X
X

ଫ୍ୟାକ୍ଟ ଚେକ୍: ବଲିଉଡ୍‌ ଅଭିନେତା ଜିତେନ୍ଦ୍ରଙ୍କୁ ନେଇ ଗୁଜବ ପ୍ରଚାର କରୁଥିବା ଭାଇରାଲ ପୋଷ୍ଟ ମିଥ୍ୟା ଅଟେ

  • By: Jyoti Kumari
  • Published: Dec 17, 2022 at 04:18 PM
  • Updated: Jul 10, 2023 at 11:52 AM

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି। ଖବରର ଶୀର୍ଷକ ପଢ଼ି ଲାଗୁଛି ଯେ ବଲିଉଡର ବରିଷ୍ଠ ଅଭିନେତା ଜିତେନ୍ଦ୍ରଙ୍କ ଦେହାନ୍ତ ହୋଇଯାଇଛି। ଏହି ଖବରର କଭର ଇମେଜରେ ଐଶ୍ୱର୍ଯ୍ୟା ରାୟ, ଜୟା ବଚ୍ଚନ ଏବଂ ଅଜୟ ଦେବଗନଙ୍କ ଫଟୋ ବ୍ୟବହାର ଲଗାଯାଇଛି। ବିଶ୍ୱାସ ନ୍ୟୁଜ୍ ଭାଇରାଲ୍ ପୋଷ୍ଟକୁ ଯାଞ୍ଚ କରିଛି। ଏହା ମିଥ୍ୟା ପ୍ରମାଣିତ ହୋଇଛି। ବାସ୍ତବରେ, ଅକ୍ଟୋବର 15 ରେ ଜିତେନ୍ଦ୍ର ଶାସ୍ତ୍ରୀ ନାମକ ଅନ୍ୟ ଜଣେ ଅଭିନେତାଙ୍କର ଦେହାନ୍ତ ହୋଇଥିଲା। ସେ ‘ବ୍ଲାକ୍ ଫ୍ରାଇଡେ’ ଠାରୁ ଆରମ୍ଭ କରି ‘ଇଣ୍ଡିଆସ୍ ମୋଷ୍ଟ ୱାଣ୍ଟେଡ୍’ ଏବଂ ମିର୍ଜାପୁର ଭଳି ଅନେକ ଚଳଚ୍ଚିତ୍ର ଏବଂ ୱେବ୍ ସିରିଜରେ ଅଭିନୟ କରିଥିଲେ। ଅନ୍ୟପକ୍ଷରେ ବଲିଉଡର ବର୍ଷୀୟାନ୍ ହିରୋ ଜିତେନ୍ଦ୍ର ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି, କିନ୍ତୁ ଭାଇରାଲ ଖବରର ହେଡିଂ ପଢ଼ିବା ପରେ ସୋସିଆଲ ମିଡିଆରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

କ’ଣ ଭାଇରାଲ୍ ହେଉଛି

ଫେସବୁକ ପେଜ୍‌ “ବଲିଉଡ ସ୍ପେଶାଲ” ଡିସେମ୍ବର 12 ରେ ଏହି ପୋଷ୍ଟ ସେୟାର୍ କରି କ୍ୟାପସନରେ ଲେଖିଛି, “ଏବେ ଏବେ: ବଲିଉଡର ବରିଷ୍ଠ ଅଭିନେତା ଜିତେନ୍ଦ୍ର ଦୁନିଆରୁ ବିଦାୟ ନେଲେ, ଦେଶରେ ଶୋକ ପାଳନ କରାଯାଉଛି।”

ସୋସିଆଲ ମିଡିଆରେ ଅନ୍ୟ କେତେକ ବ୍ୟବହାରକାରୀ ଏହି ପୋଷ୍ଟକୁ ସମାନ ଏବଂ ଏକାଭଳି ଦାବି ସହିତ ସେୟାର କରୁଛନ୍ତି। ପୋଷ୍ଟର ଏକ ଆର୍କାଇଭ୍ ସଂସ୍କରଣ ଏଠାରେ ଦେଖା ଯାଇପାରିବ।

ଅନୁସନ୍ଧାନ

ଏହି ଗୁଜବର ସତ୍ୟତା ଜାଣିବା ପାଇଁ ବିଶ୍ୱାସ ନ୍ୟୁଜ୍ ପ୍ରଥମେ ଗୁଗୁଲ୍ ସର୍ଚ୍ଚ କରିଥିଲା। ଭାଇରାଲ୍ ପୋଷ୍ଟରେ ଦାବି କରାଯାଇଥିବା ପରି ଅଭିନେତା ଜିତେନ୍ଦ୍ରଙ୍କ ମୃତ୍ୟୁ ଖବର ଆମେ କୌଣସି ସ୍ଥାନରେ ପାଇଲୁ ନାହିଁ। ଅଭିନେତା ଜିତେନ୍ଦ୍ର ଜଣେ ବହୁତ ବଡ଼ ବ୍ୟକ୍ତିତ୍ୱ ଏବଂ ଯଦି ତାଙ୍କ ବିଷୟରେ ଏପରି କୌଣସି ଖବର ଆସିଥାନ୍ତା, ତେବେ ଏହା ନିଶ୍ଚିତ ଭାବରେ ଗଣମାଧ୍ୟମରେ ନିଶ୍ଚିତ ଭାବରେ ପ୍ରକାଶ ପାଇଥାନ୍ତା।

ଅନୁସନ୍ଧାନକୁ ଆଗକୁ ନେଇ, ଆମେ ପୋଷ୍ଟରେ ଦିଆଯାଇଥିବା ଲିଙ୍କ୍ ଉପରେ କ୍ଲିକ୍ କଲୁ। ଏଠାରେ ଆମେ ଜାଣିବାକୁ ପାଇଲୁ ଯେ ଅଭିନେତା ଜିତେନ୍ଦ୍ର ଶାସ୍ତ୍ରୀଙ୍କର 5 ଅକ୍ଟୋବର 2022 ରେ ଦେହାନ୍ତ ହୋଇଥିଲା। ଜିତେନ୍ଦ୍ର ଶାସ୍ତ୍ରୀ ଫିଲ୍ମ ‘ବ୍ଲାକ୍ ଫ୍ରାଇଡେ’ ଏବଂ ‘ମିର୍ଜାପୁର’ ସିରିଜରେ କାମ କରିଥିଲେ। ଅନେକ ଖବର ୱେବସାଇଟ୍ ଜିତେନ୍ଦ୍ର ଶାସ୍ତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶ କରିଥିଲେ।

ତାପରେ ଆମେ ଗୁଗୁଲରେ ଅଭିନେତା ଜିତେନ୍ଦ୍ର କପୁରଙ୍କୁ ସର୍ଚ୍ଚ କଲୁ। ସେତେବେଳେ ଜାଣିବାକୁ ପାଇଲୁ ଯେ ଜିତେନ୍ଦ୍ର କପୁର ତାଙ୍କ ପୁଅ ତୁଷାର କପୁରଙ୍କ ସହିତ ସିଙ୍ଗିଙ୍ଗ୍ ରିଆଲିଟି ସୋ ‘ସା ରେ ଗା ମା ପା ଲିଟିଲ ଚାମ୍ପସ୍’ ମଞ୍ଚକୁ ଆସିଥିଲେ। ଏହା ସହ ଜଡ଼ିତ ସମ୍ପୂର୍ଣ୍ଣ ଖବର 10 ଡିସେମ୍ବର 2022 ରେ ଏବିପି ୱେବସାଇଟରେ ପ୍ରକାଶିତ ଖବରରେ ପଢ଼ାଯାଇପାରିବ।

ପ୍ରଥମ ଫଟୋ

ବର୍ତ୍ତମାନ ଆମେ କୋଲାଜର ପ୍ରଥମ ଫଟୋ ଯେଉଁଥିରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଜୟା ବଚ୍ଚନ ଅଛନ୍ତି, ତାକୁ ଗୁଗୁଲ୍ ଲେନ୍ସ ସାହାଯ୍ୟରେ ସର୍ଚ୍ଚ କଲୁ। ଅନେକ ରିପୋର୍ଟରେ ଆମେ ଏହି ଫଟୋ ପାଇଲୁ। ଫେବୃଆରୀ 28, 2018 ରେ newindianexpress.com ରେ ପ୍ରକାଶିତ ଖବରରେ ଫଟୋ ସହିତ ଲେଖାଯାଇଥିବା ସୂଚନା ଅନୁଯାୟୀ, ଅଭିନେତ୍ରୀ ଜୟା ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସମବେଦନା ସଭାରେ ଯୋଗଦେବାକୁ ଆସିଥିଲେ। ଅନ୍ୟାନ୍ୟ ଖବରରେ ମଧ୍ୟ ଏହି ଚିତ୍ର ସହିତ ଜଡ଼ିତ ଖବର ପଢ଼ାଯାଇପାରିବ।

ଦ୍ୱିତୀୟ ଫଟୋ

ଏବେ ଆମେ ଦ୍ୱିତୀୟ ଫଟୋ ଖୋଜିଲୁ ଯେଉଁଥିରେ ଅଜୟ ଦେବଗନ୍ କୋକେଇକୁ କାନ୍ଧେଇ ଥିବାର ଦେଖାଯାଉଛି। ଖୋଜିବାବେଳେ ଜଣାପଡ଼ିଥିଲା ​​ଯେ ଏହି ଫଟୋ ଅଜୟଙ୍କ ପିତା ବୀରୁ ଦେବଗନଙ୍କ ଅନ୍ତିମ ସଂସ୍କାରର ଅଟେ। 27 ମଇ 2019 ରେ ଦୈନିକ ଜାଗରଣରେ ପ୍ରକାଶିତ ଖବରରେ ଏହି ଭାଇରାଲ ଫଟୋ ଦେଖିବାକୁ ମିଳିଥିଲା। ଫଟୋ ସହିତ ଜଡ଼ିତ ଖବର ଅନ୍ୟ ଖବରଗୁଡ଼ିକରେ ପଢ଼ାଯାଇପାରିବ।

ଏହି ପୋଷ୍ଟ ଯାଞ୍ଚ କରିବା ପାଇଁ ମନୋରଞ୍ଜନ ଖବର ସଂଗ୍ରହ କରୁଥିବା ଦୈନିକ ଜାଗରଣର ପ୍ରମୁଖ ସମ୍ବାଦଦାତା, ସ୍ମିତା ଶ୍ରୀବାସ୍ତବଙ୍କ ସହ ଯୋଗାଯୋଗ କରିଥିଲୁ। ସେ ବିଶ୍ୱାସ ନ୍ୟୁଜକୁ କହିଲେ ଯେ ଜିତେନ୍ଦ୍ର ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଏହି ପୋଷ୍ଟଟି ମିଥ୍ୟା ଅଟେ। ‘ମିର୍ଜାପୁର’ ୱେବ୍‌ ସିରିଜରେ ଅଭିନୟ କରିଥିବା ଅଭିନେତା ଜିତେନ୍ଦ୍ର ଶାସ୍ତ୍ରୀଙ୍କ ଦେହାନ୍ତ ହୋଇଛି।

ଅନୁସନ୍ଧାନ ଶେଷରେ, ଆମେ ଏହି ପୋଷ୍ଟକୁ ସେୟାର କରିଥିବା ପେଜ୍ ଯାଞ୍ଚ କଲୁ। ଜଣାପଡ଼ିଲା ଯେ ଫେସବୁକରେ ଏହି ପେଜ୍ 17 ସେପ୍ଟେମ୍ବର 2022 ରେ କ୍ରିଏଟ୍ କରାଯାଇଥିଲା। 772,162 ଜଣ ପେଜ୍‌କୁ ଫଲୋ କରୁଛନ୍ତି।

ନିଷ୍କର୍ଷ: ଅଭିନେତା ଜିତେନ୍ଦ୍ରଙ୍କ ମୃତ୍ୟୁ ଖବର ପ୍ରଚାର କରୁଥିବା ପୋଷ୍ଟ ମିଥ୍ୟା ବୋଲି ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରୁ ଜଣାପଡ଼ିଛି। ଜିତେନ୍ଦ୍ର ଶାସ୍ତ୍ରୀ ନାମକ ଅନ୍ୟ ଜଣେ ଅଭିନେତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି। ତେବେ ବଲିଉଡର ପ୍ରସିଦ୍ଧ ଅଭିନେତା ଜିତେନ୍ଦ୍ର ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି, କିନ୍ତୁ ଭାଇରାଲ ଖବରର ହେଡଲାଇନ ପଢ଼ିବା ପରେ ସୋସିଆଲ ମିଡିଆରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

  • Claim Review : ବଲିଉଡର ବରିଷ୍ଠ ଅଭିନେତା ଜିତେନ୍ଦ୍ରଙ୍କ ଦେହାନ୍ତ ହୋଇଛି
  • Claimed By : ଫେସବୁକ୍ ପେଜ୍ - ବଲିଉଡ୍ ସ୍ପେସିଆଲ୍
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later