X
X

ତଥ୍ୟ ଯାଞ୍ଚ: ନାୟାର୍ ହସ୍ପିଟାଲ୍ ମୁମ୍ବାଇର ଡିନ୍ ନୁହଁନ୍ତି ଡାକ୍ତର. ତରୁଣ କୋଠାରୀ, ମାସ୍କ ପିନ୍ଧିଲେ ମୃତ୍ୟୁ ହୁଏ ନାହିଁ

ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ଡାକ୍ତର ତରୁଣ କୋଠାରୀ ନାୟର୍ ହସ୍ପିଟାଲ୍ ମୁମ୍ବାଇର ଡିନ୍ ନୁହଁନ୍ତି । ଡାକ୍ତର ତରୁଣ କୋଠାରୀ ଦେିଇଥିବା ପରାର୍ମର୍ଶ ମଧ୍ୟ ଭୁଲ୍ ଜଣା ପଡ଼ିଲା । ଡବ୍ଲୁଏଚ୍ଓ ଏବଂ ଏମ୍ସ ଡାକ୍ତର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ସଠିକ୍ ଶୈଳୀରେ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ନୂଆଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) କରୋନା ମାମଲା ପୁଣିଥରେ 2.5 ଲକ୍ଷ ଅତିକ୍ରମ କରିସାରିଛି । ଗତ 24 ଘଣ୍ଟା କଥା କହିଲେ, ଦେଶରେ କୋଭିଡ୍19 ର 2,82,970 ନୂଆ ମାମଲା ମିଳିଛ । ଦେଶରେ ଓମିକ୍ରୋନ୍ ରୋଗୀ ସଂଖ୍ୟା ମଧ୍ୟ 8,961 ହୋଇଯାଇଛି । ଏ ସମୟରେ ସୋଲିଆଲ୍ ମିଡିଆରେ 1.34 ସେକେଣ୍ଡର ଏକ ଭିଡିଓ ପୋଷ୍ଟ କରାଯାଉଛି । ଭିଡିଓରେ ଜଣେ ବ୍ୟକ୍ତି କହୁଛନ୍ତି ଯେ, ମାସ୍କ ପିନ୍ଧିଲେ ବିଭିନ୍ନ ପ୍ରକାରର ରୋଗ ହେବ । ଏପରିକି ମୃତ୍ୟୁ ମଧ୍ୟ ହୋଇପାରେ ।

ଏଥିସହ ସେ ମଧ୍ୟ ସାମାଜିକ ଦୂରତ୍ବ ପାଳନ କରିବା ପାଇଁ ଲୋକମାନଙ୍କୁ ମନା କରୁଛନ୍ତି । ଟୀକା ନନେବା ପାଇଁ ସେ ଲୋକମାନଙ୍କୁ ନିବେଦନ କରୁଛନ୍ତି । ଭିଡିଓରେ ଦେଖାଯାଉଥିବା ଏହି ବ୍ୟକ୍ତି ନିଜକୁ ଡାକ୍ତର. ତରୁଣ କୋଠାରୀ କହୁଛନ୍ତି । ଡାକ୍ତର ତରୁଣ କୋଠାରୀ ନାୟର୍ ହସ୍ପିଟାଲ୍ ମୁମ୍ବାଇର ଡିନ୍ ବୋଲି ଦାବି କରାଯାଇଛି ।

ବିଶ୍ବାସ ନ୍ୟୁଜ୍ ନିଜର ଅନୁସନ୍ଧାନରେ ଏହି ଦାବିକୁ ଭୁଲ୍ ବୋଲି ଜାଣିବାକୁ ପାଇଛି । ତରୁଣ କୋଠାରୀ ନାୟର୍ ହସ୍ପିଟାଲ୍ ମୁମ୍ବାଇର ଡିନ୍ ନୁହଁନ୍ତି । ଏହା ବ୍ୟତୀତ ଏମ୍ସ ଡାକ୍ତର ମାସ୍କ ଲଗାଇବା ଦ୍ବାରା ମୃତ୍ୟୁ ହେବା କଥାକୁ ଗୁଜବ ବୋଲି କହିଛନ୍ତି ।

ଭାଇରାଲ୍ ପୋଷ୍ଟରେ କଣ ଅଛି

ଫେସବୁକ୍ ପେଜ୍ √√Ara आस पास√√ରେ 18 ଜାନୁୟାରୀରେ ଏହି ଭିଡିଓ ପୋଷ୍ଟ କରି ଲେଖାଯାଇଛି ଯେ,

ଅନୁସନ୍ଧାନ

ପ୍ରଥମେ ଆମେ ଭାଇରାଲ ଭିଡିଓରେ ଥିବା ନାୟାର୍ ହସ୍ପିଟାଲ୍ ମୁମ୍ବାଇର ଡିନ୍ ବିଷୟରେ ଖୋଜିଥିଲୁ । ଜଣାପଡ଼ିଥିଲା ଯେ, ଏହାର ସମ୍ପୂର୍ଣ୍ଣ ନାମ ବି. ୱାଇ. ଏଲ୍. ନାୟାର୍ ଚ୍ୟାରିଟେବୁଲ୍ ହସ୍ପିଟାଲ୍ ଅଟେ । ଏହି ହସ୍ପିଟାଲ୍ ସହ ଯୋଗାଯୋଗ କରିବାରୁ ଜଣା ପଡ଼ିଲା ଯେ, ସେଠାକାର ଡିନ୍ ଙ୍କ ନାମ ତରୁଣ କୋଠାରୀ ନୁହେଁ, ଡାକ୍ତର ରମେଶ ଭାରମଲ୍ ଅଟେ ।

ଏହାପରେ ଆମେ ଭିଡିଓରେ ଦେଖାଯାଉଥିବା ଡାକ୍ତର ତରୁଣ କୋଠାରୀଙ୍କ ଖୋଜଖବର ନେଇଥିଲୁ । ଏନେଇ 23 ଜୁଲାଇ 2021ରେ ନବଭାରତ ଟାଇମ୍ସ ରେ ଛପାଯାଇଥିବା ଏକ ଖବରର ଲିଙ୍କ୍ ମିଳିଥିଲା । ଏହା ଅନୁଯାୟୀ, ତରୁଣ କୋଠାରୀଙ୍କ ଭିଡିଓ ଭାଇରାଲ୍ ହେବା ନେଇ ଦିଲ୍ଲୀ କ୍ରାଇମବ୍ରାଞ୍ଚ ତରଫରୁ ଏକ ମାମଲା ଦାୟର ହୋଇଛି । ସେ ଦିଲ୍ଲୀର ପଶ୍ଚିମ ବିହାର ଅଞ୍ଚଳରେ ରୁହନ୍ତି । ରାଜସ୍ଥାନ ଉଦୟପୁରର ଏକ ମେଡିକାଲ୍ କଲେଜରୁ ସେ ଏମବିବିଏସ୍ ଏବଂ ଏମ୍ ଡି ରେଡିଓଲୋଜିଷ୍ଟ କରିଛନ୍ତି । ସେ ମଧ୍ୟ ‘ଶିବ ଶକ୍ତି ପାର୍ଟି’ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛନ୍ତି । ଡାକ୍ତର ତରୁଣ କୋଠାରୀ ଚାନ୍ଦନୀଚୌକରୁ ଲୋକସଭା ଏବଂ ନାଙ୍ଗଲୋଇ ଜାଟରୁ ବିଧାନସଭା ନିର୍ବାଚନ ବ୍ୟତୀତ ପୀରାଗଢ଼ୀରୁ କାଉନସିଲର୍ ନିର୍ବାଚନ ପାଇଁ ମଧ୍ୟ ଲଢ଼ିଥିଲେ ।

ଆମେ ତରୁଣ କୋଠାରୀଙ୍କ ସହ କଥା ହୋଇଥିଲୁ । ସେ କହିଥିଲେ, ମୁଁ ନାୟାର୍ ହସ୍ପିଟାଲ୍ ମୁମ୍ବାଇର ଡିନ୍ ନୁହେଁ । ମୋ ଭିଡିଓରେ ଏଭଳି ଲେଖି କେହି ଭାଇରାଲ୍ କରିଦେଇଥିବେ । ମୁଁ ଇଣ୍ଡୋୃ ଆମେରିକାନ୍ ହେଲଥ୍ କେୟାର୍ ରେ ଅଭ୍ୟାସ କରୁଛନ୍ତି । ମୁଁ ହିଁ ମାସ୍କରୁ ରୋଗ ହେବା କଥା କହିଥିଲି ।

ଏହାପରେ ଆମେ ମାସ୍କରୁ ରୋଗ ହେବା କଥାର ଅନୁସନ୍ଧାନ କରିଥିଲୁ । ୱାର୍ଲଡ ହେଲଥ୍ ଅର୍ଗାନାଇଜେସନ୍ (ଡବ୍ଲୁ ଏଚ୍ ଓ) ଅନୁଯାୟୀ, ଡିଲିଟ୍ ହୋଇଯାଇଛି (ସଂକ୍ରମଣ ବଢ଼ିବାରୁ ରୋକିବା ଏବଂ ଜୀବନ ବଞ୍ଚାଇବାର ମାସ୍କ ହେଉଛି ମୁଖ୍ୟ ସାଧନ । ସମସ୍ତଙ୍କୁ ସଠିକ ମାସ୍କର ବ୍ୟବହାର କରିବା ଉଚିତ । ସାମାଜିକ ଦୂରତ୍ବର ପାଳନ କରନ୍ତୁ, ଗହଳି ସ୍ଥାନ ଯିବାରୁ ବିରତ ରୁହନ୍ତୁ, କୌଣସି ବ୍ୟକ୍ତିର ଅଧିକ ନିକଟତର ହୁଅନ୍ତୁ ନାହିଁ, ଆବଦ୍ଧ ଥିବା ସ୍ଥାନରେ ପବନ ଚଳାଚଳ ଭଲରେ ହେଉଥିବା ଉଚିତ, ହାତକୁ ନିୟମିତ ପରିଷ୍କାର କରନ୍ତୁ ଏବଂ ଛିଙ୍କିବା ବେଳେ କିମ୍ବା କାଶିବା ବେଳେ ମୁଁହ ଘୋଡ଼ାଇ ରଖନ୍ତୁ ।)

ପିଆଇବି ମଧ୍ୟ 14 ଜାନୁୟାରୀ 2022ରେ ଟ୍ବିଟ୍ କରି, ଏଭଳି ନକଲି ଭିଡିଓକୁ ଫର୍ୱାର୍ଡ ନକରିବାକୁ ଏବଂ କୋଭିଡ୍ ରୁ ରକ୍ଷା ପାଇବା ପାଇଁ ମାସ୍କ, ଟୀକାକରଣ ଏବଂ ଶାରିରୀକ ଦୂରତ୍ବ ଭଳି କୋଭିଡ୍ ଉପଯୋଗୀ ବ୍ୟବହାରର ଅନୁପାଳନ ପାଇଁ ନିବେଦନ କରିଛି ।

ଏ ପ୍ରସଙ୍ଗରେ ଏମ୍ସର ଡାକ୍ତର ନୀରଜ ନିଶ୍ଚଳଙ୍କ କହିବା କଥା ହେଉଛି, ଏହା ଏକ ଗୁଜବ । ମାସ୍କ ଆପଣଙ୍କ ଜୀବନ ରକ୍ଷା କରେ, ବେମାର କରେ ନାହିଁ । ସଠିକ୍ ମାସ୍କ ସଠିକ୍ ଶୈଳୀରେ ପିନ୍ଧିଲେ ଜୀବନ ବଞ୍ଚିବ, କେହି ବେମାର ହେବେ ନାହିଁ । ଟୀକାକରଣ ବିଷୟରେ ସେ କହିଛନ୍ତି, ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଟୀକା ଦିଆଯାଉଛି, ଏହାକୁ କମ୍ କରିବା ପାଇଁ ନୁହେଁ । ଏହାଦ୍ବାରା ରୋଗ ପ୍ରତିରୋଧକ ଶକ୍ତି କମ ହେବା କଥା ମଧ୍ୟ ଭୁଲ୍ ।

ଭିଡିଓକୁ ନକଲି ବୋଲି ଦାବି କରିବା ସହ ଏହାକୁ ଭାଇରାଲ୍ କରିଥିବା ଫେସବୁକ୍ ପେଜ୍ √√Ara आस पास√√ କୁ ଆମେ ସ୍କାନ କରିଥିଲୁ । ଏହାକୁ 537 ବ୍ୟକ୍ତି ଫଲୋ କରୁଛନ୍ତି ।

निष्कर्ष: ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ଡାକ୍ତର ତରୁଣ କୋଠାରୀ ନାୟର୍ ହସ୍ପିଟାଲ୍ ମୁମ୍ବାଇର ଡିନ୍ ନୁହଁନ୍ତି । ଡାକ୍ତର ତରୁଣ କୋଠାରୀ ଦେିଇଥିବା ପରାର୍ମର୍ଶ ମଧ୍ୟ ଭୁଲ୍ ଜଣା ପଡ଼ିଲା । ଡବ୍ଲୁଏଚ୍ଓ ଏବଂ ଏମ୍ସ ଡାକ୍ତର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ସଠିକ୍ ଶୈଳୀରେ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି ।

  • Claim Review : ଡାକ୍ତର. ତରୁଣ କୋଠାରୀ ନାୟର୍ ହସ୍ପିଟାଲ୍ ମୁମ୍ବାଇର ଡିନ୍ ଅଟନ୍ତି । ମାସ୍କ ପିନ୍ଧିଲେ ମୃତ୍ୟୁ ହୋଇଥାଏ ।
  • Claimed By : ଏଫ୍ ବି ୟୁଜର୍- √√Ara आस पास√√
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later