ଫ୍ୟାକ୍ଟ ଚେକ୍: କେବଳ କଙ୍ଗନା-ଅକ୍ଷୟ ନୁହେଁ, ବଲିଉଡର ଅନେକ କଳାକାର ନୀରଜ ଚୋପ୍ରାଙ୍କୁ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି

ବିଶ୍ୱାସ ନ୍ୟୁଜ୍ ନିଜ ଅନୁସନ୍ଧାନରୁ ଜାଣିପାରିଲା ଯେ କଙ୍ଗନା ଏବଂ ଅକ୍ଷୟ କୁମାରଙ୍କ ବ୍ୟତୀତ ନୀରଜ ଚୋପ୍ରାଙ୍କୁ ଅନେକ ବଲିଉଡ ଅଭିନେତା ସ୍ୱର୍ଣ୍ଣ ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଭାଇରାଲ୍ ପୋଷ୍ଟର ଦାବି ବିଭ୍ରାନ୍ତିକର।

ଫ୍ୟାକ୍ଟ ଚେକ୍: କେବଳ କଙ୍ଗନା-ଅକ୍ଷୟ ନୁହେଁ, ବଲିଉଡର ଅନେକ କଳାକାର ନୀରଜ ଚୋପ୍ରାଙ୍କୁ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍) । ଟୋକିଓରେ ହୋଇଥିବା 2020 ଅଲିମ୍ପିକ୍ସରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିବା ପରେ ସୋସିଆଲ ମିଡିଆରେ ତାଙ୍କ ସହ ଜଡ଼ିତ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏହି ସମ୍ବନ୍ଧୀୟ ଏକ ପୋଷ୍ଟ ସେୟାର କରି ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ବଲିଉଡର କେବଳ କଙ୍ଗନା ରନାୱତ୍ ଏବଂ ଅକ୍ଷୟ କୁମାର ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଅନ୍ୟ କୌଣସି ଅଭିନେତା ତାଙ୍କୁ ଅଭିନନ୍ଦନ ଜଣାଇ ନାହାଁନ୍ତି। ଅନୁସନ୍ଧାନରେ ବିଶ୍ୱାସ ନ୍ୟୁଜ୍ ଜାଣିବାକୁ ପାଇଲା ଯେ ଏହା ବିଭ୍ରାନ୍ତିକର ଏବଂ ମିଥ୍ୟା ଅଟେ। କଙ୍ଗନା ଏବଂ ଅକ୍ଷୟ କୁମାରଙ୍କ ବ୍ୟତୀତ ନୀରଜ ଚୋପ୍ରାଙ୍କୁ ଆହୁରି ଅନେକ ବଲିଉଡ ଅଭିନେତା ସ୍ୱର୍ଣ୍ଣ ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ଭାଇରାଲ୍ ପୋଷ୍ଟରେ କଣ ଅଛି?

ଫେସବୁକରେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ବିଭ୍ରାନ୍ତିକର ଦାବିକୁ ଭାଇରାଲ କରୁଛନ୍ତି। ଏହି ବ୍ୟବହାରକାରୀମାନଙ୍କ ମଧ୍ୟରୁ କୁଁଅର ବୀର ସା ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଲେଖାଅଛି – ‘ବଲିଉଡରେ କଙ୍ଗନା ରନାୱତ୍ ଏବଂ ଅକ୍ଷୟ କୁମାରଙ୍କ ବ୍ୟତୀତ ଅନ୍ୟ କେହି ହେଲେ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇ ନାହାଁନ୍ତି … ଭାବନ୍ତୁ ଆପଣ ଯେଉଁମାନଙ୍କୁ ଷ୍ଟାର୍ ବୋଲି କହୁଛନ୍ତି, ସେମାନେ କେବେ ବି  ଦେଶପ୍ରେମୀ ନ ଥିଲେ … ସମସ୍ତେ ଦାଉଦ୍ ଗ୍ୟାଙ୍ଗର ସଦସ୍ୟ । “

ପୋଷ୍ଟର ଆର୍କାଇଭ୍ଡ ସଂସ୍କରଣ ଏଠାରେ ଦେଖିପାରିବେ।

ଅନୁସନ୍ଧାନ

ଆଥଲେଟ୍ ଜାଭେଲିନ୍ ଥ୍ରୋଅର ନୀରଜ ଚୋପ୍ରା 7 ଅଗଷ୍ଟ 2021 ରେ ଟୋକିଓ ଅଲିମ୍ପିକ୍ସ 2020 ରେ 87.58 ମିଟର ଜାଭେଲିନ୍ ଫିଙ୍ଗି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ ସେହି ଦିନଠାରୁ ତାଙ୍କ ପାଖକୁ ଦେଶର ବିଭିନ୍ନ ସ୍ଥାନରୁ ଶୁଭେଚ୍ଛା ଓ ଅଭିନନ୍ଦନରସୁଅ ଛୁଟୁଛି। ଭାଇରାଲ୍ ପୋଷ୍ଟର ଅନୁସନ୍ଧାନ କରିବାକୁ, ଆମେ ପ୍ରଥମେ ନ୍ୟୁଜ୍ ସର୍ଚ୍ଚ କରିଥିଲୁ।

ଆମେ ଅଗଷ୍ଟ 8 ରେ ଦୈନିକ ଜାଗରଣର ୱେବସାଇଟରେ ପ୍ରକାଶିତ ଏକ ଆର୍ଟିକିଲ ପାଇଲୁ। ଯେଉଁଠାରେ ଦିଆଯାଇଥିବା ସୂଚନା ଅନୁଯାୟୀ, ବଲିଉଡର ଅନେକ କଳାକାର ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବା ପରେ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଠାରେ ସମ୍ପୂର୍ଣ୍ଣ ଖବର ଦେଖନ୍ତୁ

ଟ୍ୱିଟର ସର୍ଚ୍ଚରେ ଆମେ ବଲିଉଡ ଅଭିନେତା ସଲମାନ ଖାନ୍ ଏବଂ ଅଜୟ ଦେବଗନଙ୍କର ନୀରଜ ଚୋପ୍ରାଙ୍କୁ ଦିଆଯାଇଥିବା ଅଭିନନ୍ଦନ ଟ୍ୱିଟ ପାଇଲୁ।

ଏଥି ସହିତ, ଅଧିକ ଅନୁସନ୍ଧାନରେ ଆମେ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ତାପସୀ ପନ୍ନୁ ଏବଂ ହ୍ରିତିକ ରୋଶନଙ୍କ ଟ୍ୱିଟ ମଧ୍ୟ ପାଇଲୁ।

ବରୁଣ ଧାୱନ, ସ୍ୱରା ଭାସ୍କର ଏବଂ କରଣ ଜୋହର ମଧ୍ୟ ଟ୍ୱିଟ୍ କରି ସ୍ୱର୍ଣ୍ଣ ଜିତିବା ପାଇଁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ପୋଷ୍ଟର ସତ୍ୟାସତ୍ୟ ଜାଣିବା ପାଇଁ ଦୈନିକ ଜାଗରଣର ବଲିଉଡ ସମ୍ବାଦଦାତା ସ୍ମୃତି ଶ୍ରୀବାସ୍ତବଙ୍କ ସହ ବିଶ୍ୱାସ ନ୍ୟୁଜ୍ ଯୋଗାଯୋଗ କରିଥିଲା ଏବଂ ତାଙ୍କୁ ଭାଇରାଲ ପୋଷ୍ଟ ଦେଖାଇଲା। ଭାଇରାଲ ପୋଷ୍ଟକୁ ନକଲି ବୋଲି ବର୍ଣ୍ଣନା କରି ସେ କହିଛନ୍ତି, “ନୀରଜ ଚୋପ୍ରାଙ୍କୁ ଅନେକ ବଲିଉଡ ତାରକା ଅଭିନନ୍ଦନ ଜଣାଇଛନ୍ତି ଏବଂ ଆମେ ଏହା ବିଷୟରେ ଖବର ପ୍ରକାଶ କରିଛୁ। ପୋଷ୍ଟରେ ଯେଉଁ ଦାବି କରାଯାଉଛି ତାହା ସମ୍ପୂର୍ଣ୍ଣ ଭୁଲ୍।”

ଭ୍ରମାତ୍ମକ ପୋଷ୍ଟ ସେୟାର କରିଥିବା ଫେସବୁକ୍ ବ୍ୟବହାରକାରୀ କୁଁଅର ବୀର ସାଙ୍କର ସୋସିଆଲ୍ ସ୍କାନ କରିବାରୁ ଜଣାପଡ଼ିଲା ଯେ ସେ ରାଜସ୍ଥାନର ଆଜମେରରେ ରୁହନ୍ତି।

निष्कर्ष: ବିଶ୍ୱାସ ନ୍ୟୁଜ୍ ନିଜ ଅନୁସନ୍ଧାନରୁ ଜାଣିପାରିଲା ଯେ କଙ୍ଗନା ଏବଂ ଅକ୍ଷୟ କୁମାରଙ୍କ ବ୍ୟତୀତ ନୀରଜ ଚୋପ୍ରାଙ୍କୁ ଅନେକ ବଲିଉଡ ଅଭିନେତା ସ୍ୱର୍ଣ୍ଣ ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଭାଇରାଲ୍ ପୋଷ୍ଟର ଦାବି ବିଭ୍ରାନ୍ତିକର।

Know The Truth...

Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923

Related Posts
ନୂଆ ପୋଷ୍ଟଗୁଡ଼ିକ