Fact Check: ୟୁପି ସରକାରୀ ଅଧିକାରୀ ଜ୍ୟୋତି ମୌର୍ଯ୍ୟଙ୍କୁ ତାଙ୍କ ପଦରୁ ହଟାଯାଇ ନାହିଁ,ଭାଇରାଲ୍ ଦାବି ନକଲି ଅଟେ
- By: Sharad Prakash Asthana
- Published: Jul 19, 2023 at 11:23 AM
ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ) ୟୁପି ସରକାରୀ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ଆଜିକାଲି ମିଡିଆ ଏବଂ ସୋସିଆଲ ମିଡିଆରେ ଚର୍ଚାରେ ରହୁଛନ୍ତି। ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ବିବାଦ ମଧ୍ୟରେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କୁ ପଦରୁ ହଟାଇ ଦିଆଯାଇଥିବାର ପୋଷ୍ଟ କରାଯାଇଛି । ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହାକୁ ସତ ବୋଲି ବିଶ୍ୱାସ କରି ଏହାକୁ ଭାଇରାଲ କରୁଛନ୍ତି।
ବିଶ୍ୱାସ ନ୍ୟୁଜ ଭାଇରାଲ୍ ଦାବି ଯାଞ୍ଚ କରିଛି। ଏହା କେବଳ ଏକ ଗୁଜବ ବୋଲି ସାବ୍ୟସ୍ତ ହୋଇଛି | ପିସିଏସ ଅଧିକାରୀ ଜ୍ୟୋତି ବରେଲିର ସେମଖେଡାଠାରେ ଅବସ୍ଥିତ ସୁଗାର ମିଲରେ ଜିଏମ୍ ଅଟନ୍ତି | ତାଙ୍କୁ ହଟାଇବାକୁ ୟୁପି ସରକାର କୌଣସି ନିର୍ଦ୍ଦେଶ ଦେଇନାହାଁନ୍ତି। ବରେଲି ଡିଏମ୍ କାର୍ଯ୍ୟାଳୟ ଏବଂ ଉତ୍ତରପ୍ରଦେଶ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ନିଯୁକ୍ତି ଏବଂ ପର୍ସନାଲ ବିଭାଗ କାର୍ଯ୍ୟାଳୟ ଦ୍ୱାରା ଏହା ନିଶ୍ଚିତ ହୋଇଛି।
ଭାଇରାଲ୍ ପୋଷ୍ଟରେ କ’ଣ ଅଛି
ଫେସବୁକ୍ ବ୍ୟବହାରକାରୀ ‘ହକ୍ କି ଆୱାଜ୍’ (ଆର୍କାଇଭ ଲିଙ୍କ୍) ଜୁଲାଇ 4 ରେ ଜ୍ୟୋତି ମୌର୍ଯ୍ୟଙ୍କ ଫଟୋ ପୋଷ୍ଟ କରି ଲେଖିଥିଲେ,
‘’ଜ୍ୟୋତି ମୌର୍ଯ୍ୟଙ୍କୁ ଏସଡିଏମ ପଦରୁ ହଟାଇ ଦିଆଗଲା
ଦୀର୍ଘ ଦିନ ଧରି ଏସଡିଏମ ସାହିବା ଏବଂ ତାଙ୍କ ସ୍ୱାମୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା ଏବଂ ଆଜି ଏସଡିଏମ ପଦରେ ଥିବା ଜ୍ୟୋତି ମୌର୍ଯ୍ୟଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି।‘’
ଏହି ପୋସ୍ଟକୁ ଫେସବୁକରେ ଅନ୍ୟ କେତେକ ୟୁଜର୍ସଙ୍କ ଦ୍ୱାରା ସମାନ ଦାବି ସହିତ ସେୟାର କରାଯାଇଛି |
ଅନୁସନ୍ଧାନ
ଭାଇରାଲ୍ ଦାବିକୁ ଅନୁସନ୍ଧାନ କରିବାକୁ ଯାଇ , ଆମେ ପ୍ରଥମେ ଗୁଗୁଲରେ କୀ ୱାର୍ଡ ସହିତ ଖୋଜିଲୁ | ଏହି ବିଷୟରେ ଖବର ଜୁଲାଇ 4 ରେ ୱାନ ଇଣ୍ଡିଆର ୱେବସାଇଟରେ ପ୍ରକାଶ ପାଇଛି। ଏଥିରେ ଲେଖାଯାଇଛି ଯେ ସୋସିଆଲ ମିଡିଆରେ ଏଭଳି ଅନେକ ପୋଷ୍ଟ ଚାଲିଛି ଯେଉଁଥିରେ କୁହାଯାଉଛି ଯେ ଏସଡିଏମ ଜ୍ୟୋତି ମୌର୍ଯ୍ୟଙ୍କୁ ୟୁପି ସରକାର ତାଙ୍କ ପଦରୁ ହଟାଇ ଦେଇଛନ୍ତି। ଏହା କେବଳ ଏକ ଗୁଜବ | ତାଙ୍କୁ ଏହି ପଦବୀରୁ ହଟାଯାଇ ନାହିଁ କିମ୍ବା ତାଙ୍କ ବିରୋଧରେ କୌଣସି ତଦନ୍ତ ଚାଲିନାହିଁ। ତାଙ୍କ ବିରୋଧରେ ଖୁବ ଶୀଘ୍ର ତଦନ୍ତ ଆରମ୍ଭ ହୋଇପାରେ ବୋଲି ଆଶା କରାଯାଉଛି।
ଏହା ବ୍ୟତୀତ, ଆମେ କୌଣସି ୱେବସାଇଟରେ ଏପରି ଖବର ପାଇଲୁ ନାହିଁ, ଯାହା ଭାଇରାଲ୍ ଦାବିକୁ ନିଶ୍ଚିତ କରିପାରିବ | ଅଧିକ ସୂଚନା ପାଇଁ ଆମେ ୟୁପି ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ନିଯୁକ୍ତି ଏବଂ ପର୍ସନାଲ ବିଭାଗ ଡକ୍ଟର ଦେବେଶ ଚତୁଃର୍ବେଦୀଙ୍କ କାର୍ଯ୍ୟାଳୟକୁ ଫୋନ କରିଥିଲୁ । ସେଠାରୁ ଆମକୁ କୁହାଯାଇଥିଲା ଯେ ସେପରି କିଛି ହୋଇ ନାହିଁ | ଏହା କେବଳ ଏକ ଗୁଜବ | ଜ୍ୟୋତି ମୌର୍ଯ୍ୟଙ୍କୁ ତାଙ୍କ ପଦରୁ ହଟାଯାଇ ନାହିଁ।
ଏହି ପରିପ୍ରେକ୍ଷୀରେ, ଆମେ ବରେଲି ଡିଏମ୍ ଶଶିକାନ୍ତ ଦ୍ୱିବେଦୀଙ୍କ ମୋବାଇଲ୍ ନମ୍ବର ସହିତ ମଧ୍ୟ ଯୋଗାଯୋଗ କରିଛୁ। ଏହା ବିଷୟରେ ଏଡିଏମ୍ ସିଟି ଆମକୁ କହିଛି, “ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟରେ ସେପରି କୌଣସି ନିର୍ଦେଶ ଆସିନାହିଁ। ଆମ ପାଖରେ ଏପରି କୌଣସି ସୂଚନା ମଧ୍ୟ ନାହିଁ | ଜ୍ୟୋତି ହେଉଛନ୍ତି ସୁଗାର ମିଲର ଜିଏମ୍ |’’
ଅନ୍ୟପକ୍ଷରେ, ଦୈନିକ ଜାଗରଣ ବରେଲିର ସିଟି ମୁଖ୍ୟ ଅଶୋକ କୁମାର କୁହନ୍ତି, “ଜ୍ୟୋତି ମୌର୍ଯ୍ୟଙ୍କୁ ତାଙ୍କ ପଦରୁ ହଟାଯାଇ ନାହିଁ। ସେମକେଡା ସୁଗାର ମିଲରେ ସେ ଜିଏମ୍ ଅଟନ୍ତି। ଜ୍ୟୋତିଙ୍କ ସ୍ୱାମୀ ଆଲୋକ ତାଙ୍କ ବିରୋଧରେ ଲକ୍ଷ୍ନୋରେ ଅଭିଯୋଗ କରିଥିଲେ ତାହାର ଯାଞ୍ଚ ଏବେ ଚାଲିଛି ।‘’ ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ପିସିଏସ୍ ଅଧିକାରୀଙ୍କୁ ତାଙ୍କ ପଦବୀରୁ ହଟାଯାଇ ନାହିଁ।
ଜୁଲାଇ 4, 2023 ରେ ପତ୍ରିକାରେ ପ୍ରକାଶିତ ଖବର ଅନୁଯାୟୀ, “ବରେଲିର ସେମଖେଡା ସୁଗାର ମିଲରେ ଜିଏମ ଜ୍ୟୋତି ଏବଂ ପ୍ରତାପଗଡ଼ର ପଞ୍ଚାୟତିରାଜ ବିଭାଗରେ କାର୍ଯ୍ୟ କରୁଥିବା ଚତୁର୍ଥ ଶ୍ରେଣୀର କର୍ମଚାରୀ ଆଲୋକ ମୌର୍ଯ୍ୟଙ୍କ ମଧ୍ୟରେ ବିବାଦ ଖବର ସୋସିଆଲ ମିଡିଆରେ ଚର୍ଚାର ବିଷୟ ପାଲଟିଛି | ଜ୍ୟୋତି ସ୍ୱାମୀ ଆଲୋକ ଏବଂ ତାଙ୍କ ପରିବାର ଯୌତୁକ ଦାବି କରୁଥିବାର ଅଭିଯୋଗ କରିଥିଲା ବେଳେ ଜ୍ୟୋତି ଆଲୋକଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗ ଆଲୋକ କରିଛନ୍ତି।‘’
ଅନୁସନ୍ଧାନ ଶେଷରେ, ଆମେ ଫେସବୁକ ବ୍ୟବହାରକାରୀ ‘ହକ କି ଆୱାଜ’ର ପ୍ରୋଫାଇଲ ସ୍କାନ କରିଥିଲୁ ଯିଏ ମିଥ୍ୟା ଦାବି କରିଥିଲେ। 9 ଜାନୁଆରୀ 2021 ରେ ସୃଷ୍ଟି ହୋଇଥିବା ଏହି ପୃଷ୍ଠାରେ ପ୍ରାୟ 5800 ଅନୁସରଣକାରୀ ଅଛନ୍ତି |
ସିଦ୍ଧାନ୍ତ: ବରେଲିର ସୁଗାର ମିଲରେ ଜିଏମ୍ ଭାବରେ ନିଯୁକ୍ତ ହୋଇଥିବା ପିସିଏସ୍ ଅଧିକାରୀ ଜ୍ୟୋତି ମୌର୍ଯ୍ୟଙ୍କୁ ଏପର୍ଯ୍ୟନ୍ତ ତାଙ୍କ ପଦରୁ ହଟାଯାଇ ନାହିଁ। ସୋସିଆଲ ମିଡିଆରେ ଭାଇରାଲ ପୋଷ୍ଟ କେବଳ ଗୁଜବ ଅଟେ।
- Claim Review : ଜ୍ୟୋତି ମୌର୍ଯ୍ୟଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି
- Claimed By : FB user- ହକ୍ କି ଆୱାଜ୍
- Fact Check : False
Know the truth! If you have any doubts about any information or a rumor, do let us know!
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.