ତଥ୍ୟ ଯାଞ୍ଚ : ପ୍ରୟାଗରାଜରେ ରାସ୍ତା ଚଉଡ଼ା କରିବା ପାଇଁ ମସଜିଦ୍ ହଟାଇ ଦିଆଯାଇଛି, ଭାଇରାଲ ଦାବି ଭୁଲ୍

ନୂଆ ଦିଲ୍ଲୀ (ବିଶ୍ବାସ ନ୍ୟୁଜ୍)। ସୋସିଆଲ୍ ମିଡିଆରେ ମସଜିଦ୍ ଭାଙ୍ଗିବାର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଭିଡିଓକୁ ସେୟାର କରାଯାଇ ଦାବି କରାଯାଉଛି ଯେ, ପ୍ରୟାଗରାଜରେ ଏକ ମସଜିଦରେ ପାକିସ୍ତାନର ପତାକା ଲଗାଯାଇଥିଲା, ଯେଉଁଥି ପାଇଁ ଯୋଗୀ ସରକାର ମସଜିଦ୍ ଭାଙ୍ଗି ଦେଲେ।

ବିଶ୍ବାସ ନ୍ୟୁଜ୍ ଅନୁସନ୍ଧାନରେ ଏହି ଭାଇରାଲ୍ ଦାବି ଭୁଲ୍ ପ୍ରମାଣିତ ହୋଇଥିଲା । ମସଜିଦ୍ କୁ ପ୍ରଶାସନର ଉପସ୍ଥିତିରେ ସଡ଼କ ଚଉଡ଼ା କରିବା ପାଇଁ ହଟାଇ ଦିଆଯାଇଛି । ମସଜିଦ୍ ହଟାଇବା ଆଗରୁ ନୋଟିସ୍ ଜାରି କରାଯାଇଥିଲା ।

ଭାଇରାଲ୍ ପୋଷ୍ଟରେ ଅଛି କଣ ?

ଟ୍ବିଟର୍ ୟୁଜର୍ ଆଦିତ୍ୟ ତାମ୍ରକାର୍ 15 ଜାନୁୟାରୀ 2023ରେ ଭାଇକାଲ୍ ଭିଡିଓ ସେୟାର୍ କରିଛନ୍ତି । ୟୁଜରଜଣଙ୍କ ଭାଇରାଲ୍ ଭିଡିଓକୁ ସେୟାର୍ କରି ଶୀର୍ଷକ ଦେଇଛନ୍ତି, “ସୈଦାବାଦ, ପ୍ରୟାଗରାଜ ( ୟୁପି) ରେ ମସଜିଦ୍ ରେ ଲଗାଯାଇଥିଲା ପାକିସ୍ତାନ ପତାକା, ସମ୍ପୂର୍ଣ୍ଣ ମସଜିଦ୍ ଭାଙ୍ଗି ଦିଆଯାଇଛି । ” #योगीहैंतोमुमकिनहै 

ପୋଷ୍ଟର କଣ୍ଟେଣ୍ଟକୁ ଏଠାରେ ଅବିକଳ ଲେଖାଯାଇଛି । ଅନ୍ୟ ୟୁଜରମାନେ ମଧ୍ୟ ଏହାକୁ ଭାଇରାଲ୍ କରୁଛନ୍ତି । ଏହାର ଆର୍କାଇଭ୍ ଭର୍ସନ ଏଠାରେ ଦେଖନ୍ତୁ ।

https://twitter.com/AdityaTamBjp/status/1614509906908041219

ଅନୁସନ୍ଧାନ

ଭାଇରାଲ୍ ଦାବିର ସତ୍ୟତା ଜାଣିବା ପାଇଁ ଆମେ ଗୁଗଲରେ ବିଭିନ୍ନ କି ୱାର୍ଡ ଦେଇ ଖୋଜିବା ଆରମ୍ଭ କରିଥିଲୁ । ଏ ସମୟରେ ଆମକୁ ଭାଇରାଲ୍ ଭିଡିଓ ସହ ସମ୍ବନ୍ଧିତ ଏକ ରିପୋର୍ଟ ଦୈନିକ ଭାସ୍କର ଡଟ୍ କମ ରେ ମିଳିଥିଲା । ଏହି ରିପୋର୍ଟକୁ 11 ଜାନୁୟାରୀ 2023ରେ ପ୍ରକାଶିତ କରାଯାଇଥିଲା । ରିପୋର୍ଟ ଅନୁଯାୟୀ, ହଣ୍ଡିୟା ତହସିଲ ଅଧୀନରେ ଥିବା ସୈଦାବାଦ ବଜାରରେ ସାର୍ବଜନିକ ଲୋକ ନିର୍ମାଣ ବିଭାଗର ଜମିରେ ଶୈରଶାହ ସୁରୀ ସମୟରେ ତିଆରି ହୋଇଥିବା ଶାହୀ ମସଜିଦକୁ କଡ଼ା ପ୍ରଶାସନିକ ସୁରକ୍ଷା ବଳୟ ଏବଂ ଲୋକନିର୍ମାଣ ବିଭାଗ ଦ୍ବାରା ହଟାଯାଇଛି । ପ୍ରୟାଗରାଜରୁ ହଲଦିଆ ଜିଟି ରୋଡ୍ ପର୍ଯ୍ୟନ୍ତ ଚଉଡ଼ା କରାଯାଉଛି, ଯେଉଁଥିପାଇଁ ଏହା ଶାହୀ ମସଜିଦ୍ ହଟାଇ ଦିଆଯାଇଛି । ଏଥିପାଇଁ ମସଜିଦକୁ ଆଗରୁ ନୋଟିସ୍ ଦିଆଯାଇଥିଲା ।

ଲାଇଭ୍ ହିନ୍ଦୁସ୍ତାନ ମଧ୍ୟ ଏହି ଖବର ପ୍ରକାଶ କରିଥିଲା ।

ଅନୁସନ୍ଧାନ ବେଳେ ଆମକୁ ଭାଇରାଦ୍ ଭିଡିଓ ସମ୍ବନ୍ଧୀୟ ଏକ  ଟ୍ବିଟ୍ ପ୍ରୟାଗରାଜ କମିଶନର୍ ଙ୍କ ଔପଚାରିକ ଟ୍ବିଟର୍ ଏକାଉଣ୍ଟରେ ମିଳିଥିଲା । 16 ଜାନୁୟାରୀ 2023ରେ ଜଣେ ଟ୍ବିଟର୍ ୟୁଜରଙ୍କୁ ଉତ୍ତର ଦେଇ ଲେଖାଯାଇଥିଲା, “ ଲୋକ ନିର୍ମାଣ ବିଭାଗ ଦ୍ବାରା ପ୍ରୟାଗରାଜ – ହଣ୍ଡିଆ ମୁଖ୍ୟା ମାର୍ଗକୁ ଚଉଡ଼ା କରାଯାଉଛି । ହଣ୍ଡିଆ ଥାନା କ୍ଷେତ୍ରର ସୈଦାବାଦରେ ନିର୍ମାଣ ହୋଇଥିବା ଶାହୀ ମସଜିଦ, ଚଉଡ଼ା କରାଯାଉଥିବା ସଡ଼କ ମାର୍ଗରେ ଥିଲା । ମସଜିଦ୍ କମିଟିର ସଦସ୍ୟଙ୍କ ଦ୍ବାରା ଲୋକ ନିର୍ମାଣ ବିଭାଗର ଅଧିକାରୀମାନଙ୍କ ସହ ହୋଇଥିବା କଥାବାର୍ତ୍ତା ପରେ ପାରସ୍ପରିକ ସହମତି ଭିତ୍ତିରେ 09.01.2023 ରେ ମସଜିଦ୍ ହଟାଇ ଦିଆଯାଇଥିଲା । ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି । ”

ଅଧିକ ଅନୁସନ୍ଧାନ କରି ଆମେ ମସଜିଦର ପତାକା ଉପରେ ନଜର ଦେଇଥିଲୁ ଏବଂ ଏହାର ତୁଳନା ପାକିସ୍ତାନର ପତାକା ସହ କରିଥିଲୁ। ଆମେ ଜାଣିପାରିଲୁ ଯେ ଏହା ଇସଲାମର ପତାକା । ଏହାର ଏବଂ ପାକିସ୍ତାନର ପତାକା ମଧ୍ୟରେ ଫରକ ରହିଛି । ପାକିସ୍ତାନ ପତାକାରେ ଧଳା ରଙ୍ଗର ପଟି ଥାଏ , କିନ୍ତୁ ଇସଲାମ ପତାକାରେ ଏହା ନଥାଏ । ଇସଲାମୀ ପତାକା ସମ୍ପୂର୍ଣ୍ଣ ସବୁଜ ରଙ୍ଗର ଏବଂ ଏଥିରେ ଚାନ୍ଦ ଏବଂ ତାରା ତିଆରି ହୋଇଥାଏ ।

ବିଶ୍ବାସନ ନ୍ୟୁଜ୍ ଏହି ମାମଲାରେ କୋତୱାଲୀ ହଣ୍ଡିଆର କାର୍ଯ୍ୟବାହକ ପ୍ରଭାରୀ ନିରୀକ୍ଷକ କମଲେସ କୁମାରଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲା । ସେ ଆମକୁ କହିଥିଲେ ଯେ, ସୈଦାବାଦ ସହରର ଶାହୀ ମସଜିଦ୍ ପିଡବ୍ଲୁଡି ଜମିରେ ତିଆରି ହୋଇଥିଲା । ସଡ଼କ ଚଉଡ଼ା କରିବା ପାଇଁ କୋର୍ଟର ଆଦେଶ ପରେ ବିଡବ୍ଲୁଡି ଅଧିକାରୀ, ହଣ୍ଡିଆ ପୂର୍ବ ଉପ ଜିଲ୍ଲା ଅଧିକାରୀ ରମେଶ ଚନ୍ଦ୍ର ମୌର୍ଯ୍ୟ ଏବଂ ହଣ୍ଡିଆ ସହକାରୀ ପୋସିଲ୍ କମିଶନରଙ୍କ ଉପସ୍ଥିତିରେ ମସଜିଦକୁ ହଟାଇ ଥିଲେ । ଭାଇରାଲ ହୋଇଥିଲା ଦାବି ଭୁଲ୍ ଅଟେ । ମସଜିଦ ଉପରେ ପାକିସ୍ତାନର ପତାକା ନୁହେଁ, ଇସଲାମ ପତାକା ଲାଗିଥିଲା । ମସଜିଦ୍ ହଟାଇବାର ଏ ଘଟଣା 9 ଜାନୁୟାରୀ 2023ର ଅଟେ ।

ଅଧିକ ସୂଚନା ପାଇଁ ଆମେ ପ୍ରୟାଗରାଜ ଦୈନିକ ଜାଗରଣର ସଂପାଦକୀୟ ପ୍ରଭାରୀ ରାକେଶ ପାଣ୍ଡେଙ୍କ ସହ ସମ୍ପର୍କ କରିଥିଲୁ । ସେ ଆମକୁ କହିଥିଲେ ଯେ, “ଭାଇରାଲ ଦାବି ଭୁଲ୍ ଅଟେ । ମସଜିଦ୍ ପ୍ରଗାୟରାଜ ହଣ୍ଡିଆ ରାଜପଥର ସରକାରୀ ଜମିରେ ଥିଲା, ଯାହାକୁ ନୋଟିସ୍ ଦିଆଯିବା ପରେ ହଟାଯାଇଛି । ”

ଅନୁସନ୍ଧାନର ଶେଷରେ ବିଶ୍ବାସ ନ୍ୟୁଜ୍ ନକଲି ଦାବି ସେୟାର କରିଥିବା ୟୁଜରଙ୍କ ହ୍ୟାଣ୍ଡେଲ୍ ର ସୋସିଆଲ୍ ସ୍କାନିଂ କରିଥିଲା । ପ୍ରୋଫାଇଲରେ ଦିଆଯାଇଥିବା ସୂଚନା ଅନୁଯାୟୀ, ୟୁଜର ଜଣଙ୍କ ଦୁର୍ଗ ସହରରେ ରୁହନ୍ତି । ଏହି ୟୁଜରଙ୍କୁ ସାତ ହଜାରରୁ ଅଧିକ ଲୋକ ଫଲୋ କରୁଛନ୍ତି । ୟୁଜର୍ ସେପ୍ଟେମ୍ବର 2020ରୁ ଟ୍ବିଟରରେ ସକ୍ରିୟ ଅଟନ୍ତି ।

ନିଷ୍କର୍ଷ: ବିଶ୍ବାସ ନ୍ୟୁଜ୍ ନିଜ ଅନୁସନ୍ଧାନରୁ ଜାଣିବାକୁ ପାଇଲା ଯେ, ମସଜିଦକୁ ପ୍ରଶାସନର ଉପସ୍ଥିତିରେ ସଡ଼କ ଚଉଡ଼ା କରିବା ପାଇଁ ହଟାଇ ଦିଆଯାଇଛି । ଏଥିପାଇଁ ମସଜିଦକୁ ଆଗରୁ ନୋଟିସ୍ ଜାରି କରାଯାଇଥିଲା ।

Misleading
Symbols that define nature of fake news
Know The Truth...

Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923

Related Posts
ନୂଆ ପୋଷ୍ଟଗୁଡ଼ିକ