ତଥ୍ୟ ଯାଞ୍ଚ : ଆଲିଆ ଭଟ୍ଟଙ୍କ ଝିଅ ନାମରେ ଭାଇରାଲ୍ ହେଉଥିବା ଫଟୋ ଏଡିଟ୍ ହୋଇଛି, ଭୁଲ୍ ଦାବି ହେଉଛି ଭାଇରାଲ୍
- By: Pragya Shukla
- Published: Nov 16, 2022 at 11:46 AM
ନୂଆଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) ଆଲିଆ ଭଟ୍ଟ ଏବଂ ରଣବୀର କପୁର ମାତାପିତା ହୋଇଛନ୍ତି । ଆଲିଆ କିଛି ଦିନ ତଳେ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି । ଦୁଇଜଣ ପିତାମାତା ହେବା ପରଠାରୁ ସୋସିଆଲ ମିଡିଆରେ ଗୋଟିଏ ଫଟୋ ଭାଇରାଲ୍ ହେବାରେ ଲାଗିଛି । ଫଟୋରେ ଆଲିଆ ଭଟ୍ଟ ଗୋଟିଏ ଶିଶୁ ସହ ନଜରକୁ ଆସୁଛନ୍ତି । ୟୁଜରମାନେ ଦାବି କରଛନ୍ତି ଯେ ଏହା ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ପ୍ରଥମ ଫଟୋ ଅଟେ ।
ବିଶ୍ବାସ ନ୍ୟୁଜର ଅନୁସନ୍ଧାନରେ ଭାଇରାଲ୍ ଦାବି ଭୁଲ୍ ପ୍ରମାଣିତ ହେଲା । ଛୋଟ ଶିଶୁ ସହ ଭାଇରାଲ୍ ହେଉଥିବା ଆଲିଆଙ୍କ ଫଟୋ ଏଡିଟ୍ ହୋଇଛି । ଅସଲି ଫଟୋରେ ଆଲିଆ ଭଟ୍ଟ ନୁହେଁ, ଅନ୍ୟ କେହି ମହିଳା ଅଛନ୍ତି । ଯାହାଙ୍କ ଚେହେରା ଏଡିଟ୍ ହୋଇ ଆଲିଆଙ୍କ ଫଟୋ ଲଗାଯାଇଛି । ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ ଶିଶୁର ଫଟୋ ସେୟାର କରାଯାଇ ନାହିଁ ।
ଭାଇରାଲ୍ ପୋଷ୍ଟରେ ଅଛି କଣ ?
ଫେସବୁକ୍ ୟୁଜର उषा रहमानी 8 ନଭେମ୍ବର 2022ରେ ଭାଇରାଲ୍ ଫଟୋ ସେୟାର କରିଥିଲେ । ସେ ଏହି ଫଟୋ ସେୟାର କରି ଶୀର୍ଷକ ଲେଖିଛନ୍ତି ଯେ, “ ଝିଅ ଜନ୍ମ ଦେଇଥିବାରୁ ଆଲିଆଙ୍କୁ ଶୁଭକାମନା ।”
ସୋସିଆଲ୍ ମିଡିଆରେ ଅନ୍ୟ ୟୁଜର ମଧ୍ୟ ଏଭଳି ଦାବି ସୋୟାର କରୁଛନ୍ତି । ପୋଷ୍ଟର ଆର୍କାଇଭ୍ ଭର୍ସନ୍ ଏଠାରେ ଦେଖା ଯାଇ ପାରିବ ।
ଅନୁସନ୍ଧାନ
ଭାଇରାଲ୍ ଫଟୋର ସତ୍ୟତା ଜାଣିବା ପାଇଁ ଆମେ ଗୁଗଲରେ ସମ୍ବନ୍ଧୀୟ କିୱାର୍ଡ ଦେଇ ସର୍ଚ୍ଚ କରିଥିଲୁ । କିନ୍ତୁ ଭାଇରାଲ୍ ଦାବି ସହ ସମ୍ବନ୍ଧୀୟ କୌଣସି ବିଶ୍ବାସନୀୟ ମିଡିଆ ରିପୋର୍ଟ ମିଳି ନଥିଲା । ଆମେ ଆଲିଆ ଭଟ୍ଟଙ୍କ ସୋସିଆଲ୍ ମିଡିଆ ଏକାଉଣ୍ଟ ମଧ୍ୟ ଦେଖିଥିଲୁ । ସେଠାରେ ମଧ୍ୟ ଆମକୁ ଶିଶୁର କୌଣସି ଫଟୋ ମିଳି ନଥିଲା । ଆଲିଆ ଭଟ୍ଟ 6 ନଭେମ୍ବର 2022ରେ ନିଜ ଔପଚାରିକ ଇନଷ୍ଟାଗ୍ରାମ ଏକାଉଣ୍ଟରେ ବାଘର ପରିବାରର ଫଟୋ ସେୟାର୍ କରିଥିଲେ । ଏହାକୁ ସେୟାର କରି ଆଲିଆ ଲେଖିଥିଲେ, ସେ ଗୋଟିଏ ଶିଶୁକନ୍ୟା ଜନ୍ମ ଦେଇଛନ୍ତି । ଏହା ବ୍ୟତୀତ ଆଲିଆଙ୍କ ସୋସିଆଲ୍ ମିଡିଆ ଏକାଉଣ୍ଟରେ ଆମକୁ କୌଣସି ଫଟୋ ମିଳି ନଥିଲା ।
ଅନୁସନ୍ଧାନକୁ ଆଗକୁ ବଢ଼ାଇ ଆମେ ଭାଇରାଲ୍ ଫଟୋକୁ ଗୁଗଲ୍ ରିଭର୍ସ ଇମେଜ୍ ମାଧ୍ୟମରେ ଖୋଜିଥିଲୁ । ଏ ସମୟରେ ଆମକୁ ଅସଲି ଫଟୋ Inspiralized ନାମକ ୱେବସାଇଟରେ ପୋଷ୍ଟ ହୋଇଥିଲା ମିଳିଥିଲା ।
ଅନୁସନ୍ଧାନ ସମୟରେ ବିଶ୍ବାସ ନ୍ୟୁଜ୍ ଦୈନିକ ଜାଗରଣ, ମୁମ୍ବାଇର ବରିଷ୍ଠ ସାମ୍ବାଦିକ ସ୍ମିତା ଶ୍ରୀବାସ୍ତବଙ୍କ ସହ ସଂପର୍କ କରିଥିଲୁ । ସେ ଆମକୁ କହିଥିଲେ ଯେ ଭାଇରାଲ୍ ଦାବି ଭୁଲ୍ ଅଟେ । ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ ଶିଶୁର ଫଟୋ ସେୟାର କରାଯାଇ ନାହିଁ ।
ଅନୁସନ୍ଧାନ ଶେଷରେ ବିଶ୍ବାସ ନ୍ୟୁଜ୍ ନକଲି ପୋଷ୍ଟ ସେୟାର୍ କରିଥିବା ୟୁଜର୍ ଉଷା ରହମାନୀଙ୍କ ସୋସିଆଲ୍ ସ୍କାନିଂ କରିଥିଲା । ପ୍ରୋଫାଇଲ୍ ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ୟୁଜର୍ ବାଙ୍ଗଲାଦେଶରେ ରୁହନ୍ତି । ଉଷା ରହମାନୀଙ୍କୁ 37 ହଜାରରୁ ଅଧିକ ଲୋକ ଫଲୋ କରୁଛନ୍ତି ।
ନିଷ୍କର୍ଷ : ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଶିଶୁ କନ୍ୟାଙ୍କ ଫଟୋ ନେଇ ଭାଇରାଲ୍ ଦାବି ଭୁଲ୍ ପ୍ରମାଣିତ ହୋଇଥିଲା । ଶିଶୁ ସହ ଆଲିଙ୍କ ଫଟୋ ଏଡିଟେଡ୍ ଅଟେ । ଅସଲି ଫଟୋରେ ଆଲିଆ ନୁହେଁ ଅନ୍ୟ ଜଣେ ମହିଳା ଅଛନ୍ତି । ଯାହାଙ୍କ ଚେହେରା ଏଡିଟ୍ କରାଯାଇ ଆଲିଆଙ୍କ ଚେହେରା ଲଗାଯାଇଛି । ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତୁ ଶିଶୁର ଫଟୋ ସେୟାର କରାଯାଇ ନାହିଁ ।
- Claim Review : ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଶିଶୁର ପ୍ରଥମ ଫଟୋ
- Claimed By : ଉଷା ରହମାନୀ
- Fact Check : False
Know the truth! If you have any doubts about any information or a rumor, do let us know!
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.