ସତ୍ୟତା ଯାଞ୍ଚ: କଂଗ୍ରେସ ନେତାମାନଙ୍କୁ ସ୍ୱାଗତ କରିବା ସମୟରେ ସିଏମ୍ ଭୁପେଶ ବାଗେଲ ସୁନାରେ ନୁହେଁ, ଘାସ ଓ ବାଉଁଶରେ ତିଆରି ଫୁଲମାଳ ପିନ୍ଧାଇଥିଲେ

ନୂଆଦିଲ୍ଲୀ (ବିଶ୍ଵାସ ନ୍ଯୁଜ) ଛତିଶଗଡର ରାଜଧାନୀ ରାୟପୁରରେ 85 ତମ କଂଗ୍ରେସ ସମ୍ମିଳନୀ ସମାପ୍ତ ହୋଇଯାଇଛି, କିନ୍ତୁ ଏହା ସହ ଜଡିତ ନକଲି ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଏବେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ କଂଗ୍ରେସ ନେତାମାନଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓକୁ ଭାଇରାଲ କରି କିଛି ସୋସିଆଲ ମିଡିଆ ୟୁଜର୍ସ ମାନେ ଦାବି କରୁଛନ୍ତି ଯେ ସିଏମ୍ ଭୁପେଶ ବାଗେଲ ପ୍ରକୃତ ସୁନା ଚେନ୍ ପିନ୍ଧାଇ ନେତାମାନଙ୍କୁ ସ୍ୱାଗତ କରିଛନ୍ତି। ଭାଇରାଲ୍ ଦାବିକୁ ସତ ବୋଲି ଗ୍ରହଣ କରି ଅନେକ ୟୁଜର୍ସ ଏହାକୁ ଭାଇରାଲ୍ କରୁଛନ୍ତି। ବିଶ୍ଵାସ ନ୍ୟୁଜ୍ ଅନୁସନ୍ଧାନ କରି ଭାଇରାଲ୍ ଦାବି ମିଥ୍ୟା ବୋଲି ଜାଣିବାକୁ ପାଇଲା।

ଭିଡିଓରେ ଦେଖାଯାଇଥିବା ମାଳା ସୁନାରେ ନୁହେଁ, ବରଂ ଘାସ ଏବଂ ବାଉଁଶରେ ନିର୍ମିତ ଏକ ସ୍ୱତନ୍ତ୍ର ମାଳା | ଏକ ମିଥ୍ୟା ଦାବି ସହିତ ଭିଡିଓ ସେୟାର କରାଯାଉଛି |

କଣ ଭାଇରାଲ୍ ହେଉଛି

ଫେସବୁକ ୟୁଜର ଅଲୱାର ଗ୍ରୀନ୍ ଫେବୃଆରୀ 26 ରେ ଏକ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି, “ଛତିଶଗଡର ମୁଖ୍ୟମନ୍ତ୍ରୀ ସୁନା ଚେନ୍ ପିନ୍ଧାଇ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିଛନ୍ତି। ପାରମ୍ପାରିକ ଭାବରେ, ହାତ ମିଳାଇ ,ଟିକା ଲଗାଇ ,ଫୁଲ କିମ୍ବା ଫୁଲର ମାଳ ପିନ୍ଧାଇ ସ୍ୱାଗତ କରାଯାଏ |

ଏହି ପୋଷ୍ଟକୁ ସତ ବୋଲି ମନେକରି ଅନ୍ୟ ୟୁଜର୍ସ ମଧ୍ୟ ଏହାକୁ ଭାଇରାଲ କରୁଛନ୍ତି। ଏହାର ଆର୍କାଇଭ ଭର୍ସନକୁ ଏଠାରେ ଦେଖା ଯାଇପାରିବ |

ଅନୁସନ୍ଧାନ

ଭାଇରାଲ୍ ଦାବିର ଅନୁସନ୍ଧାନ କରିବା ପାଇଁ ସବୁଠାରୁ ସମ୍ବଧିତ କୀ ୱାର୍ଡ (ସିଏମ ଭୁପେଶ ବାଗେଲ ସୁନା ଚେନ୍, କଂଗ୍ରେସ 85 ତମ ଅଧିବେଶନ) ଗୁଗୁଲରେ ଖୋଜିଥିଲୁ| ସନ୍ଧାନ ସମୟରେ, ଆମେ ନବଭାରତ ଟାଇମ୍ସର ୱେବସାଇଟରେ ଭାଇରାଲ ଦାବି ସହ ଜଡିତ ଏକ ରିପୋର୍ଟ ପାଇଲୁ। ଫେବୃଆରୀ 25, 2023 ରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, “ଛତିଶଗଡର ରାଜଧାନୀ ରାୟପୁରରେ ଅନୁଷ୍ଠିତ 85 ତମ କଂଗ୍ରେସ ସମ୍ମିଳନୀରେ ସିଏମ ଭୁପେଶ ବାଗେଲ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖାର୍ଗେ ଏବଂ ସମସ୍ତ କଂଗ୍ରେସ ନେତାଙ୍କୁ ସ୍ୱାଗତ କରିଛନ୍ତି। ଯେଉଁ ମାଳା ସହିତ ସିଏମ୍ କଂଗ୍ରେସ ନେତାମାନଙ୍କୁ ସ୍ୱାଗତ କରିଥିଲେ ସେ ବିଷୟରେ ଆଲୋଚନା ହେଉଛି। ସମସ୍ତ ନେତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବାବେଳେ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ମଧ୍ୟ ସେମାନଙ୍କ କାନରେ ଫୁସ୍ଫୁସ୍ କରି ଫୁଲମାଳ ବିଷୟରେ ସୂଚନା ଦେଇଛନ୍ତି। ବାସ୍ତବରେ, ମାଳଟି ଫୁଲରେ ନୁହେଁ, ବରଂ ବାଉଁଶ ଏବଂ ଏକ ବିଶେଷ ପ୍ରକାରର ଘାସରେ ତିଆରି ହୋଇଥିଲା | ଏଠାରେ ସମ୍ପୂର୍ଣ୍ଣ ଖବର ପଢନ୍ତୁ |

ଅନୁସନ୍ଧାନ ସମୟରେ, ଆମେ ସିଏମ୍ ଭୁପେଶ ବାଗେଲଙ୍କ ଭେରୀଫାଏଡ ହୋଇଥିବା ଟୁଇଟର ହ୍ୟାଣ୍ଡେଲରୁ ଏକ ଟୁଇଟରେ ବାଉଁଶ ଏବଂ ଘାସରେ ନିର୍ମିତ ଏହି ଫୁଲମାଳ ସମ୍ବନ୍ଧୀୟ ଭିଡିଓ ପାଇଲୁ | 27 ଫେବୃଆରୀ 2023 ର ଟ୍ୱିଟରେ ଦୁଇଟି ଭିଡିଓ ବ୍ୟବହାର କରାଯାଇଛି | ଯେଉଁଥିରେ ପ୍ରଥମ ଭିଡିଓରେ ଜଣେ ବ୍ୟକ୍ତି ଫୁଲମାଳ ବିଷୟରେ କହୁଥିବା ଏବଂ ଦ୍ୱିତୀୟ ଭିଡିଓରେ ଜଣେ ମହିଳା ଫୁଲମାଳ ତିଆରି କରୁଥିବା ଦେଖିବାକୁ ମିଳିଛି |

ଅନୁସନ୍ଧାନ ବେଳେ ନୟୀଦୁନିଆର ୱେବସାଇଟରେ ଏହି ଦାବି ସହ ଜଡିତ ଏକ ଖବର ପ୍ରକାଶ ପାଇଥିଲା। ଫେବୃଆରୀ 27, 2023 ରେ ପ୍ରକାଶିତ ଖବରରେ କୁହାଯାଇଛି, “କଂଗ୍ରେସ ଅଧିବେଶନର ଏକ ଭିଡିଓ ଇଣ୍ଟରନେଟ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ଏକ ମାଳ ପିନ୍ଧାଇ ଅଧିବେଶନରେ ଯୋଗଦେବାକୁ ଆସିଥିବା କଂଗ୍ରେସ ନେତାମାନଙ୍କୁ ସ୍ୱାଗତ କରୁଛନ୍ତି। ଭାରତୀୟ ଜନତା ପାର୍ଟି ଏହା ଉପରେ ଆକ୍ରମଣକାରୀ ହୋଇଥିଲେ। ଭାଜପା କହିଛି, ରାଜ୍ୟ ସରକାର କଂଗ୍ରେସ ନେତାମାନଙ୍କୁ ସୁନାର ମାଳ ପିନ୍ଧାଇ ସ୍ୱାଗତ କରିଛି । ମୁଖ୍ୟମନ୍ତ୍ରୀ ବାଗେଲ ଟ୍ୱିଟ୍ କରି ଜବାବ ଦେଇଛନ୍ତି, ବିଜେପିର ସମସ୍ୟା ହେଉଛି ଏହା ଛତିଶଗଡକୁ ନା ଏହାର ପରମ୍ପରାକୁ ବୁଝିପାରୁଛି| ଏହି ଖବରରେ ଆହୁରି କୁହାଯାଇଛି, “କଂଗ୍ରେସ କହିଛି, ଏହା ହେଉଛି ସ୍ଵର୍ଣଭୂମି ଛତିଶଗଡର ବିଶେଷ ଘାସରେ ନିର୍ମିତ ଏକ ମାଳ । ଏନେଇ ବିଜେପି ଗୁଜବ ପ୍ରଚାର କରୁଛି। ଏହା ହେଉଛି ରାଜ୍ୟ ମାଟିର ପୁଅମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ଫୁଲମାଳ | ଯାହା ଦୂର୍ଲଭ ଗଛ ଖିରସାଲୀର ତନ୍ତୁରୁ ତିଆରି | ଏଠାରେ ସମ୍ପୂର୍ଣ୍ଣ ଖବର ପଢନ୍ତୁ |

25 ଫେବୃଆରୀ 2023 ରେ ଦ ରୁରାଲ ପ୍ରେସ ଡଟ୍ ଇନ ୱେବସାଇଟରେ ପ୍ରକାଶିତ ଖବରରେ କୁହାଯାଇଥିଲା, “ଆଜି ରାୟପୁରରେ ମହା ଅଧିବେଶନର ଦ୍ୱିତୀୟ ଦିନ। ଅନ୍ୟପକ୍ଷରେ, ଗତକାଲି ଅଧିବେଶନର ପ୍ରଥମ ଦିନରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ଏକ ସ୍ୱତନ୍ତ୍ର ମାଳ ପିନ୍ଧାଇ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିଥିଲେ। ମଲ୍ଲିକାର୍ଜୁନ୍ ଖାର୍ଗେ, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀଙ୍କ ସମେତ ସମସ୍ତ କଂଗ୍ରେସ ନେତାଙ୍କୁ ବାଉଁଶ ନିର୍ମିତ ମାଳ ସହ ସିଏମ୍ ସ୍ୱାଗତ କରିଛି। ବାଉଁଶରେ ନିର୍ମିତ ମାଳ ପିନ୍ଧାଉଥିବା ବେଳେ ଭୁପେଶ ବାଗେଲ ସମସ୍ତ ନେତାଙ୍କୁ କହୁଥିଲେ ଯେ ଏହା ଆମ ଆଦିବାସୀ ଅଞ୍ଚଳ ବସ୍ତରର କାଁକେର ଜିଲ୍ଲାର ଆବୁଝମାଡ ଅଞ୍ଚଳରେ ନିର୍ମିତ ଏକ ବାଉଁଶର ମାଳ । ଏହା ଆବୁଝମାଡ ଜଙ୍ଗଲରେ ହେଉଥିବା ବାଉଁଶରେ ନିର୍ମିତ ଏକ ମାଳ |

ଏମ ଏସ ଏନ ଡଟ କମ ରେ ପ୍ରକାଶିତ ଏକ ଖବରରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାଇରାଲ ଭିଡିଓରେ ଦେଖାଯାଇଥିବା ପରି ଏକ ଫୁଲମାଳ ପିନ୍ଧିଛନ୍ତି। 25 ଫେବୃଆରୀ 2023 ରେ ପ୍ରକାଶିତ ଖବରରେ ଏହା କୁହାଯାଇଛି, “କଂଗ୍ରେସ ଅଧିବେଶନର ଦ୍ୱିତୀୟ ଦିନରେ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ରାୟପୁରରେ ପହଞ୍ଚିଥିଲେ। ରାୟପୁରରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଏକ ବିରାଟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସିଏମ ଭୁପେଶ ବାଗେଲ ବିମାନ ବନ୍ଦରରେ ପହଞ୍ଚି ପ୍ରିୟଙ୍କା ଗାନ୍ଧୀଙ୍କୁ ବାଉଁଶରେ ତିଆରି ଏକ ପୁଷ୍ପମାଲ୍ୟ ପିନ୍ଧାଇ ସ୍ୱାଗତ କରିଥିଲେ। ଏଠାରେ ପ୍ରକାଶ କରିବାକୁ ଚାହୁଁଯେ ଅଧିବେଶନର ପ୍ରଥମ ଦିନରେ ମଧ୍ୟ ରାହୁଲ ଗାନ୍ଧୀ ଏବଂ ସୋନିୟା ଗାନ୍ଧୀଙ୍କୁ ଏହି ମାଳ ପିନ୍ଧାଇ ସ୍ଵାଗତ କରାଯାଇଥିଲା । ଏହି ମାଳକୁ ଛତିଶଗଡର ଆଦିବାସୀ ସଂସ୍କୃତିର ପ୍ରତୀକ ଭାବରେ ବିବେଚନା କରାଯାଏ। ସମ୍ବାଦ ଏଠାରେ ପଢନ୍ତୁ |

ଅଧିକ ସୂଚନା ପାଇଁ ଆମେ କଂଗ୍ରେସର ମିଡିଆର ଯୋଗାଯୋଗ ମୁଖ୍ୟ ପ୍ରଣବ ଝାଙ୍କ ସହ ଯୋଗାଯୋଗ କରିଥିଲୁ। ସେ ଆମକୁ କହିଛନ୍ତି, “ଭାଇରାଲ ଦାବି ମିଥ୍ୟା ଅଟେ। ସେ ଆମ ସହିତ ଏକ ଭିଡିଓ ଏବଂ ଚିତ୍ର ମଧ୍ୟ ସେୟାର କରିଛନ୍ତି, ଯାହା ଏଠାରେ ଦେଖାଯାଇପାରିବ |

ଆମେ ନୟୀ ଦୁନିଆ ରାୟପୁରର ଡିଜିଟାଲ୍ ଟିମ୍ ସିନିୟର ସବ୍ ଏଡିଟର୍ ଆଶିଷ ଗୁପ୍ତାଙ୍କ ସହ ଯୋଗାଯୋଗ କଲୁ।ସେ କହିଥିଲେ ‘’ଏହି ଦାବି ମିଥ୍ୟା ଅଟେ। ଏକ ସୁନାର ମାଳ ନୁହେଁ, ଘାସ ଏବଂ ବାଉଁଶରେ ନିର୍ମିତ ଏକ ମାଳ |’’

ଅନୁସନ୍ଧାନ ଶେଷରେ, ଯେଉଁ ୟୁଜର୍ସ ଏହି ଭିଡିଓକୁ ମିଥ୍ୟା ଦାବି ସହିତ ସେୟାର କରିଛନ୍ତି ତାଙ୍କ ବିଷୟରେ ଯାଞ୍ଚ କରିଥିଲୁ | ଅନୁସନ୍ଧାନରୁ ଜଣାପଡିଛି ଯେ ଫେସବୁକରେ 194 ଜଣ ଏହି ୟୁଜରଙ୍କୁ ଅନୁସରଣ କରୁଛନ୍ତି। ଫେସବୁକରେ ଏହି ୟୁଜର 15 ଡିସେମ୍ବର 2022 ଠାରୁ ସକ୍ରିୟ ଅଛନ୍ତି |

ସିଦ୍ଧାନ୍ତ: ରାୟପୁରରେ କଂଗ୍ରେସର 85 ତମ ଅଧିବେଶନରେ କଂଗ୍ରେସ ନେତାଙ୍କ ସ୍ଵାଗତ ସମୟରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ସୁନା ଚେନ୍ ପିନ୍ଧାଉ ଥିବାର ଭାଇରାଲ ଭିଡିଓ ବିଶ୍ବାସ ନ୍ଯୁଜ ଯାଞ୍ଚରେ ମିଥ୍ୟା ବୋଲି ଜଣାପଡିଛି। କଂଗ୍ରେସ ନେତାମାନଙ୍କୁ ସ୍ୱାଗତ କରିବା ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ପିନ୍ଧାଉଥିବାବା ଏହି ମାଳ ଘାସ ଓ ବାଉଁଶରେ ତିଆରି ହୋଇଥିଲା, ଯାହା ବର୍ତ୍ତମାନ ମିଥ୍ୟା ଦାବି ସହ ସେୟାର କରାଯାଉଛି।

False
Symbols that define nature of fake news
Know The Truth...

Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923

Related Posts
ନୂଆ ପୋଷ୍ଟଗୁଡ଼ିକ