯେ ଏହି ପେଜ୍ ରେ 18 ହଜାର ଅନୁସରଣକାରୀ ଅଛନ୍ତି | 

ସିଦ୍ଧାନ୍ତ: ବିଶ୍ୱାସ ନ୍ୟୁଜ ଅନୁସନ୍ଧାନରେ ଶାହାରୁଖ ଖାନ ଏବଂ ରବି କିଶନଙ୍କ ଭିଡିଓ ପୁରୁଣା ବୋଲି ଜଣା ପଡିଲା । 2018 ମସିହାରେ, ଶାହାରୁଖ ଏକ ଇଭେଣ୍ଟ ସମୟରେ ପାଟନା ଯାଇଥିଲେ, ଯେଉଁଥିରେ ସେ ସାଂସଦ ରବି କିଶନଙ୍କ ସହ ଭୋଜପୁରୀ ଗୀତରେ ନାଚିଥିଲେ | ସେହି ଭିଡିଓକୁ ଏବେକାର ଦର୍ଶାଇ ସେୟାର କରାଯାଇଛି |

Misleading
Symbols that define nature of fake news
Know The Truth...

Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923

Related Posts
ନୂଆ ପୋଷ୍ଟଗୁଡ଼ିକ