ନିଷ୍କର୍ଷ: ବିଶ୍ୱାସ ନ୍ୟୁଜ୍ ଭାଇରାଲ୍ ହେଉଥିବା ଏହି ପୋଷ୍ଟର ଅନୁସନ୍ଧାନ କଲା ଏବଂ ଜାଣିବାକୁ ପାଇଲା ଯେ ଏହା ଜାପାନର ଝରଣା ନୁହେଁ, ବରଂ ଏହା ଏକ ଆନିମେଟେଡ୍ 3D କଳାକୃତି । ଭାଇରାଲ୍ ଦାବି ମିଥ୍ୟା ଅଟେ।
ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍) । ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି, ଯେଉଁଥିରେ ମାନବ ଆକୃତିର ଗଠନ ଅଛି ଏବଂ ତାର ମୁଣ୍ଡରୁ ପାଣି ବାହାରୁଥିବା ଦେଖାଯାଉଛି । ୟୁଜରମାନେ ଏହି ଚିତ୍ରକୁ ଏହା ଦାବି କରି ସେୟାର୍ କରୁଛନ୍ତି ଯେ ଏହା ଦୁନିଆର ସବୁଠାରୁ ସୁନ୍ଦର ଝରଣା ଏବଂ ଏହି ଝରଣା ଜାପାନରେ ଅଛି ।
ବିଶ୍ୱାସ ନ୍ୟୁଜ୍ ଏହି ପୋଷ୍ଟ ଭାଇରାଲ ହେବାର ଅନୁସନ୍ଧାନ କରି ଜାଣିବାକୁ ପାଇଲା ଯେ ଏହା ଜାପାନର ଝରଣା ନୁହେଁ, ବରଂ ଏକ ଆନିମେଟେଡ୍ 3D କଳାକୃତି । ଭାଇରାଲ୍ ଦାବି ମିଥ୍ୟା ଅଟେ।
ଭାଇରାଲ୍ ପୋଷ୍ଟରେ କ’ଣ ଅଛି?
ଭାଇରାଲ୍ ଫଟୋ ଅପଲୋଡ୍ କରିବାବେଳେ ଫେସବୁକ୍ ୟୁଜର୍ ଜିହାଦି ବେନ୍ ଅଜିବା ଲେଖିଛନ୍ତି ଯେ ଜାପାନର ଦୁନିଆର ସବୁଠାରୁ ସୁନ୍ଦର ଝରଣା ମଧ୍ୟରୁ ଗୋଟିଏ ।
ପୋଷ୍ଟର ଆର୍କାଇଭ୍ଡ ସଂସ୍କରଣ ଏଠାରେ ଦେଖନ୍ତୁ ।
ତଦନ୍ତ
ଆମର ଅନୁସନ୍ଧାନ ଆରମ୍ଭ କରି, ଆମେ ପ୍ରଥମେ ଭାଇରାଲ ହେଉଥିବା ଫୋଟୋକୁ ଧ୍ୟାନର ସହ ଦେଖିଲୁ । ଫୋଟୋରେ ଦେଖାଯାଉଥିବା ପାଣି ଏବଂ ଏହା ଉପରେ ନିର୍ମିତ ହୋଇଥିବା ଝରଣା ମଧ୍ୟରେ ଏକ ରେଖା ଦେଖାଗଲା, ଯାହା ଦର୍ଶାଏ ଯେ ଏହି ଢାଞ୍ଚାକୁ ପୃଥକ ଭାବରେ ସଂଯୁକ୍ତ କରାଯାଇଛି । ତାପରେ ଫୋଟୋର ବାସ୍ତବତା ଜାଣିବା ପାଇଁ ଆମେ ଗୁଗୁଲ୍ ରିଭର୍ସ ଇମେଜରେ ଫୋଟୋ ଅପଲୋଡ୍ କରି ସର୍ଚ୍ଚ କଲୁ । ସର୍ଚ୍ଚରେ, ଆମେ ଚାଦ୍ ନାଇଟ୍ ନାମକ ଫେସବୁକ୍ ପେଜ୍ ରେ ଭାଇରାଲ୍ ଫଟୋ ପାଇଲୁ । ଏହା 28 ସେପ୍ଟେମ୍ବର 2018 ରେ ଅପଲୋଡ୍ ହୋଇଛି । ଫେସବୁକ୍ ପେଜରେ ଆମେ ଏହି ଝରଣାର ଅଧିକ ଫୋଟୋ ପାଇଲୁ, କିନ୍ତୁ ସେମାନଙ୍କର ବ୍ୟକଗ୍ରାଉଣ୍ଡ ଭିନ୍ନ ଥିଲା । ଅର୍ଥାତ୍ ଏହି ଝରଣାକୁ କେତେବେଳେ ପାଣି ଉପରେ ଏବଂ କେତେବେଳେ ବାଲିରେ ଦର୍ଶା ଯାଇଛି ।
ସର୍ଚ୍ଚ ସମୟରେ, ଆମେ ଇନଷ୍ଟାଗ୍ରାମରେ ଚାଦ୍ ନାଇଟ୍ ଙ୍କ ଅଫିସିଆଲ୍ ଭେରିଫାଏଡ୍ ଆକାଉଣ୍ଟ ପାଇଲୁ, ଯେଉଁଥିରେ ଭାଇରାଲ୍ ଫୋଟୋ ମିଳିଲା । ଏହା 28 ସେପ୍ଟେମ୍ବର 2018 ରେ ସେୟାର୍ କରାଯାଇଥିଲା | ଏହି ପେଜ୍ ରେ, ଆମେ ଫୋଟୋଟିକୁ ଏକ ଭିଡିଓ ଆକାରରେ ପାଇଲୁ, ଯେଉଁଥିରେ ଆପଣ ଆନିମେଟେଡ୍ ଜଳ ପ୍ରବାହିତ ହେଉଥିବା ଦେଖିପାରିବେ । ଅକ୍ଟୋବର 21, 2018 ରେ, ଏହା ସେୟାର୍ କରାଯାଇ ଲେଖାଯାଇଛି ଯେ ଏହା @ mattattack426 ଦ୍ୱାରା ଆନିମେସନ୍ ହୋଇଛି ଏବଂ ଏହା ଜାପାନର ଝରଣା ନୁହେଁ । ଚାଦ୍ ନାଇଟ୍ ଙ୍କ ଇନଷ୍ଟା ପେଜ୍ ଅନୁଯାୟୀ, ସେ ଭର୍ଚୁଆଲ୍ ଦୁନିଆ ସୃଷ୍ଟି କରୁଥିବା ଜଣେ କଳାକାର । ଏହି ପେଜ୍ ରେ ଆମେ ଆହୁରି ଅନେକ କଳାକୃତି ପାଇଲୁ ।
ବିଶ୍ୱାସ ନ୍ୟୁଜ୍ ମେଲ୍ ମାଧ୍ୟମରେ ଚାଡ୍ ନାଇଟଙ୍କ ସହ ଯୋଗାଯୋଗ କରି ତାଙ୍କୁ ଭାଇରାଲ୍ ପୋଷ୍ଟ ପଠାଇଥିଲା। ସେ କହିଛନ୍ତି ଯେ ଏହି ଝରଣା ବାସ୍ତବ ନୁହେଁ । ମୁଁ ଜଣେ ଆର୍ଟିଷ୍ଟ ଏବଂ ମୁଁ ଏହାକୁ ତିଆରି କରିଛି, ଏହା କେବଳ ଏକ 3D କ୍ରିଏସନ୍ ।
ଏହି ପୋଷ୍ଟକୁ ମିଥ୍ୟା ଦାବି ସହିତ ସେୟାର କରିଥିବା,ଫେସବୁକ୍ ୟୁଜର୍ ଜିହାଦି ବେନ୍ ଅଜିବାଙ୍କର ସୋସିଆଲ୍ ସ୍କାନିଂରେ ବିଶ୍ୱାସ ନ୍ୟୁଜ୍ ଜାଣିବାକୁ ପାଇଲା ଯେ ଉପଭୋକ୍ତା ମୋରକ୍କୋର ବାସିନ୍ଦା। ଏବଂ ଏହି ପେଜ୍ ରେ ଅଧିକାଂଶ ବ୍ୟକ୍ତିଗତ ଫୋଟୋ ସେୟାର୍ କରାଯାଇଥାଏ ।
निष्कर्ष: ନିଷ୍କର୍ଷ: ବିଶ୍ୱାସ ନ୍ୟୁଜ୍ ଭାଇରାଲ୍ ହେଉଥିବା ଏହି ପୋଷ୍ଟର ଅନୁସନ୍ଧାନ କଲା ଏବଂ ଜାଣିବାକୁ ପାଇଲା ଯେ ଏହା ଜାପାନର ଝରଣା ନୁହେଁ, ବରଂ ଏହା ଏକ ଆନିମେଟେଡ୍ 3D କଳାକୃତି । ଭାଇରାଲ୍ ଦାବି ମିଥ୍ୟା ଅଟେ।
Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923