X
X

ଫ୍ୟାକ୍ଟ ଚେକ୍: ବିଜନୋର ମଦ୍ରାସାରେ ଅସ୍ତ୍ରଶସ୍ତ୍ର ନାମରେ ନକଲି କୋଲାଜ ହେଉଛି ଭାଇରାଲ

ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ, ବିଜନୋରର ଏକ ମଦ୍ରାସାରେ ଅସ୍ତ୍ରଶସ୍ତ୍ର ମିଳିବାର ଖବର ନାମରେ ଭାଇରାଲ ହେଉଥିବା କୋଲାଜ ନକଲି ବୋଲି ପ୍ରମାଣିତ ହୋଇଛି। ଚାରୋଟି ଭିନ୍ନ ଭିନ୍ନ ଫଟୋଗ୍ରାଫର ଏକ କୋଲାଜ କରି ମିଥ୍ୟା ପ୍ରଚାର କରାଯାଉଛି।

  • By: Ashish Maharishi
  • Published: Apr 5, 2022 at 03:42 PM
  • Updated: Apr 17, 2022 at 09:04 PM

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ଚାରିଟି ଫଟୋର ଏକ କୋଲାଜ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଭାଇରାଲ ହେଉଛି। ନକଲି ସାମ୍ପ୍ରଦାୟିକ ଦାବି କରାଯାଇ ଏହା ଭାଇରାଲ ହେବାରେ ଲାଗିଛି। ଏହି କୋଲାଜକୁ ସେୟାର୍ କରିବାବେଳେ ୟୁପିର ବିଜନୋରର ଏକ ମଦ୍ରାସାରୁ ମୁସଲମାନମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିବା ଦାବି କରାଯାଉଛି। ବିଶ୍ୱାସ ନ୍ୟୁଜ୍ ଭାଇରାଲ୍ ପୋଷ୍ଟର ଯାଞ୍ଚ କରିଥିଲା। ଏହା ମିଥ୍ୟା ସାବ୍ୟସ୍ତ ହେଲା। ବିଜନୋର ମଦ୍ରାସା ସହିତ ଲିଙ୍କ୍ କରି ଭାଇରାଲ ହେଉଥିବା ଫଟେଗୁଡ଼ିକ ବିଭିନ୍ନ ସ୍ଥାନର ପୁରୁଣା ଫଟୋ। ନିକଟ ଅତୀତରେ ବିଜନୋରର କୌଣସି ମଦ୍ରାସାରୁ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇ ନାହିଁ। ଜୁଲାଇ 2019 ରେ ଅବଶ୍ୟ ବିଜନୋର ପୋଲିସ ଏକ ମଦ୍ରାସାରୁ ବନ୍ଧୁକ, 4 ଟି ପିସ୍ତଲ, 49 ଟି ଅଫୁଟା ଗୁଳି ପାଇଥିଲା।

କଣ ଭାଇରାଲ୍ ହେଉଛି

ଫେସବୁକ ବ୍ୟବହାରକାରୀ କେ.ଏସ୍ ରାମସ୍ୱାମୀ ଏପ୍ରିଲ 1 ତାରିଖରେ ଚାରୋଟି ଫଟୋର ଏକ କୋଲାଜ ପୋଷ୍ଟ କରି ଦାବି କରିଛନ୍ତି: ‘ଉତ୍ତରପ୍ରଦେଶରେ ବିଜନୋରର ଏକ ମଦ୍ରାସାରେ ମୁସଲମାନମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।’

ଫ୍ୟାକ୍ଟ ଚେକ୍‌ ଉଦ୍ଦେଶ୍ୟରେ, ପୋଷ୍ଟରେ ଲେଖାଯାଇଥିବା ତଥ୍ୟଗୁଡ଼ିକ ଏଠାରେ ଅବିକଳ ଉପସ୍ଥାପିତ କରାଯାଇଛି। ଏହି ପୋଷ୍ଟର ଆର୍କାଇଭ୍ ସଂସ୍କରଣ ଏଠାରେ କ୍ଲିକ୍ କରି ଦେଖାଯାଇପାରିବ। ସମାନ ଏବଂ ଏକାଭଳି ଦାବି ସହିତ ଅନ୍ୟ ଉପଭୋକ୍ତାମାନେ ଏହାକୁ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ମଧ୍ୟ ସେୟାର୍ କରିଛନ୍ତି।

ଅନୁସନ୍ଧାନ

ବିଶ୍ୱାସ ନ୍ୟୁଜ୍ ପୂର୍ବରୁ ଏହିଭଳି ଏକ ନକଲି ପୋଷ୍ଟର ଅନୁସନ୍ଧାନ କରିସାରିଛି। ସେତେବେଳେ ମଧ୍ୟ ନକଲି ପୋଷ୍ଟଗୁଡ଼ିକରେ କୋଲାଜର ଚାରୋଟି ଫଟୋ ଭାଇରାଲ୍ ହୋଇଥିଲା। ଅନୁସନ୍ଧାନରେ ଅନଲାଇନ୍ ଉପକରଣ ବ୍ୟବହାର କରାଯାଇଥିଲା। ଆସନ୍ତୁ, କ୍ରମାନୁଯାୟୀ ଫଟୋଗୁଡ଼ିକର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ଜାଣିବା।

ପ୍ରଥମ ଫଟୋ

ବିଶ୍ୱାସ ନ୍ୟୁଜ୍ ପ୍ରଥମେ ଭାଇରାଲ୍ କୋଲାଜରୁ ପ୍ରଥମ ଫଟୋଟିକୁ କ୍ରପ୍ କଲା। ତା’ପରେ ଏହାକୁ ଗୁଗୁଲ୍ ରିଭର୍ସ ଇମେଜ୍ ଟୁଲରେ ଅପଲୋଡ୍ କରି ଖୋଜିବା ଆରମ୍ଭ କଲା। cansellall.com ନାମକ ଏକ ୱେବସାଇଟରେ ଆମେ ଏହି ଫଟୋ ପାଇଲୁ। ସେଥିରେ ମାର୍ଚ୍ଚ 3, 2021 ର ତାରିଖ ଥିଲା। ଅର୍ଥାତ୍ ତାହା ଏକ ପୁରୁଣା ଫଟୋ। ଭାରତ ସହିତ ମଧ୍ୟ ଏହାର କୌଣସି ସମ୍ପର୍କ ନାହିଁ। ମୂଳ ଫଟୋ ଏଠାରେ ଦେଖନ୍ତୁ।

ଦ୍ୱିତୀୟ ଫଟୋ

ଆମେ ଦ୍ୱିତୀୟ ଚିତ୍ରର ମଧ୍ୟ ସତ୍ୟତା ଜାଣିବାକୁ ଚେଷ୍ଟା କଲୁ। ଯେତେବେଳେ ଆମେ ଗୁଗୁଲ୍ ରିଭର୍ସ ଇମେଜ୍ ସର୍ଚ୍ଚ ସାହାଯ୍ୟରେ ଭୂମିରେ ରଖାଯାଇଥିବା ଅନେକଗୁଡ଼ିଏ ଖଣ୍ଡାର ଚିତ୍ର ଖୋଜିବା ଆରମ୍ଭ କଲୁ, ଏହା ପଟିଆଲାର ଏକ କାରଖାନାର ପୁରୁଣା ଫଟୋ ବୋଲି ପ୍ରମାଣିତ ହେଲା। ବିଶ୍ୱାସ ନ୍ୟୁଜ୍ ଏହାର ପୂର୍ବ ଅନୁସନ୍ଧାନ ସମୟରେ କୃପାଣ କାରଖାନା ଖାଲ୍‌ସା କକାର୍ ଭଣ୍ଡାରର ମାଲିକ ବଚନ ସିଂଙ୍କ ସହ ଯୋଗାଯୋଗ କରିଥିଲା। ସେହି ସମୟରେ ସୂଚନା ଦେଇ ସେ କହିଥିଲେ ଯେ ଫଟୋଟି ତାଙ୍କ ନିଜ କାରଖାନାରେ ନିଆଯାଇଛି, ଯେଉଁଠାରେ ଏହି ଖଣ୍ଡାଗୁଡ଼ିକ ପ୍ୟାକ୍ କରିବା ପାଇଁ ପ୍ରସ୍ତୁତ ଥିଲା। ବଚ୍ଚନ କହିଛନ୍ତି ଯେ ଜଣେ ଭିଜିଟର୍ ଏହି ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ, ଯାହା ପରେ ଏହି ଫଟୋ ଭିନ୍ନ ଭିନ୍ନ ଦାବି ସହିତ ଅନେକ ଥର ଭାଇରାଲ ହୋଇଛି, କିନ୍ତୁ ଏହି ଫଟୋର କୌଣସି ଘଟଣା ସହିତ ସମ୍ପର୍କ ନାହିଁ। ସମ୍ବନ୍ଧିତ ଫ୍ୟାକ୍ଟୁ ଚେକ୍ ଏଠାରେ ପଢ଼ନ୍ତୁ।

ତୃତୀୟ ଫଟୋ

ଅନୁସନ୍ଧାନ ସମୟରେ, ଆମେ ଶ୍ୟାମଲି ପୋଲିସର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ତୃତୀୟ ଫଟୋ ପାଇଲୁ। 29 ଜୁଲାଇ 2019 ରେ ଏହି ଫଟୋ ପୋଷ୍ଟ କରି କୁହାଯାଇଥିଲା ଯେ ଶ୍ୟାମଲି ପୋଲିସ 04 ଜଣ ବିଦେଶୀ ଏବଂ 03 ଟି ଭିନ୍ନ ଭିନ୍ନ ମଦ୍ରାସାର 03 ଜଣ ନଫର ମୋହତମିମ / ମଦ୍ରାସା ଅପରେଟରଙ୍କ ସମେତ 07 ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବେଆଇନ ଦଲିଲ, ଦେଶ-ବିଦେଶୀ ମୁଦ୍ରା ଏବଂ ଅନେକ ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଛି। ଅର୍ଥାତ୍ ଏହି ଫଟୋଟି ମଧ୍ୟ ପୁରୁଣା ବୋଲି ପ୍ରମାଣିତ ହେଲା।

ଚତୁର୍ଥ ଫଟୋ

ବର୍ତ୍ତମାନ ଆମକୁ ଚତୁର୍ଥ ଫଟୋର ସତ୍ୟତା ଜାଣିବା ଦରକାର ଥିଲା। ଆମେ ଫଟୋଟିକୁ ଗୁଗୁଲ୍ ରିଭର୍ସ ଇମେଜ୍ ଟୁଲରେ ଅପଲୋଡ୍ କରି ଖୋଜିଲୁ। ଗୁଜୁରାଟର ଏକ ସ୍ଥାନୀୟ ୱେବସାଇଟରେ ଆମେ ଭାଇରାଲ୍ ଫଟୋ ପାଇଲୁ। 5 ମାର୍ଚ୍ଚ 2016 ରେ, ଏହି ଫଟୋ ବ୍ୟବହାର କରି ଏକ ଖବରରେ ଲେଖାଯାଇଛି ଯେ ରାଜକୋଟରେ ଥିବା ଏକ ଦୋକାନରେ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖାଯାଇଥିଲା। ଯାହା ପରେ କିଛି ଲୋକଙ୍କୁ ଗିରଫ କରାଯାଇଥିଲା। ଏଠାରେ ସମ୍ପୂର୍ଣ୍ଣ ଖବର ପଢ଼ ନ୍ତୁ।

ବିଜନୋର ମଦ୍ରାସାରେ ଅସ୍ତ୍ରଶସ୍ତ୍ରର ସତ୍ୟତା

ଅନୁସନ୍ଧାନ ସମୟରେ, ଆମେ ବିଜନୋର ପୋଲିସର ଏକ ପୁରୁଣା ଟ୍ୱିଟ୍‌ ପାଇଲୁ। 8 ନଭେମ୍ବର 2020 ରେ କରାଯାଇଥିବା ଏହି ଟ୍ୱିଟରେ କୁହାଯାଇଛି ଯେ ବିଜନୋର ଜିଲ୍ଲାର ଶେରକୋଟ ପୋଲିସ ଷ୍ଟେସନ ଅଧୀନରେ ଥିବା ମଦ୍ରାସାରେ ହଜାର ହଜାର ବନ୍ଧୁକ, ଖଣ୍ଡା ଉଦ୍ଧାର ହେବା ନେଇ ପ୍ରଚାରିତ ଖବରକୁ ବିଜନୋର ପୋଲିସ ଅସ୍ୱୀକାର କରିଛି। ସଠିକ୍ ଖବର ନିମ୍ନରେ ଉଲ୍ଲେଖ କରାଯାଇଛି। ଟ୍ୱିଟ୍‌ରେ କୁହାଯାଇଛି ଯେ ଜୁଲାଇ 2019 ରେ ପୋଲିସ ମଦ୍ରାସାରୁ ଏକ ବନ୍ଧୁକ, 4 ଟି ପିସ୍ତଲ, 49 ଟି ଅଫୁଟା ଗୁଳି ଜବତ କରିଛି। ଏହି ଟ୍ୱିଟ୍‌କୁ ବିଜନୋର୍ ପୋଲିସର ଟ୍ୱିଟର ହ୍ୟାଣ୍ଡେଲ ତରଫରୁ ଜଣେ ଉପଭୋକ୍ତାଙ୍କୁ ଟ୍ୟାଗ୍ କରି ଏପ୍ରିଲ୍ 2, 2022 ରେ ପୁଣିଥରେ ପୋଷ୍ଟ କରାଯାଇଥିଲା।

ବିଶ୍ୱାସ ନ୍ୟୁଜ୍ ତଦନ୍ତକୁ ଆଗକୁ ବଢ଼ାଇ ବିଜନୋର ଦୈନିକ ଜାଗରଣର ବ୍ୟୁରୋ ମୁଖ୍ୟ କପିଲ ସଖିରାଙ୍କ ସହ ଯୋଗାଯୋଗ କରିଥିଲେ। ସେ କହିଛନ୍ତି ଯେ ଗତ କିଛି ବର୍ଷ ହେବ ଏହି ଫଟୋଗୁଡ଼ିକର କୋଲାଜ ଭାଇରାଲ ହେବାରେ ଲାଗିଛି। ଏହା ମିଥ୍ୟା ଅଟେ। ନିକଟ ଅତୀତରେ ମଦ୍ରାସାଗୁଡ଼ିକରେ ଏପରି ଘଟଣା ଘଟିନାହିଁ।

ଅନୁସନ୍ଧାନ ଶେଷରେ ବିଶ୍ୱାସ ନ୍ୟୁଜ୍ ଭୁଲ୍ ପୋଷ୍ଟ କରିଥିବା ଉପଭୋକ୍ତାଙ୍କର ଯାଞ୍ଚ କରିଥିଲା। ଫେସବୁକ ବ୍ୟବହାରକାରୀ କେ.ଏସ୍ ରାମସ୍ୱାମୀଙ୍କ ସୋସିଆଲ୍ ସ୍କାନିଂରୁ ଜଣାପଡ଼ିଛି ଯେ ଉପଭୋକ୍ତା କଡାୟନାଲୁରରେ ରୁହନ୍ତି। ତାଙ୍କୁ ତିନି ଶହରୁ ଅଧିକ ଲୋକ ଫଲୋ କରନ୍ତି। ତାଙ୍କର 577 ଜଣ ଫ୍ରେଣ୍ଡସ୍ ଅଛନ୍ତି।

निष्कर्ष: ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ, ବିଜନୋରର ଏକ ମଦ୍ରାସାରେ ଅସ୍ତ୍ରଶସ୍ତ୍ର ମିଳିବାର ଖବର ନାମରେ ଭାଇରାଲ ହେଉଥିବା କୋଲାଜ ନକଲି ବୋଲି ପ୍ରମାଣିତ ହୋଇଛି। ଚାରୋଟି ଭିନ୍ନ ଭିନ୍ନ ଫଟୋଗ୍ରାଫର ଏକ କୋଲାଜ କରି ମିଥ୍ୟା ପ୍ରଚାର କରାଯାଉଛି।

  • Claim Review : ୟୁପିର ବିଜନୋରର ଏକ ମଦ୍ରାସାରୁ ମୁସଲମାନମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି
  • Claimed By : ଫେସବୁକ୍ ୟୁଦର୍ କେ ଏସ୍ ରାମସ୍ୱାମୀ
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later