ଫ୍ୟାକ୍ଟ ଚେକ୍: ଭାରତ-ଚୀନ୍ ସୀମାରେ ସଡ଼କ ନିର୍ମାଣ ସମ୍ବନ୍ଧରେ ଏନଜିଓର ଏଡିଟ୍ କରାଯାଇଥିବା ଫଟୋ ହେଲା ଭାଇରାଲ

ବିଶ୍ୱାସ ନ୍ୟୁଜ୍ ନିଜ ଅନୁସନ୍ଧାନରୁ ଜାଣିବାକୁ ପାଇଲା ଯେ ଏହି ଦାବି ମିଥ୍ୟା ଅଟେ। ଏଡିଟିଂ ସଫ୍ଟୱେର୍ ସାହାଯ୍ୟରେ ଏଡିଟ୍ କରାଯାଇଥିବା ଏକ ଏନଜିଓର ଫଟୋ ମିଥ୍ୟା ଦାବି ସହିତ ଭାଇରାଲ ହେଉଛି।

ଫ୍ୟାକ୍ଟ ଚେକ୍: ଭାରତ-ଚୀନ୍ ସୀମାରେ ସଡ଼କ ନିର୍ମାଣ ସମ୍ବନ୍ଧରେ ଏନଜିଓର ଏଡିଟ୍ କରାଯାଇଥିବା ଫଟୋ ହେଲା ଭାଇରାଲ

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ହାତରେ ପ୍ଲାକାର୍ଡ ଧରି ବସିଥିବା କିଛି ଲୋକଙ୍କ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ଲାକାର୍ଡରେ ଲେଖାଯାଇଛି ଯେ ଭାରତ ଚୀନ୍ ସୀମାରେ କୌଣସି ରାସ୍ତା ନିର୍ମାଣ କରା ନ ଯାଉ। ଦାବି ହେଉଛି ଯେ ସିଟିଜେନ୍‌ସ ଫର ଗ୍ରୀନ୍ ଡୁନ୍ ନାମକ ଏକ ଏନଜିଓ ଉତ୍ତାଖଣ୍ଡରେ ଭାରତ-ଚୀନ୍ ସୀମାରେ ଭାରତ ସରକାର ନିର୍ମାଣ କରୁଥିବା ରାସ୍ତାକୁ ବିରୋଧ କରୁଛି। ଏହି ନିର୍ମାଣ କାର୍ଯ୍ୟ ବିରୋଧରେ ଏନଜିଓ ସୁପ୍ରିମକୋର୍ଟରେ ଏକ ପିଟିସନ ମଧ୍ୟ ଦାଖଲ କରିଛି। ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ, ଏହି ଫଟୋଟି ନକଲି ଏବଂ ଏଡିଟ୍ କରାଯାଇଥିବା ଜଣା ପଡ଼ିଛି। ଦୁଷ୍ପ୍ରଚାର ଉଦ୍ଦେଶ୍ୟରେ ଏହାକୁ ଭାଇରାଲ୍ କରାଯାଉଛି।

ଭାଇରାଲ୍ ପୋଷ୍ଟରେ କ’ଣ ଅଛି?

ଭାଇରାଲ ଛବି ସେୟାର କରି ଫେସବୁକ ପେଜ ‘ଜୟ ଭାରତ କୁମାର’ ଲେଖିଛନ୍ତି, “ମୁଁ କମ୍ୟୁନିଷ୍ଟମାନଙ୍କୁ ଦେଶଦ୍ରୋହୀ ଖାଲି ଏମିତି କୁହେ ନାହିଁ, 1942 ରେ ଇଂରେଜମାନଙ୍କୁ ସମର୍ଥନ କଲେ, 1962 ଯୁଦ୍ଧରେ ଚୀନ୍ ପାଇଁ ଚାନ୍ଦା ସଂଗ୍ରହ କଲେ, ଏବଂ ବର୍ତ୍ତମାନ ଚୀନ୍ ପାଇଁ ଭାରତରେ ଗୁପ୍ତଚର ଭଳି କାମ କରୁଛନ୍ତି। ସବୁଠୁ ବଡ଼ କଥା ହେଲା ସେମାନେ ଚୀନ୍ ପାଇଁ ରକ୍ତଦାନ ମଧ୍ୟ କରିଛନ୍ତି। ଦେଶ ସହିତ ସେମାନେ କରିଥିବା ବିଶ୍ୱାସଘାତକତାର ବଢ଼ିଆ ଉଦାହରଣ ସବୁ ରହିଛି। ଆଉ ଏହି ବିଶ୍ୱାସଘାତକତା ଏବେ ବି ଜାରି ରହିଛି। ଇଣ୍ଡୋ ଚାଇନା ସୀମାରେ ରାସ୍ତା ନିର୍ମାଣକୁ ବିରୋଧ କରି ଗୋଟିଏ ଏନଜିଓ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏବଂ ପରିବେଶର ଦ୍ୱାହି ଦେଇ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଦାବି କରିଛି। ଯେତେବେଳେ କି ଭାରତ ସରକାରଙ୍କ ଓକିଲ କହିଛନ୍ତି ଯେ ସେନାର ସାମଗ୍ରୀ ଯୋଗାଣ ପାଇଁ ଏହି ରାସ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ସମୟ ଆସିଛି ଏହି ଚାଇନାର ଦଲାଲମାନେ ଯେଉଁଠାରେ ମିଳିବେ ସେଠାରେ ସେମାନଙ୍କ ଖବର ନିଆଯିବା ଦରକାର।

ଭାଇରାଲ୍ ଦାବିକୁ ଅବିକଳ ଲେଖା ଯାଇଛି । ପୋଷ୍ଟର ଆର୍କାଇଭ୍ ଲିଙ୍କ୍ ଏଠାରେ ଦେଖା ଯାଇପାରିବ।

ଅନୁସନ୍ଧାନ

ଏହି ପୋଷ୍ଟର ସତ୍ୟତା ଜାଣିବା ପାଇଁ ବିଶ୍ୱାସ ନ୍ୟୁଜ୍ ଗୁଗୁଲ୍ ରିଭର୍ସ ଇମେଜ୍ ମାଧ୍ୟମରେ ଭାଇରାଲ୍ ଫଟୋ ଖୋଜିଲା। ଏହି ସମୟରେ, ଆମକୁ ସିଟିଜେନ୍ ଫର୍ ଗ୍ରୀନ୍ ଡୁନ୍ ନାମକ ଏକ ଫେସବୁକ୍ ପେଜରେ ମୂଳ ଫଟୋ ମିଳିଲା। ମୂଳ ଫଟୋରେ, ଇଣ୍ଡୋ ଚୀନ୍ ସୀମାରେ କୌଣସି ରାସ୍ତା ନିର୍ମାଣ କରାଯିବା ଉଚିତ୍ ନୁହେଁ, ଲେଖାଯାଇ ନାହିଁ ବରଂ ଆସନ୍ତୁ ଏବଂ ସିଟିଜେନ୍ ଫର୍ ଗ୍ରୀନ୍ ଡୁନ୍ ସହିତ ଯୋଗ ଦିଅନ୍ତୁ ଲେଖାଯାଇଛି।

ଫେସବୁକରେ କିଛି କୀୱର୍ଡ ମାଧ୍ୟମରେ ସନ୍ଧାନ କରିବା ପରେ, ଆମେ ଏହି ଏନଜିଓର ସଦସ୍ୟ ଇରା ଚୌହାନଙ୍କ ଫେସବୁକ୍ ଆକାଉଣ୍ଟରେ ଭାଇରାଲ୍ ଦାବି ସହ ଜଡ଼ିତ ଏକ ପୋଷ୍ଟ ପାଇଲୁ। ଭାଇରାଲ୍ ଛବି ପୋଷ୍ଟ କରି ସେ ଏହି ଦାବିକୁ ନକଲି ବୋଲି କହିଛନ୍ତି ଏବଂ ଫଟୋସପ୍ ସାହାଯ୍ୟରେ ଫଟୋଟି ଏଡିଟ୍ କରାଯାଇଛି ଏବଂ ଭୁଲ ଦାବି ସହ ସେୟାର କରାଯାଇଛି ବୋଲି ଲେଖିଛନ୍ତି। ଲୋକମାନେ ଆମର ଏନଜିଓ ବିରୁଦ୍ଧରେ ମିଥ୍ୟା ପ୍ରଚାର କରୁଛନ୍ତି। ସୀମାରେ ରାସ୍ତା ନିର୍ମାଣ କରିବାକୁ ଆମେ ବିରୋଧ କରୁନାହୁଁ।

ଅନୁସନ୍ଧାନକୁ ଆଗକୁ ନେବା ପାଇଁ ଆମେ ସିଟିଜେନ୍ ଫର୍ ଗ୍ରୀନ୍ ଡୁନ୍ ଏନଜିଓର ଜଣେ ସଦସ୍ୟଙ୍କ ସହ ଯୋଗାଯୋଗ କରିଥିଲୁ। ଭାଇରାଲ୍ ଦାବି ମିଥ୍ୟା ବୋଲି ସେ ଆମକୁ କହିଥିଲେ। ଆମେ ରାସ୍ତା ନିର୍ମାଣର ବିରୋଧୀ ନୁହେଁ। ଲୋକମାନେ ଆମର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ବିଭ୍ରାନ୍ତିକର ଦାବି ପ୍ରଚାର କରୁଛନ୍ତି। ମୂଳ ଫଟୋଟି ‘ସିଏଫ୍‌ଜିଡି ସହିତ ଯୋଗ ଦିଅ’ ଲେଖା ଯାଇଛି, ଏହି ଫଟୋଟି ଏପ୍ରିଲ୍ 2021 ରେ ଡି.ଏ.ଭି. କରଣପୁରରେ ଉଠା ଯାଇଥିଲା।

ଅନୁସନ୍ଧାନ ଶେଷ ହେବା ପରେ, ଆମେ ଏହି ଦାବି କରିଥିବା ଫେସବୁକ୍ ୟୁଜର୍ ଜୟ ଭାରତ କୁମାରଙ୍କ ଆକାଉଣ୍ଟ ସ୍କାନ କରିଥିଲୁ। ତା’ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ପ୍ରୋଫାଇଲ୍ ମେ 2011 ଠାରୁ ଫେସବୁକରେ ସକ୍ରିୟ ଅଛି।

निष्कर्ष: ବିଶ୍ୱାସ ନ୍ୟୁଜ୍ ନିଜ ଅନୁସନ୍ଧାନରୁ ଜାଣିବାକୁ ପାଇଲା ଯେ ଏହି ଦାବି ମିଥ୍ୟା ଅଟେ। ଏଡିଟିଂ ସଫ୍ଟୱେର୍ ସାହାଯ୍ୟରେ ଏଡିଟ୍ କରାଯାଇଥିବା ଏକ ଏନଜିଓର ଫଟୋ ମିଥ୍ୟା ଦାବି ସହିତ ଭାଇରାଲ ହେଉଛି।

False
Symbols that define nature of fake news
Know The Truth...

Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923

Related Posts
ନୂଆ ପୋଷ୍ଟଗୁଡ଼ିକ