X
X

ଫ୍ୟାକ୍ଟ ଚେକ୍: ଆରବିଆଇ 100 ଟଙ୍କା, 10 ଟଙ୍କା ଏବଂ 5 ଟଙ୍କାର ପୁରୁଣା ନୋଟ୍ ପ୍ରତ୍ୟାହାର କରୁନାହିଁ, ଭାଇରାଲ୍ ପୋଷ୍ଟ ନକଲି

ନିଷ୍କର୍ଷ: ଆରବିଆଇ 100 ଟଙ୍କା, 10 ଟଙ୍କା ଏବଂ 5 ଟଙ୍କାର ପୁରୁଣା ନୋଟ୍‌ଗୁଡ଼ିକର ପ୍ରଚଳନକୁ ବନ୍ଦ କରିବାକୁ ଯାଉ ନାହିଁ, ଭାଇରାଲ ପୋଷ୍ଟ ମିଥ୍ୟା ଅଟେ ।

  • By: Amanpreet Kaur
  • Published: Mar 7, 2021 at 12:43 PM
  • Updated: Jul 10, 2023 at 11:31 AM

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯାହା ମାଧ୍ୟମରେ ଦାବି କରାଯାଉଛି ଯେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମାର୍ଚ୍ଚ ପରଠାରୁ ବଜାରରୁ 100 ଟଙ୍କା, 10 ଟଙ୍କା ଏବଂ 5 ଟଙ୍କା ପୁରୁଣା ନୋଟ୍ ପ୍ରତ୍ୟାହାର କରିବା ଆରମ୍ଭ କରିବାକୁ ଯାଉଛି।

ବିଶ୍ୱାସ ନ୍ୟୁଜ୍ ତଦନ୍ତରୁ ଜାଣିବାକୁ ପାଇଲା ଯେ ଭାଇରାଲ୍ ପୋଷ୍ଟ ନକଲି ଅଟେ । ଆରବିଆଇ ବର୍ତ୍ତମାନ ପାଇଁ ଏପରି କୌଣସି ନିଷ୍ପତ୍ତି ନେଇନାହିଁ ।

ଭାଇରାଲ୍ ପୋଷ୍ଟରେ କ’ଣ?

ଫେସବୁକ୍ ୟୁଜର୍ ଖିଦମାତି ସଫର୍ ଏହି ପୋଷ୍ଟକୁ ଇଂରାଜୀରେ ଲେଖି 5 ଟଙ୍କା, 100 ଟଙ୍କା, ଏବଂ 10 ଟଙ୍କାର ପୁରୁଣା ନୋଟର ଚିତ୍ର ସେୟାର କରିଛନ୍ତି । ଯାହାର ଓଡ଼ିଆ ଅନୁବାଦ ହେଉଛି: ଆରବିଆଇ କହିଛି ଯେ ମାର୍ଚ୍ଚ ପରେ 100 ଟଙ୍କା, 10 ଟଙ୍କା ଏବଂ 5 ଟଙ୍କାର ପୁରୁଣା ନୋଟଗୁଡ଼ିକର ସାର୍କୁଲେସନ୍ ବନ୍ଦ ହେବାର ସମ୍ଭାବନା ଅଛି।

ଭାଇରାଲ୍ ପୋଷ୍ଟର ଆର୍କାଇଭ୍ଡ ସଂସ୍କରଣ ଏଠାରେ ଦେଖିବାକୁ ପାଇପାରିବେ।

ତଦନ୍ତ

ବିଶ୍ୱାସ ନ୍ୟୁଜ୍ ଏହାର ଅନୁସନ୍ଧାନ ଆରମ୍ଭ କଲା ଏବଂ ପ୍ରଥମେ ଇଣ୍ଟରନେଟ୍ରେ କୀୱର୍ଡଗୁଡ଼ିକ ସାହାଯ୍ୟରେ ଏ ବିଷୟରେ ସର୍ଚ୍ଚ କଲା । ଆମକୁ ଏପରି ସବୁ ମିଡିଆ ରିପୋର୍ଟ ମିଳିଲା, ଯେଉଁଥିରେ ନିକଟରେ ମାଙ୍ଗାଲୋରରେ ଜିଲ୍ଲା ସ୍ତରୀୟ କନ୍ସୋର୍ଟିୟମ୍ ପରିଚାଳନା କମିଟି ବୈଠକରେ ଆରବିଆଇର ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର ବି ମହେମେଶ ଏକ ବିବୃତ୍ତି ଦେଇଛନ୍ତି ଯେ ମାର୍ଚ୍ଚ ଏପ୍ରିଲରୁ ଆରବିଆଇ ପୁରୁଣା 100 ଟଙ୍କିଆ ନୋଟ୍ କାରବାର ବନ୍ଦ କରିବାକୁ ଯୋଜନା କରୁଛି ।

ତା ପରଠାରୁ ସୋସିଆଲ ମିଡିଆରେ ଏଭଳି ପୋଷ୍ଟ ଭାଇରାଲ ହେବାରେ ଲାଗିଲା।

2018 ମସିହାରେ, ଆରବିଆଇ ବାଇଗଣୀ ରଙ୍ଗର 100 ଟଙ୍କାର ନୂଆ ନୋଟ୍ ଜାରି କରିଥିଲା, କିନ୍ତୁ ଏହା ମଧ୍ୟ ସ୍ପଷ୍ଟ କରିଥିଲା ଯେ ବଜାରରେ ପୂର୍ବରୁ ପ୍ରଚଳିତ ହେଉଥିବା 100 ଟଙ୍କିଆ ନୋଟ୍ ମଧ୍ୟ ଆଇନସଙ୍ଗତ ରହିବ। ଆରବିଆଇ ବିଜ୍ଞପ୍ତି ଏଠାରେ ଦେଖିବାକୁ ମିଳିପାରିବ।

ଅଧିକ ସୂଚନା ପାଇଁ, ଆମେ ଆରବିଆଇର ଯୋଗାଯୋଗ ବିଭାଗର ଚିଫ୍ ଜେନେରାଲ୍ ମ୍ୟାନେଜର ଯୋଗେଶ ଦୟାଲଙ୍କ ପିଏଙ୍କ ସହିତ କଥାବାର୍ତ୍ତା କରିଥିଲୁ। ଭାଇରାଲ ପୋଷ୍ଟ ନକଲି ବୋଲି ସେ କହିଛନ୍ତି। ବର୍ତ୍ତମାନ ଆରବିଆଇ ଏଭଳି କୌଣସି ନିର୍ଦ୍ଦେଶ ଦେଇନାହିଁ। ନିକଟରେ ଆରବିଆଇ ଟୁଇଟ୍ କରି ସ୍ପଷ୍ଟ କରିଛି ଯେ ଆରବିଆଇ ବର୍ତ୍ତମାନ ପାଇଁ 100 ଟଙ୍କା, 10 ଟଙ୍କା ଏବଂ 5 ଟଙ୍କାର ପୁରୁଣା ନୋଟ୍ ପ୍ରତ୍ୟାହାର କରୁନାହିଁ। ଭାଇରାଲ୍ ପୋଷ୍ଟ ମିଥ୍ୟା ଅଟେ।

ଆରବିଆଇର ଟ୍ୱିଟ୍ ଏଠାରେ ଦେଖି ପାରିବେ।

ବର୍ତ୍ତମାନ ଫେସବୁକରେ ଏହି ପୋଷ୍ଟ ସେୟାର କରିଥିବା ଉପଭୋକ୍ତା ଖିଦମାତି ସଫରଙ୍କ ବିଷୟରେ ଜାଣିବାର କଥା । ଆମେ ଉପଭୋକ୍ତାଙ୍କର ପ୍ରୋଫାଇଲ୍ ସ୍କାନ୍ କରି ଦେଖିଲୁ ଯେ ଖବର ଲେଖାଯିବା ପର୍ଯ୍ୟନ୍ତ ଉପଭୋକ୍ତାଙ୍କର 46815 ଫଲୋଅର୍ସ ଅଛନ୍ତି।

निष्कर्ष: ନିଷ୍କର୍ଷ: ଆରବିଆଇ 100 ଟଙ୍କା, 10 ଟଙ୍କା ଏବଂ 5 ଟଙ୍କାର ପୁରୁଣା ନୋଟ୍‌ଗୁଡ଼ିକର ପ୍ରଚଳନକୁ ବନ୍ଦ କରିବାକୁ ଯାଉ ନାହିଁ, ଭାଇରାଲ ପୋଷ୍ଟ ମିଥ୍ୟା ଅଟେ ।

  • Claim Review : Old notes of Rs 100, 10 and 5 may go out of circulation after March: RBI
  • Claimed By : Khidmati Safar
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next page

Post saved! You can read it later