ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ) ହରିୟାଣାର ମେୱାଟ ଜିଲ୍ଲାର ନୁହଁରେ ଘଟିଥିବା ହିଂସା ପରେ ୟୁଜର୍ସମାନେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ସେୟାର କରୁଛନ୍ତି। ୟୁଜର୍ସମାନେ ନୁହଁ ହିଂସା ନାମରେ ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି | ଯେତେବେଳେ ବିଶ୍ୱାସ ନ୍ୟୁଜ ଏଥି ମଧ୍ୟରୁ କିଛି ଫଟୋଗ୍ରାଫ୍ରର ଅନୁସନ୍ଧାନ କଲା, ଦେଖାଗଲା ଯେ ନୁହଁ ମାମଲା ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ, ବରଂ ସେଗୁଡିକ ପୁରୁଣା ଏବଂ ଅଲଗା ଅଲଗା ଘଟଣାର ଅଟେ|
ଜୁଲାଇ 31 ରେ, ଟ୍ୱିଟର ୟୁଜର ଚନ୍ଦନ ଶର୍ମା (ଆର୍କାଇଭ ଲିଙ୍କ) ହରିୟାଣା ଏବଂ ମେୱାଟ ହ୍ୟାସଟ୍ୟାଗ ସହିତ ଚାରୋଟି ଚିତ୍ର ଟ୍ୟାଗ କରି ସାମ୍ପ୍ରଦାୟିକ ତଥା ବିଭ୍ରାନ୍ତିକର ବିବୃତ୍ତି ଲେଖିଥିଲେ।
ଫେସବୁକ ୟୁଜର ‘ ଅପୁର୍ବା ସିଂ’ (ଆର୍କାଇଭ ଲିଙ୍କ) ହରିୟାଣା ଏବଂ ମେୱାଟ ହ୍ୟାସଟ୍ୟାଗ ବ୍ୟବହାର କରି ଅଗଷ୍ଟ 1 ରେ ସେହିଭଳି ଏକ ବିଭ୍ରାନ୍ତିକର ତଥା ସାମ୍ପ୍ରଦାୟିକ ପୋଷ୍ଟ ସହିତ ଏକ ଚିତ୍ର ସେୟାର କରିଥିଲେ | ଏଥିରେ କିଛି ପୋଲିସ ଯୁବକଙ୍କୁ ମାଡ ମାରୁଥିବାର ନଜର ଆସିଛନ୍ତି।
ସେହିଭଳି ଅଗଷ୍ଟ ୧ ରେ ଫେସବୁକ ୟୁଜର ‘ଚନ୍ଦ୍ର ରମେଶ’ (ଆର୍କାଇଭ ଲିଙ୍କ) ହରିୟାଣା ଏବଂ ମେୱାଟ ହ୍ୟାସଟ୍ୟାଗ ସହିତ ଏକ ଚିତ୍ର ପୋଷ୍ଟ କରିଥିଲେ। ସେଥିରେ ମଧ୍ୟ ବିଭ୍ରାନ୍ତିକର ଏବଂ ସାମ୍ପ୍ରଦାୟିକତା କଥା କୁହା ଯାଇଥିଲା |
ଭାଇରାଲ୍ ଦାବି ଯାଞ୍ଚ କରିବାକୁ ଯାଇ, ଆମେ ପ୍ରଥମେ ଗୁଗୁଲରେ କୀୱାର୍ଡ ସହିତ ଏହି ବିଷୟରେ ସୂଚନା ପାଇଁ ଖୋଜିଲୁ | 1 ଅଗଷ୍ଟରେ ଦୈନିକ ଜାଗରଣର ୱେବସାଇଟରେ ପ୍ରକାଶିତ ଖବର ଅନୁଯାୟୀ, 31 ଜୁଲାଇ ଅର୍ଥାତ୍ ସୋମବାର ଦିନ ନୁହଁରେ ବ୍ରଜମଣ୍ଡଳ ଯାତ୍ରା ଆରମ୍ଭ ହେଉଥିଲା । ଏହି ସମୟରେ ସେଠାରେ ହିଂସା ଘଟିଥିଲା। ଏହା ପରେ ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଲା ଏବଂ ନୁହଁ ହିଂସାର ଉତ୍ତାପ ଗୁରୁଗାଓଁର ସୋହନା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ରାଜ୍ୟର ଅନେକ ଜିଲ୍ଲାର ଫୋର୍ସ ନୁହଁରେ ପହଞ୍ଚିଛି। ସେଠାରେ ଇଣ୍ଟରନେଟ୍ ସେବା ବନ୍ଦ ହୋଇଯାଇଛି ଏବଂ ଧାରା 144 ଲାଗୁ କରାଯାଇଛି | ଅଗଷ୍ଟ ୨ ରେ ନୁହଁ, ଗୁରୁଗ୍ରାମ, ପାଲୱାଲ ଏବଂ ଫରିଦାବାଦର ସମସ୍ତ ସରକାରୀ ତଥା ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହା ପରେ, ଗୁଗୁଲ୍ ରିଭର୍ସ ଇମେଜ୍ ଏବଂ ଗୁଗୁଲ୍ ଲେନ୍ସ ସାହାଯ୍ୟରେ ଆମେ ଭାଇରାଲ୍ ଚିତ୍ରଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଖୋଜିଲୁ |
ପ୍ରଥମ ଛବି
ଗୁଗୁଲ୍ ରିଭର୍ସ ଇମେଜ୍ ସାହାଯ୍ୟରେ ପ୍ରଥମ ଫଟୋ ଖୋଜିବାବେଳେ, ଆମେ ସେପ୍ଟେମ୍ବର 10, 2017 ରେ ପ୍ରକାଶିତ ଖବରରେ ଫର୍ଷ୍ଟପୋଷ୍ଟର ୱେବସାଇଟରେ ଅପଲୋଡ୍ ହୋଇଥିବାର ଦେଖିଲୁ | ପିଟିଆଇର ଉଦ୍ଧୃତ ପ୍ରକାଶିତ ଖବରରେ ଏହା ଲେଖାଯାଇଛି ଯେ ହରିୟାଣା ପୋଲିସ ଡେରା ସଚ୍ଚା ସୌଦା ସିରସା ସଦସ୍ୟ ଗୋବିନ୍ଦ ଇନସାନଙ୍କୁ ଗିରଫ କରିଛି। ବଳାତ୍କାର ମାମଲାରେ ଗୁରୁମିତ ରାମ ରହୀମ ସିଂଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ପରେ ସେ ପଞ୍ଚକୁଲାରେ ହିଂସା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ଅର୍ଥାତ୍ ମେୱାଟରେ ହୋଇଥିବା ହିଂସା ସହିତ ଏହାର କୌଣସି ସମ୍ପର୍କ ନାହିଁ |
ଦ୍ୱିତୀୟ ଛବି
ଗୁଗୁଲ୍ ରିଭର୍ସ ଇମେଜ୍ ସହିତ ଏହି ଫଟୋ ଖୋଜିବାବେଳେ, ଆମେ ଏହାକୁ ଫେବୃଆରୀ 20, 2013 ରେ ଏନଡିଟିଭିରେ ପ୍ରକାଶିତ ଫଟୋ ଗ୍ୟାଲେରୀରେ ପାଇଲୁ | ଖବର ଅନୁଯାୟୀ, “11 ଟି ପ୍ରମୁଖ ଟ୍ରେଡ ୟୁନିଅନ ଦ୍ୱାରା ଡକାଯାଇଥିବା ଦୁଇ ଦିନିଆ ଭାରତ ବନ୍ଦ ଯୋଗୁଁ ବ୍ୟାଙ୍କ ସେବା ସମଗ୍ର ଦେଶରେ ଅଟକି ଯାଇଥିଲା। ସହରଗୁଡିକରେ ଜନସାଧାରଣ ପରିବହନ ବନ୍ଦ ହୋଇଗଲା | ନୋଏଡା ଠାରେ କାରଖାନା ଉପରେ ଆକ୍ରମଣ କରାଯାଇଥିଲା ଏବଂ ଅମ୍ବାଲାରେ ଏକ ଟ୍ରେଡ ୟୁନିଅନର କର୍ମୀଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଗ୍ରେଟର ନୋଏଡାରେ କାର୍ ଜଳୁଥିବା କିଛି ଚିତ୍ର ଅପଲୋଡ୍ ହୋଇଛି | ଏହାର ଅର୍ଥ ହେଉଛି ଏହି ଚିତ୍ର ମଧ୍ୟ ନୁହଁର ନୁହେଁ |
ଏହି ବିଷୟରେ ଆମେ ନୋଏଡାର ସ୍ଥାନୀୟ ଟିଭି ସାମ୍ବାଦିକ ଅରବିନ୍ଦ ଉତ୍ତମଙ୍କ ସହ କଥା ହୋଇଥିଲୁ ଯିଏ ଏହି ଘଟଣା ବିଷୟରେ କହିଥିଲେ। ସେ କୁହନ୍ତି, “2013 ରେ ହୋଇଥିବା ବିରୋଧ ସମୟରେ ଦୁଷ୍କର୍ମକାରୀମାନେ କାର କାରଖାନାକୁ ନିଆଁ ଲଗାଇ ଦେଇଥିଲେ। ଏହି ଚିତ୍ରଟି ସେହି ପ୍ରଦର୍ଶନର ଅଟେ |’’
ତୃତୀୟ ଛବି
ଗୁଗୁଲ୍ ରିଭର୍ସ ଇମେଜରେ, 25 ଡିସେମ୍ବର 2019 ରେ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଖବରରେ ଆମେ ଏହି ଚିତ୍ର ପାଇଲୁ | ଏହାର କ୍ୟାପସନରେ ଲେଖାଅଛି, ‘’କାନପୁରରେ ନାଗରିକତ୍ୱ ସଂଶୋଧନ ଅଧିନିୟମ ବିରୋଧରେ ପୋଲିସ୍ ଏବଂ ବିକ୍ଷୋଭକାରୀମାନେ ମୁହାଁମୁହିଁ ହୋଇଛନ୍ତି।‘’ ଏହାର ଅର୍ଥ ହେଉଛି ଏହି ଚିତ୍ର ମଧ୍ୟ ନୁହଁର ନୁହେଁ |
ଏହି ପରିପ୍ରେକ୍ଷୀରେ କାନପୁର ଦୈନିକ ଜାଗରଣର କ୍ରାଇମ ରିପୋର୍ଟର ଗୌରବ ଦୀକ୍ଷିତ ମଧ୍ୟ କହିଛନ୍ତି ଯେ ’’ ଏହି ଚିତ୍ର ତିନି ଚାରି ବର୍ଷ ପୁରୁଣା ଏବଂ କାନପୁରର ଅଟେ।‘’
ଚତୁର୍ଥ ଛବି
ଗୁଗୁଲ୍ ଲେନ୍ସ ସାହାଯ୍ୟରେ ଏହାକୁ ଖୋଜିବା ପରେ, ଆମେ ନ୍ୟୁଜ୍ 18 ର ୱେବସାଇଟରେ ଏହି ଚିତ୍ର ପାଇଲୁ | ଏହାର କ୍ୟାପସନରେ ଲେଖାଅଛି, ‘’କାନପୁରରେ ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ହିଂସାତ୍ମକ ବିରୋଧର ଫାଇଲ ଫଟୋ।‘’
ଶେଷରେ, ଆମେ ଟ୍ୱିଟର ୟୁଜରଙ୍କ ପ୍ରୋଫାଇଲ୍ ସ୍କାନ୍ କରିଥିଲୁ, ଯିଏ ପୁରୁଣା ଫଟୋଗ୍ରାଫ୍ ଗୁଡିକୁ ନୁହଁ ହିଂସା ସହିତ ଯୋଡି ସେୟାର କରିଥିଲେ | ଅକ୍ଟୋବର 2015 ଠାରୁ ଟ୍ୱିଟର ସହିତ ଜଡିତ ୟୁଜରଙ୍କର 12 ହଜାରରୁ ଅଧିକ ଅନୁସରଣକାରୀ ଅଛନ୍ତି।
ସିଦ୍ଧାନ୍ତ: ମେୱାଟ ଏବଂ ନୁହଁ ସହ ଅଂଶୀଦାର ହୋଇଥିବା ସମସ୍ତ ଚାରୋଟି ଚିତ୍ର ପୁରୁଣା ଏବଂ ବିଭିନ୍ନ ଘଟଣାର ଅଟେ | ନୁହଁ ହିଂସା ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ |
Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923