Fact Check: ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ, ଅସମ୍ପୂର୍ଣ୍ଣ କ୍ଲିପ୍ ମିଥ୍ୟା ଦାବି ସହିତ ଭାଇରାଲ ହୋଇଛି

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ) କଂଗ୍ରେସର ପୂର୍ବତନ ଅଧକ୍ଷ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ କ୍ଲିପ୍ ଭାଇରାଲ ହେଉଛି। ଏଥିରେ ସେ ଦୁଇ ହାତ ଉପରକୁ ଉଠାଇ ଥାଳି ବଜାଅ, ତାଳି ବଜାଅ ଏବଂ ମୋବାଇଲ ଫୋନର ଆଲୋକ ଜଳାଇବା ପାଇଁ କହୁଥିବାର ନଜର ଆସିଛନ୍ତି | ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ କିଛି ୟୁଜର ଏହି କ୍ଲିପ୍ ଭାଇରାଲ୍ କରି ତାଙ୍କୁ ପରିହାସ କରୁଛନ୍ତି|

ବିଶ୍ୱାସ ନ୍ୟୁଜ ଭାଇରାଲ୍ ଦାବିର ଅନୁସନ୍ଧାନ କରିଛି। ଏହା ଭ୍ରାମକ ପ୍ରମାଣିତ ହୋଇଛି | ବାସ୍ତବରେ ରାହୁଲ ଗାନ୍ଧୀଙ୍କ ଏହି କ୍ଲିପ୍ ତାଙ୍କ ଭାଷଣର ଏକ ଛୋଟ ଅଂଶ | ମୂଳ ଭିଡିଓରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନକଲ କରୁଥିବା ବେଳେ ଭାଇରାଲ କ୍ଲିପର କଥା କହିଥିଲେ । 

ଭାଇରାଲ୍ କ’ଣ ହେଉଛି

ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ Dharmendrayogidkyogi4 ମାର୍ଚ୍ଚ 16 ରେ ରାହୁଲ ଗାନ୍ଧୀଙ୍କ ଏକ କ୍ଲିପ୍ ଅପଲୋଡ୍ କରି ଲେଖିଥିଲେ, ‘’ ଦେଖାଯାଉଛି ଯେ ସେ ପାଗଳ ହୋଇଯାଇଛନ୍ତି।‘’

ଭାଇରାଲ୍ ପୋଷ୍ଟର ବିଷୟବସ୍ତୁ ଏଠାରେ ଯେମିତି ଇଛା ସେମିତି  ଲେଖା ହୋଇଛି | ଏହାକୁ ସତ ବୋଲି ବିଚାର କରି ଅନ୍ୟ ୟୁଜରମାନେ ମଧ୍ୟ ଏହାକୁ ଅଂଶୀଦାର କରୁଛନ୍ତି | ପୋଷ୍ଟର ଆର୍କାଇଭ୍ ସଂସ୍କରଣ ଏଠାରେ ଦେଖନ୍ତୁ |

ଅନୁସନ୍ଧାନ

ବିଶ୍ୱାସ ନ୍ୟୁଜ ପ୍ରଥମେ ରାହୁଲ ଗାନ୍ଧୀଙ୍କ ସହ ଜଡିତ ଭାଇରାଲ୍ କ୍ଲିପର ଅନୁସନ୍ଧାନ ପାଇଁ ୟୁଟ୍ୟୁବ୍ ସର୍ଚ୍ଚ ବ୍ୟବହାର କରିଥିଲା। ଭାଇରାଲ୍ କ୍ଲିପ୍ ଉପରେ ଆଧାର କରି କୀୱାର୍ଡ ବ୍ୟବହାର କରି ଏଠାରେ ଅନୁସନ୍ଧାନ କରିବା ପରେ ମୂଳ ଭିଡିଓ ନ୍ୟୁଜ୍ ତକ୍ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ମିଳିଥିଲା ​​| 17 ନଭେମ୍ବର 2023 ରେ ଏହା ପୋଷ୍ଟ କରାଯାଇଥିଲା ଯେ ରାହୁଲ ଗାନ୍ଧୀ ରାଲି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନକଲ କରିଥିଲେ ଏବଂ ଥାଳି ବଜାଅ, ତାଳି ବଜାଅ ଏବଂ ମୋବାଇଲ ଫୋନର ଆଲୋକ ଜଳାଇବା ପାଇଁ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରୁଥିବାବେଳେ ରାହୁଲ ଗାନ୍ଧୀ ଲାଇଟ୍ ଅନ୍ କରିବା ଏବଂ କରତାଳି ଦେବା ପାଇଁ କହିଥିଲେ ଏବଂ ଏହାର ଅର୍ଥ  ଏହି ଭିଡିଓରେ ଆଗକୁ ଶୁଣା ଯାଇପାରିବ ​​| 

ଅନୁସନ୍ଧାନକୁ ଆଗକୁ ନେଇ ବିଶ୍ୱାସ ନ୍ୟୁଜ କଂଗ୍ରେସର ସୋସିଆଲ ମିଡିଆ ଦଳର ଗିରିଶ କୁମାରଙ୍କ ସହ ଯୋଗାଯୋଗ କରିଥିଲା। ଭାଇରାଲ ପୋଷ୍ଟ ମିଥ୍ୟା ବୋଲି ସେ କହିଛନ୍ତି। ଯଦି ରାହୁଲ ଗାନ୍ଧୀଙ୍କ ପୁରା ଭିଡିଓ ଦେଖାଯାଏ, ତେବେ ଏହା ସ୍ପଷ୍ଟ ହୋଇଯିବ ଯେ ସେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁଥିବାବେଳେ ଏହା କହିଛନ୍ତି।  

ଅନୁସନ୍ଧାନ ଶେଷରେ ଭାଇରାଲ ପୋଷ୍ଟ କରିଥିବା ୟୁଜରଙ୍କୁ ଯାଞ୍ଚ କରାଯାଇଥିଲା। ଏହା ପ୍ରକାଶ ପାଇଲା ଯେ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ Dharmendrayogidkyogi4 ର ତେର ହଜାରରୁ ଅଧିକ ଅନୁସରଣକାରୀ ଅଛନ୍ତି। ୟୁଜର ହେଉଛନ୍ତି ରାଜସ୍ଥାନର ବାରାନର ବାସିନ୍ଦା |

ସିଦ୍ଧାନ୍ତ: ବିଶ୍ୱାସ ନ୍ୟୁଜର ଅନୁସନ୍ଧାନରେ ଭାଇରାଲ୍ ପୋଷ୍ଟ ଭ୍ରମାତ୍ମକ ବୋଲି ପ୍ରମାଣିତ ହେଲା। ମୂଳ ଭିଡିଓରୁ ଏହା ସ୍ପଷ୍ଟ ହୋଇଛି ଯେ ରାହୁଲ ଗାନ୍ଧୀ ଏକ ରାଲିରେ ପିଏମ ମୋଦୀଙ୍କ ନକଲ କରୁଥିବା ବେଳେ ଭାଇରାଲ ଭିଡିଓର କଥା କହିଛନ୍ତି। 

False
Symbols that define nature of fake news
Know The Truth...

Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923

Related Posts
ନୂଆ ପୋଷ୍ଟଗୁଡ଼ିକ