X
X

ତଥ୍ୟ ଯାଞ୍ଚ :ଦକ୍ଷିଣ ଆଫ୍ରିକାର କ୍ରିକେଟର ବେନ୍ ପରନେଲ୍ 2011ରେ ସ୍ବୀକାର କରିଥିଲେ ଇସଲାମ, ପୁରୁଣା ଫଟୋ ଭ୍ରମାତ୍ମକ ଦାବି ସହ ଭାଇରାଲ୍

ଆମର ଅନୁସନ୍ଧାନରୁ ଏହା ସ୍ପଷ୍ଟରେ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ବେନ୍ ପରନେଲ୍ ଆୟେଶା ବକରଙ୍କ ସହ ବିବାହର ପାଞ୍ଚ ବର୍ଷ ପୂର୍ବରୁ 2011ରେ ହିଁ ଇସଲାମ୍ ଧର୍ମ ସ୍ବୀକାର କରିଥିଲେ । କିନ୍ତୁ ଭାଇରାଲ୍ ପୋଷ୍ଟରେ ଦାବି କରାଯାଉଚି ଯେ, ସେ ବିବାହ ପରେ ନିଜ ପରିବାର ସହ ଇସଲାମ ସ୍ବୀକାର କରିଥିଲେ ।

ନୂଆ ଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) ସୋସିଆଲ୍ ମିଡିଆରେ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ବେନ୍ ପରନେଲଙ୍କ ସହ ତାଙ୍କ ପତ୍ନୀ ଏବଂ ପିଲା ଥିବା ଏକ ଫଟୋ ଭାଇରାଲ ହେଉଛି । ଏହି ଫଟୋକୁ ସେୟାର କରାଯାଇ ଦାବି କରାଯାଉଛି ଯେ, ପରନେଲ୍ ଲମ୍ବା ସମୟ ଧରି ଇସଲାମ ଅଧ୍ୟୟନ କରିବା ପରେ, ସମ୍ପୂର୍ଣ୍ଣ ପରିବାର ସହ ଇସଲାମ୍ ସ୍ବୀକାର କରିନେଇଛନ୍ତି ।

ବିଶ୍ବାସ ନ୍ୟୁଜର ଅନୁସନ୍ଧାନରେ ଏହି ଦାବି ଭ୍ରମାତ୍ମକ ଜଣା ପଡ଼ିଥିଲା । ବେନ୍ ପରନେଲ୍ 2016ରେ ଆୟେଶା ବକରଙ୍କ ସହ ବିବାହର ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ 2011ରେ ଇସଲାମ ସ୍ବୀକାର କରିଥିଲେ । ଏଥିସହ ଯେଉଁ ଫଟୋ ସେୟାର୍ ହୋଇ ଭ୍ରମାତ୍ମକ ଦାବି କରାଯାଉଛି, ତାହାକୁ ନିଜେ ପରନେଲ୍ 2022ରେ ସେୟାର କରିଥିଲେ ।

କଣ ହେଉଚି ଭାଇରାଲ୍ ?

ସୋସିଆଲ୍ ମିଡିଆ ୟୁଜର୍ ‘Javed Ahamad’ ପରନେଲଙ୍କ ଫଟୋକୁ (ଆର୍କାଇଭ୍ ଲିଙ୍କ୍) ସେୟାର୍ କରି ଲେଖିଛନ୍ତି ଯେ,”ଅଲ୍ଲାହମଦୁଲିଲ୍ଲାହ ଲମ୍ବା ସମୟ ଧରି ଇସଲାମ ଅଧ୍ୟୟନ କରିବା ପରେ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର୍ ବେନ୍ ପରନେଲ୍ ନିଜ ପରିବାର ସହ ଇସଲାମ ସ୍ବୀକାର କରିନେଲେ !
ଏବେ ଆମର ଏହି ଭାଇଙ୍କ ନାମ ୱହିଦ ଅଟେ !!❤”

ଅନ୍ୟ କେତେକ ୟୁଜର୍ ମଧ୍ୟ ଏହି ଫଟୋକୁ ସମାନ ଏବଂ ସମ୍ବନ୍ଧୀୟ ଦାବି ସହ ସେୟାର୍ କରିଛନ୍ତି ।

ଅନୁସନ୍ଧାନ

ଖବର ଖୋଜିବା ବେଳେ ଆମକୁ espncricinfo.comର ୱେବସାଇଟରେ ପ୍ରାୟ 1 ବର୍ଷ ପୁରୁଣା ଏକ ରିପୋର୍ଟ ମିଳିଥିଲା । ଏଥିରେ ପରନେଲ୍ ଇସଲାମ୍ ସ୍ବୀକାର କରିଥିବା ସୂଚନା ରହିଥିଲା ।

28 ଜୁଲାଇ 2011ରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଦକ୍ଷିଣ ଆଫ୍ରିକାର ବାମହାତୀ ସ୍ପିନର୍ ବେନ୍ ପରନେଲ୍ ଇସଲାମ ଧର୍ମ ଗ୍ରହଣ କରିଥିବା ଘୋଷଣା କରିଛନ୍ତି । ରିପୋର୍ଟ ଅନୁୟାୟୀ, ପରନେଲ୍ ବର୍ତ୍ତମାନ ସୁଦ୍ଧା ମୁସଲିମ ନାମ ଧାରଣ ନେଇ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି ଏବଂ ସେ ବେନ୍ ଡିଲନ ନାମରେ ହିଁ ପରିଚିତ ହେବେ । ରିପୋର୍ଟରେ ତାଙ୍କ ତରଫରୁ ଲେଖାଯାଇଛି ଯେ, “ବ୍ୟକ୍ତିଗତ ଅଧ୍ୟୟନ ଏବଂ ଚିନ୍ତନ ପରେ ମୁଁ ଜାନୁଆରୀ 2011ରେ ଇସଲାମ ଧର୍ମ ଗ୍ରହଣ କରିଲି । ତାହା ଏକ ଏଭଳି ବିଶ୍ବାସ ଥିଲା, ଯାହା ଉପରେ ମୋର ସବୁବେଳେ ଆଗ୍ରହର ରହିଥିଲା । ”

ଅନ୍ୟ ନ୍ୟୁଜ୍ ରିପୋର୍ଟରେ ମଧ୍ୟ ଏହାର ପୁଷ୍ଟି ହୋଇଛି । ଦ ଏକ୍ସପ୍ରେସ୍ ଟ୍ରିବୁନ୍ ର 2011ର ରିପୋର୍ଟରେ ବେନ୍ ଇସଲାମ୍ ସ୍ବୀକାର କରିବା ସୂଚନା ରହିଛି ।

ଇଣ୍ଡିଆନ୍ ଏକ୍ସପ୍ରେସର 24 ମେ 2016ର ରିପୋର୍ଟ ଅନୁଯାୟୀ, ‘2011 ରେ ଇସଲାମ ଗ୍ରହଣ କରିଥିବା ବେନ୍ ପରନେଲ୍ ଜୁଲାଇ 2015ରେ କେପ୍ ଟାଉନର ଜିନ୍ ତୁଲ୍ ଇସଲାମ୍ ମସଜିଦରେ ଆୟେଶା ବକରଙ୍କ ସହ ବିବାହ କରିଥିଲେ ।’ 22 ମେ 2016 ରେ ‘@ProteasMenCSA’ ର ଭେରିଫାଏଡ୍ ହ୍ୟାଣ୍ଡେଲ୍ ରୁ ମଧ୍ୟ ତାଙ୍କର ବିବାହର ଫଟୋ ସେୟାର୍ କରାଯାଇଛି ।

https://twitter.com/ProteasMenCSA/status/734286531356176385

ଭାଇରାଲ୍ ପୋଷ୍ଟରେ ମଧ୍ୟ ଏକ ଫଟୋ ସେୟାର୍ କରାଯାଇଛି । ଏଥିରେ ବେନ୍ ନିଜର ପତ୍ନୀ ଏବଂ ପିଲାଙ୍କ ସହ ଇସଲାମ୍ ବେଶଭୁଷାରେ ଅଛନ୍ତି । ରିଭର୍ସ ଇମେଜ୍ ସର୍ଚ୍ଚରେ ଏହି ଫଟୋ ବେନଙ୍କ ଔପଚାରିକ ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ରେ ମିଳିଥିଲା, ଯାହାକୁ ସେ ମେ 3 2022ରେ ସେୟାର କରିଥିଲେ ।

ଭାଇରାଲ୍ ଫଟୋ ସମ୍ବନ୍ଧରେ ଆମେ କ୍ରୀଡ଼ା ସାମ୍ବାଦିକ କୁମାର ବିପ୍ଲବଙ୍କ ସହ ଯୋଗାଯୋଗ କରିଥିଲୁ । ସେ କହିଥିଲେ ଯେ ବେନ୍ ପରନେଲ୍ 2011ରେ ହିଁ ଇସଲାମ ସ୍ବୀକାର କରି ନେଇଥିଲେ ଏବଂ ଏହା ପରେ ସେ ଆୟେଶା ବକରଙ୍କ ସହ ବିବାହ କରିଥିଲେ ।

ଭାଇରାଲ୍ ପୋଷ୍ଟକୁ ସେୟାର କରିଥିବା ୟୁଜର ଙ୍କୁ ଫେସବୁକ୍ ରେ ପ୍ରାୟ 86 ହଜାର ବ୍ୟକ୍ତି ଫଲୋ କରୁଛନ୍ତି ।

निष्कर्ष: ଆମର ଅନୁସନ୍ଧାନରୁ ଏହା ସ୍ପଷ୍ଟରେ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ବେନ୍ ପରନେଲ୍ ଆୟେଶା ବକରଙ୍କ ସହ ବିବାହର ପାଞ୍ଚ ବର୍ଷ ପୂର୍ବରୁ 2011ରେ ହିଁ ଇସଲାମ୍ ଧର୍ମ ସ୍ବୀକାର କରିଥିଲେ । କିନ୍ତୁ ଭାଇରାଲ୍ ପୋଷ୍ଟରେ ଦାବି କରାଯାଉଚି ଯେ, ସେ ବିବାହ ପରେ ନିଜ ପରିବାର ସହ ଇସଲାମ ସ୍ବୀକାର କରିଥିଲେ ।

  • Claim Review : ଲମ୍ବା ସମୟ ଧରି ଇସଲାମ ଅଧ୍ୟୟନ କରିବା ପରେ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ବେନ୍ ପରନେଲ୍ ନିଜ ପରିବାର ସହ ଇସଲାମ ସ୍ବୀକାର କରିନେଲେ !
  • Claimed By : ଫେସବୁକ୍ ୟୁଜର୍ - Javed Ahamad
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later