X
X

ଫ୍ୟାକ୍ଟ ଚେକ୍: 2009 ମସିହାର ୟୁଏସ୍ କ୍ୟାପିଟଲ୍ ଫୋଟୋ ବିଭ୍ରାନ୍ତିକର ଦାବି ସହିତ ଭାଇରାଲ ହେଉଛି

ସିଦ୍ଧାନ୍ତ: ବିଶ୍ୱାସ ନ୍ୟୁଜ୍ ଜାଣିବାକୁ ପାଇଲା ଯେ ଭାଇରାଲ୍ ଛବି ସହିତ କରାଯାଉଥିବା ଦାବି ଭୁଲ୍ ଅଟେ। ଏହି ଚିତ୍ର 2009 ମସିହାର ଅଟେ।

  • By: Pallavi Mishra
  • Published: Feb 25, 2021 at 07:45 PM
  • Updated: Feb 27, 2021 at 12:29 PM

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍) ଆମେରିକାର ରାଷ୍ଟ୍ରପତି ଭାବରେ ଜୋ ବାଇଡେନ ଶପଥ ଗ୍ରହଣ କରିବା ପରେ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଆମେରିକାର କ୍ୟାପିଟଲ ବିଲ୍ଡିଂ ବାହାରେ ବହୁ ସଂଖ୍ୟାରେ ଲୋକଙ୍କୁ ନମାଜ ପଢ଼ୁଥିବା ଦେଖିବାକୁ ମିଳୁଛି। ଏହି ଦୃଶ୍ୟ ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ହେବା ପରର ବୋଲି ଭାଇରାଲ ଫୋଟୋରେ ଦାବି କରାଯାଇଛି।

ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରୁ ଜାଣିବାକୁ ପାଇଲା ଯେ ଭାଇରାଲ୍ ଛବି ସହିତ କରାଯାଇଥିବା ଦାବି ଭୁଲ୍ ଅଟେ । ଏହି ଚିତ୍ର 2009 ମସିହାର ଅଟେ।

ଭାଇରାଲ୍ ପୋଷ୍ଟରେ କ’ଣ ଅଛି?

ଫେସବୁକ ବ୍ୟବହାରକାରୀ ରବୀନ୍ଦ୍ର ଭାରତୀୟ ଏହି ଛବି ପୋଷ୍ଟ କରି ଏହା ସହିତ ଲେଖିଛନ୍ତି “ଜୋ ବାଇଡେନଙ୍କ ନୂଆ ଆମେରିକା କ୍ୟାପିଟାଲ ହିଲ ସମ୍ମୁଖରେ ଶୁକ୍ରବାର ଦିନ।”

ପୋଷ୍ଟର ଆର୍କାଇଭ୍ଡ ସଂସ୍କରଣ ଏଠାରେ ଦେଖାଯାଇ ପାରିବ।

ତଦନ୍ତ

ଅନୁସନ୍ଧାନ ଆରମ୍ଭ କରି ବିଶ୍ୱାସ ନ୍ୟୁଜ୍ ପ୍ରଥମେ ଗୁଗୁଲ୍ ରିଭର୍ସ ଇମେଜ୍ ସର୍ଚ୍ଚ ସାହାଯ୍ୟରେ ଭାଇରାଲ୍ ଫୋଟୋ ବିଷୟରେ ତଥ୍ୟ ସଂଗ୍ରହ କଲା। Gettyimages.in ୱେବସାଇଟରେ ଆମେ ଏହି ଫୋଟୋ ପାଇଲୁ। ଚିତ୍ରଟିର ଡେସ୍କ୍ରିପସନ୍‌ରେ ଲେଖାଯାଇଥିଲା, “WASHINGTON – SEPTEMBER 25: Muslims say prayer during the “Islam on Capitol Hill 2009” event at the West Front Lawn of the U.S. Capitol September 25, 2009 in Washington, DC. Thousands of Muslims gathered for the event to promote the diversity of Islam. (Photo by Alex Wong/Getty Images)

ଯାହାର ଓଡ଼ିଆ ଅନୁବାଦ ହେଉଛି: “ୱାଶିଂଟନ୍ – 25 ସେପ୍ଟେମ୍ବର: 25 ସେପ୍ଟେମ୍ବର 2009 ରେ ଆମେରିକାର ୱାଶିଂଟନ୍, ଡିସିରେ ଥିବା ୟୁଏସ୍ କ୍ୟାପିଟଲ୍ର ୱେଷ୍ଟ୍ ଫ୍ରଣ୍ଟ ଲନ୍ ଠାରେ “ଇସଲାମ ଅନ୍ କ୍ୟାପିଟଲ୍ ହିଲ୍” ଇଭେଣ୍ଟରେ ମୁସଲମାନମାନେ ପ୍ରାର୍ଥନା କରିଛନ୍ତି। ଇସଲାମ୍ର ବିବିଧତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ହଜାର ହଜାର ମୁସଲମାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। (ଫୋଟୋ: ଆଲେକ୍ସ ୱଙ୍ଗ / ଗେଟି ଇମେଜେସ୍) “

ibtimes.com ର ଏକ ଖବରରେ ମଧ୍ୟ ଆମେ ଏହି ଫୋଟୋ ପାଇଲୁ। ଖବରରେ ବ୍ୟବହୃତ ଏହି ଫୋଟୋର କ୍ୟାପସନ୍ ଅନୁଯାୟୀ ମଧ୍ୟ ଏହା 2009 ର ବୋଲି ଦର୍ଶାଯାଇଛି।

ଭାଇରାଲ ଫୋଟୋ କ୍ଲିକ୍ କରିଥିବା ଫୋଟୋ ଜର୍ଣ୍ଣାଲିଷ୍ଟ ଆଲେକ୍ସ ୱଙ୍ଗଙ୍କ ସହ ଇମେଲ ମାଧ୍ୟମରେ ବିଶ୍ୱାସ ନ୍ୟୁଜ୍ ଯୋଗାଯୋଗ କରିଥିଲା । ଆମ ଇମେଲର ଉତ୍ତରରେ ଆଲେକ୍ସ ୱଙ୍ଗ କହିଛନ୍ତି ଯେ ସେ ଏହି ଫୋଟୋ 2009 ରେ ଉଠାଇଥିଲେ।

ଫେସବୁକରେ ଏକ ଭାଇରାଲ୍ ପୋଷ୍ଟ ‘ରବୀନ୍ଦ୍ର ଭାରତୀୟ’ ନାମକ ଜଣେ ୟୁଜର୍ ସେୟାର କରିଛନ୍ତି। ପ୍ରୋଫାଇଲ୍ ସ୍କାନ୍ କରିବା ପରେ ଆମେ ଜାଣିଲୁ ଯେ ସେ ଲକ୍ଷ୍ନୌରେ ରୁହନ୍ତି।

निष्कर्ष: ସିଦ୍ଧାନ୍ତ: ବିଶ୍ୱାସ ନ୍ୟୁଜ୍ ଜାଣିବାକୁ ପାଇଲା ଯେ ଭାଇରାଲ୍ ଛବି ସହିତ କରାଯାଉଥିବା ଦାବି ଭୁଲ୍ ଅଟେ। ଏହି ଚିତ୍ର 2009 ମସିହାର ଅଟେ।

  • Claim Review : जो बाइडेन का नया अमेरिका कैपिटल हिल के सामने जुम्मे के दिन।
  • Claimed By : रवींद्र भारतीय
  • Fact Check : Misleading
Misleading
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later