X
X

ତଥ୍ୟ ଯାଞ୍ଚ: ଚାଇଲ୍ଡ ହେଲପ୍ ଲାଇନ୍ 1098 ବଳକା ଖାଦ୍ୟ ଏକତ୍ର କରେ ନାହିଁ, ଭାଇରାଲ୍ ମେସେଜ୍ ନକଲି ଅଟେ

ବିଶ୍ବାସ ନ୍ୟୁଜ୍ ନିଜର ଅନୁସନ୍ଧାନରୁ ଜାଣିଥିଲା ଯେ, ଚାଇଲ୍ଡ ହେଲପଲାଇନ୍ 1098 ବଳକା ଖାଦ୍ୟ ଏକତ୍ର କରେ ନାହିଁ। ଭାଇରାଲ୍ ହୋଇଥିବା ବାର୍ତ୍ତା ନକଲି ଅଟେ।

ନୂଆ ଦିଲ୍ଲୀ (ବିଶ୍ବାସ ନ୍ୟୁଜ୍) : ବିଶ୍ବାସ ନ୍ୟୁଜ୍ କୁ ମରାଠୀରେ ଲେଖା ହୋଇଥିବା ଏକ ଭାଇରାଲ୍ ମେସେଜ୍ ମିଳିଥିଲା, ଯେଉଁଥିରେ ଦାବି କରାଯାଇଥିଲା ଯେ, ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି, ଯଦି କୌଣସି ପାର୍ଟି ଭୋଜି କରନ୍ତି ଏବଂ ଖାଦ୍ୟ ବଳକା ହୋଇଯାଏ, ତାହାଲେ ଭାରତରେ ଲୋକମାନେ 1098ରେ କଲ୍ କରି ପାରିବେ, ଯାହା ଛୋଟ ପିଲାମାନଙ୍କ ପାଇଁ ଏକ ହେଲପ୍ ଲାଇନ୍ ନମ୍ବର ଅଟେ। ସେମାନେ ଘରକୁ ଯାଇ ବଳିଯାଇଥିବା ସବୁ ଖାଦ୍ୟ ଏକତ୍ର କରନ୍ତି। ବିଶ୍ବାସ ନ୍ୟୁଜ୍ ନିଜ ଅନୁସନ୍ଧାନ ବେଳେ ଏହି ଖବରକୁ ନକଲି ପାଇଛି। 1098 ଚାଇଲ୍ଡ୍ ହେଲ୍ପ ଲାଇନ୍ ବଳକା ଖାଦ୍ୟ ଏକତ୍ର କରେ ନାହିଁ।

ଭାଇରାଲ୍ ପୋଷ୍ଟରେ କଣ ଅଛି ?

ଫେସବୁକ୍ ୟୁଜର ନିଲେଶ ଜୈନ୍ NZ 15 ଡିସେମ୍ବରରେ ମରାଠୀରେ ଲେଖାଯାଇଥିବା ଭାଇରାଲ୍ ମେସେଜର ସ୍କ୍ରିନ୍ ସଟ୍ ନିଜ ପ୍ରୋଫାଇଲରେ ସେୟାର୍ କରିଥିଲେ ଏବଂ ଏହି ପୋଷ୍ଟକୁ ଅଧିକ ସେୟାର କରିବା ପାଇଁ ଅନ୍ୟ ଲୋକମାନଙ୍କୁ କହିଥିଲେ।

ଏଠାରେ ପୋଷ୍ଟ ଏବଂ ତାହାର ଆର୍କାଇଭ୍ ସଂସ୍କରଣକୁ ଦେଖନ୍ତୁ

ଅନୁସନ୍ଧାନ:

ବିଶ୍ବାସ ନ୍ୟୁଜ୍ ସାଧାରଣ କିୱାର୍ଡ ସର୍ଚ୍ଚରୁ ନିଜର ଅନୁସନ୍ଧାନ ଆରମ୍ଭ କରିଥିଲା। ଆମକୁ ବିଜନେସ୍ ଷ୍ଟାଣ୍ଡାର୍ଡରେ 16 ଜୁଲାଇ, 2018ରେ ପ୍ରକାଶିତ ଏକ ଆର୍ଟିକଲ ମିଳିଥିଲା।

ଆର୍ଟିକଲ୍ ର ଶୀର୍ଷକ ଥିଲା, ‘ ବଳକା ଖାଇବା ଏକାଠି କରିବା ପାଇଁ ବହୁତ କଲ୍ ଆସିବା ପରେ ଚାଇଲଡ୍ ଲାଇନ୍ ତରଫରୁ ଜାରି ହୋଇଥିବା ସ୍ପଷ୍ଟୀକରଣ ଖବରରେ ଲେଖା ଥିଲା :

“ଗୋଟିଏ ଚେନ୍ ମେଲ୍ ଚାଲୁଛି, ଯେଉଁଥିରେ କୁହାଯାଇଛି ଯେ– ପାର୍ଟି ଆଦି ପରେ ଯଦି କିଛି ଖାଦ୍ୟ ବଳିଯାଏ ତାହାଲେ ଏ ଖାଦ୍ୟ ନେଇଯିବା ପାଇଁ 1098 ରେ କଲ୍ କରିବା ଉଚିତ, ଯେପରି ଏ ଖାଦ୍ୟ ନଷ୍ଟ ହେବ ନାହିଁ। କିନ୍ତୁ ଏହା ସତ ନୁହେଁ। ଆମେ ହେଉଛୁ ଦେଖାଶୁଣା ଏବଂ ସୁରକ୍ଷା ଆବଶ୍ୟକ ଥିବା ଶିଶୁଙ୍କ ପାଇଁ ଭାରତର ଏକମାତ୍ର ଏବଂ ସବୁଠାରୁ ବ୍ୟାପକ ଚିଲ୍ଡ୍ରେନ୍ ଫୋନ୍ ଆପାତକାଳୀନ ଆଉଟରିଚ୍ ସେବା ( 1098)। ”

ଟ୍ବିଟର୍ ରେ ‘ଆଡଭାନ୍ସ ସର୍ଚ୍ଚ’ ମାଧ୍ୟମରେ, ଆମକୁ ‘ଚାଇଲ୍ଡଲାଇନ୍’ ଦ୍ବାରା ସେମାନଙ୍କ ଏକାଉଣ୍ଟ@CHILDLINE1098 ରେ ଏକ ଟ୍ବିଟ୍ ମଧ୍ୟ ମିଳିଥିଲା। 17 ମାର୍ଚ୍ଚ 2010ରେ ଏହି ଟ୍ବିଟ୍ କରାଯାଇଥିଲା।

ଅନୁସନ୍ଧାନର ଆଗାମୀ ସୋପାନରେ ଆମେ ସଂଗଠନର ୱେବସାଇଟ୍ ରେ ଦିଆଯାଇଥିବା ଇମେଲ୍ ମାଧ୍ୟମରେ ଯୋଗାଯୋଗ କରିଥିଲୁ।

ଚାଇଲଲ୍ଡ ଲାଇନ୍ ଇଣ୍ଡିଆ ଫାଉଣ୍ଡେସନର ମୁଖ୍ୟ ରିସୋର୍ସ ମୋବିଲାଇଜେସନ୍ ଆଣ୍ଡ୍ କମ୍ୟୁନିକେସନ୍, ବିକାଶ ପୁଥରନ କହିଥିଲେ ଯେ, “ଏକ ନକଲି ବାର୍ତ୍ତା ପ୍ରସାର କରାଯାଉଛି । ଏହା ସତ ନୁହେଁ। ଚାଇଲ୍ଡଲାଇନ୍ 1098 ବିପଦରେ ଥିବା ଶିଶୁଙ୍କ ପାଇଁ ଏକ ନିଶୁଳ୍କ ଆପାତକାଳୀନ ହେଲପଲାଇନ୍ ଅଟେ। ଆମେ ଶିଶୁମାନଙ୍କୁ ରକ୍ଷା କରୁ, ସେମାନଙ୍କୁ ଦୁର୍ବ୍ୟବହାରର ଶିକାର ହେବାରୁ ବଞ୍ଚାଉ କିମ୍ବା ଶିଶୁ ସମ୍ବନ୍ଧୀୟ ଅନ୍ୟ କୌଣସି ପ୍ରସଙ୍ଗରେ ସୁରକ୍ଷା ସହାୟତା ପ୍ରଦାନ କରିଥାଉ। ଆମେ ବଳକା ଖାଦ୍ୟ ଏକତ୍ର କରୁ ନାହିଁ କିମ୍ବା ବାଣ୍ଟୁ ନାହିଁ। ”

ଅନୁସନ୍ଧାନର ଚୁଡ଼ାନ୍ତ ପର୍ଯ୍ୟାୟରେ, ବିଶ୍ବାସ ନ୍ୟୁଜ୍ ଭାଇରାଲ୍ ମେସେଜ ସେୟାର କରିଥିବା ସେହି ପ୍ରୋଫାଇଲ୍ ର ସ୍କାନିଂ କରିଥିଲା। ନିଲେଶ ଜୈନ୍ NZ ଙ୍କୁ 70 ଜଣ ଅନୁସରଣ କରିଛନ୍ତି।

निष्कर्ष: ବିଶ୍ବାସ ନ୍ୟୁଜ୍ ନିଜର ଅନୁସନ୍ଧାନରୁ ଜାଣିଥିଲା ଯେ, ଚାଇଲ୍ଡ ହେଲପଲାଇନ୍ 1098 ବଳକା ଖାଦ୍ୟ ଏକତ୍ର କରେ ନାହିଁ। ଭାଇରାଲ୍ ହୋଇଥିବା ବାର୍ତ୍ତା ନକଲି ଅଟେ।

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later