ନୂଆ ଦିଲ୍ଲୀ (ବିଶ୍ବାସ ନ୍ୟୁଜ୍) । ଶାହାରୁଖ ଖାନଙ୍କ ମଲ୍ଟି ଷ୍ଟାରର୍ ସିନେମା ପଠାନର ଟ୍ରେଲର୍ ରିଲିଜ୍ ହେବା ପରେ ଏହାକୁ ବୁର୍ଜ ଖଲିଫାରେ ମଧ୍ୟ ଦେଖା ଯାଇଛି । ଏହା ପରେ ସୋସିଆଲ୍ ମିଡିଆର କିଛି ୟୁଜର୍ ଦାବି କରୁଛନ୍ତି ଯେ, ଇତିହାସରେ ପ୍ରଥମ ଥର ପାଇଁ କୌଣସି ସିନେମାର ଟ୍ରେଲ୍ ବୁର୍ଜ ଖଲିଫାରେ ଦେଖାଯାଇଛି । ବିଶ୍ବାସ ନ୍ୟୁଜ୍ ନିଜ ଅନୁସ୍ଧାନରୁ ଜାଣିବାକୁ ପାଇଲା ଯେ, ଏହି ଦାବି ନକଲି । ପଠାନ ପୂର୍ବରୁ ମଧ୍ୟ ଅନେକ ସିନେମାର ଟ୍ରେଲର୍ ବୁର୍ଜ ଖଲିଫାରେ ଦେଖାଯାଇଛି ।
ଫେସବୁକ୍ ୟୁଜର୍ ଭାଇରାଲ୍ ପୋଷ୍ଟକୁ ସେୟାର୍ କରି ଲେଖିଛନ୍ତି ଯେ, ‘ ଇତିହାସରେ ପ୍ରଥମ ଥର ପାଇଁ ଦୁନିଆର ସବୁଠାରୁ ଉଚ୍ଚା ଅଟ୍ଟାଳିକା ବୁର୍ଜ ଖଲିଫାରେ କୌଣସି ସିନେମାର ଟ୍ରେଲର୍ ଦେଖାଯାଇଛି । #पठान दुबई में #जय_हिन्द କହି କରି ଆସିଛି । ଏବେ ଖୁସି ହୋଇଯାଅ । ମୋତେ ଲାଗୁଛି ପଠାନ ସୁପରହିଟ୍ ହିଁ ହେବ?’
ପୋଷ୍ଟ ର ଆର୍କାଇଭ୍ ଭର୍ସନ୍ ଏଠାରେ ଦେଖନ୍ତୁ ।
ଶାହରୁଖ୍ ଖାନଙ୍କ ସିନେମା ପଠାନ୍ ର ଟ୍ରେଲର୍ ଦୁନିଆର ସବୁଠାରୁ ଉଚ୍ଚା ଅଟ୍ଟାଳିକା ବୁର୍ଜ ଖଲିଫାରେ ଦେଖା ଯାଇଛି । ଏହି ଅବସରରେ ଶାହରୁଖ ଖାନ ମଧ୍ୟ ଉପସ୍ଥିତ ଥିଲେ । ଏ ସମ୍ବନ୍ଧୀୟ ଖବର ଏଠାରେ ପଢ଼ା ଯାଇ ପାରିବ ।
ଅଧିକ ଅନୁସନ୍ଧାନ କରି ଆମେ ପ୍ରଥମେ ଜାଣିବାକୁ ଚେଷ୍ଟା କରିଥିଲୁ ଯେ, ପଟାନ ପୂର୍ବରୁ କୌଣସି ସିନେମାର ଟ୍ରେଲର୍ ପ୍ରକୃତରେ ବୁର୍ଜ ଖଲିଫାରେ ଦେଖା ଯାଇଛି କି ନାହିଁ । କି ୱାର୍ଡ ସହ ଆମେ ଗୁଗଲ୍ ରେ ଓପନ୍ ସର୍ଚ୍ଚ କରିଥିଲୁ । ଏଥିରେ ଆମକୁ ପ୍ରଥମେ 10 ନଭେମ୍ବର 2021ରେ ପ୍ରକାଶିତ ଏକ ଖବର ମିଳିଥିଲା । ଏଥିରେ ଦିଆଯାଇଥିବା ସୂଚନା ଅନୁଯାୟୀ, ‘ ବୁର୍ଜ ଖଲିଫାରେ ଦୁଲକର୍ ସଲମାନଙ୍କ ସିନେମା କୁରୁପର ଟ୍ରେଲର୍ ଦେଖାଯାଇଥିଲା ।’
ରଣବୀର ସିଂଙ୍କ ସିନେମା 83 ର ଟ୍ରେଲର୍, ଫାଷ୍ଟ ଆଣ୍ଡ୍ ଫ୍ୟୁରିଅସ୍ 9ର ଟିଜର୍ , କମଲ ହାସନଙ୍କ ବିକ୍ରମ ର ଟ୍ରେଲର୍, ବରୁଣ ଧବନଙ୍କ ଭେଡିଆ ର ଟ୍ରେଲର୍, ନେଟଫ୍ଲିକ୍ସର ସିନେମା ନୱାସାରା ର ଟ୍ରେଲର୍, ବିକ୍ରାନ୍ତ ରୋଣା ସିନେମାର ଇଭେଣ୍ଟ ମଧ୍ୟ ଏଠାରେ ଦେଖା ଯାଇଛି ।
ପୋଷ୍ଟ ସମ୍ବନ୍ଧୀୟ ପୁଷ୍ଟି ପାଇଁ ବଲିଉଡ୍ କଭର୍ କରୁଥିବା ସା୍ବାଦିକ ପରାଗ ଛାପେକରଙ୍କ ସହ ସମ୍ପର୍କ କରାଯାଇଥିଲା ଏବଂ ତାଙ୍କ ସହ ଭାଇରାଲ୍ ପୋଷ୍ଟ ସେୟାର୍ କରାଯାଇଥିଲା । ସେ ଆମକୁ କହିଥିଲେ ଯେ, ପଠା ପୂର୍ବରୁ ଅନେକ ସିନେମାର ଟ୍ରେଲର୍ ବୁର୍ଜ ଖଲିଫାରେ ଦେଖାଯାଇ ସାରିଛି ।
ନକଲି ପୋଷ୍ଟକୁ ସେୟାର କରିଥିଲା ୟୁଜରଙ୍କ ପ୍ରୋଫାଇଲ୍ ସ୍କାନିଂ କରି ଆମେ ଜାଣିଲୁ ଯେ ଯୁଜର୍ ‘ନୀସାର୍ ଅହମ୍ମଦ ରୟାଜ୍’ ଫେସବୁକରେ ବହୁତ ସକ୍ରିୟ ।
ନିଷ୍କର୍ଷ: ବିଶ୍ବାସ ନ୍ୟୁଜ୍ ନିଜ ଅନୁସନ୍ଧାନରେ ଜାଣିବାକୁ ପାଇଲା ଯେ, ଶାହରୁଖ ଖାନଙ୍କ ସିନେମା ପଠାନର ଟ୍ରେଲର୍ ପୂର୍ବରୁ ଅନେକ ସିନେମାର ଟ୍ରେଲର୍ ବୁର୍ଜ ଖଲିଫାରେ ଦେଖାଯାଇଛି ।
Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923