ନୂଆ ଦିଲ୍ଲୀ (ବିଶ୍ବାସ ନ୍ୟୁଜ୍)। ଫେସବୁକ୍ ରେ ଗୋଟିଏ ପୋଷ୍ଟ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଉଛି ଯେ, ବିଛା କାମୁଡ଼ିବା ପରେ, ବିଷର ପ୍ରଭାବରୁ ଆରୋଗ୍ୟ ହେବା ପାଇଁ ଦିଆସିଲି ରଞ୍ଜକର ପାଉଡ଼ର ବ୍ୟବହାର କରାଯାଇ ପାରିବ ।
ବିଶ୍ବାସ ନ୍ୟୁଜ୍ ଏହି ପୋଷ୍ଟର ଅନୁସନ୍ଧାନ କରିଥିଲା ଏବଂ ଏହା ନକଲି ବୋଲି ଜାଣିବାକୁ ପାଇଲା । ଦିଆସିଲି ରଞ୍ଜକର ପାଉଡ଼ର ଦ୍ବାରା ବିଛା କାମୁଡ଼ିଲେ ଏହାର ଚିକିତ୍ସା କରାଯାଇ ପାରିବ ନାହିଁ ।
ଅକରମ୍ ବେଗ୍ ନାମର ଫେସବୁକର ଜଣେ ୟୁଜର୍ 10 ଜାନୁୟାରୀରେ ଏହି ପୋଷ୍ଟ ସେୟାର୍ କରିଥିଲେ, ଯେଉଁଥିଲେ ଲେଖାଯାଇଥିଲା, “ ବିଛା କାମୁଡ଼ିବାର ଚିକିତ୍ସା, ପାଞ୍ଚ – ସାତୋଟି ଦିଆସିଲିର ରଞ୍ଜକର ପାଣିକୁ ଘଷି ବିଛା କାମୁଡ଼ିଥିଲା ଜାଗାରେ ଲଗାନ୍ତୁ । ଏପରି କରିବାର 2 ମିନିଟ ମଧ୍ୟରେ ବିଛାର ବିଷ ବାହାରିଯିବ । ଦୟାକରି ଏହାକୁ ନିଶ୍ଚୟ ସେୟାର କରନ୍ତୁ କାରଣ ସେୟାର କରିବା ପାଇଁ ପଇସା ପଡ଼ିବ ନାହିଁ । ଏହି ଗୁରୁତ୍ତ୍ବପୂର୍ଣ୍ଣ ସୂଚନା କାମରେ ଆସିବ କାରଣ ଏହାଦ୍ବାରା କାହାର ଜୀବନ ବଞ୍ଚି ପାରିବ ।”
ଭାଇରାଲ୍ ଦାବିର ସତ୍ୟତା ଜାଣିବା ପାଇଁ ଆମେ ଗୁଗଲରେ କେତେକ କିୱାର୍ଡ ଦେଇ ଖୋଜିବା ଆରମ୍ଭ କରିଥିଲୁ । କିନ୍ତୁ ଆମକୁ ଭାଇରାଲ୍ ଦାବି ସହ ମେଳ ଖାଉଥିବା କୌଣସି ବିଶ୍ବସନୀୟ ରିସର୍ଚ୍ଚ କିମ୍ବା ମିଡିଆ ରିପୋର୍ଟ ମିଳି ନଥିଲା ।
ଅନୁସନ୍ଧାନ ପାଇଁ ଆମେ ଗୁଗଲ୍ ଖୋଜିଥିଲୁ “ବିଛା କାମୁଡ଼ିବା ପରେ କଣ କରିବା ଉଚିତ?” ଆମକୁ ଆପୋଲୋ ହସ୍ପିଟାଲ୍ ର ୱେବସାଇଟ୍ ରେ ବିଛାର ବିଷରୁ ରକ୍ଷା ପାଇବା ପାଇଁ କିଛି ତଥ୍ୟ ମିଳିଥିଲା । ଏଠାରେ ମଧ୍ୟ ଦିଆସିଲି ରଞ୍ଜକ ଦ୍ବାରା ବିଛା ବିଷ ବାହାର କରିବା ନେଇ କୌଣସି ସୂଚନା ମିଳିନଥିଲା ।
ଏହି ଦାବି ପୂର୍ବରୁ ଆଉଥରେ ମଧ୍ୟ ଭାଇରାଲ୍ ହୋଇଥିଲା । ସେହି ସମୟରେ ମଧ୍ୟ ବିଶ୍ବାସ ନ୍ୟୁଜ୍ ଏହି ନକଲି ପୋଷ୍ଟର ଅନୁସନ୍ଧାନ କରିଥିଲା । ସେ ସମୟରେ ଆମେ ଅନୁସନ୍ଧାନ ପାଇଁ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍ସ) ର ନ୍ୟାସନାଲ୍ ଇନଫର୍ମେସନ୍ ସେଣ୍ଟର (ଏନ୍.ପି.ଆଇ.ସି) ସହ ଯୋଗାଯୋଗ କରିଥିଲା । ସେଠାକାର ଡାକ୍ତରଙ୍କ କହିବା ଅନୁଯାୟୀ, ‘ବିଛା କାମୁଡ଼ିଲେ ଆଲର୍ଜି, କୁଣ୍ଡାଇ ହେବା ସହ ହୃତପିଣ୍ଡ ସମ୍ବନ୍ଧୀୟ ଅନ୍ୟ ଲକ୍ଷଣ ଦେଖାଯାଇଥାଏ । ଦିଆସିଲି ରଞ୍ଜକ ପାଉଡ଼ରରେ ଏହାର ଚିକିତ୍ସା ହୋଇ ପାରିବ ନାହିଁ ।’
ଏହାପରେ ଆମେ 35 ବର୍ଷର ଅଭିଜ୍ଞତା ଥିବା ଆଲାପ୍ପୁଝାର ଡାକ୍ତର ସଞ୍ଜୀବ କୁମାରଙ୍କ ସହ ଯୋଗାଯୋଗ କରିଥିଲୁ । ସେ ଏହି ପୋଷ୍ଟକୁ ନକଲି ବୋଲି କହିବା ସହ ଲୋକମାନଙ୍କୁ ଏଭଳି ନକଲି ପୋଷ୍ଟ ଦ୍ବାରା ପ୍ରଭାବିତ ନହୋଇ ବିଶେଷଜ୍ଞଙ୍କ ମତ ନେବାକୁ ପରାମର୍ଶ ଦେଇଥିଲେ ।
ଭାଇରାଲ୍ ପୋଷ୍ଟକୁ ସେୟାର କରିଥିବା ଫେସବୁକ୍ ଯୁଜର୍ ଅକରମ ବେଗଙ୍କ ସୋସିଆଲ୍ ସ୍କାନିଂରୁ ଜଣା ପଡ଼ିଲା ଯେ, ତାଙ୍କ ଫେସବୁକରେ 175 ଫ୍ରେଣ୍ଡ୍ ଅଛନ୍ତି ।
ନିଷ୍କର୍ଷ: ବିଶ୍ବାସ ନ୍ୟୁଜ୍ ର ଅନୁସନ୍ଧାନରେ ଏହି ଦାବି ନକଲି ବୋଲି ପ୍ରମାଣିତ ହେଲା । ଦିଆସିଲି ରଞ୍ଜକ ପାଉଡ଼ରରେ ବିଛା କାମୁଡ଼ାର ଚିକିତ୍ସା ହୋଇ ପାରିବ ନାହିଁ ।
Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923