X
X

ତଥ୍ୟ ଯାଞ୍ଚ: ଗରମ ନଡ଼ିଆ ପାଣି ଦ୍ବାରା କ୍ୟାନସରର ଚିକିତ୍ସା ସମ୍ଭବ ନୁହେଁ, ନକଲି ଦାବି ହେଉଛି ଭାଇରାଲ୍

ବିଶ୍ବାସ ନ୍ୟୁଜ୍ ନିଜ ଅନୁସନ୍ଧାନରୁ ଜାଣିବାକୁ ପାଇଲା ଯେ, ଗରମ ନଡ଼ିଆ ପାଣି ଦ୍ବାରା କ୍ୟାନସର ଠିକ ହେବା ଦାବି ଭୁଲ୍ ଅଟେ । ଏଭଳି କୌଣସି ଗବେଷଣା ହୋଇ ନାହିଁ , ଯାହା ପୁଷ୍ଟି କରିବ ଯେ ଗରମ ନଡ଼ିଆ ପାଣି ପିଇଲେ କ୍ୟାନସର ସେଲ୍ ମରିଯାଇଥାଏ । ଏଥିସହ ବିଶ୍ବାସ ନ୍ୟୁଜ୍ ମଧ୍ୟ ଜାଣିବାକୁ ପାଇଲା ଯେ, ଟାଟା ମେମୋରିଆଲ୍ ସେଣ୍ଟରର ଡାକ୍ତର ରାଜେନ୍ଦ୍ର ଏ. ବାଦବେଙ୍କ ଦ୍ବାରା ଏଭଳି କୌଣସି ନିର୍ଦ୍ଦେଶନାମା ଜାରି କରାଯାଇ ନାହିଁ ଏବଂ ନା ଗରମ ନଡ଼ିଆ ପାଣି ପିଇଲେ କ୍ୟାନସର ଠିକ୍ ହୋଇଥାଏ ।

ନୂଆ ଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଭାଇରାଲ୍ କରି ଦାବି ହେଉଛି ଯେ, ଗରମ ନଡ଼ିଆ ପାଣି କ୍ୟାନସର ସେଲ୍ ମାରି ପାରେ । ଏହାକୁ ପିଇଲେ କ୍ୟାନସର ଠିକ ହୋଇ ପାରେ । ଦେଶର ସବୁଠାରୁ ବଡ଼ କ୍ୟାନସର ହସ୍ପିଟାଲ୍ ମଧ୍ୟରୁ ଅନ୍ୟତମ ଟାଟା ମେମୋରିଆଲ୍ ହସ୍ପିଟାଲର ଡାକ୍ତର ରାଜେନ୍ଦ୍ର ଏ ବଦବେ ଏହାର ପୁଷ୍ଟି କରିଛନ୍ତି । ବିଶ୍ବାସ୍ ନ୍ୟୁଜ୍ ର ଅନୁସନ୍ଧାନରେ ଏହି ଦାବି ନକଲି ଜଣା ପଡ଼ିଲା । ଟାଟା ମେମୋରିଆଲ୍ ସେଣ୍ଟରର ଡାକ୍ତର ରାଜେନ୍ଦ୍ର ଏ ବଦବେଙ୍କ ଦ୍ବାରା ଏଭଳି କୌଣସି ନିର୍ଦ୍ଦେଶନାମା ଜାରି କରାଯାଇ ନାହିଁ ଏବଂ ଗରମ ନଡ଼ିଆ ପାଣି ପିଇଲେ କ୍ୟାନସର ଠିକ ହୁଏ ନାହିଁ ।

ଭାଇରାଲ୍ ପୋଷ୍ଟରେ କଣ ଅଛି ?

ଫେସବୁକ୍ ୟୁଜର ରାଜେନ୍ଦ୍ର ନିରଞ୍ଜନ ସିଂ ଚୌହାନ  31 ଜୁଲାଇରେ ଏହି ପୋଷ୍ଟ ସେୟାର କରିଥିଛନ୍ତି । ପୋଷ୍ଟରେ ଲେଖା ଅଛି, “ ଆପଣ ସମସ୍ତଙ୍କୁ ନିବେଦନ, ଯଦି ଆପଣ ଏପରି କୌଣସି ବ୍ୟକ୍ତିଙ୍କୁ ଜାଣିଛନ୍ତି, ଯିଏ କ୍ୟାନସରରେ ପୀଡ଼ିତ ଏବଂ ନିଜ ଚିକିତ୍ସା କରି କରି ଥକ୍କି ଗଲେଣି, ତାହାଲେ ଗରମ ନଡ଼ିଆ ପାଣି ଦୟାକରି … ଟାଟା ମେମୋରିଆଲ୍ ହସ୍ପିଟାଲର ଡାକ୍ତର ରାଜେନ୍ଦ୍ର. ଏ. ବଡବେ ଜୋର ଦେଇ କହିଛନ୍ତି ଯେ ଯଦି ପ୍ରତିଦିନ କେହି ଏହି ଖବର ପାଆନ୍ତି, ସେ ଏହାକୁ ଅନ୍ୟ ଦଶ ଜଣଙ୍କୁ ପଠାଇ ପାରନ୍ତି । ଏହିକ୍ରମେ ନିହାତି ଭାବେ ଅତି କମରେ ଗୋଟିଏ ଜୀବନ ବଞ୍ଚି ଯାଇ ପାରିବ… * ମୁଁ ପ୍ରଥମେ ମୋ ଭାଗ କାମ କରି ନେଇଛି, ଆଶା କରୁଛି ଆପଣମାନେ ମଧ୍ୟ କରି ପାରିବେ । ନିଜ ତରଫରୁ ସାହାଯ୍ୟ କରନ୍ତୁ । ଧନ୍ୟବାଦ ! *ଗରମ ନଡ଼ିଆ ପାଣି ଆପଣଙ୍କୁ ସାରା ଜୀବନ କ୍ୟାନସରୁ ରକ୍ଷା କରି ପାରିବ । ଗରମ ନଡ଼ିଆ ~କେବଳ କେବଳ କ୍ୟାନସର କୋଷିକାକୁ ମାରିଥାଏ ! ଗୋଟିଏ କପରେ 2 ରୁ 3 ପତଳା ପତଳା କରି ନାଡ଼ିଆ କାଟନ୍ତୁ, ସେଥିରେ ଗରମ ପାଣି ପକାନ୍ତୁ, ଏହି “କ୍ଷାରୀୟ ପାଣି” ପ୍ରସ୍ତୁତ ହୋଇଯିବ । ଏହାକୁ ପ୍ରତିଦିନ ପିଅନ୍ତୁ, ଏହା ସମସ୍ତଙ୍କ ପାଇଁ ଭଲ । ଗରମ ନଡ଼ିଆ ପାଣି ଏକ କ୍ୟାନସର – ରୋଧୀ ପଦାର୍ଥ ବାହାର କରିଥାଏ, ଯାହା ଚିକିତ୍ସା କ୍ଷେତ୍ରରେ କ୍ୟାନସର ଉପଚାରରେ ଏକ ନୂଆ ପ୍ରଗତି । ଗରମ ନଡ଼ିଆ ପାଣି ରସର ଅଲସର୍ ଏବଂ ଟ୍ୟୁମର ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ । ଏହା ସମସ୍ତ ପ୍ରକାରର କ୍ୟାନସର ରୋକିବାରେ ପ୍ରମାଣିତ । ନଡ଼ିଆ ପାଣି ସହ ଏହି ପ୍ରକାରର ଉପଚାର କେବଳ ଘାତକ କୋଷିକାକୁ ନଷ୍ଟ କରିଥାଏ, ଏହା ସ୍ବସ୍ଥ କୋଷିକାକୁ ପ୍ରଭାବିତ କରେ ନାହିଁ । ଏହା ବ୍ୟତୀତ, ନଡ଼ିଆ ରସରେ ଅଛି ଆମିନୋ ଏସିଡ୍ ଏବଂ ନଡ଼ିଆ ପଲିଫୋନୋଲ୍ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିପାରେ । ଏହା ପ୍ରଭାବଶାଳୀ ଭାବେ ଶୀରାରେ ରକ୍ତ ଜମାଟ ବାନ୍ଧିବାକୁ ରୋକି ପାରେ,ରକ୍ତ ସଂଞ୍ଚାଳନ ବ୍ୟବସ୍ଥିତ କରି ପାରେ । ପଢ଼ିବା ପରେ, * ଅନ୍ୟ ବ୍ୟକ୍ତିଙ୍କୁ ଜଣାନ୍ତୁ, ପରିବାର, ବନ୍ଧୁ ଗହଣରେ ପ୍ରେମ ବାଣ୍ଟନ୍ତୁ ! * ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ ।”

ପୋଷ୍ଟର ଆର୍କାଇଭ୍ ସଂସ୍କରଣ ଏଠାରେ ଦେଖାଯାଇ ପାରିବ ।

ଅନୁସନ୍ଧାନ

ଭାଇରାଲ୍ ଜାବିର ସତ୍ୟତା ଜାଣିବା ପାଇଁ ଆମେ ଗୁଗଲରେ କେତେକ କିୱାର୍ଡ ଦେଇ ସର୍ଚ୍ଚ କରିଥିଲୁ । ଏ ସମୟରେ ଆମକୁ ଦ ହିନ୍ଦୁର ୱେବସାଇଟରେ 17 ମେ 2019ରେ ପ୍ରକାଶିତ ଏକ ରିପୋର୍ଟ ମିଳିଥିଲା । ରିପୋର୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଟାଟା ମେମୋରିଆଲ୍ ହସ୍ପିଟାୱ୍ ଭାଇରାଲ୍ ଦାବିକୁ ଭୁଲ୍ ବୋଲି କହିଥିଲା । ହସ୍ପିଟାଲ୍ ଭାଇରାଲ୍ ପୋଷ୍ଟକୁ ନେଇ ନିଜର ସ୍ପଷ୍ଟୀକରଣ ରଖି କହିଥିଲା ଯେ, ଏଭଳି କୌଣସି ବୈଜ୍ଞାନିକ ତଥ୍ୟ ନାହିଁ ଯାହା ପ୍ରମାଣ କରେ ଯେ, ଗରମ ନଡ଼ିଆ ପାଣି ପିଇଲେ କ୍ୟାନସର ସେଲ୍ ମରିଯାଇ ଥାଏ । ଏହି ଦାବି ଭିତ୍ତିହୀନ ଏବଂ ଡାକ୍ତର ରାଜେନ୍ଦ୍ର ବଦବେ ଦ୍ବାରା ଏଭଳି କୌଣସି ଦାବି କରାଯାଇ ନାହିଁ । ଅନ୍ୟ ମିଡିଆ ରିପୋର୍ଟ ଏଠାରେ ପଢ଼ାଯାଇ ପାରିବ ।

ଅନୁସନ୍ଧାନ ସମୟରେ ଆମକୁ Campaign against Nutrition Quacks and Courses ନାମକ ଫେସବୁକ୍ ପେଜ୍ ରେ ଟାଟା ମେମୋରିଆଲ୍ ସେଣ୍ଟର ଦ୍ବାରା ଜାରି କରାଯାଇଥିବା ପ୍ରେସ୍ ରିଲିଡ୍ ଅପଲୋଡ୍ ହୋଇଥିବା ମିଳିଥିଲା । ଏହି ପ୍ରେସ୍ ରିଲିଜକୁ 16 ମେ 2019ରେ ସେୟାର୍ କରାଯାଇଥିଲା । ପ୍ରେସ୍ ରିଲିଜ୍ ରେ ତଳେ ଡାକ୍ତର. ବଦବେଙ୍କ ଦସ୍ତଖତ ମଧ୍ୟ ରହିଥିଲା ।

ଏ କଥାର ସମ୍ପୂର୍ଣ୍ଣ ପୁଷ୍ଟି ପାଇଁ ଆମେ ଏମସ୍ ରଆସୋସିଏଟ୍ ପ୍ରଫେସର ଡାକ୍ତର. ନିଶ୍ଚଳଙ୍କ ସହ ଯୋଗାଯୋଗ କରିଥିଲୁ । ସେ ଆମକୁ କହିଥିଲେ ଯେ, ଭାଇରାଲ୍ ଦାବି ଭୁଲ୍ ଅଟେ । ନଡ଼ିଆ ପାଣିର ବହୁତ ଫାଇଦା ରହିଛି କିନ୍ତୁ ଏହା ଦ୍ବାରା କ୍ୟାନସର ଠିକ୍ ହୋଇ ପାରିବ ଏହାର କୌଣସି ରିସର୍ଚ ରିପୋର୍ଟ ନାହିଁ । ଏହିଭଲି ଅନେକ ପ୍ରକାରର ଭୁଲ୍ ତଥ୍ୟ ସୋସିଆଲ୍ ମିଡିଆରେ ଉପଲବ୍ଧ । ଲୋକମାନେ ଏସବୁ ଗୁଜବ ଉପରେ ଧ୍ୟାନ ଦେବା ଉଚିତ ନୁହେଁ ।

ବିଶ୍ବାସ ନ୍ୟୁଜ୍ ଆଗରୁ ମଧ୍ୟ ଭାଇରାଲ୍ ଦାବିର ତଥ୍ୟ ଯାଞ୍ଚ କରିସାରିଛି । ସମ୍ପୂର୍ଣ୍ଣ ତଥ୍ୟ ଯାଞ୍ଚ ପଢ଼ିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ । ସେ ସମୟରେ ଆମେ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ଅଙ୍କୋଲୋଜିଷ୍ଟ ଡାକ୍ତର. ମନୀଷ ସିଂଘଲଙ୍କ ସହ ଯୋଗାଯୋଗ କରିଥିଲୁ । ସେ ଆମକୁ କହିଥିଲେ, ‘ ନଡ଼ିଆ ପାଣି ଦ୍ବାରା କ୍ୟାନସର ଠିକ୍ ହେବା ଦାବି ସମ୍ପୂର୍ଣ୍ଣ ନକଲି । ଲୋକେ ଏଭଳି ନକଲି ପୋଷ୍ଟ ଉପରେ ଭରସା କରନ୍ତୁ ନାହିଁ ।

ଭାଇରାଲ୍ ପୋଷ୍ଟକୁ ଭୁଲ୍ ଦାବି ସହ ସେୟାର୍ କରିଥିବା ୟୁଜର୍ Rajendra Niranjan Singh Chauhanଙ୍କୁ ଫେସବୁକ୍ ରେ ଛଅ ଜଣ ବ୍ୟକ୍ତି ଫଲୋ କରୁଛନ୍ତି । ଏହି ୟୁଜରଙ୍କ ଫେସବୁକ୍ ରେ 5 ହଜାର ବନ୍ଧୁ ଅଛନ୍ତି ।

निष्कर्ष: ବିଶ୍ବାସ ନ୍ୟୁଜ୍ ନିଜ ଅନୁସନ୍ଧାନରୁ ଜାଣିବାକୁ ପାଇଲା ଯେ, ଗରମ ନଡ଼ିଆ ପାଣି ଦ୍ବାରା କ୍ୟାନସର ଠିକ ହେବା ଦାବି ଭୁଲ୍ ଅଟେ । ଏଭଳି କୌଣସି ଗବେଷଣା ହୋଇ ନାହିଁ , ଯାହା ପୁଷ୍ଟି କରିବ ଯେ ଗରମ ନଡ଼ିଆ ପାଣି ପିଇଲେ କ୍ୟାନସର ସେଲ୍ ମରିଯାଇଥାଏ । ଏଥିସହ ବିଶ୍ବାସ ନ୍ୟୁଜ୍ ମଧ୍ୟ ଜାଣିବାକୁ ପାଇଲା ଯେ, ଟାଟା ମେମୋରିଆଲ୍ ସେଣ୍ଟରର ଡାକ୍ତର ରାଜେନ୍ଦ୍ର ଏ. ବାଦବେଙ୍କ ଦ୍ବାରା ଏଭଳି କୌଣସି ନିର୍ଦ୍ଦେଶନାମା ଜାରି କରାଯାଇ ନାହିଁ ଏବଂ ନା ଗରମ ନଡ଼ିଆ ପାଣି ପିଇଲେ କ୍ୟାନସର ଠିକ୍ ହୋଇଥାଏ ।

  • Claim Review : ଟାଟା ମେମୋରିଆଲ୍ ହସ୍ପିଟାଲର ଡାକ୍ତର ରାଜେନ୍ଦ୍ର ଏ ବଦବେଙ୍କ କହିବା କଥା ଗରମ ନଡ଼ିଆ ପାଣି ପିଇଲେ ସବୁ ପ୍ରକାରର କ୍ୟାନସର ଠିକ୍ ହୋଇଯାଏ
  • Claimed By : ରାଜେନ୍ଦ୍ର ନିରଞ୍ଜନ ସିଂ ଚୌହାନ
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later