ତଥ୍ୟ ଯାଞ୍ଚ : ମସଜିଦ୍ କିମ୍ବା ଦରଘା ନୁହେଁ, ମନ୍ଦିର ଖୋଳିବା ବେଳେ ମିଳିଥିଲା ଭଗବାନ ନନ୍ଦିଙ୍କ ମୂର୍ତ୍ତୀ

ସେପ୍ଟେମ୍ବର 2021ରେ ତାମିଲନାଡୁର ନମକ୍କଲ୍ ଜିଲ୍ଲାରେ ଥିବା ମନ୍ଦିର ଖୋଦେଇ ବେଳେ ଭଗବାନ ନନ୍ଦିଙ୍କ ବଡ଼ ମୂର୍ତ୍ତୀ ମିଳିଥିଲା । ଏହି ଫଟୋରେ ଦେଖାଯାଉଥିବା ଧଳା କୋଠରୀ ମସଜିଦ୍ କିମ୍ବା ଦରଘା ନୁହେଁ । ଏହା ଏକ ମନ୍ଦିର । ଏଠାରେ ପୂର୍ବରୁ ମଧ୍ୟ ଗଣେଶ ଏବଂ ନନ୍ଦିଙ୍କ ମୂର୍ତ୍ତୀ ମିଳିଥିଲା ।

ନୂଆ ଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) ସୋସିଆଲ୍ ମିଡିଆରେ ଗୋଟିଏ ଫଟୋ ଭାଇରାଲ୍ ହେଉଛି । ଏଥିରେ ଗୋଟିଏ ଧଳା କୋଠରୀ ସ୍ବରୂପ ପାଖରେ ମାଟିରେ ଦବି ରହିଥିବା ଭଗବାନ ନନ୍ଦିଙ୍କର ମୂର୍ତ୍ତୀ ଦେଖାଯାଉଛି । ୟୁଜର୍ସ ଦାବି କରୁଛନ୍ତି ଯେ, ଏହି ମସଜିଦ୍ କିମ୍ବା ଦରଘା ଖୋଳିବା ବେଳେ ଭଗବାନ ନନ୍ଦିଙ୍କ ମୂର୍ତ୍ତୀ ବାହାରି ଥିଲା ।

ବିଶ୍ବାସ ନ୍ୟୁଜ୍ ନିଜ୍ ଅନୁସନ୍ଧାନରେ ଏହି ଦାବିକୁ ଭୁଲ୍ ବୋଲି ବାହାର କରିଲା । ତାମିଲନାଡୁରେ ଭଗବାନଙ୍କ ମୂର୍ତ୍ତୀ ମସଜିଦ୍ କିମ୍ବା ଦରଘା ନୁହେଁ, ମନ୍ଦିର ଖୋଳିବା ବେଳେ ବାହାରି ଥିଲା । ଏହା ସେପ୍ଟେମ୍ବର 2021ର ଘଟଣା ଅଟେ ।

ଭାଇରାଲ୍ ପୋଷ୍ଟରେ ଅଛି କଣ

ଫେସବୁକ୍ ପେଜ୍ Murlidhar Rao Fan’s Clubରେ ଏପ୍ରିଲ୍ 21ରେ ଏକ ଫଟୋ ପୋଷ୍ଟ କରି ଲେଖାଯାଇଥିଲା ,

ଫେସବୁକ୍ ରେ କିଛି ଅନ୍ୟ ଯୁଜର୍ ମଧ୍ୟ ସେହିଭଳି ସମାନ ଦାବି ସହ ଏହି ଫଟୋ ସେୟାର୍ କରିଥିଲେ ।

ଅନୁସନ୍ଧାନ

ଭାଇରାଲ୍ ଫଟୋର ଅନୁସନ୍ଧାନ ପାଇଁ ଆମେ ପ୍ରଥମେ ଫଟୋକୁ ଧ୍ୟାନର ସହ ଦେଖିଲୁ । ଏଥିରେ ସବୁଜ ରଙ୍ଗର ଗ୍ରୀଲ୍ ମଧ୍ୟରେ ଭଗବାନ ନନ୍ଦି କିମ୍ବା ବାଘ ଭଳି ଦୁଇଟି ମୂର୍ତ୍ତୀ ଦେଖା ଯାଉଛି । ଏଥିସହ ଆଉ ଦୁଇଟି ମୂର୍ତ୍ତୀ ମଧ୍ୟ ଦେଖାଯାଉଛି । ଅର୍ଥାତ୍ ଏହା ମସଜିଦ୍ କିମ୍ବା ଦରଘା ତ ନୁହେଁ ।

ଏହାପରେ ଆମେ ଗୁଗଲ୍ ରିଭରସ୍ ଇମେଜ୍ ରେ ସର୍ଚ୍ଚ କରିଥିଲୁ । ଏଥିରେ ଆମକୁ ଟ୍ବିଟର ହ୍ୟାଣ୍ଡେଲ୍ @LostTemple7 ରେ ଏହି ଫଟୋ ମିଳିଥିଲା । ଏହାକୁ 4 ସେପ୍ଟେମ୍ବର 2021 ରେ ଟ୍ବିଟ୍ କରାଯାଇଥିଲା । ଏଥିରେ ଲେଖାଯାଇଥିଲା, ନମକ୍କାଲ୍ ଜିଲ୍ଲା ମୋହାନୁର୍ ଆରିୟୁର୍ ଆରୁଲମିଗୁ ସେଲାଣ୍ଡିଆମ୍ମାନ୍ ମନ୍ଦିର ଗତକାଲି ପ୍ରାଚୀର ପରିସର ବୃଦ୍ଧି ବେଳେ ମାଟି ଖୋଳିବାରୁ ସେମାନେ ଏକ ବଡ଼ ନନ୍ଦି ମୂର୍ତ୍ତୀ ପାଇଥିଲେ (ଡିଲିଟ୍ ହୋଇଯାଇଛି)

ଟ୍ବିଟର୍ ୟୁଜର୍ @dinamalarweb  ମଧ୍ୟ 2 ସେପ୍ଟେମ୍ବର 2021ରେ ଭଗବାନ ନନ୍ଦିଙ୍କ ମୂର୍ତ୍ତୀ ଥିବା ଫଟୋ ଟ୍ବିଟ୍ କରି ଲେଖିଥିଲେ ଯେ, 1000 ବର୍ଷ ପୁରୁଣା ଭଗବାନ ନନ୍ଦିଙ୍କ ମୂର୍ତ୍ତୀ ମିଳିଲା ।

temple.dinamalar ରେ 2 ସେପ୍ଟେମ୍ବର 2021ରେ ପ୍ରକାଶିତ ଖବର ଅନୁଯାୟୀ, ମୋହନୁରରେ ମନ୍ଦିର ପୁନଃନିର୍ମାଣ ବେଳେ ପ୍ରାୟ 1000 ବର୍ଷ ପୁରୁଣା ଭଗବାନ ନନ୍ଦିଙ୍କ ମୂର୍ତ୍ତୀ ମିଳିଛି । ନମକ୍କଲ ଜିଲ୍ଲାରେ ଥିବା ପାଣ୍ଡବେଶ୍ବର ମନ୍ଦିରକୁ ପ୍ରାୟ 1000 ବର୍ଷ ପୂର୍ବେ ତିଆରି କରାଯାଇଥିଲା । ସେଲନ୍ଦିୟାମ୍ମନ ମନ୍ଦିର ପାଖରେ ପୁନଃନିର୍ମାଣ କାମ ଚାଲୁଥିଲା । ଏହି ସମୟରେ ସେଠାରେ ଭଗବାନ ନନ୍ଦିଙ୍କର ପୁରୁଣା ମୂର୍ତ୍ତୀ ମିଳିଛି । ଏହି ପ୍ରସଙ୍ଗରେ ମନ୍ଦିର ପ୍ରଶାସନ ସମ୍ବନ୍ଧୀୟ ବିଭାଗକୁ ଖବର ଦେଇଛନ୍ତି । ଡକ୍ଟର. ଚନ୍ଦ୍ରନ୍ କହିଥିଲେ ଯେ, ଏହି ମନ୍ଦିରକୁ ପାଣ୍ୟନ୍ ରାଜା ତିଆରି କରିଥିଲେ, ଏଥିପାଇଁ ଏହାକୁ ପାଣ୍ଡବେଶ୍ବର ମନ୍ଦିର କୁହାଯାଏ । ପ୍ରାୟ 40 ବର୍ଷ ପୂର୍ବେ ମନ୍ଦି ପରିସରରେ ଭଗବାନ ଗଣେଶ ଏବଂ ନନ୍ଦିଙ୍କ ମୂର୍ତ୍ତୀ ମିଳିଥିଲା ।

5 ସେପ୍ଟେମ୍ବର 2021ରେ  puthiyathalaimurai  ୱେବସାଇଟରେ ପ୍ରକାଶିତ ଭିଡିଓ ଷ୍ଟୋରୀରେ ମଧ୍ୟ ଏହାକୁ ଦେଖାଯାଇ ପାରିବ । ଏହା ଅନୁଯାୟୀ, ମନ୍ଦିରର ପୁନଃନିର୍ମାଣ କାମ ସମୟରେ ଭଗବାନ ନନ୍ଦିଙ୍କ ମୂର୍ତ୍ତୀ ମିଳିଛି । ରାଜସ୍ୟ ବିଭାଗ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣକୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ପ୍ରସଙ୍ଗରେ ଆମେ ତାମିଲନାଡୁ ପତ୍ରକାର ସବରୀଙ୍କ ସହ ଯୋଗାଯୋଗ କରିଥିଲୁ । ତାଙ୍କୁ ହ୍ବାର୍ଟସଆପ୍ ରେ ଭାଇରାଲ୍ ପୋଷ୍ଟ ସେୟାର୍ କରାଯାଇଥିଲା । ତାଙ୍କ କହିବା ଅନୁଯାୟୀ, ଭାଇରାଲ୍ ଫଟୋର ମସଜିଦ୍ କିମ୍ବା ଦରଘା ସହ କୌଣସି ସମ୍ପର୍କ ନାହିଁ । ଏଠାରେ ମହାଦେବ ମନ୍ଦିର ଅଛି । ଏହି ଫଟୋ ମଧ୍ୟ ଗତ ବର୍ଷର ।

ଏହି ଫଟୋ ପୂର୍ବରୁ ମଧ୍ୟ ଏହିଭଳି ଦାବି ସହ ଭାଇରାଲ୍ ହୋଇ ସାରିଛି । ବିଶ୍ବାସ ନ୍ୟୁଜ୍ ସେତେବେଳେ ମଧ୍ୟ ଏହାର ଅନୁସନ୍ଧାନ କରିଥିଲା । ସମ୍ପୂର୍ଣ୍ଣ ରିପୋର୍ଟ ଏଠାରେ ପଢ଼ାଯାଇ ପାରିବ ।

ଫଟୋକୁ ଭୁଲ୍ ଦାବି ସହ ସେୟାର୍ କରିଥିବା ଫେସବୁକ୍ ପେଜ୍ Murlidhar Rao Fan’s Club ର ଆମେ ସ୍କାନିଂ କରିଥିଲୁ । 14 ଡିସେମ୍ବର 2019ରେ ତିଆରି ହୋଇଥିବା ଏହି ପେଜ୍ ଏକ ରାଜନୈତିକ ବିଚାରଦାରା ଦ୍ବାରା ପ୍ରେରିତ । ଏହାକୁ 1 ଲକ୍ଷ 3 ହଜାର ବ୍ୟକ୍ତି ଫଲୋ କରୁଛନ୍ତି ।

निष्कर्ष: ସେପ୍ଟେମ୍ବର 2021ରେ ତାମିଲନାଡୁର ନମକ୍କଲ୍ ଜିଲ୍ଲାରେ ଥିବା ମନ୍ଦିର ଖୋଦେଇ ବେଳେ ଭଗବାନ ନନ୍ଦିଙ୍କ ବଡ଼ ମୂର୍ତ୍ତୀ ମିଳିଥିଲା । ଏହି ଫଟୋରେ ଦେଖାଯାଉଥିବା ଧଳା କୋଠରୀ ମସଜିଦ୍ କିମ୍ବା ଦରଘା ନୁହେଁ । ଏହା ଏକ ମନ୍ଦିର । ଏଠାରେ ପୂର୍ବରୁ ମଧ୍ୟ ଗଣେଶ ଏବଂ ନନ୍ଦିଙ୍କ ମୂର୍ତ୍ତୀ ମିଳିଥିଲା ।

False
Symbols that define nature of fake news
Know The Truth...

Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923

Related Posts
ନୂଆ ପୋଷ୍ଟଗୁଡ଼ିକ