ତଥ୍ୟ ଯାଞ୍ଚ : ନୋଭଲ୍ କରୋନା ଭାଇରସ୍ ଉପରେ ଏହି ଭାଇରାଲ୍ ମେସେଜ୍ ୟୁନିସେଫ୍ ଦ୍ବାରା ଜାରି କରାଯାଇ ନାହିଁ

ନୋଭଲ୍ କରୋନା ଭାଇରସ୍ ଉପରେ ଭାଇରାଲ୍ ମେସେଜ୍ ୟୁନିସେଫ୍ ଦ୍ବାରା ଜାରି କରାଯାଇ ନାହିଁ

ତଥ୍ୟ ଯାଞ୍ଚ : ନୋଭଲ୍ କରୋନା ଭାଇରସ୍ ଉପରେ ଏହି ଭାଇରାଲ୍ ମେସେଜ୍ ୟୁନିସେଫ୍ ଦ୍ବାରା ଜାରି କରାଯାଇ ନାହିଁ

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଗୋଟିଏ ପୋଷ୍ଟ ଦାବି କରେ ଯେ, 26- 27 ଡିଗ୍ରୀ ସେଲସିଅସ୍ ଉପରେ ତାପମାତ୍ରାରେ କରୋନା ଭାଇରସ୍ ମରିଯାଇ ଥାଏ । ଏହା ଆହୁରି ମଧ୍ୟ ଦାବି କରୁଛି ଗରମ ପାଣି ପିଇବା ଏବଂ ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସିବା ଦ୍ବାରା ଏହା ହୋଇ ପାରିବ । ଏ ସମୟରେ ଆଇସକ୍ରିମ୍ ଏବଂ ଥଣ୍ଡା ପାନୀୟରୁ ଦୂରେଇ ରହିବା ପାଇଁ ମଧ୍ୟ ଏହି ଭାଇରାଲ୍ ପୋଷ୍ଟରେ ପରାମର୍ଶ ଦିଆଯାଇଛି । ୟୁନିସେଫ୍ କୁ ଏହି ଭାଇରାଲ୍ ପୋଷ୍ଟର ସୂଚନା ଉତ୍ସ ଭାବେ ବାର୍ତ୍ତାରେ ଉଲ୍ଲେଖ ରହିଛି । ବିଶ୍ବାସ ନ୍ୟୁଜ୍ ଅନୁସନ୍ଧାନ କରିଥିଲା ଏବଂ ଜାଣିବାକୁ ପାଇଲା ଯେ ଏହି ଭାଇରାଲ୍ ପୋଷ୍ଟ ଟି ନକଲି ।

ଦାବି

କ୍ଲିନ୍ ଆଣ୍ଡ୍ ଗ୍ରୀନ୍ ସର୍ଭିସ୍ ଦ୍ବାରା ସୋସିଆଲ୍ ମିଡିଆରେ ସେୟାର୍ ହୋଇଥିବା ଗୋଟିଏ ପୋଷ୍ଟ ରେ ଅଛି: କରୋନାଭାଇରସ୍ ଇନଭରମେସନ୍ ଉତ୍ସ : ୟୁନିସେଫ୍  । ଯଦି ଭାଇରସ୍ 26- 27 ଡିଗ୍ରୀ ସେଲସିଅସ୍ ଉପରେ ତାପମାତ୍ରା ସମ୍ମୁଖୀନ ହୁଏ, ଏହା ମରିଯିବ, କାରଣ ଏହା ଗରମ ସ୍ଥାନରେ ରହି ପାରେ ନାହିଁ । ଏଥିହ ଗରମ ପାଣି ପିଇବା ଏବଂ ସୂର୍ଯ୍ୟ କିରଣ ସାମ୍ନାରେ ଆସିଲେ ମଧ୍ୟ ଏହି ଯାଦୁ ହେବ ଏବଂ ଏଥିସହ ଆଇସକ୍ରିମ୍ ଓ ଥଣ୍ଡା ପାନୀୟରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି ।   ପୋଷ୍ଟରର ଆର୍କାଇଭ୍ ଲିଙ୍କ୍ ଏଠାରେ ଯାଞ୍ଚ କରଯାଇ ପାରିବ ।

ଅନୁସନ୍ଧାନ

 ଯେପରି ଦେଖାଯାଉଛି, ପୋଷ୍ଟରେ ଥିବା ବାର୍ତ୍ତାରେ ସୂଚନା ଉତ୍ସ ଭାବେ ୟୁନିସେଫ୍ ଉଲ୍ଲେଖ ହୋଇଛି ।   

ବିଶ୍ବାସ ନ୍ୟୁଜ୍ ୟୁନିସେଫ୍ ର ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର କାନୁପ୍ରିୟା ସିଙ୍ଘଲଙ୍କ ସହ କଥା ହୋଇଥିଲା ଏବଂ ତାଙ୍କ ସହ ଭାଇରାଲ୍ ଚିତ୍ର ସେୟାର କରିଥିଲା । ସେ କହିଥିଲେ ଯେ ୟୁନିସେଫ୍ ସେଭଳି ବାର୍ତ୍ତା ପଠାଇ ନାହିଁ ।

 “ୟୁନିସେଫ୍ ଏଭଳି କୌଣସି ରିପୋର୍ଟ ପ୍ରକାଶ କରି ନାହିଁ

ଭାଇରାଲ୍ ପୋଷ୍ଟ ଅନୁଯାୟୀ, ନୋଭଲ୍ କରୋନା ଭାଇରସ୍ 26/27 ଡିଗ୍ରୀ ତାପମାତ୍ରା ଉପରେ ମରିଯାଇ ଥାଏ । ତେବେ, ନୂଆ ଭାଇରସ୍ ବିଷୟରେ ଡାକ୍ତରୀ ବିଶେଷଜ୍ଞ ଏଭଳି କୌଣସି ନିର୍ଦ୍ଧିଷ୍ଟ ଦାବି କରି ନାହାଁନ୍ତି । 

ଡାକ୍ତର. କାନୁପ୍ରିୟା ସିଙ୍ଘଲ୍ ଙ୍କ କହିବା ଅନୁଯାୟୀ, “ ତାପମାତ୍ରା ନେଇ ସମ୍ବେଦନଶୀଳତା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ନାହିଁ ।  ସ୍ବାସ୍ଥ୍ୟ ମନ୍ତ୍ରାଳୟର ଔପଚାରିକ ୱେବସାଇଟ୍, ଡବଲ୍ଲୁ ଏଚ୍ ଓ ୱେବସାଇଟ୍ କିମ୍ବା ୟୁନିସେଫ୍ ୱେବସାଇଟ୍ ର ବିଶ୍ବସ୍ତ ସୂଚନା ଉତ୍ସ ଉପକେ କେବଳ ବିଶ୍ବାସ କରିବା ଗୁରୁତ୍ତ୍ବପୂର୍ଣ୍ଣ । ପୁଷ୍ଟି କରା ନଯାଇ ନକଲି ପୋଷ୍ଟ ଏବଂ ଭୁଲ୍ ସୂଚନା ସୋସିଆଲ୍ ମିଡିଆରେ ସେୟାର୍ ହେବା ଉଚିତ ନୁହେଁ  ।

ଖ୍ରୀଷ୍ଟୋଫର୍ ଟିଡେ, ୟୁନିସେଫର ଯୋଗାଯୋଗ ବିଶେଷଜ୍ଞ, ଆମକୁ ମେଲ୍ ରେ ପ୍ରତିକ୍ରିୟା ଦେଇଥିଲେ , “ ସେହି ପୋଷ୍ଟ ୟୁନିସେଫ୍ ର ନୁହେଁ ଏବଂ ଏହା ସଠିକ ନୁହେଁ ।  ବିଶ୍ବରେ, ନିଜକୁ ଏବଂ ନିଜ ପରିବାରକୁ କରୋନା ଭାଇରସରୁ ରକ୍ଷା କରିବା ପାଇଁ ଲୋକମାନେ ଜରୁରୁୀ ସାବଧାନତା ବିଷୟରେ କଥା ହେଉଛନ୍ତି । ଏ ସମୟରେ ଆମକୁ ପ୍ରକୃତରେ ଆବଶ୍ୟକ ହେଉଛି ବୈଜ୍ଞାନିକ ପ୍ରମାଣ ଉପରେ ଆଧାର କରି ଭଲ ପ୍ରସ୍ତୁତିତେବେ, ଯେଉଁଠି ଭାଇରସ୍ ବିଷୟରେ ଏବଂ ଏଥିରୁ ରକ୍ଷା ପାଇଁବା ପାଇଁ ଅନେକ ବ୍ୟକ୍ତି ସୂଚନା ସେୟାର କରୁଛନ୍ତି, ସେହି ସୂଚନା ମଧ୍ୟରୁ କେବଳ କିଛି ସୂଚନା ହିଁ ଉପଯୋଗୀ କିମ୍ବା ଭରସାଯୋଗ୍ୟ ।  ସ୍ବାସ୍ଥ୍ୟ ବିପଦ ସମୟରେ କୌଣସି ପ୍ରକାର ଭୁଲ୍ ସୂଚନାର ପରିଣାମ ସ୍ବରୂପ ଲୋକ ଅସୁରକ୍ଷିତ ରହି ପାରନ୍ତି କିମ୍ବା ଭାଇରସ ଆକ୍ରାନ୍ତରେ ଆସିବାର ଅଧିକ ସମ୍ଭାବନା ପରିସରରେ ଆସନ୍ତି । ଏହା ପାରାନୋଆ, ଭୟ, ବିସ୍ତାର କରିପାରେଏବଂ  ସୁରକ୍ଷାର ଭୁଲ୍ ଦିଗ ପ୍ରସ୍ତାବ ଦେବା ଭଳି ଏହାର ଅନ୍ୟ ପରିଣାଣ ମଧ୍ୟ ରହିପାରେ ।

ବିଶ୍ବାସ ନ୍ୟୁଜ୍ ଆହୁରି ମଧ୍ୟ ଅନୁସନ୍ଧାନ କରିଥିଲା ଏବଂ ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର ( ସିଡିସି)ର ଔପଚାରିକ ୱେବସାଇଟରୁ ଏକ ରିପୋର୍ଟରୁ ପାଇଥିଲା । ରିପୋର୍ଟ ଅନୁଯାୟୀ, କୋଭିଡ୍ -19 ବ୍ୟାପିବା ନେଇ ପାଣିପାଗ ଏବଂ ତାପମାତ୍ରାର କିଛି ପ୍ରଭାବ ରହିଛି କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ଜଣା ନାହିଁ । କିଛି ଅନ୍ୟ ଭାଇରସ୍, ଯେପରି ସାଧାରଣ ଥଣ୍ଡା ଏବଂ ଫ୍ଲୁ, ଥଣ୍ଡା ପାଗରେ ଅଧିକ ବ୍ୟପିଥାଏ କିନ୍ତୁ ଏହାର ଅର୍ଥ ନୁହେଁ ଅନ୍ୟ ମାସରେ ଏସବୁ ଭାଇରସ୍ ଦ୍ବାରା ଅନ୍ୟମାସରେ ଅସୁସ୍ଥ ହେବା ଅସମ୍ଭବ ।  ଏ ସମୟରେ, ଏହା ଜଣା ନାହିଁ ଯେ ପାଣିପାଗ ଗରମ ହେଲେ କୋଭିଡ୍ -19 କମିବ କି ନାହିଁ ।  କୋଭିଡ୍- 19 ସହ ଜଡ଼ିତ ସଂକ୍ରାମକ ତଥ୍ୟ, ଗମ୍ଭୀରତା ଏବଂ ଅନ୍ୟ  ବୈଶିଷ୍ଠ ବିଷୟରେ ଆହୁରି ଅଧିକ ଜାଣିବାର ଅଛି  ଏବଂ ଏ ନେଇ ଅନୁସନ୍ଧାନ ଜାରି ରହିଛି ।

ଭାଇରାଲ ପୋଷ୍ଟ ଆହୁରି ମଧ୍ୟ କହୁଛି ଯେ, ଗରମ ପାଣି ପିଇବା ଏବଂ ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସିବା ସହଯୋଗୀ ହେବ ।

ପାଣି ପିଇବା ଏବଂ ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସିବା ଦ୍ବାରା ସଂକ୍ରମଣ ରୋକି ହେବ ବୋଲି ଆମେ କୌଣସି ପ୍ରମାଣ ପାଇ ନାହୁଁ । ସାଧାରଣ ଚିକିତ୍ସକ ଡାକ୍ତର ସଞ୍ଜୀବ କୁମାରଙ୍କ କହିବା ଅନୁଯାୟୀ,ଏହା ପ୍ରମାଣିତ ହୋଇ ନାହିଁ ।  ବର୍ତ୍ତମାନ ପର୍ଯ୍ୟନ୍ତ ନୋଭଲ୍ କରୋନା ଭାଇରରସ୍ ର କୌଣସି ଚିକିତ୍ସା ନାହିଁ । କାଶିବା ଏବଂ ଛିଙ୍କିବା ଭଳି ଶ୍ବାସକ୍ରିୟା ଜନିତ ସମସ୍ୟା ଥିବା ସଂକ୍ରମିତ ବ୍ୟକ୍ତିଙ୍କ ସହ ନିକଟ ସଂପର୍କରେ ଆସିଲେ କରୋନା ଭାଇରରସ୍ ବ୍ୟାପିଥାଏ  ।

ଭାଇରାଲ୍ ପୋଷ୍ଟ ମଧ୍ୟ କହୁଛି ଯେ ଲୋକମାନେ ଆଇସକ୍ରିମ୍ ଏବଂ କୋଲ୍ଡ ଡ୍ରିଙ୍କସ୍ ରୁ ଦୂରରେ ରହିବା ଉଚିତ ।

ଯେତେବେଳେ ଆମେ ଅନୁସନ୍ଧାନ କରିଲୁ, ଆମେ ଜାଣିବାକୁ ପାଇଲୁ ଯେ ପାର୍ଟନରସିପ୍ ପାଇଁ ୟୁନିସେଫ୍ ଉପ କାର୍ଯ୍ୟକାରୀ ନିର୍ଦ୍ଦେଶକ ଚାର୍ଲୋଟ୍ ପେଟ୍ରି ଗୋର୍ନିତକା କରୋନା ଭାଇରସ୍ ସମ୍ପର୍କରେ ଭୁଲ୍ ସୂଚନା ଉପରେ ଏକ ମନ୍ତବ୍ୟ ଜାରି କରିଛନ୍ତି ।

କରୋନା ଭାଇରସ୍ ଉପରେ ଏଭଳି ବିଭ୍ରାନ୍ତିକର ଦାବିକୁ ତାଙ୍କ ମନ୍ତବ୍ୟ ଖଣ୍ଡନ କରୁଛି ,  ବର୍ତ୍ତମାନ ଏକ ଭୁଲ ଅନଲାଇନ୍ ବାର୍ତ୍ତା ବିଭିନ୍ନ ଭାଷାରେ ସାରା ବିଶ୍ବରେ ବିତରିତ ହେଉଛି ଏବଂ ଏହା ୟୁନିସେଫ୍ ଯୋଗାଯୋଗ ବୋଲି ସୂଚିତ କରିବା ପରି ଦେଖାଯାଉଛି । ଏଥିରେ ଥିବା ଅନ୍ୟ ତଥ୍ୟ ମଧ୍ୟରେ ରହିଛି ଆଇସକ୍ରିମ୍ ଏବଂ ଥଣ୍ଡା ଖାଦ୍ୟ ରୋଗ ବ୍ୟାପିବାରୁ ରକ୍ଷା କରି ପାରିବ । ଏହା ନିହାତି ଭାବେ ସମ୍ପୂର୍ଣ୍ଣ ଅସତ୍ୟ ଅଟେ।

ବିଶ୍ବାସ ନ୍ୟୁଜ୍ ପୂର୍ବରୁ ସେହିଭଳି ସମାନ ଦାବିର ଖଣ୍ଡନ କରିଥିଲା ଯାହାକୁ ଏଠାରେ ଯାଞ୍ଚ କରାଯାଇ ପାରିବ ।

निष्कर्ष: ନୋଭଲ୍ କରୋନା ଭାଇରସ୍ ଉପରେ ଭାଇରାଲ୍ ମେସେଜ୍ ୟୁନିସେଫ୍ ଦ୍ବାରା ଜାରି କରାଯାଇ ନାହିଁ

False
Symbols that define nature of fake news
Know The Truth...

Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923

Related Posts
ନୂଆ ପୋଷ୍ଟଗୁଡ଼ିକ